ଆଜିର ରାଶିଫଳ

ପିତୃପକ୍ଷ ବା ଅପରପକ୍ଷର ଶ୍ରାଦ୍ଧ

ସେପ୍ଟେମ୍ବରମାସ ୧୯ତାରିଖ ୨୦୨୪ମସିହା (ଗୁରୁବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ୧୨/୪୫ ଗତେ ତୃତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୫/୪୦ /୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/ ୫୦,ଯୋଗିନୀ ଉତ୍ତରେ ରାତ୍ରି ଘ୧୨/୪୪ ଗତେ ପଶ୍ଚିମ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଧନୁ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, ଅଦ୍ୟ ମୃତେ ରାତ୍ରି ଘ୧୨/୪୫ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା – ଦିବା ଘ୦୨/୪୦ଗତେ ଘ୦୫/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୭ମଧ୍ୟେ ଓ ଘ୦୧/୪୦ ଗତେ ଘ୦୨/୩୯ ମଧ୍ୟେ ଓ ରାତ୍ରିଘ୦୬ /୨୭ ଗତେ ଘ୦୯/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ।
ମେଷ :-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ :-ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ।ଧନଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
ମିଥୁନ :-ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ।ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ।ଈଷ୍ଟଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ।ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
କର୍କଟ :-ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ।ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି।ଶାରୀରିକ ଏବଂ ମାନସିକସ୍ୱାସ୍ଥ୍ୟ ଭଲ ରହିବ।
ସିଂହ:-ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକକାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା :-ଆଜିରଦିନ ବହୁତ ଶୁଭ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ।ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା :-ଆଜି ଧାର୍ମିକକାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ।ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ।ନୂଆସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଚ୍ଛା :-ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରାକରି ମନ ପ୍ରସନ୍ନ ହେବ।ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।
ଧନୁ:-ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
ମକର:-ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
କୁମ୍ଭ:-ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ:-ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମଅଟେ।ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧିହେବ।ବୈଚାରିକ ଦୃଢ଼ତା ଏବଂ ମାନସିକସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

ll ପିତୃପକ୍ଷ ବା ଅପରପକ୍ଷର ଶ୍ରାଦ୍ଧ ll
ଆଶ୍ବିନମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ସମୟ କୁ ପିତୃପକ୍ଷ ବା ଅପରପକ୍ଷ କୁହାଯାଏ। ଆଜି ଠୁ ଅର୍ଥାତ ୧୮/୯/୨୦୨୪ ବୁଧବାର ରୁ ଅପରପକ୍ଷାରମ୍ଭଃ ହେବ । ଯାହା ୨/୧୦/୨୦୨୪ ବୁଧବାର ପର୍ଯ୍ୟନ୍ତ ଭୋଗହେବ । ମାସର ପ୍ରଥମ ପ୍ରତିପଦ ତିଥିରୁ ହିଁ ଶ୍ରାଦ୍ଧଦାନ ଆରମ୍ଭ ହୁଏ । ତେବେ ଭାଦ୍ରବ ପୂର୍ଣ୍ଣିମାରେ ବି ଶ୍ରାଦ୍ଧଦାନ କରାଯାଇପାରିବ । ପରିବାରର ସେହି ସଦସ୍ୟ ଯିଏ ପୂର୍ଣ୍ଣିମା ରେ ପରଲୋକ ଗମନ କରିଥାନ୍ତି ତାଙ୍କ ଲାଗି ଏହି ଦିନ ଶ୍ରାଦ୍ଧ ଦିଆଯାଇପାରିବ। ଯଦି କୌଣସି କାରଣରୁ ପୂର୍ଣ୍ଣିମାରେ ଶ୍ରାଦ୍ଧଦାନ କରି ନ ହେଲା ତେବେ ପିତୃମୋକ୍ଷ ଅମାବାସ୍ୟା ଦିନ ବି ଶ୍ରାଦ୍ଧଦାନ କରାଯାଇପାରେ। ଆଜି ପୂର୍ଣ୍ଣିମା ସହ ପ୍ରତିପଦା ସମ୍ପୂର୍ଣ୍ଣରୂେପେ ଭୋଗ ହେଉଥିବାରୁ ପରିବାରର ସେହି ସଦସ୍ୟ ଯିଏ ପ୍ରତିପଦା ରେ ପରଲୋକ ଗମନ କରିଥିବେ ତାଙ୍କ ନିମନ୍ତେ ଆଜି ଶ୍ରାଦ୍ଧ ଦେବେ ।
ll ୨୦୨୪ ରେ ଅନୁଷ୍ଠିତ ହେବାକୁ ଥିବା ପିତୃପକ୍ଷ ବା ଅପରପକ୍ଷ ଶ୍ରାଦ୍ଧ ର ବିବରଣୀଗୁଡିକ ll :-
ତା. ୧୮/୯/୨୦୨୪ ବୁଧବାର – ପ୍ରତିପଦା ଶ୍ରାଦ୍ଧ / ପୂର୍ଣ୍ଣିମା ଶ୍ରାଦ୍ଧ
ତା. ୧୯/୯/୨୦୨୪ ଗୁରୁବାର – ଦ୍ଵିତୀୟା ଶ୍ରାଦ୍ଧ
ତା . ୨୦/୯/୨୦୨୪ ଶୁକ୍ରବାର – ତୃତୀୟା ଶ୍ରାଦ୍ଧ
ତା . ୨୧/୯/୨୦୨୪ ଶନିବାର – ଚତୁର୍ଥୀ ଶ୍ରାଦ୍ଧ
