ଡିସେମ୍ବରମାସ ୨୨ତାରିଖ ୨୦୨୪ମସିହା (ରବିବାର)ପୌଷମାସ- କୃଷ୍ଣପକ୍ଷ ,ତିଥି- ସପ୍ତମୀ ଦିବାଘ ୦୨/୨୩ଗତେ ଅଷ୍ଟମୀ ,ନକ୍ଷତ୍ର- ପୂର୍ବା ଫା ଦିବାଘ ୦୬/୪୯ଗତେ ଉତ୍ତରଫା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୨୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୫୦ ,ଯୋଗିନୀ ବାୟବ୍ୟେ ଦିବା ଘ୦୨/୨୩ଗତେ ଐଶାନ୍ୟେ , ସପ୍ତମୀର ଏକୋଦିଷ୍ଟଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୨୫ଗତେ ଘ୦୧/୦୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୦ଗତେ ଘ୦୯/୩୩ମଧ୍ୟେ ଓ ଘ୦୧/୦୯ ଗତେ ଘ୦୩/୫୯ମଧ୍ୟେ ଓ ରାତ୍ରି ଘ୦୭/୩୫ଗତେ ଘ୦୯/୧୨ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/୪୬ଗତେ ଘ୦୯/୧୩ମଧ୍ୟେ ,ଅଦ୍ୟ ତାଳ ଦିବା ଘ୦୨/୨୪ଗତେ ନଡ଼ିଆଭକ୍ଷଣ ନିଷେଧ
ମେଷ–ଆଜି ବ୍ୟାପାରରେ ନୂତନଯୋଜନାକୁ କାର୍ଯ୍ୟକାରୀ କରନ୍ତୁନାହିଁ ।ପରିବାରରେ ମନୋମାଳିନ୍ୟ ଦେଖାଦେବ ।ଆଧ୍ୟାତ୍ମିକଦିଗରେ ରୁଚି ବଢିବ । ନୂତନକାର୍ଯ୍ୟ ଆରମ୍ଭ କରନ୍ତୁନାହିଁ ।କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।
ବୃଷ–ଆଜି ମିତ୍ରଙ୍କସହ ସାକ୍ଷାତହୋଇପାରେ ।କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସାମିଳିପାରେ ।ବ୍ୟାପାରରେ ନୂତନନିବେଶ ଶୁଭରହିବ । ପରିବାରରେ ସଦସ୍ୟଙ୍କ ସହ କୌଣସିପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶକୀର୍ତ୍ତି ମିଳିପାରେ ।
ମିଥୁନ–ଆଜି ପରିବାରରେ ସୁଖଶାନ୍ତିରେ ସମୟକାଟିବେ ।ସ୍ବାସ୍ଥ୍ୟବାନ ରହିବାସହ ଅର୍ଥପ୍ରାପ୍ତି ହେବ ।ଅଯଥାକଥାରେ ରାଗନ୍ତୁନାହିଁ;ନଚେତ ଅସୁବିଧା ହୋଇପାରେ ।କର୍ମକ୍ଷେତ୍ରରେ ସହଯୋଗୀଙ୍କସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗଦ୍ୱାରା ନୂତନଯୋଜନାକୁ କାର୍ଯ୍ୟକାରୀକରି ଲାଭ ମିଳିବ।
କର୍କଟ–ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ ।କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ । ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ ।ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ ।
ସିଂହ–ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ ।ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ ।
କନ୍ୟା–ଆଜି ଶତ୍ରୁ ପରାଜୟ ହୋଇପାରେ ।ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ । ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।
ତୁଳା–ବନ୍ଧୁପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ ।ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ ।ବ୍ୟାପାରରେ ହାନି ହୋଇପାରେ ।ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।
ବିଛା–ଆଜି ନିଜ ବନ୍ଧୁପରିଜନଠାରୁ ଉପହାର ମିଳିପାରେ ।କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତହେବ ।କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳହେବ ।ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ ।ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।
ଧନୁ–ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ ।ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ ।କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ ।ବ୍ୟାପାରରେ ଦିନଟି ମଧ୍ୟମ ରହିବା ପରିବାରରେ ତର୍କବିତର୍କ ଯୋଗୁଁ କଳହ ଦେଖାଦେବ ।
ମକର–ଆଜି ସାମାଜିକ ମାନସମ୍ମାନ ମିଳିପାରେ ।ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି ।କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ ।ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ ।ପରିବାରରେ କୌଣସି ଶୁଭକାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।
କୁମ୍ଭ–ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ ।କୌଣସି ଦୀର୍ଘଦିନ ଧରି ଅଟକିଥିବାକାର୍ଯ୍ୟ ସମ୍ପୂର୍ଣହେବାରୁ ମନ ପ୍ରଫୁଲ୍ଲରହିବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ ।କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ ।ବ୍ୟାପାରରେ ନିବେଶ ଶୁଭରହିବ ।ପରିବାରରେ ସୁଖଆନନ୍ଦରେ ସମୟ କାଟିବେ ।
ମୀନ–ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ ।ଜରୁରୀକାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁନାହିଁ ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।ବ୍ୟାପାରରେ ବାଧା ଆସିପାରେ ।ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ ।
ଭଲନିଦ ହେଉନାହିଁ କି?
