ଆଜିର ରାଶିଫଳ

କେବେ ପାଳିବେ ଦୀପାବଳୀ?

0 5

ଅକ୍ଟୋବରମାସ ୩୧ତାରିଖ ୨୦୨୪ ମସିହା(ଗୁରୁ ବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ ୦୩/୩୨ ଗତେ ଅମାବାସ୍ୟା,ନକ୍ଷତ୍ର- ଚିତ୍ରା ଦିବା ଘ୦୧/୧୦ ଗତେ ସ୍ୱାତି,ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୨୬,
ଯୋଗିନୀ ପଶ୍ଚିମେ ଦିବା ଘ୦୩/୩୨ ଗତେ ଐଶାନ୍ୟେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,
ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୧୬ ଗତେ ଘ୦୫/୦ ୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୩୦ମଧ୍ୟେ ଓ ଘ୦୧/୫୩ଗତେ ଘ ୦୨/୧୫ମଧ୍ୟେ ଓ ରାତ୍ରି ଘ୦୫/୫୬ ଗତେ ଘ୦୯/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ବିରି ଦିବା ଘ୦୩/୩୨ ଗତେ ଆମିଷ ଭକ୍ଷଣ ନିଷେଧ।
ମେଷ:- ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ।କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ।ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:-ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ।ସନ୍ତାନଙ୍କ ପକ୍ଷରୁ କୌଣସି ଖୁସିଖବର ପାଇବେ।ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀକାମ ସମାପ୍ତ କରିବାରେ ସଫଳ ହେବେ।ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ।ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାରକରିବେ।ସାମାଜିକକାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହକରିବେ।ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କମନ ପ୍ରସନ୍ନ ରହିବ।ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତାମିଳିବ।ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବାବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ।ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:-ଆର୍ଥିକଲାଭ ପାଇଁ ସୁନ୍ଦର ଦିନଟିଏ।