ତା . ୨୨/୯/୨୦୨୪ ରବିବାର – ପଞ୍ଚମୀ ଶ୍ରାଦ୍ଧ
ତା . ୨୩/୯/୨୦୨୪ ସୋମବାର – ଷଷ୍ଠୀ ଶ୍ରାଦ୍ଧ ଓ ସପ୍ତମୀ ଶ୍ରାଦ୍ଧ
ତା . ୨୪/୯/୨୦୨୪ ମଙ୍ଗଳବାର -ସପ୍ତମୀ ଶ୍ରାଦ୍ଧ ଓ ଅଷ୍ଟମୀ ଶ୍ରାଦ୍ଧ
ତା . ୨୫/୯/୨୦୨୪ ବୁଧବାର -ଅଷ୍ଟମୀ ଶ୍ରାଦ୍ଧ ଓ ନବମୀ ଶ୍ରାଦ୍ଧ
ତା . ୨୬/୯/୨୦୨୪ ଗୁରୁବାର – ନବମୀ ଶ୍ରାଦ୍ଧ ଓ ଦଶମୀ ଶ୍ରାଦ୍ଧ
ତା . ୨୭ /୯/୨୦୨୪ ଶୁକ୍ରବାର – ଦଶମୀ ଶ୍ରାଦ୍ଧ
ତା . ୨୮/୯/୨୦୨୪ ଶନିବାର – ଏକାଦଶୀ ଶ୍ରାଦ୍ଧ
ତା . ୨୯/୯/୨୦୨୪ ରବିବାର – ଦ୍ୱାଦଶୀ ଶ୍ରାଦ୍ଧ
ତା . ୩୦/୯/୨୦୨୪ ସୋମବାର – ତ୍ରୟୋଦଶୀ ଶ୍ରାଦ୍ଧ
ତା . ୧/୧୦/୨୦୨୪ ମଙ୍ଗଳବାର – ଚତୁର୍ଦ୍ଦଶୀ ଶ୍ରାଦ୍ଧ
ତା . ୨/୧୦/୨୦୨୪ ବୁଧବାର – ଅମାବାସ୍ଯା ଶ୍ରାଦ୍ଧ
ପିତୃପୁରୁଷମାନେ ଯେଉଁ ତିଥିରେ ପରଲୋକ ଗମନ କରିଥାନ୍ତି ଏହି ଅପରପକ୍ଷ ସମୟରେ ସେହି ତିଥିରେ ହିଁ ତାଙ୍କ ଉତ୍ତର ପୁରୁଷ ତିଳତର୍ପଣ ସହ ମହାଳୟା ବିଧିରେ ଶ୍ରାଦ୍ଧ ପ୍ରଦାନ କରିବା ଉଚିତ । ଯେଉଁମାନେ ପିତୃପୁରୁଷ ଙ୍କ ପରଲୋକ ଗମନ ତିଥିରେ ଶ୍ରାଦ୍ଧ କରିପାରନ୍ତି ନାହିଁ ସେମାନେ ମହାଳୟା ଦିନ ଶ୍ରାଦ୍ଧ ପ୍ରଦାନ କରିବା ଉଚିତ ।
ll କେଉଁତିଥିରେ ଶ୍ରାଦ୍ଧ ଦେଲେ କେଉଁ ଫଳ ଲାଭ ହୁଏ ll :-
ପ୍ରତିପଦ — ଧନପ୍ରାପ୍ତି
ଦ୍ବିତୀୟା — ସନ୍ତାନଦାୟକ
ତୃତୀୟା — ପୁତ୍ର ପ୍ରାପ୍ତି
ଚତୁର୍ଥୀ — ଶତ୍ରୁନାଶ
ପଞ୍ଚମୀ — ଲକ୍ଷ୍ମୀପ୍ରାପ୍ତି
ଷଷ୍ଠୀ — ସର୍ବତ୍ର ପୂଜନୀୟ
ସପ୍ତମୀ — ଗଣମାନଙ୍କ ଆଧିପତ୍ୟ
ଅଷ୍ଟମୀ — ଉତ୍ତମ ବୁଦ୍ଧି
ନବମୀ — ସ୍ତ୍ରୀ ପ୍ରାପ୍ତ
ଦଶମୀ — ମନୋରଥ ପୂର୍ଣ୍ଣ
ଏକାଦଶୀ — ଚତୁର୍ବେଦ ପ୍ରାପ୍ତ
ଦ୍ବାଦଶୀ — ବିଜୟ ଲାଭ
ତ୍ରୟୋଦଶୀ — ସନ୍ତାନ ବୃଦ୍ଧି, ପଶୁ, ମେଧା, ସ୍ବତନ୍ତ୍ରତା, ଉତ୍ତମ ପୁଷ୍ଟି, ଦୀର୍ଘାୟୁ ତଥା ଐଶ୍ୱର୍ଯ୍ୟର ଭାଗୀ ହୋଇଥାଏ ।
ଚତୁର୍ଦ୍ଦଶୀ — ଯାହାଙ୍କ ପିତା ଯୁବାବସ୍ଥାରେ ମୃତ୍ୟୁକୁ ପ୍ରାପ୍ତି ହୋଇଥିବେ ଅଥବା ଅସ୍ତ୍ରଶସ୍ତ୍ର ଦ୍ଵାରା ନିହତ ହୋଇଥିବେ, ସେମାନେ ସେହି ପିତୃପୁରୁଷଙ୍କ ତୃପ୍ତ ନିମନ୍ତେ ଚତୁର୍ଦ୍ଦଶୀ ତିଥିରେ ଶ୍ରାଦ୍ଧ କରିବା ଉଚିତ୍ ।
ଅମାବାସ୍ୟା — ଯିଏ ଯତ୍ନପୂର୍ବକ ପବିତ୍ର ହୋଇ ଅମାବାସ୍ୟା ଦିନ ଶ୍ରାଦ୍ଧ କରିଥାଏ, ସେ ଅକ୍ଷୟ ସ୍ବର୍ଗ ତଥା ସମସ୍ତ କାମନାକୁ ପ୍ରାପ୍ତ କରିନେଇଥାଏ ।
ll ଏତତ୍ ବ୍ୟତୀତ ସତେଇଶ ନକ୍ଷତ୍ର ମାନଙ୍କରେ ଶ୍ରାଦ୍ଧ କରାଯିବା ଫଳଲାଭ ବିଷୟରେ କିଛି ଉପସ୍ଥାପିତ କରାଯାଇଛି, ଦେଖିବାକୁ ଅନୁରୋଧ ॥ :-
