ଆଜିର ରାଶିଫଳ

ଜାଣନ୍ତୁ ଦୀପାବଳିରେ ପ୍ରତୀକର ମହତ୍ତ୍ବ.....

ନଭେମ୍ବରମାସ ୦୧ତାରିଖ ୨୦୨୪ ମସିହା(ଶୁକ୍ରବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ସନ୍ଧ୍ୟା ଘ ୦୫/୫୬ ଗତେ ପ୍ରତିପଦ,ନକ୍ଷତ୍ର- ସ୍ୱାତି ରାତ୍ରି ଘ୦୩/୫୯ ଗତେ ବିଶାଖା,ଅଦ୍ୟ ଦୀପାବଳୀ ଓ ପୟାଶ୍ରାଦ୍ଧ,
ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୪୬,ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୫/୫୬ଗତେ ପୂର୍ବେ,ଅମାବାସ୍ୟାର ସାମ୍ବଛରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ବିଛା,ଧନୁ ଓ ମୀନ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/୪୩ଗତେ ଘ୧୧/୩୪ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୪୨ମଧ୍ୟେ ଓ ଘ୦୭/୩୦ ଗତେ ଘ ୦୮/୪୨ ମଧ୍ୟେ ଓ ଘ୦୩/୨୯ ଗତେ ଘ୦୪/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ଆମିଷ ସନ୍ଧ୍ୟା ଘ୦୫/୫୬ଗତେ ପାଣିକଖାରୁଭକ୍ଷଣ ନିଷେଧ।
ମେଷ👉ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ।ବକେୟାଅର୍ଥ ଲାଭ, ଶାରୀରିକ ସୁସ୍ଥତା,ବନ୍ଧୁଙ୍କପରାମର୍ଶ କାମକୁ ଆସିବ।ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତାମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତକଥା କହି ବିବାଦଭିତରକୁ ପଶିଯାଇ ପାରନ୍ତି।
ବୃଷ👉ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ।ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ବୁଝିବେ।ବାରମ୍ବାର ଚେଷ୍ଟା ବିଫଳତାଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ।ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ👉ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନହେବା କାରଣରୁ ସମସ୍ୟା ଉପୁଜି ପାରେ।ବିଭିନ୍ନପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି।ନିକଟସ୍ଥ ଜଣାଶୁଣା ବ୍ୟକ୍ତିମାନଙ୍କଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ👉ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ।ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥହେବେ ।ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭଖବର ଶୁଣି ଖୁସି ହେବେ।
ସିଂହ👉ଆଜି ଯେତେପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେନାହିଁ ବରଂ ଓଲଟି ନିନ୍ଦାଗାନ କରିବେ।ଘରେ ବନ୍ଧୁମିଳନ ଓ ନୂତନଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ।ମାଲିମକଦ୍ଦମା,ଜମିଜମାସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା👉ଆଜି ଅର୍ଥ,ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲହେବ।ବହୁଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜିଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ।ଆଗାମୀ ମାଙ୍ଗଳିକକାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣାଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା👉ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।ଫଳରେ ଯାହା କଲେ ମଧ୍ୟ କୌଣସିକାମ ସ୍ଥଗିତ ରହିବନାହିଁ।କିନ୍ତୁ ମାନସିକ ଅଶାନ୍ତି ଲାଗିରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ।ଅବଶ୍ୟ ମାଲିମକଦ୍ଦମା ରେ ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା👉ଆଜି ମନ ଖୁସିରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ ।ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା,କଳାକ୍ଷେତ୍ରରେ ସମସ୍ୟାର ସରଳସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ👉ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ।ତେଣୁ ମନ ଖୁସିରେ ରହି ପାରିବେନାହିଁ।ଶିଳ୍ପ,ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ।ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର👉ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇ ପାରନ୍ତି ।ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣକଥାକୁ ନେଇ ସମ୍ପର୍କୀୟମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ।ବିଳାସ ବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତିପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟାଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାରସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ👉 ଆଜି ବାଣିଜ୍ୟ, ବ୍ୟବସାୟ,ମାଲିମକଦ୍ଦମା ରେ ସଫଳତା ପାଇବେ।କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗିରହିବ।କଳା, ପ୍ରଶାସନ ଓ ରାଜନୈତିକକ୍ଷେତ୍ରରେ ସ୍ଥିତିକୁସୁଦୃଢ଼ ରଖିବାରେ ସମର୍ଥ ହେବେ।

