ଆଜିର ରାଶିଫଳ

ଧାନମାଣିକା ଓଷା

ଡିସେମ୍ବରମାସ ୧୨ତାରିଖ ୨୦୨୪ମସିହା(ଗୁରୁବାର)
ମାର୍ଗଶୀରମାସ-ଶୁକ୍ଳପକ୍ଷ,ତିଥି-ଦ୍ଵାଦଶୀ ଦିବା ଘ ୧୦/୨୮ଗତେ ତ୍ରୟୋଦଶୀ,ନକ୍ଷତ୍ର-ଅଶ୍ଵିନୀ ଦିବା ଘ୦୯/୫୩ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୬/ ୧୪/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୩୩,
ଯୋଗିନୀ ନୈରୁତେ ରାତ୍ରି ଘ୧୦/୨୮ଗତେ ଦକ୍ଷିଣେ,
ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା-ଦିବା ଘ୦୨/୨୪ ଗତେ ଘ୦୫/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୫୫ ମଧ୍ୟେ ଓ ରାତ୍ରି ଘ୦୦୫/୫୫ଗତେ ଘ୦୯/୦୭ମଧ୍ୟେ ଓ ରାତ୍ରି ଘ୧୧/୨୫ ଗତେ ଘ୦୨/୪୩ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନାସ୍ତି,ଅଦ୍ୟ ପୋଇଭକ୍ଷଣ ନିଷେଧ।
ମେଷ👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣାଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣକଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକିଯିବ। ପାରିବାରିକଚାପ ଦୃଷ୍ଟିରୁ ମାନସିକସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ👉ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହିନପାରେ।ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣକ୍ଷେତ୍ରରେ ଅସୁବିଧା ମନେକରିବେ।କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁଯାଇ ନିଜେ ହଇରାଣରେ ପଡିପାରନ୍ତି।ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମିଥୁନ👉ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ।ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ।ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି।ବନ୍ଧୁଙ୍କ ପ୍ରତିଶ୍ରୁତିଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ।କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ👉ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି।ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।
ସିଂହ👉ନିକଟଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେକରିବେ।କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା👉ପାରିବାରିକସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନାକାଳରେ ସ୍ତ୍ରୀଙ୍କସହ ମତ ପାର୍ଥକ୍ୟ ଦେଖାଦେଇପାରେ।କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରିପାରନ୍ତି।ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା👉ଆନୁଷ୍ଠାନିକକାମରେ ସାଙ୍ଗଠନିକକାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତହେବେ।ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ।ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ମନୋଭାବ ତ୍ୟାଗକଲେ କେତେକାଂଶରେ ଉପକୃତ ହୋଇପାରନ୍ତି।ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟିଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା👉ସାଧାରଣକଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।ସଭା ସମିତିରେ ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନକରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ।ଗତକାଲିଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।
ଧନୁ👉ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କସହ ସମ୍ପର୍କ ହାନିଯୋଗୁ ଚିନ୍ତିତ ହେବାକୁ ପଡିବ।ଘରେ ଭୁଲ୍‌ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ।ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତାମିଳିବ।ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
ମକର👉ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନଦିଗରୁ ଉପକୃତ ହୋଇପାରିବେ।କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତକାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି।ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମକରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ👉ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷାକରି କାମରେ ଲଗାଇଲେ ଉପକୃତ ହୋଇପାରିବେ।ଅଫିସରେ ବାଦବିବାଦକ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ।ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ👉ଆଜିର ନିଜଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବନାହିଁ।ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ପାରିବାରିକ ଅଶାନ୍ତି ଦେଖା ଦେଇପାରେ।

