ଆଜିର ରାଶିଫଳ

ଆକାଶ ଦୀପ

0 82

ଅକ୍ଟୋବରମାସ ୨୧ତାରିଖ ୨୦୨୪ ମସିହା (ସୋମବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ ୦୨/୨୪ ଗତେ ଷଷ୍ଠୀ,ନକ୍ଷତ୍ର- ରୋହିଣୀ ଦିବା ଘ୦୭/୨୦ ଗତେ ମୁର୍ଗଶିରା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୮/୦୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୪୬,
ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୨/୨୪ ଗତେ ପଶ୍ଚିମେ,
ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କନ୍ୟାରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୧୫ ଗତେ ଘ୦୮/୪୨ ମଧ୍ୟେ,ବାରବେଳା – ଦିବା ଘ୦୨/୨୦ ଗତେ ଘ ୦୩/୪୮ମଧ୍ୟେ,
ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୪ ମଧ୍ୟେ ଓ ଘ ୦୯/୦୦ଗତେ ଘ୧୧/୨୫ମଧ୍ୟେ ଓ ରାତ୍ରି ଘ ୦୭/୩୮ଗତେ ଘ୧୦/୫୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ବେଲ ଭକ୍ଷଣ ନିଷେଧ।
ମେଷ:-ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।
ବୃଷ:-ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
ମିଥୁନ:-ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
କର୍କଟ:-ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତରହିବେ।ଚାକିରି ତଲାସ ରେଥିବା ବ୍ୟକ୍ତିଙ୍କୁ ଭଲଖବର ମିଳିବ।ଯୌଥ ବ୍ୟବସାୟରୁ ଭଲଲାଭ ହେବ।ପ୍ରେମରେ ସଫଳତା ମିଳିବ।
ସି˚ହ:- ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
କନ୍ୟା:- ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
ତୁଳା:- ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
ବିଛା:-ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇ ପାରେ।
ଧନୁ:-ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
