ଆଜିର ରାଶିଫଳ

ଛୋଟଛୁଆ କେତେସମୟ ଫୋନଦେଖିବା ଉଚିତ......

ସେପ୍ଟେମ୍ବରମାସ ୨୩ତାରିଖ ୨୦୨୪ ମସିହା(ସୋମବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ଦିବା ଘ୦୧/୫୩ ଗତେ ସପ୍ତମୀ ,ନକ୍ଷତ୍ର- ରୋହିଣୀ ରାତ୍ରି ଘ୧୦/୫୦ ଗତେ ମୃଗଶିରା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୩୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୧୬ ,ଯୋଗିନୀ ପଶ୍ଚିମେ ଦିବା ଘ୦୧/୫୩ ଗତେ ବାୟବ୍ୟେ ,ଷଷ୍ଠୀ ଓ ସପ୍ତମୀର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ବିଛା ରାଶିର ଘାତଚନ୍ଦ୍ର ,ମିଥୁନ ରାଶି ର ଘାତବାର ,କାଳବେଳା -ଦିବା ଘ୦୧/୦୫ଗତେ ଘ୦୨/୩୬ ମଧ୍ୟେ ,ବାରବେଳା – ଦିବା ଘ୦୭/୧୧ ଗତେ ଘ୦୮/୪୧ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୧୦ ମଧ୍ୟେ ଓ ଘ୦୮/୫୨ ଗତେ ଘ୧୧/୧୭ ମଧ୍ୟେ ଓ ରାତ୍ରି ଘ୦୮/୦୦ ଗତେ ଘ୦୧୦/୫୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ,ଅଦ୍ୟ ନିମ୍ବ ଦିବା ଘ୦୧/୫୩ ଗତେ ତାଳ ଭକ୍ଷଣ ନିଷେଧ ।
ମେଷ :-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
ବୃଷ :-ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
ମିଥୁନ:-ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କର୍କଟ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।
ସିଂହ :-ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
କନ୍ୟା:-ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।
ତୁଳା :-ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।
ବିଛା :-କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
ଧନୁ :-ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
ମକର :-ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
କୁମ୍ଭ :-ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ମୀନ :-କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ଛୋଟଛୁଆ କେତେସମୟ ଫୋନଦେଖିବା ଉଚିତ……
ଆଜିକାଲିକା ପିଲାମାନଙ୍କୁ କେବେ ହେଲେ ବହି ପଢିବା କିମ୍ବା ଖେଳକୁଦ କରୁଥିବାର ଦେଖିବାକୁ ପାଇବେନି। ଯେତେବେଳେ ଦେଖିବେ ଫୋନରେ ମାତିଥିବେ। ପିଲାମାନଙ୍କର ଏପରି ଅଭ୍ୟାସରେ ବାପାମାଆ ଖୁବ୍ ଅତିଷ୍ଟ ହୋଇଗଲେଣି। ଏହା କେବଳ ବାପାମାଆଙ୍କୁ ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। କାରଣ ଏଥିପାଇଁ ପିଲାମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପଢୁଛି।ତେଣୁ ପିଲାମାନେ କେତେ ସମୟ ଫୋନ୍ ଦେଖିବା ଉଚିତ୍, ଏହି ସମୟ ଅଧିକ ହୋଇଗଲେ କି କି କୁପ୍ରଭାବ ପଡିବ ଏବଂ ଏହି କୁଅଭ୍ୟାସକୁ କିପରି ରୋକିବେ, ଜାଣନ୍ତୁ…