ମାର୍ଗଶିରମାସ ହେଉଛି ଲକ୍ଷ୍ମୀଙ୍କମାସ। ଏହିମାସର ଗୁରୁବାରଗୁଡ଼ିକରେ ଲକ୍ଷ୍ମୀପୂଜା କରାଯାଏ।ଓଡ଼ିଶାର ଘରେଘରେ ପାଳିତ ଏହି ଲକ୍ଷ୍ମୀପୂଜାର ବିଶେଷତ୍ୱହେଉଛି- ଏଥିରେ ଲକ୍ଷ୍ମୀଙ୍କରପ୍ରତିମା ବା ମୂର୍ତ୍ତିଙ୍କୁ ପୂଜା କରାଯାଏନାହିଁ।ଛୋଟ ଧାନମପାପାତ୍ର ବା ମାଣରେ ଶୁକ୍ଳଧାନ ପୂର୍ଣ୍ଣକରି ତା ଉପରେ ଶୁକ୍ଳଧାନରମେଣ୍ଟା ସ୍ଥାପନକରି, ନାଲିକନାର ଓଢ଼ଣିଦେଇ, ତାହାକୁ ଲକ୍ଷ୍ମୀଭାବରେ ପୂଜା କରାଯାଏ।ଏହେଉଛି-ଶସ୍ୟଲକ୍ଷ୍ମୀ ବା ଧାନ୍ୟଲକ୍ଷ୍ମୀଙ୍କର ପ୍ରତୀକ ପୂଜା।
ବଳରାମଦାସଙ୍କ ଲକ୍ଷ୍ମୀପୁରାଣ ବ୍ୟତୀତ, ‘ଧାନମାଣିକାଓଷା’ ନାମରେ ଆଉଗୋଟିଏ ଓଷାକଥା ଓଡ଼ିଶାରେପ୍ରଚଳିତ। ତାହାରଅନ୍ୟନାମ ଶ୍ୟାମାଦେଈକଥା। ଆଜି ଜାଣିବା ଏହି ଓଷା ବିଷୟରେ….
ଲକ୍ଷଶ୍ରୀନାମରେ ଜଣେ ସାଧବଥିଲେ ।ସେ ଘରର ସାଧବାଣୀ ଶୁଚିମନ୍ତ ନଥିଲା।ଏପରିକି ମାର୍ଗଶିର ମାସର ଗୁରୁବାର ବି ପାଳେନାହିଁ।ତେଣୁ ପ୍ରଥମ ଗୁରୁବାରଦିନ ଲକ୍ଷ୍ମୀଦେବୀ ବୁଢ଼ୀବେଶରେ ଆସି ତାକୁ ଧାନମାଣିକାଓଷା ବା ମାଣବସା କରିବାକୁ କହିଲେ।କିନ୍ତୁ ସାଧବାଣୀ ନଶୁଣି,ତାଙ୍କୁ ଗାଳିଦେଇ ଘଉଡ଼ାଇ ଦେଲା।ସେହିସାଧବ-ସାଧବାଣୀଙ୍କଝିଅ ଶ୍ୟାମାଦେଈ। ସେ ସେହିବୁଢ଼ୀଙ୍କୁ ଦେଖି,ଭକ୍ତିରସହ ତାଙ୍କୁ ଗୋସେଇଁମା ଡାକିଲା ଏବଂ ତାଙ୍କଠାରୁ ଓଷାରବିଧି ଜାଣି ସେହିଓଷା କଲା।ତାର ସେହି ଓଷାଫଳରେ ସାଧବଘରର ଧନସଂପତ୍ତି ବଢ଼ିଲା।ଶ୍ୟାମାଦେଈ ସେ ରାଇଜର ରାଜାଙ୍କୁ ବି ବାହାହେଲା।ବାହାହୋଇ ଶାଶୁଘରକୁ ଗଲାବେଳେ,ମାଣବସାର ମାଣଟିକୁ ନିଜସାଙ୍ଗରେ ନେଇଗଲା।
ଶ୍ୟାମାଦେଈ ଯୋଗୁଁ ଲକ୍ଷ୍ମୀ ସାଧବଘରେ ଥିଲେ। ସେ ଚାଲିଯିବାରୁ ସାଧବଘରୁ ଲକ୍ଷ୍ମୀଛାଡ଼ିଗଲେ।ସାଧବ-ସାଧବାଣୀଙ୍କୁ ଅନ୍ନବସ୍ତ୍ର ମିଳିଲାନାହିଁ। ଫଳରେ ଅନ୍ୟମାନଙ୍କର ପରାମର୍ଶମାନି ସାଧବ,ସାଧବପୁଅ ଓ ସାଧବବୋହୂ ପାଳିକରି ଶ୍ୟାମାଦେଈଘରକୁ ଗଲେ। ଶ୍ୟାମାଦେଈ କେତେବେଳେ ପାଣିକଖାରୁ ଭିତରେ ତ କେବେ ପିଠାଭିତରେ, ପୁଣି କେବେ ପୋଲାବାଡ଼ି ଭିତରେ, ଲୁଚାଇକରି ତାଙ୍କୁ ଅନେକ ଧନରତ୍ନ ଦେଲା। କିନ୍ତୁ ଲକ୍ଷ୍ମୀ ଅପ୍ରସନ୍ନଥିବାରୁ ସେସବୁ ଅଙ୍ଗାର ପାଲଟିଗଲା ବା ଉଭେଇଗଲା।ଶେଷରେ ସାଧବାଣୀ ଝିଅ ଘରକୁଗଲା ଏବଂ ତାଠୁ ଓଷାବିଧି ବୁଝି ଧାନ ମାଣିକାଓଷା କଲା।ଫଳରେ ପୁଣି ସାଧବଘର ଧନସଂପଦରେ ପୂରିଉଠିଲା।ଏହିଓଷା କଥା ଆମକୁ କହେ- ଭକ୍ତି ଓ ନିଷ୍ଠାରସହ ଶୁଦ୍ଧପୂତଭାବରେ ଲକ୍ଷ୍ମୀଙ୍କର ପୂଜାକଲେ,ଘର ଧନ-ଧାନ୍ୟରେ ଭରିଉଠେ।ତାନହେଲେ ଘର ଓ ଘରରଲୋକେ ଲକ୍ଷ୍ମୀଛଡ଼ା ହୋଇଯାଆନ୍ତି!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.