ଡିସେମ୍ବରମାସ ୧୩ତାରିଖ୨୦୨୪ ମସିହା (ଶୁକ୍ରବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ,
ତିଥି- ତ୍ରୟୋଦଶୀ ରାତ୍ରି ଘ ୦୭/୨୪ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଦ୍ଵିଜା ଦିବା ଘ୦୮/୧୨ ଗତେ କୃତ୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୬/୧୮,
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୪୩,
ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୭/୨୪ ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧମେଷରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୯/୦୦ଗତେ ଘ୧୧/୪୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୫୯ ମଧ୍ୟେ ଓ ଘ୦୭/୫୪ଗତେ ଘ୦୮/୪୦ ମଧ୍ୟେ ଓ ଘ୦୩/୫୨ଗତେ ଘ୦୪/୪୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ।
ମେଷ :-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ ।ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
ବୃଷ :-ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
ମିଥୁନ :-ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କର୍କଟ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।
ସିଂହ :-ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ ।ଶତ୍ରୁମାନଙ୍କଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମପ୍ରତି ଅନାଗ୍ରହୀହେବେ ।ମହିଳାମାନଙ୍କର ଗୁରୁଜନଙ୍କସହ ବିବାଦହେବ ।
କନ୍ୟା:-ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମଚାରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।
ତୁଳା:-ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।
ବିଛା :-କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ ,ବ୍ୟବସାୟ ଓ ପରିବହନ ରେ ଆୟ ମଧ୍ୟମ ହେବ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
ଧନୁ:-ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
ମକର:-ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ ।ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମ ହେବ ।କର୍ମରେ କିଛି ବିଘ୍ନ ଘଟିପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
କୁମ୍ଭ:-ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ମୀନ:-କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।