ମକର:-ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।
କୁମ୍ଭ:-ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
ମୀନ:- ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।

ଆକାଶ ଦୀପ….
ପବିତ୍ର କାର୍ତ୍ତିକରେ ପାରମ୍ପରିକ ଆକାଶଦୀପ ପ୍ରତିଷ୍ଠାର ପ୍ରଚଳନ ଓଡିଶାରେ ବହୁଦିନରୁ ଚଳିଆସୁଛି । ଏହିମାସରେ ଠିକ୍ ସଂନ୍ଧ୍ୟାସମୟରେ ଧର୍ମପ୍ରାଣାହବିଷ୍ୟାଳୀମାନେ ଆକାଶଦୀପ ଜାଳିବାର ଦେଖାଯାଏ !କଥାରେ ଅଛି –କାର୍ତ୍ତିକେ ଦୀପଦାନ , ମାଘ ସ୍ନାହାନ ଓ ବୈଶାଖେ ଜଳଦାନ। ଆଶ୍ୱିନମାସ ଶୁକ୍ଲପକ୍ଷ ଆରମ୍ଭରେ ତୁଳାସଂକ୍ରାନ୍ତିରେ ବିଷ୍ଣୁଙ୍କ ସମୀପରେ ଅଖଣ୍ତ ଦୀପଦାନ କର୍ତ୍ତବ୍ୟ । ସେହିପରି ଦୀପଦାନ ଦେବାଳୟରେ, ତୁଳସୀବୃକ୍ଷ ମୂଳରେ ଅଥବା ଆକାଶରେ ମଧ୍ୟ କରିବାକୁ ହେବ । ଆକାଶ ଦୀପଦାନ ସର୍ବୋତ୍ତମû ଗୃହର ବହିର୍ଭାଗରେ ଅତି ଉଚ୍ଚସ୍ଥାନରେ ଆକାଶଦୀପଦାନ କର୍ତ୍ତବ୍ୟ । ଅତିଉଚ୍ଚରେ ଦୀପଜାଳିଲେ ତିନିବର୍ଷରେ ସାତଜନ୍ମରପାପ ଦୁରୀଭୁତ ହୁଏ ବୋଲି ବ୍ରହ୍ମପୁରାଣରେ ଲେଖାଅଛି । ରାଶିତେଲ କିମ୍ବା ଗୁଆଘିଅରେ ଲକ୍ଷ୍ମୀନାରାୟଣଙ୍କୁ ସ୍ମରଣକରି ଯିଏ ଦୀପଦାନକରିବ ସେ ଫଳପାଇବ। ସେଥିରେ ଆହୁରି ମଧ୍ୟ ଲେଖାଅଛି ଯେ ଗାଈଗୋଠ, ବିଷ୍ଣୁମନ୍ଦିର, ଚାରିଛକ ସ୍ଥାନ, ନିଛାଟିଆ ଗଳି, ବ୍ରାହ୍ମଣ ବସ୍ତି, ଗହଳିଆ ପଡିଆ, ଓ ବୃକ୍ଷ ମୂଳରେ ଦୀପ ଜାଳିଲେ ଅଗ୍ନିଷ୍ଟୋମଯଜ୍ଞର ଫଳ ମିଳିବ । ଏହି ଦୀପଦାନ ଦ୍ୱାରା ଅକ୍ଷୟଫଳ ମିଳେ। ଗାଁ ଗାଁ ରେ ଏପରିକି ସହରରେ ମଧ୍ୟ କେତେକ ସ୍ଥାନରେ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ କାର୍ତ୍ତିକ ମାସର ପ୍ରତ୍ୟହ ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ଜ୍ୱଳୀତ ହେଉଥିବାର ଦେଖାଯାଏ ।
କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗାପରି ତୀର୍ଥ ନାହିଁ ।
ସନାତନୀ ପରମ୍ପରା ତଥା ହିନ୍ଦୁପଞ୍ଜିକା ଅନୁଯାଇ ୧୨ମାସରୁ ଆଶାଢ,କାର୍ତ୍ତିକ,ମାଘ ଏବଂ ବୈଶାଖମାସକୁ ଧର୍ମମାସ ବା ପ୍ରବରମାସ ରୁପେ ବିବେଚନା କରାଯାଏ । ଏହି ଚାରିମାସରୁ କୃତ୍ତିକାନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରାୟଣମାସ, କାର୍ତ୍ତିକମାସ ଶ୍ରେଷ୍ଠ । ଏହିମାସରେ ହରି, ହର, ବ୍ରହ୍ମା ଆଦି ସମସ୍ତ ଦେବତାଙ୍କ ସହ ଦଶଦିଗପାଳ ଏବଂ ପିତୃପୁରୁଷମାନଙ୍କୁ ଉପାସନାକରି ଦୀପଦାନ କରାଯାଏ ।ମହାକାର୍ତ୍ତିକରେ ଶ୍ରୀହରିଙ୍କ ଉଦ୍ଦେଶ୍ୟରେ ଆକାଶଦୀପଦାନ ଏକ ପୁଣ୍ୟବନ୍ତ ଧାର୍ମିକଅନୁଷ୍ଠାନ । ଏହି ଦୀପ ପ୍ରଜ୍ବଳନକରି ପୂର୍ବଦିଶାରେ ପ୍ରଣବ ସ୍ବରୂପ ବାସ୍ତୁଦେବ ଏବଂ ମହାଲକ୍ଷ୍ମୀ ଉତ୍ତରରେ କୁବେର, ଦକ୍ଷିଣଦିଶାରେ ଯମ ଏବଂ ପିତୃପୁରୁଷ ଇତ୍ୟାଦିଙ୍କୁ ଦୀପଦାନ କରାଯାଇଥାଏ । ଏହି ମାସରେ ପ୍ରାତଃସ୍ନାନ କରି ଧର୍ମକଥା ଆଲୋଚନା, ପୁରାଣ ଶାସ୍ତ୍ର ପଠନ ଓ ଶ୍ରବଣ, ସାତ୍ତ୍ୱିକ ଆହାର ଗ୍ରହଣ, ପ୍ରତି ସଂଜ ରେ ମଧୁସୂଦନଙ୍କ ନାମ ସଂକୀର୍ତ୍ତନ ସହିତ ସଂଯମତା ରକ୍ଷାକରି ନୀତିନିୟମରେ ବ୍ରତପାଳନ କଲେ ସମସ୍ତ ପାପ କ୍ଷୟ ହୋଇ ଅଶେଷ ପୂଣ୍ୟଫଳ ମିଳେ। ପାରମ୍ପରିକ ବିଧିବିଧାନ ଅନୁସାରେ ଏହି ମାସକୁ ପାଳନ କଲେ ଦେହାନ୍ତେ ବିଷ୍ଣୁପୁରରେ ସ୍ଥାନ ମିଳେ ବୋଲି ବିଶ୍ୱାସ କରାଯାଏ। ତେଣୁ କୁହାଯାଇଛି:-
କାର୍ତ୍ତିକ ବ୍ରତ ଧର୍ମବଳେ । ମୁକତି ଲଭନ୍ତି ନିଶ୍ଚଳେ ।।
ଅଶେଷ ଜନ୍ମ ପାପ ହରେ । ନିଶ୍ଚିନ୍ତେ ବସେ ବିଷ୍ଣୁପୁରେ ।।
କାର୍ତ୍ତିକମାସରେ ଆକାଶଦୀପ ପରଂପରା କାହିଁ କେଉଁକାଳରୁ ଚାଲିଆସିଛି ।କୁହାଯାଏ କାର୍ତ୍ତିକ ମାସ ପରି ମାସ ନାହିଁ କି’ ବିଷ୍ଣୁଙ୍କ ପରି ଦେବତା ନାହାନ୍ତି। ବିଭିନ୍ନପୁରାଣର ବର୍ଣ୍ଣନା ଅନୁସାରେ, ମନୁଷ୍ୟ ତାର ସମଗ୍ର ଜୀବନରେ ଯେତେ ପାପ କରିଥାଏ, ତାହା କାର୍ତ୍ତିକମାସରେ ସ୍ନାନ, ହବିଷ୍ୟାନ୍ନଭୋଜନ, ବିଷ୍ଣୁଙ୍କୁ ତୁଳସୀଅର୍ପଣ ଏବଂ ଆକାଶଦୀପଦାନରେ ନଷ୍ଟ ହୋଇଥାଏ। ଦୀପ ଭଗବାନବିଷ୍ଣୁଙ୍କର ଅତ୍ୟନ୍ତପ୍ରିୟ। ଏହା ସ୍ୱୟଂ ଜ୍ୟୋତିସ୍ୱରୂପ। ମହାଲକ୍ଷ୍ମୀ ଦୀପଲକ୍ଷ୍ମୀ ସ୍ୱରୂପିଣୀ। ଦୀପ ଅଜ୍ଞାନତାରୂପକ ଅନ୍ଧକାରକୁ ଦୂରକରି ଜ୍ଞାନରୂପକ ଆଲୋକଦେଇଥାଏ। ଜ୍ଞାନ ଉଦୟ ହେଲେ ପାପ ନଷ୍ଟ ହୋଇଯାଏ। କାର୍ତ୍ତିକରେ ପ୍ରଜ୍ୱଳନ ଦୀପକୁ ଆକାଶଦୀପ କହିବା ଯଥାର୍ଥ।