ଉତ୍ତମସ୍ୱାସ୍ଥ୍ୟ ପାଇଁ ଭଲନିଦ ଆବଶ୍ୟକ।ବ୍ୟସ୍ତବହୁଳ ଜୀବନରେ ଭଲନିଦ ହେବାପାଇଁ ଲୋକେ ଅନେକଉପାୟ ଆପଣାଇଉଛନ୍ତି।ଚିକିତ୍ସାବିଜ୍ଞାନୀଙ୍କ ମତରେ ଆବଶ୍ୟକନିଦ ନହେବା ଏକପ୍ରକାର ରୋଗ।ଲମ୍ୱାସମୟ ଧରି ନିଦ ନହେବା ଯୋଗୁ ଜଣେବ୍ୟକ୍ତି ମାନସିକସ୍ତରରେ ଅସୁସ୍ଥ ହୋଇପଡ଼େ।ଭଲନିଦ ପାଇଁ ଚିକିତ୍ସାବିଜ୍ଞାନରେ ଅନେକଉପାୟ ଥିବାବେଳେ ବାସ୍ତୁଶାସ୍ତ୍ରରେ ମଧ୍ୟ ଏନେଇ କିଛିଉପାୟ କୁହାଯାଇଛି।ବାସ୍ତୁଶାସ୍ତ୍ର ଅନୁସାରେ ଭଲନିଦ ପାଇଁ ବେଡ୍ ରୁମ୍ରେ କିଛିଗଛ ରଖିବାକୁ ହୋଇଥାଏ। ତାହେଲେ ଜାଣିବା ବାସ୍ତୁଶାସ୍ତ୍ରରେ କେଉଁ ୬ଟିଗଛ ବିଷୟରେ କୁହାଯାଇଛି।
୧. ଶୋଇବାଘରେ ମଲ୍ଲୀଗଛ ଲଗାଇଲେ ଭଲନିଦ ହୋଇଥାଏ।ଏହାବ୍ୟତୀତ ମଲ୍ଲୀଫୁଲର ସୁଗନ୍ଧରେ ଭଲନିଦ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।
୨- ବେଡ୍ ରୁମ୍ରେ ଲାଭେଣ୍ଡରଗଛ ରଖିପାରିବେ।ଏହାଦ୍ୱାରା ନିଦ୍ରାଜନିତସମସ୍ୟା ଦୂରହୋଇଥାଏ।ଏହିଫୁଲର ବାସ୍ନା ମନକୁ ଶାନ୍ତରଖେ।ଏହାସହିତ ଏହି ଫୁଲରେ ଯନ୍ତ୍ରଣା ନିବାରଣର ସମସ୍ତଗୁଣ ରହିଛି।
୩- ଗାର୍ଡେନିଆନାମକ ଫୁଲଗଛକୁ ଆପଣ ବେଡ୍ରୁମ୍ରେ ରଖିପାରିବେ।ଏହିଫୁଲର ସୁଗନ୍ଧ ମସ୍ତିଷ୍କକୁ ଶାନ୍ତ କରିଥାଏ।ଏଥିପାଇଁ ବାସ୍ତୁଶାସ୍ତ୍ର ବିଶାରଦଙ୍କ ମତରେ ଏହିଫୁଲକୁ ବେଡ୍ରୁମ୍ରେରଖିଲେ ଭଲନିଦ ହୋଇଥାଏ।
୪- ସ୍ନେକପ୍ଲାଣ୍ଟକୁ ମଧ୍ୟ ଆପଣ ନିଜ ବେଡ୍ ରୁମ୍ରେ ରଖିପାରିବେ।ଏହିଗଛ ଦୂଷିତପବନକୁ ନିଜଆଡ଼କୁ ଟାଣି ନେଇଥାଏ।ଏଥିପାଇଁ ଏହିଗଛକୁ ବେଡ୍ ରୁମ୍ରେ ରଖିଲେ ଭଲନିଦ ହୋଇଥାଏ।
୫- ଆପଣ ଏଲୋଭେରା ବା ଘିକୁଆଁରୀଗଛକୁ ବେଡରୁମ୍ରେ ରଖିପାରିବେ। ଏହିଗଛର ଅନେକ ଔଷଧୀୟଗୁଣ ରହିଛି। ବାସ୍ତୁବିତ୍ଙ୍କ ଅନୁଯାୟୀ, ଏହାକୁ ଶୋଇବାଘରେ ରଖିଲେ ଘରରପରିବେଶ ଶୁଦ୍ଧ ରହିଥାଏ ଏବଂ ଭଲନିଦ ମଧ୍ୟ ହୋଇଥାଏ।
୬- ବାସ୍ତୁବିଜ୍ଞାନୀଙ୍କ ମତରେ, ଆପଣ ବାଉଁଶ ଗଛକୁ ବେଡ୍ ରୁମ୍ରେ ରଖିପାରିବେ। ଏହା ଦ୍ୱାରା ଘରର ପରିବେଶ ଶୁଦ୍ଧ ରହିଥାଏ। ପରିବେଶରେ ଥିବା କାର୍ବନ୍ ମନୋକ୍ସାଇଡ୍ ଏବଂ ବେଞ୍ଜିମ୍ ପରି କ୍ଷତିକାରକତତ୍ତ୍ୱକୁ ମଧ୍ୟ ଏହା ନଷ୍ଟକରିଥାଏ। ପରିଣାମସ୍ୱରୂପ ଭଲନିଦ ହୋଇଥାଏ।
ରାତ୍ରୀଶୟନ ପୂର୍ବରୁ ଏହି ମନ୍ତ୍ରପାଠ କରି ଶୁଅନ୍ତୁ…
ଓମ୍ କୃଷ୍ଣାୟ ବାସୁଦେବାୟ
ହରୟେ ପରମାତ୍ମନେ ।
ପ୍ରଣତେ କ୍ଲେଶ ନାଶାୟ
ଗୋବିନ୍ଦାୟ ନମୋ ନମ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!