ନଭେମ୍ବରମାସ ୦୮ତାରିଖ୨୦୨୪ ମସିହା(ଶୁକ୍ରବାର) କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି-ସପ୍ତମୀ ରାତ୍ରି ଘ ୧୧/୫୬ଗତେ ଅଷ୍ଟମୀ,ନକ୍ଷତ୍ର- ଉତ୍ତରାଷାଢ଼ା ଦିବାଘ ୧୨/୪୪ଗତେ ଶ୍ରବଣା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୪୬,
ଯୋଗିନୀ ବାୟବ୍ୟେ ରାତ୍ରି ଘ୧୧/୫୬ଗତେ ଐଶାନ୍ୟେ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/ ୫୪ ଗତେ ଘ୧୧/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୪୫ ମଧ୍ୟେ ଓ ଘ୦୭/୩୨ଗତେ ଘ୦୯/୫୩ ମଧ୍ୟେ ଓ ଘ୧୨/୨୦ ଗତେ ଘ୦୩/୩୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ତାଳଭକ୍ଷଣ ନିଷେଧ।
ମେଷ👉ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ ।କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ।ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ ।ହୃତଧନ ଫେରିପାଇବେ । ଆୟଅପେକ୍ଷା ବ୍ୟୟ କମ୍ ରହିବ ।ଋଣମୁକ୍ତ ହେବା ପାଇଁ ଚେଷ୍ଟାକରିବେ ।ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ବୃଷ👉 ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ ।ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ।କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ ।ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ମନୋନିବେଶ କରିବେ ।ମହିଳାମାନେ ସଞ୍ଚୟ କରିବେ ।
ମିଥୁନ👉କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।
କର୍କଟ👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।
ସିଂହ👉 ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟା 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହୋଗ କରିବେ । ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ । ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
ତୁଳା👉କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍ରେ ଚାଲିବ ଓ ଆୟ ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକ ର୍କ୍ୟାରେ ଆଗ୍ରହୀ ହେବେ
ବିଛା👉ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
ଧନୁ👉 ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
ମକର 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।
କୁମ୍ଭ👉ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି ।କର୍ମପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ ।ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।
ମୀନ👉 ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନ ପ୍ରାପ୍ତି ହେବ ।ଯଶ,ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ ।ବାଣିଜ୍ୟ,ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପାରହିବ ।ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତାଲାଭ କରିବେ ।
ଡାଳିମ୍ବ ଚୋପାର ସ୍ୱାସ୍ଥ୍ୟପକାରୀ ଗୁଣ ……
ଡାଳିମ୍ବର ଉପକାରିତା ସଂପର୍କରେ ଆମ ସମସ୍ତଙ୍କୁ ତଜଣା ହେଲେ, ଆଜି ଜାଣିବା ତାଚୋପାର ଫାଇଦା ବିଷୟରେ । ଯଦି ଜାଣିବେ,ତେବେ ତାଚୋପାକୁ ଆଉ ଫିଙ୍ଗିବେନାହିଁ । ଡାଳିମ୍ବଚୋପା ଆମର କି ଉପକାର କରିଥାଏ ।ଡାଳିମ୍ବଚୋପାରେ ଫଳଠାରୁ ମଧ୍ୟ ଅଧିକ ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ।ଏହି ହୃଦ୍ଜନିତରୋଗ ଓ କର୍କଟରୋଗରୁ ମୁକ୍ତି ଦେଇପାରେବୋଲି କୁହାଯାଏ।ଡାଳିମ୍ବଚୋପାରେ ଯେତିକି ଭିଟାମିନ୍ ଅଛିସମାନପରିମାଣରେ ଭିଟାମିନ୍ ଏହାରଦାନାରେ ରହିଛି ।ଏଣୁ ଡାଳିମ୍ବଚୋପାକୁ ନଫୋପାଡି ସେଥିରେ ଚାତିଆରିକରି ପିଅନ୍ତୁ, ଲାଭମିଳିବ ।
ଡାଳିମ୍ବଚୋପାକୁ ବ୍ୟବହାରକଲେ ସନଟ୍ୟାନ ବା (କଳାପ୍ୟାଚ)କୁ ମଧ୍ୟ ଅପସାରଣ କରିଥାଏ ।ଏଥିପାଇଁ ଡାଳିମ୍ବଚୋପାକୁ ଶୁଖାଇ ତାରଗୁଣ୍ଡ ପ୍ରସ୍ତୁତକରନ୍ତୁ ଏହାର ଶୁଖିଲାପାଉଡରକୁ ଆପଣଙ୍କର ଲୋସନ କିମ୍ବା କ୍ରିମ୍ ସହିତ ମିଶାନ୍ତୁ ଏବଂ ଘରୁ ବାହାରିବାର ୨୦ମିନିଟ୍ ପୂର୍ବରୁ ଏହାକୁ ଲଗାନ୍ତୁ ।ଡାଳିମ୍ବଚୋପା ସୂର୍ଯ୍ୟ-ଅତି ବାଇଗଣୀରଶ୍ମି ଏଜେଣ୍ଟ ଧାରଣ କରିଥାଏ ।ଏହା ଆପଣଙ୍କଚର୍ମକୁ କ୍ଷତିକାରକ ୟୁଭିଏ କିରଣରୁ ରକ୍ଷା କରେ,ଏହାଦ୍ୱାରା ଚର୍ମକର୍କଟ ହେବାର ଆଶଙ୍କା କମିଯାଏ !!ଜୟ ଜଗନ୍ନାଥ, ଜୟସୋମନାଥ, ଜୟମାଯୋଗମାୟା!!