ଆଜିର ରାଶିଫଳ

0 29

ଅକ୍ଟୋବରମାସ ୨୭ତାରିଖ ୨୦୨୪ମସିହା (ରବିବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ,
ସୁର୍ୟୋଦୟ-ପ୍ରାତଃ ଘ୦୫/୫୦ /୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୧୨/୫୬,ଯୋଗିନୀଅଗ୍ନିକୋଣେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୦୮ ଗତେ ଘ୦୧/ ୦୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/ ୪୦ଗତେ ଘ୦୯/୦୩ ମଧ୍ୟେ ଓ ଘ୦୧/୦୧ଗତେ ଘ୦୩/ ୨୫ମଧ୍ୟେ ଓ ରାତ୍ରି ଘ୦୭/୩୩ ଗତେ ଘ୦୯/୦୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୧୫ ଗତେ ଘ୦୫/୦୦ ମଧ୍ୟେ,ଅଦ୍ୟ ଶିମ୍ବଶାଗ ଭକ୍ଷଣ ନିଷେଧ।
ମେଷ:-ଆଜିଦିନଟି ନିଜର କ୍ୟାରିୟର ସୁଧାରପାଇଁ ଭଲ ହେବ।କୌଣସି ଅନୁବନ୍ଧପାଇଁ ଭଲ ସୁଯୋଗ ମିଳିବ।ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗପାଇବେ।ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ।ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ।ଅଫିସରେ କୌଣସି ଖୁସି ଖବର ମିଳିବ।ପ୍ରେମବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ।ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବାପାଇଁ ଯୋଜନା କରିବେ।
କନ୍ୟା:-ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:- କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:-ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚିବଢ଼ିବ।ସ୍ଥଗିତଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କଦ୍ବାରା ପୂରାହେବ।ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ।ଧନସ˚ପତ୍ତି ବୃଦ୍ଧିହେବ। ରାଜନୀତିରେ ଆଧିପତ୍ୟବଢ଼ିବ।ପରିବାର ସହିତ ହସ ଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାରହେବ।ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ।ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ।ଦାମ୍ପତ୍ୟଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ।ବଡ଼ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରି ପାରନ୍ତି।ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି।କୋର୍ଟକଚେରି ମାମଲାରେ ଚିନ୍ତା ବଢ଼ିପାରେ।