ଅଶ୍ବିନୀ — ଘୋଟକ ପ୍ରାପ୍ତ
ଦ୍ଵିଜା — ଉତ୍ତମ ଆୟୁ
କୃତ୍ତିକା — ସ୍ବର୍ଗଲୋକ ପ୍ରାପ୍ତି
ରୋହିଣୀ — ସନ୍ତାନ ପ୍ରାପ୍ତି
ମୃଗଶିରା — ତେଜସ୍ଵୀ
ଆର୍ଦ୍ରା — ଶୌର୍ଯ୍ୟ
ପୁନର୍ବସୁ — ସ୍ତ୍ରୀ ପ୍ରାପ୍ତି
ପୁଷ୍ୟା — ଅକ୍ଷୟ ଧନପ୍ରାପ୍ତ
ଅଶ୍ଳେଷା — ଉତ୍ତମ ଆୟୁ
ମଘା — ସନ୍ତାନ ତଥା ପୁଷ୍ଟି
ପୂର୍ବାଫାଲ୍ଗୁନୀ — ସନ୍ତାନବାନ୍ ତଥା ଶ୍ରେଷ୍ଠ
ଉତ୍ତରା ଫାଲ୍ଗୁନୀ — ବେଦପ୍ରାପ୍ତ
ହସ୍ତା — ଶାସ୍ତ୍ରଜ୍ଞାନ
ଚିତ୍ରା — ରୂପ,ତେଜ ତଥା ସନ୍ତତି ପ୍ରାପ୍ତ
ସ୍ବାତୀ — ବ୍ୟାପାର ଲାଭ
ବିଶାଖା — ପୁତ୍ରଲାଭ
ଅନୁରାଧା — ଚକ୍ରବର୍ତ୍ତୀ ପଦପ୍ରାପ୍ତ
ଜ୍ୟେଷ୍ଠା — ପ୍ରଭୁତ୍ତ୍ବ ପ୍ରାପ୍ତ
ମୂଳା — ଉତ୍ତମ ଆରୋଗ୍ୟ
ପୂର୍ବାଷାଢା — ଯଶପ୍ରାପ୍ତି
ଉତ୍ତରାଷାଢା — ଶୋକ ଦୂର ହୁଏ
ଶ୍ରବଣା — ଶୁଭଲୋକ ପ୍ରାପ୍ତ
ଧନିଷ୍ଠା — ଅଧିକ ଧନପ୍ରାପ୍ତ
ଶତଭିଷା — ବୈଦ୍ୟ କାର୍ଯ୍ୟରେ ସିଦ୍ଧିପ୍ରାପ୍ତ
ପୂର୍ବାଭାଦ୍ର — ଛେଳି, ମେଣ୍ଡା ଆଦି ପଶୁ ପ୍ରାପ୍ତ
ଉତ୍ତରଭାଦ୍ର — ଗୋ ପ୍ରାପ୍ତ
ରେବତୀ — ଦସ୍ତା ଆଦି ଧାତୁ ପଦାର୍ଥପ୍ରାପ୍ତ
ଏହିସବୁ ନକ୍ଷତ୍ର ମାନଙ୍କରେ ଶ୍ରାଦ୍ଧ କଲେ ଉପରୋକ୍ତ ଫଳ ପ୍ରାପ୍ତ ହୋଇଥାଏ କିନ୍ତୁ ମଘା ନକ୍ଷତ୍ରରେ ମଧୁମିଶ୍ରିତ କ୍ଷୀର ଅର୍ପଣ କରିବା ପିତୃପୁରୁଷଙ୍କ ଅହୋଭାଗ୍ୟ ଅଟେ । ଏଥିରେ ପିତୃପୁରୁଷଙ୍କ ଆଶା ନିଜ କୁଳର ସନ୍ତାନ ମାନଙ୍କ ଉପରେ ରହିଥାଏ ଏହି ସମୟ ଭିତରେ ମଧ୍ୟ ଯଦି କେହି କରିପାରିବେ ନାହିଁ ତେବେ ସୂର୍ଯ୍ୟ ବିଚ୍ଛା ରାଶିରେ ଥିବା ସମୟରେ ମଧ୍ୟ କରିପାରିବେ କାରଣ ଯମରାଜାଙ୍କ ପୁରୀ ସେତେ ସମୟ ପର୍ଯ୍ୟନ୍ତ ଖାଲି ରହିଥାଏ । ବିଚ୍ଛା ରାଶି ବିତିଯିବା ପରେ ମଧ୍ୟ ଯଦି କେହି କୌଣସି ଶ୍ରାଦ୍ଧ କରିନଥାଏ, ତେବେ ଦେବଗଣଙ୍କ ସହିତ ପିତୃଗଣ ସେହି ମନୁଷ୍ୟକୁ ଦୁଃସହ ଅଭିଶାପ ପ୍ରଦାନ କରି ଦୀର୍ଘଶ୍ଵାସ ନେଇ ନିଜ ପୁରକୁ ଫେରି ଯାଇଥାନ୍ତି ପୁଷ୍କର ଆଦି ତୀର୍ଥ, ପବିତ୍ର ମନ୍ଦିର, ପର୍ବତଶିଖର, ପାବନ ପ୍ରଦେଶ, ପୁଣ୍ୟସଲିଳା ନଦୀ, ନଦ, ସରୋବର, ସଙ୍ଗମ, ସପ୍ତସମୁଦ୍ରର ତଟ, ଲିପା ପୋଛା ହୋଇଥିବା ସ୍ବଗୃହ, ଦିବ୍ୟ ବୃକ୍ଷର ମୂଳରେ, ଯଜ୍ଞକୁଣ୍ଡ — ଏହି ସବୁ ସ୍ଥାନ ଶ୍ରାଦ୍ଧ ନିମନ୍ତେ ଉତ୍ତମ ସ୍ଥାନ ।

- Advertisement -

Leave A Reply

Your email address will not be published.