ଫେବୃଆରୀମାସ ୧୭ତାରିଖ ୨୦୨୫ମସିହା (ସୋମବାର)ଫାଲଗୁନମାସ-କୃଷ୍ଣପକ୍ଷ,ତିଥି- ପଞ୍ଚମୀ ରାତ୍ର ଘ୦୪/୫୮ଗତେ ଷଷ୍ଠୀ,ନକ୍ଷତ୍ର- ଚିତ୍ରା, ସୁର୍ୟୋଦୟ-ପ୍ରାତଃଘ୦୬/୧୮/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୫୯,ଯୋଗିନୀ ଦକ୍ଷିଣେରାତ୍ରି ଘ୦୪/୫୮ ଗତେ ପଶ୍ଚିମେ,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୃଷରାଶିରଘାତଚନ୍ଦ୍ର,ମିଥୁନରାଶିର ଘାତବାର, କାଳବେଳା -ଦିବା ଘ୦୯/୦୮ଗତେ ଘ୧୦/୩୪ ମଧ୍ୟେ,ବାରବେଳା -ଦିବା ଘ୧୨/୦୦ଗତେ ଘ୦୧/୨୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୧ ମଧ୍ୟେ ଓ ଘ୦୧/୨୮ଗତେ ଘ ୦୨/୧୭ମଧ୍ୟ ଓ ରାତ୍ରି ଘ୦୬/୩୪ ଗତେ ଘ ୦୮/୫୫ମଧ୍ୟ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୫୨ ଗତେ ଘ୦୫/୩୦ମଧ୍ୟେ,ଅଦ୍ୟ ବେଲ ଭକ୍ଷଣ ନିଷେଧ।
ମେଷ-ଆଜିର ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗିରହିବ।ଅଟକିରହିଥିବା କାମଗୁଡିକ ସମ୍ପନ୍ନ ହେବାକଷ୍ଟକର ।ନିଜ ବାକିଆକାମରେ ପ୍ରତିବନ୍ଧକ ଜନିତ ବିଷୟକୁନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।
ବୃଷ-ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।
ମିଥୁନ-ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତିଅନୁକୂଳ ହୋଇପାରେ।କୌଣସି କାମସୁବିଧାରେ ହେବନାହିଁ ।ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତିଦେଇଥିବା ମିତ୍ରମାନେ ମଧ୍ୟ ନିଜରମତ ହଠାତ୍ ବଦଳାଇ ଅସହଯୋଗ କରିପାରନ୍ତି।
କର୍କଟ-ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।
ସିଂହ-ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।
କନ୍ୟା-ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବନାହିଁ ।
ତୁଳା-ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।
ବିଛା-ଆଜି ନୂଆକାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ ।କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସାପାଇବେ ।ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବନାହିଁ ।
ଧନୁ-ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ।ମୂଳାନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।
ମକର-ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତହେବ ।
କୁମ୍ଭ-ଆଜିଦିନଟି ଭଲରେ ଅତିବାହିତହେବ।ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍ କୌଣସିଘଟଣା ମନକୁ ବିବ୍ରତ କରିପାରେ।ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁନାହିଁ, ଯାହାଦ୍ୱାରା ଲାଭବଦଳରେ କ୍ଷତି ହିଁ ହେବ।ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳହେବ।
ମୀନ-ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟିହେବ।ଅଟକିରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ।ବିଭିନ୍ନକ୍ଷେତ୍ରରୁ ସମ୍ମାନଲାଭ କରିବାର ସୁଯୋଗ ପାଇବେ।ବାଣିଜ୍ୟ,ବ୍ୟବସାୟ ଭଲରେ ଚାଲିବ।ପରୋକ୍ଷଶତ୍ରୁତା ସାମୟିକବାଧା ସୃଷ୍ଟି କରିବାର ଆଶଙ୍କାରହିଛି !!ଜୟଜଗନ୍ନାଥ,ଜୟ ସୋମନାଥ ,ଜୟ ମାଯୋଗମାୟା!!
ଆଜିର ରାଶିଫଳ
Prev Post
Next Post