ଦୀପାବଳୀରେ ଡବଲ ଧମାକା…
ଅଢେଇବର୍ଷରେ ଶନି ଓ ୧ବର୍ଷରେ ବୃହସ୍ପତି ରାଶି ପରିବର୍ତ୍ତନ କରିଥାନ୍ତି। ଏହିସମୟରେ ଉଭୟ ଶନି ଓ ବୃହସ୍ପତିଗ୍ରହ ପ୍ରତିକ୍ରିୟାଶୀଳ ରହିଥାନ୍ତି। ଶନି ତାଙ୍କ ମୂଳରାଶି କୁମ୍ଭରାଶିରେ ପ୍ରତିକ୍ରିୟାଶୀଳ ଏବଂ ବୃହସ୍ପତି ବୃଷରାଶିରେ ବିପରୀତଗତିରେ ଗତି କରୁଛନ୍ତି। ଦୀପାବଳୀଦିନ ଉଭୟ ଶନି ଓ ବୃହସ୍ପତି ପ୍ରତିକ୍ରିୟାଶୀଳ ରହିବେ। ନବଗ୍ରହମାନଙ୍କ ମଧ୍ୟରେ ଶନି ଓ ବୃହସ୍ପତିଙ୍କୁ ସବୁଠାରୁ ବିଶେଷଗ୍ରହ ବୋଲି ବିବେଚନା କରାଯାଏ। ଦୀପାବଳି ଅବସରରେ ଏହି ଦୁଇଗ୍ରହର ପରିକ୍ରମା ସମସ୍ତ ୧୨ଟିରାଶି ଉପରେ ବଡପ୍ରଭାବ ପକାଇବ। ତେବେ ବିଶେଷକରି ୩ଟିରାଶି ପାଇଁ ଏହା ଖୁସିର ଡବଲଧମାକା ନେଇ ଆସୁଛି। ୩ଟି ରାଶିଙ୍କ ଭାଗ୍ୟ ଦୀପାବଳିରେ ଖୋଲିବାକୁ ଯାଉଛି।
ବୃଷରାଶି:-ବୃଷରାଶିର ବ୍ୟକ୍ତିଙ୍କପାଇଁ ବୃହସ୍ପତି ଓ ଶନିଙ୍କ ବିପରୀତ ଗତି ଅନେକ ଲାଭବାନ ହେବ। ଧନପ୍ରାପ୍ତି ସହିତ ନୂଆଚାକିରି ଖୋଜୁଥିବା ଲୋକ ମନମୁତାବନ ଚାକିରି ପାଇବେ। ଆଶାଠାରୁ ବଡପଦବୀ ଓ ଦରମାମିଳିବା ସହ ସୁଖପ୍ରାପ୍ତି ହେବ।କର୍ମକ୍ଷେତ୍ରରେ ଥିବା ସମସ୍ୟା ସବୁ ଦୂରହେବ। ବ୍ୟବସାୟରେ ଲାଭମିଳିବ, ବିଭିନ୍ନସୂତ୍ରରୁ ଧନପ୍ରାପ୍ତି ହେବ ଏବଂ ଜୀବନରେ ସୁଖଶାନ୍ତି ବଜାୟ ରହିବ।
ଧନୁରାଶି:-ବୃହସ୍ପତି ଓ ଶନିଙ୍କ ପ୍ରତ୍ୟାବିର୍ତ୍ତନ ଧନୁରାଶିର ବ୍ୟକ୍ତିଙ୍କପାଇଁ ଲାଭଦାୟକ ହେବ।ପ୍ରତ୍ୟେକକ୍ଷେତ୍ରରେ ସଫଳତା ମିଳିପାରେ। କ୍ୟାରିୟରରେ ଉନ୍ନତି ହେବାର ସମ୍ଭାବନା ଅଧିକ ରହିଛି। ଆପଣଙ୍କ କାମର ପ୍ରଶଂସା ମିଳିବ। ଭ୍ରମଣକରିବେ ଏବଂ ସେଥିରୁ ଲାଭ ମଧ୍ୟ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ ହେବ।
କୁମ୍ଭରାଶି:-ଏହିରାଶିର ବ୍ୟକ୍ତିଙ୍କପାଇଁ ଶନି ଓ ବୃହସ୍ପତିଙ୍କ ବିପରୀତଗତି ଅନେକ ଆଶ୍ୱସ୍ତିଦେଇପାରେ।ଖର୍ଚ୍ଚ ଓ ସମସ୍ୟାର ଅନ୍ତଘଟିବ। ଏହାଦ୍ୱାରା ପକେଟ ଭାରିହେବା ସହ ମନ ହାଲୁକାଅନୁଭବ ହେବ।ଧନସମ୍ପତ୍ତି ବୃଦ୍ଧିହୋଇପାରେ।ପରିବାର ସହିତ ଭଲସମୟ ଅତିବାହିତ କରିବେ। ସମାଜରେ ମାନସମ୍ମାନ ବୃଦ୍ଧିପାଇବ। ଦୀପାବଳି ପର୍ବକୁ ଭରପୁର ଉପଭୋଗ କରିବେ।
୩୧ଅକ୍ଟୋବର ନା ୧ନଭେମ୍ବର ପାଳନ ହେବ ଦୀପାବଳି…..