ନୂଆ ପରିଯୋଜନାରେ କାମ କରିବେ।ଆପଣଙ୍କ କାମରେ ସବୁ ଲୋକ ଖୁସିରହିବେ।ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭହେବ।ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:-କାମଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁରଲାଭ ମିଳିବ। ଖେଳାଳିମାନେ ସୁନାମଅର୍ଜନ କରିବେ।ସନ୍ତାନ ଆପଣଙ୍କୁ କୌଣସି ଭଲଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କଲାଗି ବଢ଼ିଆ ସାବ୍ୟସ୍ତ ହେବ।ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ।ପଇସା ଚିନ୍ତା ଦୂରହେବ।କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ।ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ।ପ୍ରିୟବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର:-ଆପଣଙ୍କ ମନୋବଳ ଦୃଢ଼ ରହିବ।ଆପଣଙ୍କ ର କୌଣସି କାମ ବାଧାପ୍ରାପ୍ତ ହେବନାହିଁ।ରାଜନୀତି କ୍ଷେତ୍ରରେଥିବା ବ୍ୟକ୍ତିବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ।ପରିବାରସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀକାମରେ ଭାଇ ଭଉଣୀଙ୍କ ସହଯୋଗପ୍ରାପ୍ତ ହେବ।ବ୍ୟବସାୟକୁ ନେଇ ଭଲସଉଦା ହେବାର ସମ୍ଭାବନା। ପ୍ରିୟତମ ଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କ ପାଇଁ ଉତ୍‌ଥାନପତନ ଲାଗି ରହିବ।ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ।ପିଲାଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ।ବୈବାହିକ ଜୀବନ ଖୁସିରେ ଭରା ରହିବ।

ଆଉ କିଛି ସମୟ ପରେ ଆଲୋକରପର୍ବ ଦୀପାବଳି । ଭାରତରେ ଅଧିକ ମାତ୍ରରେ ସେଲିବ୍ରେସନ ହେଉଥିବାପର୍ବ ମଧ୍ୟରୁ ଦୀପାବଳି ଅନ୍ୟତମ ।ଜୀବନ ର ଅନ୍ଧକାରକୁ ଦୂରକରି ଆଲୋକ ଭରିଥାଏଦୀପାବଳି ।ଯେତେବେଳେ ରାମସୀତା ଏବଂ ଲକ୍ଷ୍ମଙ୍କ ସହିତ ୧୪ବର୍ଷ ପରେ ଅଯୋଧ୍ୟା ଫେରିଥିଲେ, ସେତେବେଳେ ଦୀପାବଳି ଆରମ୍ଭ ହୋଇଥିଲା ।