ଶରୀର ପାଇଁ ଏହା ହେଇପାରେ ବିଷ…ଭାରତୀୟ ରୋଷେଇ ଘର ହେଉ କିମ୍ବା ଦୁନିଆର ଯେକୌଣସି ରୋଷେଇ ଘର, ରସୁଣ ହେଉଛି ସାଧାରଣତଃ ବ୍ୟବହୃତ ହେଉଥିବା ଏକ ମସଲା । ଏହା କୌଣସି ରେସିପିରେ ମିଶ୍ରିତ ହୁଏ, ତେବେ ତାହାର ସ୍ୱାଦ ଦୁଇଗୁଣ ବଢିଯାଏ । ଏହା ସହିତ ରସୁଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ବହୁତ ଲାଭଦାୟକ ଅଟେ । ଏଥି ସହିତ, କିଛି ଲୋକ ଏହାର ପ୍ରବଳ ଗନ୍ଧ ହେତୁ ଏହାକୁ ଖାଦ୍ୟରେ ଅଧିକ ବ୍ୟବହାର କରନ୍ତି ନାହିଁ ।କିନ୍ତୁ ରସୁଣରେ ଭିଟାମିନ୍ ବି-୧, କ୍ୟାଲସିୟମ୍, କପର୍, ପୋଟାସିୟମ୍, ଫସଫରସ୍ ଏବଂ ଆଇରନ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ ।
ଏଭଳି ଲାଭଦାୟକ ଜିନିଷ ସତ୍ତ୍ୱେ ରସୁଣ ଖାଇବାରେ ଅନେକ ଅସୁବିଧା ଅଛି । ସେଥିପାଇଁ ଏହାକୁ ସର୍ବଦା ସୀମିତ ପରିମାଣରେ ଖାଇବା ଉଚିତ୍ । ବିଶେଷକରି ଭାରତରେ ରସୁଣ ପନିପରିବା ଏବଂ କେତେକ ଘରେ ଅନ୍ୟାନ୍ୟ ଜିନିଷରେ ଅଧିକ ବ୍ୟବହୃତ ହୁଏ । ରସୁଣ ବହୁତ ଗରମ ଅଟେ । ଏହା ଉପରେ, ପନିପରିବାରେ ବହୁତ ମସଲା ମଧ୍ୟ ବ୍ୟବହୃତ ହୁଏ । ଏପରି ପରିସ୍ଥିତିରେ, ଏସବୁ ଏକତ୍ର ଆପଣଙ୍କ ପେଟକୁ ବହୁତ କ୍ଷତି କରିଥାଏ ।
ଯାହା ଆପଣ ଅନୁମାନ ମଧ୍ୟ କରିପାରିବେ ନାହିଁ । ସେଥିପାଇଁ ପନିପରିବାରେ ରସୁଣ ଗୁଣ୍ଡ ବ୍ୟବହାର କରିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ । ଯାହାଦ୍ୱାରା ରସୁଣ ଅଧିକ ପରିମାଣରେ ନ ପଡ଼େ । ଦ୍ଭୟଗ୍ଧଙ୍ଖରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରସୁଣକୁ ଆୟୁର୍ବେଦର ଏକ ଭଣ୍ଡାର ଭାବେ ବିବେଚନା କରାଯାଏ। କୌଣସି ଜିନିଷର ଅଧିକ ଶରୀର ପାଇଁ କ୍ଷତିକାରକ । ରସୁଣ ଖାଇବା ସମୟରେ ଯତ୍ନ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକ କ\’ଣ ଜାଣିବା ଆବଶ୍ୟକ ।
ଆପଣ ଏ କଥା ନିହାତି ଭାବରେ ଜାଣିବା ଆବଶ୍ୟକ ଯେ ରସୁଣର ପ୍ରଭାବ ଗରମ ଅଟେ । ସେଥିପାଇଁ ଲୋକମାନେ ଥଣ୍ଡା ଏବଂ ଫ୍ଲୁରେ ଏହାର ଗୁଣ୍ଡ ଚୋବାନ୍ତି । କିନ୍ତୁ କିଛି ଲୋକ ଅଧିକ ଖାଆନ୍ତି ଯେଉଁଥିପାଇଁ ମୁହଁରୁ ଦୁର୍ଗନ୍ଧ ଆସେ । ଯଦି ରସୁଣକୁ ଅଧିକ ପରିମାଣରେ ଖାଇବେ, ତେବେ ଆପଣ ଅସୁସ୍ଥ ହୋଇପାରନ୍ତି ।
ଯେଉଁମାନଙ୍କର ବିପି ଥାଏ ସେମାନେ ରସୁଣ ଖାଇବା ଉଚିତ୍ ନୁହେଁ । କାରଣ କମ୍ ବିପି ଅର୍ଥାତ୍ ହାଇପୋଟେନ୍ସନ୍ ର ଅଭିଯୋଗ ହୋଇପାରେ। ଯେଉଁ କାରଣରୁ ଶରୀରରେ ଦୁର୍ବଳତା ଏବଂ ଥକାପଣ ଆରମ୍ଭ ହୁଏ । ସେଥିପାଇଁ ଏହାକୁ ଧ୍ୟାନ ଦିଅନ୍ତୁ ।
ଯଦି ଆପଣ ଅଧିକ ରସୁଣ ଖାଆନ୍ତି ତେବେ ହୃଦଘାତର ଅଭିଯୋଗ ବଢି ପାରେ । ରସୁଣରେ ଏସିଡ୍ ଯୌଗିକ ବହୁତ ଅଧିକ ରହିଥାଏ । ସେଥିପାଇଁ ଏହାକୁ ଅଧିକ ଖାଇବା ଦ୍ୱାରା ଛାତିରେ ଜଳିଲା ଭଳି ଅନୁଭବ ହୁଏ । ବେଳେବେଳେ ଏହା ସହନଶୀଳତାର ସବୁ ସୀମା ମଧ୍ୟ ପାରକରେ ।ତେଣୁ ସର୍ବଦା ସାବଧାନ ରୁହନ୍ତୁ।!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟମାଯୋଗମାୟା!!