ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୫ତାରିଖ ୨୦୨୪ ମସିହା (ବୁଧବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୧୨/୧୮ ଗତେ ନବମୀ,ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୧୧/୧୫ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୨୬,
ଯୋଗିନୀ ଐଶାନ୍ୟେ ଦିବା ଘ୧୨/୧୮ ଗତେ ପୂର୍ବେ,
ଅଷ୍ଟମୀର ଏକୋଡ଼ିଷ୍ଟ ଓ ନବମୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କନ୍ୟା ରାଶିର ଘାତଚନ୍ଦ୍ର,
କର୍କଟ ରାଶିର ଘାତବାର,କାଳବେଳା -ଦିବା ଘ୦୮ /୪୦ଗତେ ଘ୧୦/୧୧ ମଧ୍ୟେ,ବାରବେଳା – ଦିବା ଘ୧୧/୪୦ ଗତେ ଘ୦୧/୧୧ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୨୮ ମଧ୍ୟେ ଓ ଘ୦୭/୧୬ ଗତେ ଘ୦୮/୦୫ ମଧ୍ୟେ ଓ ଘ୧୦/୨୮ ଗତେ ଘ୧୧/୪୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୨୯ ଗତେ ଘ୦୭/୧୭ ମଧ୍ୟେ ଓ ଘ୦୧/୪୨ ଗତେ ଘ୦୪/୦୫ ମଧ୍ୟେ,ଅଦ୍ୟ ନଡ଼ିଆ ଦିବା ଘ୧୨/୧୮ ଗତେ ଲାଉ ଭକ୍ଷଣ ନିଷେଧ।
ମେଷ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
ବୃଷ👉ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
ମିଥୁନ👉ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତାକରି ମନ ଭଲ ଲାଗିନପାରେ।
କର୍କଟ👉ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
ସିଂହ👉ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।
କନ୍ୟା👉ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।
ତୁଳା👉ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା👉ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।
ଧନୁ👉ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।
ମକର👉ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।
କୁମ୍ଭ👉ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।
ମୀନ👉ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।

ପୂର୍ବଜମାନଙ୍କ ଶ୍ରାଦ୍ଧକର୍ମ କରିବା ଆବଶ୍ୟକ କାହିଁକି ?
ବ୍ରହ୍ମପୁରାଣ ମତଅନୁସାରେ ନିଜର ମୃତ ପିତୃମାନଙ୍କ ଉଦ୍ଦେଶ୍ୟରେ ପିତୃଗଣଙ୍କୁ ଶ୍ରଦ୍ଧାପୂର୍ବକ କରାଯାଉଥିବାକର୍ମକୁ ଶ୍ରାଦ୍ଧକୁହାଯାଏ ।ଶ୍ରାଦ୍ଧ ଦ୍ବାରାହିଁ ଶ୍ରଦ୍ଧା ଅଟଳରହିଥାଏ ।କୃତଜ୍ଞତାଭାବନା ପ୍ରକଟକରିବା ପାଇଁ କରାଯାଉଥିବାଶ୍ରାଦ୍ଧ ସମସ୍ତପ୍ରାଣୀ ଭିତରେ ଶାନ୍ତି ସଦ୍ ଭାବନା ଆଣିଥାଏ । ଏହି ସଦ୍ ଭାବ ଜୀବିତ ଓ ମୃତବ୍ୟକ୍ତିଙ୍କୁ ତୃପ୍ତ କରିଥାଏ ।ଶ୍ରାଦ୍ଧଦ୍ବାରା ମୃତାତ୍ମାଙ୍କୁ ଶାନ୍ତି ସଦ୍ ଗତି, ମୋକ୍ଷ ମିଳିବା ପଛରେ ଏହି ତଥ୍ୟ ରହିଛି । ଏହାଛଡା ଶ୍ରାଦ୍ଧକର୍ତ୍ତାଙ୍କୁ ମଧ୍ୟ ବିଶିଷ୍ଟଫଳ ପ୍ରାପ୍ତି ହୁଏ।
ବ୍ରହ୍ମପୁରାଣରେ କୁହାଯାଇଛି ଆଶ୍ବିନମାସର କୃଷ୍ଣପକ୍ଷରେ ଯମରାଜ ସବୁପିତୃଗଣଙ୍କୁ ନିଜପାଖରୁ ମୁକ୍ତକରି ଦିଅନ୍ତି ଏଥିପାଇଁ ଯେ , ସେମାନେ ନିଜ ସନ୍ତାନଠାରୁ ଶ୍ରାଦ୍ଧର ଭୋଜନ ଗ୍ରହଣକରିବେ ।ଏହିମାସରେ ଶ୍ରାଦ୍ଧକରୁନଥିବା ତାଙ୍କ ଅତୃପ୍ତପିତୃଗଣ ଶାପଦେଇ ପିତୃଲୋକକୁ ଚାଲି ଯାଆନ୍ତି ।ଏହାଦ୍ବାରା ଆଗାମୀପିଢି ବହୁତକଷ୍ଟ ସହିବାକୁପଡେ ।ଏହାକୁହିଁ ପିତୃଦୋଷ କୁହାଯାଏ ।ପିତୃଜନ୍ୟ ସମସ୍ତଦୋଷର ଶାନ୍ତିନିମନ୍ତେ ପୂର୍ବଜମାନଙ୍କ ମୃତ୍ୟୁତିଥି ଦିନ ଶ୍ରାଦ୍ଧକର୍ମ କରାଯାଏ ।ଏଥିରେ ବ୍ରାହ୍ମଣମାନଙ୍କୁ ଭୋଜନକରାଇ ତୃପ୍ତ କରିବାର ବିଧାନରହିଛି ।ଶ୍ରାଦ୍ଧ କରିବା ବ୍ୟକ୍ତିଙ୍କୁ କେଉଁଫଳ ପ୍ରାପ୍ତ ହୁଏ , ଏହା ଉପରେ ଗରୁଡପୁରାଣରେ ଲେଖାଅଛି-ଶ୍ରାଦ୍ଧକର୍ମ କରିଲେ ସନ୍ତୁଷ୍ଟହୋଇ ପିତୃଗଣ ମନୁଷ୍ୟମାନଙ୍କୁ ଆୟୁ ,ପୁତ୍ର,ଯଶ,ମୋକ୍ଷ,ସ୍ବର୍ଗ,କୀର୍ତ୍ତି,ପୃଷ୍ଟି,ବଳ,ବୈଭବ,ପଶୁଧନ,ସୁଖ,ଧନ ଓ ଧାନ୍ୟ ବୃଦ୍ଧିର ଆଶିଷ ପ୍ରଦାନ କରନ୍ତି।
ଯମସ୍ମୃତିରେ ଲେଖାଅଛି-ବାପା,ଜେଜେବାପା ଓ ତାଙ୍କବାପା ଏହି ତିନିଜଣ ଶ୍ରାଦ୍ଧରଆଶା ରଖିଥାନ୍ତି ।ଯେପରି ବୃକ୍ଷଉପରେ ରହୁଥିବା ପକ୍ଷୀ ବୃକ୍ଷରେ ହେଉଥିବାଫଳର ଆଶାରଖିଥାନ୍ତି ସେପରି ସେମାନେ ଆଶାରଖନ୍ତିଯେ ଆମସନ୍ତାନ ମହୁକ୍ଷୀରକ୍ଷୀରିରେ ଆମର ଶ୍ରାଦ୍ଧକରିବେ ।
ଦେବତାମାନଙ୍କୁ ଯେଉଁ ହବ୍ୟ ଓ ପିତୃଗଣଙ୍କୁ ଯେଉଁ ହବ୍ୟ ଦିଆଯାଏ ।ଏହି ଦୁଇଦେବତା ଓ ପିତୃଗଣ କିପରି ପ୍ରାପ୍ତକରନ୍ତି ତାହା ଯମରାଜ ନିଜ ସ୍ମୃତିରେଲେଖିଛନ୍ତି-ମନ୍ତ୍ରବେତ୍ତା ବ୍ରାହ୍ମଣ ଶ୍ରାଦ୍ଧବେଳେ ଦିଆଯିବାଅନ୍ନକୁ ଯେତେଗୁଣ୍ତା ନିଜପେଟ ଭିତରେ ପକାଏ । ସେହି ଗୁଣ୍ତାଗୁଡିକୁ ଶ୍ରାଦ୍ଧକର୍ତ୍ତା ଙ୍କପିତା ବ୍ରାହ୍ମଣଶରୀରରେ ସ୍ଥିତହୋଇ ଗ୍ରହଣକରେ ।ମୃତକଆୟୁରେ ଶ୍ରାଦ୍ଧକର୍ତ୍ତାଠାରୁ ବଡ ହେଉ ଅବା ସାନ ତାଙ୍କୁ ପିତୃଗଣ ହିଁ କୁହାଯାଏ । ବ୍ରାହ୍ମଣମାନଙ୍କୁ ପୃଥିବୀର ଦେବ ‘ଭୂଦେବ’ କୁହାଯାଏ ।ଅତଃ ବ୍ରାହ୍ମଣର ଜଠରାଗ୍ନିକୁ ଯଜ୍ଞାଗ୍ନିକୁହାଯାଏ ।ଯେଉଁପରି ଯଜ୍ଞକୁଣ୍ତରେ ଆହୁତି ପକାଇଲେ ଦେବତାପ୍ରାପ୍ତ କରନ୍ତି ଠିକ୍ ସେହିପରି ବ୍ରାହ୍ମଣ ଜଠରାଗ୍ନିଦ୍ବାରା ପିତୃଗଣ ଶ୍ରାଦ୍ଧପ୍ରାପ୍ତ କରନ୍ତି ।ତେଣୁ ସେହିଦିନ ବ୍ରାହ୍ମଣଙ୍କୁ ଭୋଜନ କରାଇ ଦକ୍ଷିଣାଦେଇ ସନ୍ତୁଷ୍ଟ କରାଇବାର ବିଧାନରହିଛି ।ପିତୃଗଣ ଯେଉଁଯୋନିରେ ରହିଥାନ୍ତୁ ସେଇଶ୍ରାଦ୍ଧ ସେମାନଙ୍କୁ ନିଶ୍ଚୟ ପ୍ରାପ୍ତହୁଏ । ଉଦାହରଣସ୍ବରୂପ ପିତୃ ପଶୁରୂପରେ ଥିଲେ ସେଇ କବ୍ୟ ଘାସରୂପେ ସେମାନଙ୍କୁ ମିଳେ ଯଦି ପକ୍ଷୀରୂପରେ ଥିବେ ତେବେ ଫଳଫୁଲ ରୂପରେ ସେମାନଙ୍କୁ ମିଳେ ।ତେଣୁ ପ୍ରତେକମନୁଷ୍ୟ ନିଜପିତୃଗଣଙ୍କୁ ପିଣ୍ତଦାନଦେବା ନିତ୍ୟନ୍ତ ଜରୁରୀା
!!ଜୟଜଗନ୍ନାଥ, ଜୟସୋମନାଥ ,ଜୟମା ଯୋଗମାୟା!!

- Advertisement -

Leave A Reply

Your email address will not be published.