ପଞ୍ଚାଙ୍ଗଅନୁସାରେ, ଦୀପାବଳି କାର୍ତ୍ତିକମାସର ୧୫ଦିନପରେ ଅମବାସ୍ୟା ତିଥିରେ ହୋଇଥାଏ ।ତେବେ ବର୍ତ୍ତମାନସମୟରେ ଅମବାସ୍ୟା ଦୁଇଦିନ ରହିଥିବାରୁ କେବେ ପାଳିବେ ସେନେଇ ସମସ୍ତେ ଦ୍ବନ୍ଦରେ ରହିଛନ୍ତି ।୩୧ଏବଂ ୧ତାରିଖ ଦୁଇଦିନ ରହିଥିବାରୁ ଶ୍ରାଦ୍ଧ କେବେହେବ ତାନେଇ ସମସ୍ତେ ଚିନ୍ତାରେ ।ତେବେ କିଛି ପଣ୍ଡିତଙ୍କର କହିବା ଅନୁସାରେ, ପ୍ରଦୋଷ ଥିବାଦିନ ଦୀପାବଳି ପାଳନ କରିବା ଉଚିତ ।କିନ୍ତୁ ଚଳିତବର୍ଷ ୩୧ ଏବଂ ୧ ଦୁଇଦିନ ରହିଛି ପ୍ରଦୋଷ ।କିନ୍ତୁ ୧ତାରିଖରେ ପ୍ରଦୋଷ ପୂର୍ଣ୍ଣନଥିବା କାରଣରୁ ୩୧ ତାରିଖଦିନ ୩ଟା ୫୨ ମିନିଟରୁ ୧ତାରିଖସନ୍ଧ୍ୟା ୬ଟା୧୬ପର୍ଯ୍ୟନ୍ତ କରି ପାରିବେ ।୧ତାରିଖ ରାତିରେ ପୂର୍ଣ୍ଣଅମବାସ୍ୟା ନାହିଁ ।ଅମବାସ୍ୟା ଶେଷହୋଇ ପ୍ରକିପଦା ଆରମ୍ଭହେଉଛି ।ଯେଉଁମାନେ ୩୧ତାରିଖରେ କରିବାପାଇଁ ଚାହୁଁଛନ୍ତି ସେମାନେ ଶ୍ରାଦ୍ଧସହିତ ଦୀପାବଳି ମଧ୍ୟ ସେଲିବ୍ରେସନ କରିପାରିବେ ।କିନ୍ତୁ ୧ତାରିଖରେ ଅମବାସ୍ୟା କମ୍ ସମୟ ରହିଥିବା କାରଣରୁ ଶ୍ରାଦ୍ଧ ହୋଇପାରିବନାହିଁ 
କାଳୀପୂଜା-ଦୀପାବଳୀ- ଦୀପାବଳୀ ଅମାବାସ୍ୟା ପାଳନନେଇ ଦ୍ୱନ୍ଦ୍ୱ  ଦେଖାଦେଇଥିବାବେଳେ ବିଭିନ୍ନ ପାଞ୍ଜିରେ ଭିନ୍ନଭିନ୍ନ ଦିନ ଧାର୍ଯ୍ୟହୋଇଛି ।ଅକ୍ଟୋବର ୩୧ତାରିଖଦିନ ରାତିରେ ଶ୍ୟାମାକାଳୀପୂଜା ଓ ନଭେମ୍ବର ୧ତାରିଖଦିନ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ ।ସାଧାରଣତଃ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ ।ଅକ୍ଟୋବର ୩୧ଅପରାହ୍ନ ସମୟରେ ଅମାବାସ୍ୟା ରହୁଥିଲେ ହେଁ ପ୍ରତ୍ୟୁଷସମୟକୁ ଅମାବାସ୍ୟା ରହୁନ ଥିବାରୁ ସେହିଦିନ କେବଳ ଶ୍ୟାମାକାଳୀପୂଜା ଅନୁଷ୍ଠିତହେବ।ତେବେ ନଭେମ୍ବର ୧ତାରିଖଦିନ ଉଭୟ ପ୍ରତ୍ୟୁଷ ଓ ପ୍ରଦୋଷସମୟକୁ ଅମାବାସ୍ୟା ରହୁଥିବାରୁ ନଭେମ୍ବର ୧ତାରିଖରେ ହିଁ ପାଳନୀୟ ହେବ , ଇଂ ତା୩୧.୧୦.୨୦୨୪ରିଖ ଅର୍ଦ୍ଧରାତ୍ରେ କାଳୀପୂଜା ରାଜ୍ୟରେ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବବୋଲି ପାଞ୍ଜିସମୀକ୍ଷକ କହିଛନ୍ତି ।