ପରମ୍ପରା ଅନୁସାରେ, ଏକ ଛିଦ୍ରୁଯୁକ୍ତ ହାଣ୍ଡିରେ କିଛି ବାଲି ଓ ତାଉପରେ ଏକ ପ୍ରଜ୍ୱଳିତଦୀପ ରଖି, ତାର ଉପରିଭାଗକୁ ଏକ ପଲମରେ ଢାଙ୍କି, ତାହାକୁ ଏକ ସୁଉଚ୍ଚ ବାଉଁଶଦଣ୍ଡର ଅଗ୍ରଭାଗରେ ବାନ୍ଧିଦିଆଯାଏ। ଆକାଶଦୀପ ଉଠାଇବାବେଳେ ଯାହାର ବାଉଁଶ ଯେତେ ଉଚ୍ଚ ହୋଇଥାଏ,ତାହାର ପୁଣ୍ୟ ସେତେ ଅଧିକହୁଏ ବୋଲି ପଣ୍ଡିତମାନେ ମତଦିଅନ୍ତି।ଏକାନ୍ତ ନିଷ୍ଠା,ଏକାଗ୍ରତା ଓ ଦୃଢ଼ ବିଶ୍ବାସର ସହିତ ଆକାଶଦୀପ ପ୍ରଜ୍ଜ୍ବଳନ କରାଯାଇଥାଏ। ଏହାକୁ ସାରା ମାସ ଜଳାଇ ରଖିବାକୁ ହୋଇଥାଏ।
ଏହାର କାରଣ ସ୍ୱରୂପ କୁହାଯାଇଛି, ସମଗ୍ର ବିଶ୍ୱରେ ରହିଛି ଚଉଦଟି ବ୍ରହ୍ମାଣ୍ଡ। ଉପରେ ସାତଟି ଓ ତଳେ ସାତଟି। ମଝିରେ ରହିଛି ଭୂଲୋକ; ଯାହା ମନୁଷ୍ୟମାନଙ୍କର ନିବାସସ୍ଥାନ। ଊର୍ଦ୍ଧ୍ୱଲୋକରେ ରହିଛି ପ୍ରେତଲୋକ, ଦେବଲୋକ, ଯମଲୋକ, ପିତୃଲୋକ ଓ ବିଷ୍ଣୁଲୋକ ଆଦି। ଏହି ଆକାଶଦୀପ ଆପାତତଃ, ଦେବତା, ପିତୃ, ଯମ, ବିଷ୍ଣୁ ଓ ରୁଦ୍ର ଆଦିଙ୍କର ଆଶୀର୍ବାଦ ତଥା ପ୍ରୀତିପାଇଁ ପ୍ରଜ୍ୱାଳନ କରାଯାଇଥାଏ।କୁହାଯାଏ ପିତୃପୁରୁଷଙ୍କ ଆତ୍ମାର ସଦଗତି ନିମନ୍ତେ ସେମାନଙ୍କର ଅନ୍ଧକାରମୟ ପଥକୁ ଆଲୋକିତ କରିବା ପାଇଁ ଆକାଶ ଦୀପ ପ୍ରଜ୍ଜ୍ବଳନ କରାଯାଏ। କାର୍ତ୍ତିକ ମାସ ପ୍ରତିପଦାଠାରୁ ପୂର୍ଣ୍ଣମୀ ଯାଏଁ ହବିଷ୍ୟାଳୀମାନେ ମନ୍ଦିର ଓ ନିଜ ଘର ଚଉଁରା ପାଖରେ ଆକାଶ ଦୀପ ଜଳାଇଥାଆନ୍ତି।ଆଉ କେତେକ ଦୀପାବଳିଠାରୁ ୧୫ଦିନ ପର୍ଯ୍ୟନ୍ତ ଜାଳିଥାଆନ୍ତି। କେତେକ ଅଁଳା ନବମୀଠାରୁ ନବଦିନ ପର୍ଯ୍ୟନ୍ତ ଜାଳିଥାଆନ୍ତି। ଆଉ କେତେକ ପଞ୍ଚୁକ ପାଞ୍ଚଦିନ ଆକାଶଦୀପ ଜାଳିଥାଆନ୍ତି। ଆକାଶ ଦୀପ ଜଳିବା ଦିନ ହବିଷାନ୍ନ ଗ୍ରହଣ କରିବା ସହିତ ପୁରାଣପାଠ ଓ ଶ୍ରବଣ, ଗୀତାପାଠ ବା ଶ୍ରବଣ, ଶିବପୁରାଣ ପାଠ ବା ଶ୍ରବଣ କରିବା ଏକାନ୍ତ ଆବଶ୍ୟକ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.