ଆଜିର ରାଶିଫଳ

ଘରୋଇ ଉପାୟ ଦୂର ହେବ ଶୀତ ଦିନେ ରୂପିର ସମସ୍ୟା...

ନଭେମ୍ବରମାସ ୨୯ତାରିଖ ୨୦୨୪ମସିହା(ଶୁକ୍ରବାର)ମାର୍ଗଶୀର ମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶୀ ଦିବା ଘ ୦୮/୨୦ ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର- ସ୍ଵାତୀ ଘ ୧୦/୪୫ ଗତେ ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୬/୮/୦୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୫୦ ,ଯୋଗିନୀ ଦକ୍ଷିଣେ ,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିଛା,ଧନୁ ଓ ମୀନ ରାଶି ର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୮/୫୪ ଗତେ ଘ୧୧/୩୮ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୫୫ ମଧ୍ୟେ ଓ ଘ୦୭/୪୫ ଗତେ ଘ୦୮/୫୩ ମଧ୍ୟେ ଓ ଘ୧୨/୩୫ ଗତେ ଘ୦୩/୪୭ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୧/୫୦ ଗତେ ଘ୦୨/୪୦ ମଧ୍ୟେ ,ଅଦ୍ୟ ବିରି ଭକ୍ଷଣ ନିଷେଧ
ମେଷ-ମନ ଭିତରର ଅକୁହାକଥା ମାନସିକଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକକ୍ଷେତ୍ରରେ ଗଠନମୂଳକ ପ୍ରେରଣାଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
ବୃଷ-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
ମିଥୁନ-ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
କର୍କଟ-ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।
ସିଂହ-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
କନ୍ୟା-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ।ଦୀର୍ଘଦିନରୁ ରହିଆସିଥିବା ବିବାଦୀୟଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
ତୁଳା-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
ବିଛା-ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
ଧନୁ-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗଲାଭକରି ଖୁସୀହେବେ।ଘରୋଇକ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
ମକର-ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।
କୁମ୍ଭ-ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ମୀନ-ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।