ପିଲାମାନେ କେତେ ସମୟ ଫୋନ୍ ଦେଖିବା ଠିକ୍ – ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, 6 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ଘଣ୍ଟାଏ କିମ୍ବା ଦୁଇ ଘଣ୍ଟାରୁ ଅଧିକ ସମୟ ଫୋନ୍ ଦେଖିବା ଉଚିତ୍ ନୁହେଁ। 18 ମାସରୁ କମ୍ ଅର୍ଥାତ୍ ଦେଢ ବର୍ଷର ଛୁଆଙ୍କୁ ଆଦୌ ଫୋନ୍ ଦେଖିବାକୁ ଦିଅନ୍ତୁ ନାହିଁ। ଫୋନ୍ କିମ୍ବା ଟିଭି ସ୍କ୍ରିନର ବ୍ୟବହାର ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ, ଶୋଇବା ଚକ୍ର ଏବଂ ଶାରୀରିକ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।
ଫୋନ୍ ବ୍ୟବହାରର କୁପ୍ରଭାବ –ଏକ ଅଧ୍ୟୟନ ଅନୁଯାୟୀ, ଯଦି ପିଲାମାନେ ଫୋନ୍ ବ୍ୟବହାର କରନ୍ତି, ତେବେ ମସ୍ତିଷ୍କ ବିକାଶ ଦୁର୍ବଳ ହୋଇଯାଏ। କେବଳ ଏତିକି ନୁହେଁ, ଦୃଷ୍ଟି ଶକ୍ତିରେ ଦୁର୍ବଳତା, ଧ୍ୟାନ ବା ଏକାଗ୍ରତାର ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ିଯାଏ। ଆହୁରି ମଧ୍ୟ ଏହି କାରଣରୁ ପିଲାଟି ସାମାଜିକ ଯୋଗଯୋଗ କରିବାରେ ଦୁର୍ବଳ ହୋଇଯାଏ ଏବଂ ତା’ର ସୃଜନଶୀଳତା ଶକ୍ତି ହ୍ରାସପାଏ।
ଫୋନଠୁ ଦୂରେଇ ରଖିବାର ଫାଇଦା-ଯଦି ପିଲାମାନେ ଫୋନଠୁ ଦୂରେଇ ରୁହନ୍ତି କିମ୍ବା ଫୋନ୍ ଦେଖିବା ସେମାନଙ୍କର ଏକ ଅଭ୍ୟାସ ନ ହୁଏ, ତେବେ ସେମାନଙ୍କର ପଢିବାକୁ ଆଗ୍ରହବଢିଥାଏ, ଖେଳକୁଦରେ ମନୋନିବେଶ କରନ୍ତି, ପରିବାରର ସଦସ୍ୟଙ୍କ ସହ କଥାବାର୍ତ୍ତା କରନ୍ତି। ଏହାଦ୍ୱାରା ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶସହ ଏକ ସୁସ୍ଥକର ଜୀବନ ମିଳିଥାଏ।
ଫୋନଠୁ କିପରି ଦୂରେଇ ରଖିବେ-ପିଲାମାନଙ୍କୁ ଏହି ଅଭ୍ୟାସରୁ ଦୂରେଇ ରଖିବାପାଇଁ ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ।ଖାଇବା ସମୟରେ ସେମାନଙ୍କୁ ଆଦୌ ଫୋନ୍ ଦିଅନ୍ତୁନାହିଁ, କାରଣ ଏହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯାଏ, ଯାହା ପରବର୍ତ୍ତୀସମୟରେ ଏହାଠୁ ଦୂରେଇରଖିବା କଷ୍ଟକର ହୋଇପଡ଼େ।ଏହାବ୍ୟତୀତ, ପିଲାମାନଙ୍କୁ କୁହନ୍ତୁ, ହୋମୱାର୍କପରେ ଯାଇ ଫୋନ୍ ଦିଆଯିବ, ନଚେତ୍ ଆଦୌ ଫୋନ୍ ଦେଖିବାକୁ ମିଳିବନି। ହୋମୱାର୍କ ପରେ ଖାଇବାକୁ ଦେଇ ଶୋଇବାକୁ କୁହନ୍ତୁ। ଖାଲି ସମୟରେ ଅନଲାଇନ୍ ଗେମ୍ ଅପେକ୍ଷା ଖେଳକୁଦ କରିବାକୁ କୁହନ୍ତୁ। ଏପରି ଅଭ୍ୟାସ ଦ୍ୱାରା ପିଲାମାନଙ୍କ ସ୍କ୍ରିନ୍ ସମୟ ହ୍ରାସ କରି ଏକ ଉତ୍ତମସ୍ୱାସ୍ଥ୍ୟ ଓ ଭବିଷ୍ୟତ ଦେଇପାରିବେ।

- Advertisement -

Leave A Reply

Your email address will not be published.