ଆଜିର ରାଶିଫଳ

ଆସନ୍ତାକାଲି ସହସ୍ର କୁମ୍ଭାଭିଶେକ ଓ ଷୋଳପୂଜାରମ୍ଭ

0 107

ସେପ୍ଟେମ୍ବରମାସ ୨୪ତାରିଖ ୨୦୨୪ମସିହା (ମଙ୍ଗଳବାର) ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ସପ୍ତମୀ ଦିବା ଘ୧୨/୪୫ ଗତେ ଅଷ୍ଟମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୪୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୨୬ ,ଯୋଗିନୀ ବାୟବ୍ୟେ ଦିବା ଘ୧୨/୪୫ ଗତେ ଐଶାନ୍ୟେ , ସପ୍ତମୀର ଏକୋଡ଼ିଷ୍ଟ ଓ ଅଷ୍ଟମୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ  ,କନ୍ୟା ରାଶିର ଘାତଚନ୍ଦ୍ର ,ମକର ରାଶି ର ଘାତବାର ,କାଳବେଳା -ଦିବା ଘ୦୧/୦୫ଗତେ ଘ୦୨/୩୬ ମଧ୍ୟେ ,ବାରବେଳା – ଦିବା ଘ୦୭/୧୧ ଗତେ ଘ୦୮/୪୨ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ  ଘ୦୬/୨୮ ମଧ୍ୟେ  ଓ  ଘ୦୮/୪୩ ଗତେ ଘ୧୧/୧୭ ମଧ୍ୟେ ଓ ରାତ୍ରି ଘ୦୭/୫୮ ଗତେ ଘ୦୮/୪୭ ମଧ୍ୟେ  ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୬/୦୫ ଗତେ ଘ୦୭/୫୭ ମଧ୍ୟେ  ,ଅଦ୍ୟ  ତାଳ ଦିବା ଘ୧୨/୪୫ ଗତେ ନଡ଼ିଆ ଭକ୍ଷଣ ନିଷେଧ

ମେଷ-ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।  ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।

ବୃଷ-ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।

ମିଥୁନ-ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।  ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।

କର୍କଟ-ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ।  ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।

ସିଂହ-ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁ ଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀ କାଲିର ମାଙ୍ଗଳିକ କାର୍ୟ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।

କନ୍ୟା-ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ।  ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।

ତୁଳା-ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।

ବିଛା- ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ସତର୍କ ନରହିଲେ ବିବାଦ  ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।

ଧନୁ-ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।

ମକର-ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ।  ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ୟ୍ୟ ତ୍ୱରାନ୍ବିତ ହୋଇପାରିବ।

କୁମ୍ଭ- ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ।

ମୀନ-ଯୋଜନାକୁ କାର୍ୟ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ ।

ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର୨୪ତାରିଖ ମଙ୍ଗଳବାର ସହସ୍ର କୁମ୍ଭାଭିଶେକ ଓ ଷୋଳପୂଜାରମ୍ଭ –ଆଶ୍ୱିନକୃଷ୍ଣପକ୍ଷ ଅଷ୍ଟମୀ ଷୋହଳଦିନ ଗଣତିହୋଇ ଆଶ୍ୱିନ କୃଷ୍ଣ ସପ୍ତମୀଠାରୁ ଆରମ୍ଭ ହେବ ।ସମଗ୍ର ଭାରତରେ ଆଶ୍ୱିନମାସରେ ଦେବୀଦୁର୍ଗାଙ୍କରପୂଜା ମହାସମାରୋହରେ ଅନୁଷ୍ଠିତହୁଏ। କଥିତଅଛି, ଏହିସମୟରେ ଦେବୀ ଧରାବତରଣ କରିଥାନ୍ତି। ଏହି ପାର୍ବଣଋତୁର ଅୟମାରମ୍ଭହୋଇଥାଏ ଆଶ୍ୱିନକୃଷ୍ଣପକ୍ଷ ଅଷ୍ଟମୀତିଥିରୁ। ଏହାର ଅନ୍ୟନାମ ମୂଳାଷ୍ଟମୀ ବା ପ୍ରାରମ୍ଭ ତିଥି। ଏହିଦିନ ଦେବୀପୀଠମାନଙ୍କରେ କୁମ୍ଭାଭିଷେକକାର୍ୟ୍ୟ ସଂପନ୍ନହୁଏ।ସହସ୍ର କୁମ୍ଭାଭିଷେକ’ର ଅର୍ଥ ସହସ୍ରକୁମ୍ଭ ଜଳରେ ଦେବୀଙ୍କୁ ସ୍ନାନ କରାଇବା। ବିଲ୍ୱବରଣ ମାଧ୍ୟମରେ ଦେବୀଙ୍କୁ ପୀଠସ୍ଥାନକୁ ବରଣ କରି ଅଣାଯାଏ। ପରେ ଅର୍ଚ୍ଚକ ଦେବୀଙ୍କର ପ୍ରସାଧନ ନିମିତ୍ତ ସମସ୍ତ ସାମଗ୍ରୀ- ଯଥା ଗନ୍ଧ,ପୁଷ୍ପ,ଶିଳା, ଧାନ୍ୟ, ଦୂର୍ବା,ଅକ୍ଷତ,ଫଳ,ଦଧି,ଦୁଗ୍ଧ,ଘୃତ,ସ୍ୱସ୍ତିକ,ସିନ୍ଦୂର,ଶଙ୍ଖ,କଜ୍ୱଳ,ଗୋରଚନା,କାଞ୍ଚନ,ରୌପ୍ୟ,ତାମ୍ର, ଚାମର,ଦର୍ପଣ,ଦୀପ,ପାତ୍ର, ହରିଦ୍ରା,ଚନ୍ଦନ,କର୍ପୂର, ପଞ୍ଚଶସ୍ୟ,ଶ୍ରୀଫଳ,ଦାଡ଼ିମ ଆଦି ଅଧିବାସ ଗୃହରେ ସଂଚିତ କରି ରଖନ୍ତି। ତାପରେ ସହସ୍ର କୁମ୍ଭସ୍ଥାପନ କରାଯାଇ ସେଥିରେ ଅବସ୍ଥାନ କରିବା ନିମିତ୍ତ ଗଣେଶ,ବରୁଣ,ପଞ୍ଚଦେବତା,ଅଷ୍ଟଦିଗପାଳ, ଗ୍ରାମଦେବତୀ, ମାତୃକାଗଣ ଆଦି ସମସ୍ତ ଦେବଦେବୀଙ୍କୁ ଆବାହନ କରାଯାଏ।ଭୋଗବତୀ, ମନ୍ଦାକିନୀ,ଗଙ୍ଗାଜଳ, ବୃଷ୍ଟିଜଳ, ସରସ୍ୱତୀ ଜଳ, ସମୁଦ୍ରଜଳ, ପଦ୍ମରେଣୁଯୁକ୍ତ ଜଳ, ନିର୍ଝର ଜଳ, ସମସ୍ତ ତୀର୍ଥର ଜଳ,ଚନ୍ଦନଜଳ, ସର୍ବୌଷଧିଜଳ ଏବଂ ବେଶ୍ୟାଦ୍ୱାରମୃତ୍ତିକା, ବୃଷଶୃଙ୍ଗ ମୃତ୍ତିକା, ନଦମୃତ୍ତିକା, ନଦୀର ଉଭୟ ପାର୍ଶ୍ବ ମୃତ୍ତିକା, ଗଙ୍ଗାମୃତ୍ତିକା ଆଦି ଶତାଧିକସାମଗ୍ରୀରେ ସେହି କୁମ୍ଭମାନଙ୍କୁ ପରିପୂର୍ଣ୍ଣ କରି,ସୁଗନ୍ଧି, ତୈଳ, ହରିଦ୍ରା, ଚନ୍ଦନ, କର୍ପୂର ଆଦି ଦେବୀଙ୍କ ଶରୀରରେ ଲେପନକରି, ତାଙ୍କର ସ୍ନାନ କରାଯାଇଥାଏ।ସାଧାରଣତଃ ଯେଉଁଠାରେ ପୀଠଦେବୀ ପ୍ରସ୍ତର ନିର୍ମିତ, ତାଙ୍କ ଉପରେ ମନ୍ତ୍ରପୂତ ଜଳ ଢଳାଯାଉଥିବାବେଳେ, ମୃଣ୍ମୟୀ ପ୍ରତିମାଙ୍କର ଦର୍ପଣ-ସ୍ନାନ କରାଯାଇଥାଏ। ଏହା ଦେବୀଙ୍କର କୁମ୍ଭାଭିଷେକ; ଅର୍ଥାତ୍ ଶୁଦ୍ଧସ୍ନାନ।ତୀର୍ଥସ୍ନାନ ପରେ ମନୁଷ୍ୟର ସମସ୍ତ ଅକର୍ମ ଯେପରି ବିଶୋଧିତ ହୋଇ ମନୁଷ୍ୟ ଶୁଦ୍ଧାତ୍ମାରେ ପରିଣତ ହୋଇଥାଏ, ଠିକ୍ ସେହିପରି ମୃତ୍ତିକାଦି ଜଡ଼ବସ୍ତୁରେ ନିର୍ମିତ ଦେବୀଙ୍କର ପ୍ରତିମା, ଅଭିଷେକ ବା ଶୁଦ୍ଧସ୍ନାନ ପରେ, ମୃଣ୍ମୟୀରୁ ଚିନ୍ମୟୀରେ ପରିଣତ ହୋଇଥାନ୍ତି!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.