ଡିସେମ୍ବରମାସ ୦୯ତାରିଖ ୨୦୨୪ମସିହା(ସୋମବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୦୭/୫୭ଗତେ ନବମୀ ,ନକ୍ଷତ୍ର-ପୂର୍ବ ଭାଦ୍ର ଦିବା ଘ୦୩/୨୬ଗତେ ଉତ୍ତର ଭାଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୨୩ ,ଯୋଗିନୀ ଐଶାନ୍ୟେ ଦିବା ଘ୦୭/୪୭ଗତେ ପୂର୍ବେ ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,କାଳବେଳା -ଦିବା ଘ୦୭/୩୭ଗତେ ଘ୦୮/୫୮ମଧ୍ୟେ ,ବାରବେଳା – ଦିବା ଘ୦୨/୨୩ ଗତେ ଘ୦୩/୪୫ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୬ମଧ୍ୟେ ଓ ଘ୦୯/୨୮ ଗତେ ଘ୧୧/୫୨ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ନଡ଼ିଆ ଦିବା ଘ ୦୭/୫୭ଗତେ ଲାଉଭକ୍ଷଣ ନିଷେଧା
ମେଷ-ଆଜି ପ୍ରଶାସନ,ପରିବହନ ଓ ବିବାଦୀୟକ୍ଷେତ୍ରରେ ସମାଧାନପାଇଁ ଚେଷ୍ଟାକରି ହେବେ।ଲକ୍ଷ୍ୟସ୍ଥଳକୁ ଯିବାରାସ୍ତାରେ ମିତ୍ରତାସ୍ଥାପନ କରିବାରସୁଯୋଗ ପାବବେ,ଆପଣଙ୍କୁ ସମ୍ମୁଖରେ ଭଲଭଲ କହୁଥିବାଲୋକଟି ପଛରେ ବିଭିନ୍ନପ୍ରକାରର କଥା କହୁଥିବାରଶୁଣି ଅଶାନ୍ତି ଅନୁଭବ କରିବେ।
ବୃଷ-ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି।
ମିଥୁନ-ଆଜି ନିଜସଂସ୍ପର୍ଶରେ ଆସୁଥିବା କୌଣସିବ୍ୟକ୍ତିଙ୍କୁ ଅପ୍ରିୟସତ୍ୟ କହି ତିକ୍ତତା ସୃଷ୍ଟି କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନକାମ ଆରମ୍ଭ କରି ପ୍ରଶଂସିତ ହେବେ ।ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ-ଆଜି ମାନସିକଅସ୍ତିରତା ଓ ବ୍ୟସ୍ତତାମଧ୍ୟରେସମୟ ଅତିବାହିତ ହୋଇପାରେ ।ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନକ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସିଂହ-ବିଭିନ୍ନପ୍ରକାରର ଯୋଜନା କରିବା ସକାଶେ ଚିନ୍ତାକଲେ ମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକ ସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣ ଭାରରେ ଅତିଷ୍ଠ ହେବେ ମାତ୍ର ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ସମସ୍ୟା ସରଳ ସମାଧାନ କରିବାରେ ସଫଳ ହେବେ।
କନ୍ୟା-ଆଜିଦିନଟିରେ ଯାହାକିଛି ପାଇବାର ଆଶାକରିବେ ତାହା ପୂରଣ ହୋଇପାରିବ। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟିରକଥା ମନକୁ ବାଧିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମା ବିବାଦ ଦେଖାଦେଇପାରେ।
ତୁଳା-ସାମାନ୍ୟପ୍ରତିବନ୍ଧକ ମଧ୍ୟରେ ବନ୍ଧୁଙ୍କ ନିକଟରୁ ଆସାକରିଥିବା ଅର୍ଥପ୍ରାପ୍ତି ହେବ। ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନାକରି କେବଳ ଭାବି ଭାବି ସମୟକଟାଇବେ।ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରିପାରିବେନି। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବେ।
ବିଛା-ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ,ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ନିଜ ପରିବାରର ସଦସ୍ୟମାନଙ୍କ ଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟାଆସିପାରେ। ଘରୋଇ ବ୍ୟାପାରରେ ପଡୋଶୀଙ୍କ ମିଥ୍ୟା ଗୁଜବ ମାନସିକସ୍ଥିତିକୁ ଦୋହଲାଇ ଦେବ।
ଧନୁ-କୌଣସି ଅସୁବିଧା ନହେଲେ ମଧ୍ୟ ଆଶଙ୍କାକରି ମନଅସ୍ଥିରରହିବ।ଅଫିସରେ ସହକର୍ମୀମାନଙ୍କସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ।ପିଲାମାନଙ୍କଶିକ୍ଷା ଓ ଅନ୍ୟାନ୍ୟକୃତିତ୍ୱର ସଫଳତାରେଆନନ୍ଦ ଅନୁଭବକରିବେ।ବାଟରେ ଯିବାସମୟରେ ଯାନ୍ତ୍ରିକତ୍ରୁଟି ଅସୁବିଧାରେ ପକାଇପାରେ।
ମକର-ଆଜି ଅସାବଧାନତା ହେତୁ ଦ୍ରବ୍ୟ ଓ ଧନହାନି ଘଟିପାରେ।ପ୍ରିୟବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ କାମହାସଲସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି।ବାଣିଜ୍ୟ,ବ୍ୟବସାୟ,ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ ।
କୁମ୍ଭ-ଆଜି ଧନହାନି, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂତ୍ରପାତ ଘଟିପାରେ। ସାହିତ୍ୟ, ସାମ୍ବାଦିକତା,ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ମନକୁ ବେଶି ବାଧିବ।
ମୀନ-ଆଜି ମନ ଅସ୍ଥିରରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇନେବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍ କାମ କରିବେ।
ମହାକୁମ୍ଭ ମେଳା କେବେ ଜାଣନ୍ତୁ?
