ଆଜିର ରାଶିଫଳ

ସକାଳେ ଖାଲିପେଟରେ ପିଉଛନ୍ତି କି ଜୁଆଣି ପାଣି ?

ନଭେମ୍ବରମାସ ୦୩ତାରିଖ ୨୦୨୪ମସିହା(ରବିବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ଦ୍ଵିତୀୟା ରାତ୍ରି ଘ ୦୯/୫୦ ଗତେ ତୃତୀୟା ,ନକ୍ଷତ୍ର- ବିଶାଖା ପ୍ରାତଃ ଘ ୦୬/୩୦ ଗତେ ଅନୁରାଧା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୫୬ ,ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୫୦ ଗତେ ଆଗ୍ନିକୋଣେ ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମେଷରାଶି ର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୦୪ ଗତେ ଘ୧୨/୫୫ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୪୪ ଗତେ ଘ ୦୯/୦୭ ମଧ୍ୟେ ଓ ଘ୧୨/୫୬ ଗତେ ଘ୦୩/୩୧ ମଧ୍ୟେ ଓରାତ୍ରି ଘ୦୭/୩୧ ଗତେ ଘ୦୯/୦୭ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୮ ଗତେ ଘ୦୫/୦୮ ମଧ୍ୟେ ,ଅଦ୍ୟ ପାଣିକଖାରୁ ବୋଇତି କଖାରୁ ଭକ୍ଷଣ ନିଷେଧ
ମେଷ:-ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
ସିଂହ;-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:-କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍ଫୁ ଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

ସକାଳେ ଖାଲିପେଟରେ ପିଉଛନ୍ତି କି ଜୁଆଣି ପାଣି ?
ଲୋକମାନେ ପର୍ବପର୍ବାଣି ସମୟରେ ପ୍ରାୟତଃ ଅଧିକ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାନ୍ତିଯେ ,ସେମାନେ ପର୍ବପର୍ବାଣିଦିନରେ ପେଟବ୍ୟଥା କିମ୍ବା ଗ୍ୟାସ୍,ଏସିଡ଼ିଟି ଏବଂ ବ୍ଲୋଟିଂ ଆରମ୍ଭ ହୋଇଥାଏ ।ଆଜିଠାରୁ, ସକାଳେ କ୍ଷୀରଚା ପିଇବା ପରିବର୍ତ୍ତେ ଲଗାତାର ୨ଦିନ ଜୁଆଣିଚା ପିଅନ୍ତୁ ।ଏହା ଆପଣଙ୍କ ଶରୀର ଏବଂ ପେଟକୁ ଅନେକଲାଭ ଦେଇଥାଏ । ଜୁଆଣିଚା ପିଇବାଦ୍ୱାରା ଗ୍ୟାସ୍, ଏସିଡିଟି,ହୃଦଘାତ ଏବଂ ବ୍ଲୋଟିଂ ଭଳି ଅନେକରୋଗ ଭଲ ହୋଇଯିବ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିବ ।ତେବେ ଆସନ୍ତୁ ଜୁଆଣିପାଣି କିପରି ତିଆରିକରିବେ, ଏବଂ ଏହାକୁ କିପରି ପିଇବେ ଜାଣନ୍ତୁ?
ଜୁଆଣିପାଣି କିପରି ତିଆରି କରିବେ:-
ଏଥିପାଇଁ ୧ଗ୍ଲାସ ପାଣିରେ ୧ଚାମଚ ଜୁଆଣି ମିଶାଇ ରାତିସାରା ଭିଜାଇ ଦିଅନ୍ତୁ ।ସକାଳେ ଏହି ପାଣିକୁ ଜୁଆଣି ସହିତ ହି ଫୁଟାନ୍ତୁ କିମ୍ବା ଏହାକୁ ସାମାନ୍ୟଗରମ କରନ୍ତୁ । ବର୍ତ୍ତମାନ ଏହାକୁ ଛାଣିଦେଇ ଏହି ଉଷୁମପାଣିପିଅନ୍ତୁ ।ଆପଣଙ୍କୁ ଏହି ପାଣି ସକାଳେ ଖାଲିପେଟରେ ପିଇ ବାକୁ ପିଅନ୍ତୁ ।ପ୍ରାୟ୩୦ମିନିଟ୍ ପାଇଁ ଅନ୍ୟକିଛି ଖାଦ୍ୟ ଖାଆନ୍ତୁନାହିଁ ।
-:ଜୁଆଣି ପାଣି ପିଇବାର ଲାଭ:-
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ- ଜୁଆଣିପାଣି ପିଇବାଦ୍ୱାରା ମେଦବହୁଳତା କମିଯାଏ ।ଏହା ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରେ ଏବଂ ଓଜନହ୍ରାସ କରିବାରେ ସାହାଯ୍ୟ କରେ ।ପର୍ବପର୍ବାଣି ପୂର୍ବରୁ ଜୁଆଣିପାଣି ପିଇଲେ ଆପଣଙ୍କ ପେଟ ସୁସ୍ଥ ରହିବ ଏବଂ କିଛି ଓଜନ ମଧ୍ୟ କମିଯିବ ।
ଗ୍ୟାସରୁ ମୁକ୍ତି- ଯେଉଁମାନଙ୍କର ଗ୍ୟାସ ଏବଂ ଏସିଡିଟି ସମସ୍ୟା ରହିଛି ସେମାନେ ସକାଳେ ଜୁଆଣି ପାଣିପିଇବା ଆବଶ୍ୟକ ।ଜୁଆଣି ପାଣି ପିଇବାଦ୍ୱାରା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବ ।ଜୁଆଣିରେ ମିଳୁଥିବା ପୋଷକ ତତ୍ତ୍ୱ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ କୋଷ୍ଠ କାଠିନ୍ୟରୁ ମୁକ୍ତି ଦେଇଥାଏ ।
ଆଜମା ରୋଗରେ ଉପକାରୀ-ଏହି ଋତୁରେ ଲୋକମାନେ ପର୍ବପର୍ବାଣି ସମୟରେ ପ୍ରାୟତଃ ଅସୁସ୍ଥ ହୋଇଯାଆନ୍ତି ।ଏପରି ପରିସ୍ଥିତି ରେ,ଜୁଆଣିପାଣି ଆପଣଙ୍କୁ ଶ୍ୱାସ, ଗଳା ଏବଂ ନାକସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ ।ଜୁଆଣିର ପ୍ରକୃତି ଗରମ ହୋଇଥାଏ ଯାହା ଆସ୍ଥମା ରୋଗୀଙ୍କପାଇଁ ଏକ ଔଷଧଭାବରେ କାମକରେ। !!ଜୟଜଗନ୍ନାଥ,ଜୟସୋମନାଥ, ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.