ଦୀପାବଳିଉତ୍ସବ ହିନ୍ଦୁଧର୍ମର ଏକ ପ୍ରମୁଖପର୍ବ, ଯାହାକୁ ସାରାଦେଶରେ ଧୁମଧାମରସହ ପାଳନକରାଯାଏ।ଧାର୍ମିକମାନ୍ୟତା ଅନୁସାରେ କାର୍ତ୍ତିକ ମାସର ଅମାବାସ୍ୟାତିଥିରେ ଶ୍ରୀରାମଚନ୍ଦ୍ର ୧୪ବର୍ଷ ବନବାସସାରି ରାବଣ ବଧକରି ଅଯୋଧ୍ୟା ଫେରିଥିଲେ, ଯେଉଁଖୁସିର ଅଯୋଧ୍ୟାବାସୀ ପୁରା ନଗରକୁ ଦୀପଆଲୋକରେ ସଜାଇ ଖୁସିହୋଇଥିଲେ।ଏହାସହିତ ଦୀପାବଳିରେ ଗଣେଶ,ଲକ୍ଷ୍ମୀ ଓ କୁବେରଙ୍କ ପୂଜାକରାଯିବାର ବିଧାନ ମଧ୍ୟ ରହିଛି।
ଚଳିତବର୍ଷ ଦୀପାବଳିତିଥିକୁ ନେଇ ଭ୍ରମ ସୃଷ୍ଟିହୋଇଛି।ପଞ୍ଚାଙ୍ଗଅନୁସାରେ ସବୁବର୍ଷ କାର୍ତ୍ତିକମାସର ଅମାବାସ୍ୟାତିଥିରେ ଦୀପାବଳି ପାଳନର ବିଧାନ ରହିଛି। ଚଳିତବର୍ଷ ୩୧ଅକ୍ଟୋବର ମଧ୍ୟାହ୍ନ୩ଟା ୫୨ମିନିଟରେ ଅମାବାସ୍ୟାତିଥି ଆରମ୍ଭହେବ ଓ ୧ନଭେମ୍ବରସନ୍ଧ୍ୟା ୫ଟା୧୩ ମିନିଟରେ ଶେଷହେବ।ଏଣୁ ଅମାବାସ୍ୟାତିଥି ଆଧାରରେ କିଛି ବିଦ୍ୱାନ ୩୧ଅକ୍ଟୋବରକୁ ଦୀପାବଳି ପାଳନକରିବାକୁ ପରାମର୍ଶ ଦେଉଥିବା ବେଳେ ଆଉକିଛି ୧ନଭେମ୍ବର ଦୀପାବଳି ପାଳନର କଥା କହୁଛନ୍ତି।
ତେବେ କାସୀବିଦ୍ୱାନ କର୍ମକାଣ୍ଡପରିଷଦର ପଣ୍ଡିତ ଓ ବିଦ୍ୱାନମାନେ ଦୀପାବଳିପାଳନକୁ ନେଇ ସେମାନଙ୍କ ମତଦେଇଛନ୍ତି। ପରିଷଦର ସଭାପତି ଆଚାର୍ଯ୍ୟ ଅଶୋକଦ୍ୱିବେଦୀ କହିଛନ୍ତିଯେ, ପଶ୍ଚିମପଞ୍ଚାଙ୍ଗରେ ଦୀପାବଳିତାରିଖକୁ ନେଇ ଭ୍ରମରସ୍ଥିତି ଉପୁଜିଛି, ଏଥିରେ ୧ ନଭେମ୍ବରକୁ ଦୀପାବଳି ବୋଲି କୁହାଯାଇଛି। ତେବେ କାସୀ ପଞ୍ଚାଙ୍ଗ ଓ ପଣ୍ଡିତଙ୍କ ଦୀପାବଳି ତିଥିକୁ ନେଇ କୌଣସି ସଂଶୟ ଅଥବା ଭ୍ରମ ନାହିଁ ବୋଲି କହିଛନ୍ତି। ପରିଷଦ ମୁତାବକ କାର୍ତ୍ତିକମାସ ଅମାବାସ୍ୟା ୩୧ଅକ୍ଟୋବର ଅପରାହ୍ନ୩ଟା୫୨ମିନିଟରୁ ଆରମ୍ଭ ହୋଇଯିବ।ଏଣୁ ୩୧ ଅକ୍ଟୋବର ଅପରାହ୍ନରୁ ରାତ୍ରବ୍ୟାପୀ ଅମାବାସ୍ୟାରହିବ।ଏଣୁ ଦୀପାବଳି ୩୧ଅକ୍ଟୋବର ସନ୍ଧ୍ୟାରୁ ପାଳନକରିବା ଶୁଭ  ବୋଲି କହିଛନ୍ତି।
ଏଥିରେ ଲକ୍ଷ୍ମୀପୂଜା ପାଇଁ ପ୍ରଦୋଷକାଳ ଯାହାକୁ ସନ୍ଧ୍ୟାକାଳମଧ୍ୟ କୁହାଯାଏ ସମୟକୁ ସବୁଠୁ ଉତ୍ତମ ମନେକରାଯାଉଛି।ପ୍ରଦୋଷକାଳ ସୂର୍ଯ୍ୟାସ୍ତ କାଳର ୩ମୂହୁର୍ତ୍ତକୁ କୁହାଯାଏ। ପ୍ରଦୋଷକାଳ ସୂର୍ଯ୍ୟାସ୍ତପରେ ପାଖାପାଖି ୨ଘଣ୍ଟା୨୪ ମିନିଟ୍ ପର୍ଯ୍ୟନ୍ତ ରହିବ।କାର୍ତ୍ତିକମାସର ଅମାବାସ୍ୟାଦିନ ଓ ପ୍ରଦୋଷକାଳରେ ଦୀପାବଳିରେ ମହାଲକ୍ଷ୍ମୀପୂଜନର ବୈଦିକପରମ୍ପରା ରହିଛି।୩୧ଅକ୍ଟୋବରରେ ରାତ୍ରିବ୍ୟାପୀ ଅମାବାସ୍ୟାତିଥି ହୋଇଥିବା କାରଣରୁ ଲକ୍ଷ୍ମୀପୂଜାନ ଓ ଦୀପୋତ୍ସବ ପାଳନପାଇଁ ଶୁଭମୁହୁର୍ତ୍ତ ବୋଲି କୁହାଯାଇଛି। !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.