ମହାକୁମ୍ଭମେଳା ପ୍ରତି୧୨ବର୍ଷରେ ଆୟୋଜିତ ହୁଏ ଯେତେବେଳେ ସୂର୍ଯ୍ୟ ମେଷରାଶିରେ ଓ ବୃହସ୍ପତିଗ୍ରହ କୁମ୍ଭରାଶିରେ ଥାଆନ୍ତି । ଏହି ଅବସରରେ ସଙ୍ଗମସ୍ଥଳରେ ଏକ ବିରାଟ ଜନସମାଗମ ହୁଏ।ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ ରୁ ପ୍ରୟାଗରାଜରେ ଆରମ୍ଭ ହେବ ଓ ଏହା ୨୬ ଫେବୃଆରୀରେ ସମାପନ ହେବ । ଏହି ମହା ଆୟୋଜନକୁ ନେଇ ଉତ୍ତରପ୍ରଦେଶ ସରକାର, ରେଳବାଇ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ବାରା ବ୍ୟାପକ ପ୍ରସ୍ତୁତି କରାଯାଉଛି ।ହରିଦ୍ୱାର,ପ୍ରୟାଗରାଜ,ଉଜ୍ଜୈନ ଏବଂ ନାସିକରେ ପ୍ରତି ୧୨ ବର୍ଷରେ ମହାକୁମ୍ଭ ମେଳା ଆୟୋଜିତ ହୋଇଥାଏ । କେବଳ ଭାରତ ନୁହେଁ, ଦୁନିଆର କୋଣଅନୁକୋଣରୁ ଲୋକମାନେ କୁମ୍ଭମେଳାରେ ଯୋଗଦେବାକୁ ଆସନ୍ତି। ବିଶ୍ବାସ କରାଯାଏ ଯେ କୁମ୍ଭ ମେଳାର ଗଙ୍ଗାନଦୀରେ ଗାଧୋଇବାଦ୍ୱାରା ଜଣେବ୍ୟକ୍ତିଙ୍କର ସମସ୍ତପାପ ଧୋଇଯାଏ ଓ ମୋକ୍ଷପ୍ରାପ୍ତି ହୋଇଥାଏ ।
ମହାକୁମ୍ଭର ୬ ମହାସ୍ନାନ କେବେ ପଡୁଛି ଯୋଗ-ମହାକୁମ୍ଭମେଳାର ପ୍ରଥମ ମହାସ୍ନାନ 2025ଜାନୁୟାରୀ ୧୩,ଦ୍ୱିତିୟମହାସ୍ନାନ, ୧୪ ଜାନୁଆରୀ ମକରସଂକ୍ରାନ୍ତି , ତୃତୀୟ ମହାସ୍ନାନ ୨୯ ଜାନୁଆରୀ ମୌନି ଅମବ୍ୟାସ, ୪ର୍ଥ ମହାସ୍ନାନ ଫେବୃଆରୀ ୨ ବସନ୍ତ ପଞ୍ଚମୀ, ୫ମ ମହାସ୍ନାନ ୧୨ ଫେବୃଆରୀ ମାଘ ପୂର୍ଣ୍ଣିମା ଓ ଶେଷ ମହାସ୍ନାନ ୨୬ ଫେବୃଆରୀ ମହାଶିବରାତ୍ରୀ ଦିନ ହେବ ।କୁମ୍ଭମେଳାକୁ ‘ସାଧନା’ କରୁଥିବା ସାଧୁ ଏବଂ ନାଗାସାଧୁଙ୍କ ସମେତ ଏପରିସନ୍ଥ ଆସନ୍ତି ଯେଉଁମାନେ ଏକାନ୍ତରେ ବାସକରିନ୍ତି ।ସେମାନେ କେବଳ କୁମ୍ଭମେଳା ସମୟରେ ସଭ୍ୟତାପରିଦର୍ଶନ କରିବାକୁ ଆସନ୍ତି ।ଆଧ୍ୟାତ୍ମିକତାର ସନ୍ଧାନକାରୀ ଏବଂ ହିନ୍ଦୁଧର୍ମ ଅନୁସରଣ କରୁଥିବା ସାଧାରଣଲୋକ ମଧ୍ୟ ଆସିଥାନ୍ତି ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!