ଦୀପାବଲ୍ୟୁତ୍ସବକୁ ଯେବେ ଚତୁର୍ଦ୍ଦଶୀ ୟୁକ୍ତ ଅମାବାସ୍ୟା ରୁହେ ସେହି ରାତ୍ରିକୁ କାଳରାତ୍ରି କୁହାଯାଏ ଏବଂ ଏହି ରାତ୍ରି କାଳୀ ଏବଂ ତାରାଙ୍କର ଅତି ପ୍ରିୟ ।ଅମାବାସ୍ୟା ଅର୍ଦ୍ଧରାତ୍ରରେ ମହାଘୋରା ମହାଉଗ୍ରାକାଳୀ କୋଟି କୋଟି ଯୋଗିନୀଗଣ ସହ ଆବିର୍ଭୂତା ।ଅତଏବ ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟା ଇଂ ତା୩୧.୧୦. ୨୦୨୪ରିଖ ଅର୍ଦ୍ଧରାତ୍ର ବ୍ୟାପିନୀ ରହୁଥିବାରୁ ଏହି ଦିନ ଅର୍ଦ୍ଧରାତ୍ରରେ କାଳୀକୁଳରେ ଅଭିଷିକ୍ତ ସାଧକଗଣ କାଳୀପୂଜା କରିବେ ।
ସୂର୍ଯ୍ୟ ତୁଳାରାଶିକୁ ଆଗମନ ପରେ ଯେଉଁ ଅମାବାସ୍ୟା ତିଥି ହୁଏ, ସେହି ଦିନ ଉପାସ୍ତ(ପ୍ରଦୋଷ) ସମୟରେ ଅତି ଶୁଚିତାର ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ଉଚିତ୍ ।ଏହି ଉପାସ୍ତ(ପ୍ରଦୋଷ) ସମୟର ୬ ଗୋଟି ଭେଦ ଉତ୍ପନ୍ନ ହେଉଛି । ସେଗୁଡିକ ହେଉଛି-
୧. ପୂର୍ବଦିନ ହିଁ କେବଳ ପ୍ରଦୋଷକାଳକୁ ଅମାବାସ୍ୟା ବ୍ୟାପ୍ତ ରହିବା ।
୨. ପରଦିନ ହିଁ କେବଳ ପ୍ରଦୋଷକାଳକୁ ଅମାବାସ୍ୟା ବ୍ୟାପ୍ତ ରହିବା ।
୩. ଉଭୟଦିନ ପ୍ରଦୋଷକାଳକୁ ଅମାବାସ୍ୟା ବ୍ୟାପ୍ତ ରହିବା ।
୪. ଉଭୟଦିନ ପ୍ରଦୋଷକାଳକୁ ଅମାବାସ୍ୟା ବ୍ୟାପ୍ତ ନ ରହିବା ।
୫. ଉଭୟଦିନ ପ୍ରଦୋଷକାଳକୁ ଅମାବାସ୍ୟା କେବଳ ଏକାଂଶ ସମଭାବେ ବ୍ୟାପ୍ତ ରହିବା ।
୬. ଉଭୟଦିନ ପ୍ରଦୋଷକାଳକୁ ଅମାବାସ୍ୟା ଏକାଂଶ ମଧ୍ୟ ବିଷମଭାବେ ବ୍ୟାପ୍ତ ରହିବା ।ଏହି ଛଅପ୍ରକାର ଭେଦମଧ୍ୟରେ ପ୍ରଥମଦୁଇଟିରେ କୌଣସି ସନ୍ଦେହ ଉତ୍ପନ୍ନହୁଏନାହିଁ ।ତଥା ଶେଷଚାରିଟି ରେ ଦ୍ଵନ୍ଦ ଉତ୍ପନ୍ନହୁଏ ।ଏସମସ୍ତ ଦ୍ୱନ୍ଦର ନିବୃତ୍ତି ନିମନ୍ତେ ଶାସ୍ତ୍ରପ୍ରମାଣ ହିଁ ଗ୍ରହଣକରିବା ଉଚିତ୍ ।
•ଶାସ୍ତ୍ର ପ୍ରମାଣ•
ଦୀପଦ୍ୱାରା ନିରାଜନ କାରଣରୁ ଏହାକୁ ଦୀପାବଳି କୁହାଯାଏ ।ସେହିଦିନ ବୃଦ୍ଧ ବାଳୁତ ଏବଂ ଆତୁର ଜନ ଭିନ୍ନ ଅନ୍ୟମାନେ ଉପବାସ ରହିବା ଉଚିତ୍ ଏବଂ ପ୍ରଦେଷସମୟରେ କ୍ରମପୂର୍ବକ ଲକ୍ଷ୍ମୀଙ୍କର ପୂଜା ରିବା ଉଚିତ୍ ଏବଂ ଦେବାଦେବୀମାନଙ୍କ ମନ୍ଦିରରେ ମଧ୍ୟ ଦୀପାଦି ଦେବା ଉଚିତ୍ ।ଏହିପରି ଅମାବାସ୍ୟାର ପ୍ରଭାତସମୟରେ ଦହି,କ୍ଷୀର ଏବଂ ଘୃତାଦିରେ ପାର୍ବଣଶ୍ରାଦ୍ଧ କରିବା ଉଚିତ୍ ତଥା ପ୍ରଦୋଷରେ ସିତବସ୍ତ୍ରାଦିରେ ଅଳଂକୃତ ହୋଇ ଦୀପଦାନ ସହ ୟଥାବିଧି ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ୍ ।ତୁଳାରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନ ସମୟରେ ଚତୁର୍ଦ୍ଦଶୀ ଏବଂ ଅମାବାସ୍ୟାଦିନ ପ୍ରଦୋଷସମୟରେ ମନୁଷ୍ୟମାନେ ହାତରେ ଉଲ୍କା ଧରି ପିତୃପୁରୁଷଙ୍କୁ ମାର୍ଗ ଦେଖାଇବା ଉଚିତ୍ ।ଦୁଇଦିନ ପ୍ରଦୋଷକୁ ଅମାବାସ୍ୟାବ୍ୟାପ୍ତ ଥିଲେ ପରଦିନ ହିଁ ଗ୍ରହଣ କରିବା ଉଚିତ୍ ।ଯଦି ପରଦିନ ରାତ୍ରିକୁ ଏକଦଣ୍ଡ ମଧ୍ୟ ଅମାବାସ୍ୟାସ୍ପର୍ଶ କରୁଛି ତେବେ ଅମାବାସ୍ୟା ପରଦିନକୁ ହିଁ ଗ୍ରହଣକରିବା ଉଚିତ୍ ।ତଥା ପ୍ରଥମଦିନକୁ ତ୍ୟାଗକରି ପରଦିନ ସୁଖରାତ୍ରିରେ କରିବା ଉଚିତ୍ ।
ଅଜ୍ଞାନତାର ସହ ମଧ୍ୟ ଯଦି କେହି ଚତୁର୍ଦ୍ଦଶୀରେ ଉଲ୍‌କା ଗ୍ରହଣ କରନ୍ତି ସେମାନଙ୍କର ପିତୃପୁରୁଷମାନେ ନିରାଶ ହୋଇ ନିର୍ଦୟଭାବେ ଅଭିଶାପ ଦେଇ ଚାଲିଯାଆନ୍ତି ।ଅର୍ଦ୍ଧରାତ୍ରିସମୟରେ ଲକ୍ଷ୍ମୀଦେବୀ ଆଶ୍ରିତମାନଙ୍କଗୃହକୁ ଯିବାନିମନ୍ତେ ଭ୍ରମଣକରନ୍ତି ।ତେଣୁ ମନୁଷ୍ୟମାନେ ଶୁକ୍ଳବସ୍ତ୍ରାଳଙ୍କାର ଚନ୍ଦନ ପୁଷ୍ପାଦିରେ ସୁଅଳଙ୍କୃତ ହୋଇ ଦୀପାଦିପ୍ରଜ୍ୱଳନ ପୂର୍ବକ ଜାଗ୍ରତ ରହିବା ଉଚିତ୍ ।ବ୍ରହ୍ମପୁରାଣାନୁସାରେ ପ୍ରଦୋଷ ଏବଂ ଅର୍ଦ୍ଧରାତ୍ର ବ୍ୟାପିନୀତିଥି ମୁଖ୍ୟ ଅଟେ ।ଯଦି ପ୍ରଦୋଷ ଅଥବା ଅର୍ଦ୍ଧରାତ୍ର ଉଭୟରୁ କୌଣସି ଗୋଟିଏ ହିଁ ବ୍ୟାପ୍ତ ତେବେ ପରଦିନହିଁ ଗ୍ରହଣକରିବା ଉଚିତ୍ ।ପ୍ରଦୋଷ ମୁଖ୍ୟଅଟେ ଏବଂ ଅର୍ଦ୍ଧରାତ୍ରରେ ଅନୁଷ୍ଠେୟ କର୍ମନାହିଁ ।ଏହି ଯେଉଁ ଶ୍ରାଦ୍ଧକର୍ମ ତାହା ପିତୃପରାୟଣ ହୋଇ ଅପରାହ୍ଣ ସମୟରେ ଦୀପ ମାଳାଦି ସହ କରିବା ଉଚିତ୍ ।ଏ ସମସ୍ତ ପ୍ରମାଣାଦି ଦେଖିବା ପରେ ଏହା ସୁନିଶ୍ଚିତ ଯେ ଦୀପାବଳି ଏବଂ କାଳୀପୂଜାଦି ନିମ୍ନମତେ ପାଳନୀୟ-
ଇଂ ତା୩୧.୧୦.୨୦୨୪ରିଖ ଗୁରୁବାର:-ଅର୍ଦ୍ଧରାତ୍ରେ ଶ୍ୟାମାକାଳୀ ପୂଜା ।ଇଂ ତା୦୧.୧୧.୨୦୨୫ରିଖ ଶୁକ୍ରବାର:-ପ୍ରଦୋଷ ସମୟେ ମହାଲକ୍ଷ୍ମୀ ପୂଜନ, ଦୀପାବଳି ଉତ୍ସବ, ଦୀପଦାନ(ପୟାଶ୍ରାଦ୍ଧ) ବୋଲି କେତେକ ଜ୍ୟୋର୍ତିବିଦ ମତପ୍ରକାଶ କରିଛନ୍ତି ।
!!ଜୟଜଗନ୍ନାଥ, ଜୟସୋମନାଥ, ଜୟମା ଯୋଗମାୟା!!

 

Leave A Reply

Your email address will not be published.