ଜାଣନ୍ତୁ ଦୀପାବଳିରେ ପ୍ରତୀକର ମହତ୍ତ୍ବ…..
ଆଲୋକ ଓ ଆନନ୍ଦରପର୍ବ ଦୀପାବଳି ଆଗମନରେ ପୂରାପରିବେଶ ବଦଳିଯାଇଥାଏ।ଏହି ଅବସରରେ ଲକ୍ଷ୍ମୀ,ଗଣେଶ,ପଦ୍ମଫୁଲ,ସ୍ବସ୍ତିକ ଆଦି ପ୍ରତୀକ ସାମ୍ନାକୁ ଆସେ। ଏହାର ମହତ୍ତ୍ବ ମଧ୍ୟ ଢେରରହିଛି।
ଲକ୍ଷ୍ମୀ-ଗଣେଶ:-ଧନ,ଐଶ୍ବର୍ଯ୍ୟରଦେବୀ ମାଲକ୍ଷ୍ମୀ ହୋଇଥିବାବେଳେ ଶାନ୍ତିର ଦେବତା ହେଲେ ଗଣେଶ। ସେହିପରି ଯେଉଁଠି ଶାନ୍ତିଥାଏ,ସେଠାରେ ଧନଦେବୀ ଲକ୍ଷ୍ମୀ ବାସକରନ୍ତି।ସେଥିପାଇଁ ଦୀପାବଳିରେ ଗଣେଶ ଓ ଲକ୍ଷ୍ମୀଙ୍କ ଆରାଧନାଦ୍ବାରା ଶାନ୍ତି,ଧନ,ବୈଭବକୁ ଆମନ୍ତ୍ରଣ କରାଯାଏ।
ପଦ୍ମଫୁଲ:-ପଦ୍ମପୁଷ୍ପ ମାଲକ୍ଷ୍ମୀଙ୍କ ପ୍ରିୟ। ମାଲକ୍ଷ୍ମୀଙ୍କ ପ୍ରସନ୍ନତାପ୍ରାପ୍ତ ପାଇଁ ଏହାକୁ ଅର୍ପଣକରିବା ଉଚିତ।ଯେମିତି ପଦ୍ମଫୁଲପଙ୍କରେ ଉଠି ମଧ୍ୟ ନିଜପ୍ରତି ଆକର୍ଷିତକରେ, ଠିକ୍‌ ସେହିପରି ଲୋକଙ୍କୁ ମଧ୍ୟ ନିଜସୁକର୍ମଦ୍ବାରା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ଏହା ଇଙ୍ଗିତ କରେ।
ସ୍ବସ୍ତିକ ଏବଂ ଶୁଭଲାଭ:-ସ୍ବସ୍ତିକରଅର୍ଥ ଶୁଭ,ମଙ୍ଗଳ ତଥା କଲ୍ୟାଣ।ସ୍ବସ୍ତିକ ଦେବତାଙ୍କପ୍ରତୀକ।ତେଣୁ ସମସ୍ତ ଶାସ୍ତ୍ରରେ ସ୍ବସ୍ତିକକୁ ଶୁଭଙ୍କର ଓ ସକାରାତ୍ମକ ଶକ୍ତିଭାବେ ବିବେଚନା କରାଯାଏ।ଏଣୁ ଏମିତି କୌଣସି ମାଙ୍ଗଳିକକାର୍ଯ୍ୟ ନାହିଁ, ସ୍ବସ୍ତିକଚିହ୍ନ ବିନା ପୂରଣହୁଏ।ଅନ୍ୟପଟେ ଘରେ ଶୁଭଲାଭ ଲେଖିବା ଦ୍ବାରା ଘରେ ସମୃଦ୍ଧି ଓ ଧନଧାନ୍ୟ ବୃଦ୍ଧି ହୋଇଥାଏ।
ଶ୍ରୀ ଏବଂ ଓମ୍‌:-ସନାତନ ଧର୍ମରେ ଶ୍ରୀ ଏବଂ ଓମ୍‌ ଶବ୍ଦରମହତ୍ତ୍ବ ଖୁବ୍ ବେଶି।ଓମ୍‌ ଉଚ୍ଚାରଣରେ ଆତ୍ମିକ ବଳପ୍ରାପ୍ତ ହୁଏ।ଏହାର ଉଚ୍ଚାରଣଦ୍ବାରା ଜୀବନଶକ୍ତି ଊର୍ଦ୍ଧ୍ବମୁଖୀ ହୋଇଥାଏ।ଏଣୁ ଘରର ମୁଖ୍ୟଦ୍ବାରରେ ଶ୍ରୀ ଓ ଓମ୍‌ ଶବ୍ଦ ଲେଖାଯାଏ।ଶ୍ରୀଶବ୍ଦର ସମ୍ବନ୍ଧ ମା’ ଲକ୍ଷ୍ମୀଙ୍କ ସହ ଜଡ଼ିତ।ଏହାରଅର୍ଥ ଶୁଭତା, ଧନ, ସମ୍ପତ୍ତି, ଐଶ୍ବର୍ଯ୍ୟ।
ଦୀପ:-ଆଲୋକ ଓ ଜ୍ଞାନରପ୍ରତୀକ ଦୀପ।ଦୀପର ସତ୍ୟତା ଏହାର ସ୍ବରୂପରେହିଁ ଅଛି।ଦୀପମାଟିର ହୋଇଥିଲେ ହେଁ ଏହାରଜ୍ୟୋତି ଅମୃତମୟ।ତେବେ ଦୀପଭଳି ମଣିଷଶରୀର।ଅର୍ଥାତ୍ ମଣିଷଶରୀର ମାଟିଦୀପରେ ଜଳୁଥିବା ଅମୃତରଜ୍ୟୋତି।ସେହିପରି ଦୀପ ପ୍ରଜ୍ବଳନରେ ଅଜ୍ଞାନରୂପୀ ଅନ୍ଧକାର ଦୂରହୁଏ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.