ଶୀତଦିନ ଆସିଗଲାଣି। ଶୀତଆସିଲେ ଅତ୍ୟଧିକଥଣ୍ଡା ହେତୁ ଅନେକପ୍ରକାରର ତ୍ୱଚା ଓ କେଶଜନିତ ସମସ୍ୟା ଦେଖାଦିଏ। ଏଥିସହ ଶୀତ ଦିନର ସବୁଠୁ ବଡ଼ସମସ୍ୟାହେଉଛି ରୂପି ବା ଡାଣ୍ଡ୍ରଫ୍ ।ଦେଖିବାକୁଗଲେ ରୂପି ଏକ ସାଧାରଣସମସ୍ୟା ।ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ।ଏଥିପାଇଁ ଲୋକେ ଅନେକଟଙ୍କା ଖର୍ଚ୍ଚକରି ନାନାପ୍ରକାରର ଉପାୟ କଲେବି ଏହି ସମସ୍ୟା ଏତେ ସହଜରେ ଭଲ ହୁଏ ନାହିଁ।ଜାଣିବା କିପରି ଘରୋଇ ଉପଚାରରେ ରୂପିସମସ୍ୟା ସମ୍ପୁର୍ଣ୍ଣଭାବେ ଭଲ କରିହେବ….
ଆଲୋଭେରା:-ଆଲୋଭେରା ଜେଲ୍‌ରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟି ଫଙ୍ଗଲ୍‌ ଗୁଣ ରହିଛି। ଏହି ଗୁଣ ଯୋଗୁ ‘ଆଲୋଭେରା’ କେଶରୁ ରୂପି ଦୂରକରିଥାଏ।ଏଥିପାଇଁ ଦୁଇଚାମଚ ‘ଆଲୋଭେରା’ ଜେଲ୍‌ରେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଦହି ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୫ମିନିଟ୍ ପରେ ଶାମ୍ପୁ କରିଦିଅନ୍ତୁ। ଏହାବ୍ୟତୀତ ଆପଣ ତିନିଚାମଚ ‘ଆଲୋଭେରା’ ଜେଲ୍‌ରେ କିଛିଡ୍ରପ୍‌ ନିମତେଲ ମିଶାଇ ମୁଣ୍ଡରେ ଲଗାଇ ପାରିବେ। ଏମିତିକଲେ ମୁଣ୍ଡରେ ରୂପି ରହିବନାହିଁ।
ନିମତେଲ:-ପ୍ରତିଦିନ ନିମତେଲ କେଶରେ ଲଗାଇଲେ ରୂପିସମସ୍ୟାରୁ ମୁକ୍ତି ମିଳିଥାଏ। ଫଳରେ ଚୁଟି ମଧ୍ୟ କମ୍‌ ଝଡ଼ିଥାଏ।ନିମଶାମ୍ଫୁ ଲଗାଇଲେ ମଧ୍ୟ ମୁଣ୍ଡ କୁଣ୍ଡାଇ ହୋଇନଥାଏ କି କେଶରେ ଜଟା ହୋଇନଥାଏ।
ରାଶିତେଲ:-ରାଶିତେଲ ବ୍ୟବହାରଦ୍ୱରା ରୂପି ସମସ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ। ତେଣୁ ଶୀତ ଦିନେ ଅଲଗା ତେଲ ବଦଳରେ ରାଶି ତେଲ ବ୍ୟବହାର କଲେ ରୂପି ସମସ୍ୟା ଆଦୌ ଦେଖା ଦେଇନଥାଏ।
ଦହି:-ରୁପି ସମସ୍ୟା ଦୂର କରିବାରେ ଦହି ଏକ ସହଜ ଉପାୟ । ଦହିକୁ ସପ୍ତାହରେ ୩-୪ ଦିନ କେଶରେ ଲଗାନ୍ତୁ। ଦହିକୁ କେଶରେ ଲଗାଇ ଅଧଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ଦେଖିବେ ବହୁତ କମ୍‌ ଦିନରେ ଆପଣ ରୂପି ସମସ୍ୟାରୁ ମୁକ୍ତ ହେବେ। ଏପରିକି କେଶ ଝଡିବା ମଧ୍ୟ ଦୂର ହୋଇଯିବ।
ଅଣ୍ଡା ଓ ଲେମ୍ବୁରସ:-ଅଣ୍ଡା ଓ ଲେମ୍ବୁରସ ମଧ୍ୟ ରୂପି ଭଲକରିବାରେ ସାହାଯ୍ୟ କରେ। ଏଥପାଇଁ ଏକପାତ୍ରରେ କିଛି ଲେମ୍ବୁ ରସ ଓ ଅଣ୍ଡାର ହଳଦିଆଅଂଶକୁ ଗୋଳାଇ ମୁଣ୍ଡରେ ଭଲଭାବରେ ମାଲିସକରନ୍ତୁ।ଏହାକୁ ପ୍ରାୟ୨ଘଣ୍ଟା ରଖିବାପରେ ସମ୍ପୁର୍ଣ୍ଣ ଶୁଖିଯିବା ପରେ ଶାମ୍ପୁ କରିଦିଅନ୍ତୁ। ସପ୍ତାହକୁ ୩-୪ଥର ଏପରିକଲେ ରୂପିସମସ୍ୟା ସମ୍ପୁର୍ଣ୍ଣ ଭଲ ହେଇଯିବ
କଞ୍ଚାକ୍ଷୀର:-କଞ୍ଚାକ୍ଷୀର ମଧ୍ୟ ବହୁତ ଉପକାରୀ। ଗାଧୋଇବାର କିଛି ସମୟ ପୂର୍ବରୁ ମୁଣ୍ଡରେ କଞ୍ଚା କ୍ଷୀରକୁ ଭଲ ଭାବରେ ଲଗାଇ ଦିଅନ୍ତୁ ଏବଂ ଶୁଖିଗଲା ପରେ ମୁଣ୍ଡ ସଫା କରିଦିଅନ୍ତୁ । ଦେଖିବେ jରୂପି ସମସ୍ୟା ଗାଏବ ହୋଇଯିବ।
ମେଥି:-ରାତିରେ ଏକ ମୁଠା ମେଥିପାଣିରେ ଭିଜାଇ ସକାଳେ ଏହାର ପେଷ୍ଟ୍ ପ୍ରସ୍ତୁତ କରି ମୁଣ୍ଡରେ ଲଗାନ୍ତୁ। ପାଖାପାଖି ୧ଘଣ୍ଟା ରଖିବା ପରେ ମୁଣ୍ଡ ସଫା କରିଦିଅନ୍ତୁ। ଏହାଦ୍ୱାରା ରୂପିଜନିତ ସମସ୍ୟା ଭଲ ହୋଇଥାଏ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.