ସେପ୍ଟେମ୍ବରମାସ ୧୨ତାରିଖ ୨୦୨୪ମସିହା(ଗୁରୁବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ନବମୀ ସନ୍ଧ୍ୟା ଘ୧୧/୩୮ ଗତେ ଦଶମୀ ,ନକ୍ଷତ୍ର- ମୂଳା ରାତ୍ରି ଘ୧୦/୩୮ଗତେ ପୂର୍ବାଷାଢ଼ା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୫୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୫୦ ,ଯୋଗିନୀ ପୂର୍ବେ ରାତ୍ରି ଘ୧୧/୩୮ ଗତେ ଉତ୍ତରେ ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର .ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି ,କାଳବେଳା ଓ ବାରବେଳା – ଦିବା ଘ୦୨/୪୨ ଗତେ ଘ୦୫/୪୬ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୧/୦ ଗତେ ଘ୦୨/୪୨ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଡିବା ଘ୦୭/୦୫ ମଧ୍ୟେ ଓ ଘ ୧୦/୨୭ଗତେ ଘ୧୨/୫୨ ମଧ୍ୟେ ,ଅଦ୍ୟ ଲାଉଭକ୍ଷଣ ନିଷେଧ
ମେଷ-ଆଜି ବିଭିନ୍ନଦିଗରୁ ଅର୍ଥର ସମାଗମହେବ,କିନ୍ତୁ ସମସ୍ୟା ଛାଡ଼ିବନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।
ବୃଷ-ଆଜି ଆନୁଷଙ୍ଗିକସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକରହୋଇପାରେ।ଫଳରେ ନିକଟସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟଆଶା ମନରେ ଦୁଃଖଦେଇପାରେ।ପରିବହନ ଓ ଆମଦାନୀବାଣିଜ୍ୟରେ ଉନ୍ନତିକରିବେ।ପାରିବାରିକକ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟିହୋଇ ଭ୍ରାତୃ ସମ୍ପର୍କରେ ଅବନତି ଘଟିବ।
ମିଥୁନ-ଆଜି ଆପଣଙ୍କ ଅଭିଳାଷ ପୂରଣ ଓ ନୂତନ ଭାବରେ ଆରମ୍ଭ କରିଥିବା କାର୍ଯ୍ୟ ହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବ ନାହିଁ।
କର୍କଟ-ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିବ, ମାତ୍ର ହୁଏତ ସୁଯୋଗ ପାଇବା ସହଜ ହୋଇ ନ ପାରେ। ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ।
ସିଂହ-କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ, କିନ୍ତୁ କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଦେହ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ।
କନ୍ୟା-ନିଜ ଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍ ଭାବେ ବୁଝି ପାରିବେନି । ସାହିତ୍ୟ, ଚିତ୍ର୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।
ତୁଳା-ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ଅନୁଭବ କରି ଖୁସୀ । ବନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଳାନ୍ତ ଶରୀର ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ମନକୁ ନ ପାଇବା ହେତୁ କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହେବା ସୂଚନା ରହିଛି ।
ବିଛା-ଆଜି ଲକ୍ଷ୍ୟହୀନ ଭ୍ରମଣ ସାଙ୍ଗକୁ କାର୍ଯ୍ୟ କ୍ଷେତ୍ରକୁ ଶୃଙ୍ଖଳିତ ରହିବନାହିଁ। ଆଶା କରୁଥିବାଅର୍ଥ ପାଇବା ସହଜହେବନାହିଁ ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ।ପରୋକ୍ଷ ଶତ୍ରୁତାକାରଣରୁ କର୍ମକ୍ଷେତ୍ରର ଘଟଣାଗୁଡ଼ାକ ଅସାଧାରଣମନେହେବ।ପରିବାରରେ ନିଜଜିଦ୍ରେ ଅଟଳରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।
ଧନୁ-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟି ଯିବ । ଅବଶ୍ୟ ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିବେ ।କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ।
ମକର-ଆପଣଙ୍କୁ ବନ୍ଧୁଙ୍କ ପ୍ରତି ଅନୁରକ୍ତି ସୃଷ୍ଟିକରି ପାରିବାରିକ କଳହ ଦେଖାଦେଇପାରେ । ଅଫିସ୍ କାମରେ ଫାଇଲ୍ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ । ପୂର୍ବ ଶତ୍ରୁତାକୁ ନେଇ ଈର୍ଷା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇଯାଇପାରନ୍ତି।
କୁମ୍ଭ-ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକି ରହିଥିବା କାମକୁ ସମ୍ପନ୍ନକରିବାରେ ସମର୍ଥହେବେ।ଅତୀତର ବିବାଦୀୟଘଟଣା ମନକୁ ବିବ୍ରତକରିପାରେ । ଯେତେ ଭଲକାମକଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ ।ଏଣୁ ସାବଧାନତା ନିତାନ୍ତଦରକାର।ଯାତ୍ରା,ପ୍ରଶାସନ,ଆଇନ,କଳା,ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମୀନ-ଆଜିର ଜୀବନଯାତ୍ରା ପାଇଁ ଅନୁକୂଳ ରହିବ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।
ମନୁଷ୍ୟଦେହରେ କଳାଯାଇ ଥିଲେ କଣ ଫଳ ମିଳେ? ଖାନା ବଚନ ରହସ୍ୟ…
ମାତୃଗର୍ଭରୁ ହିଁ ମାନବଶରୀରରେ କଳାଯାଇଥାଏ। ଏଗୁଡିକ ସାଧାରଣତଃ କଳା, ନୀଳ କିମ୍ବା ଲାଲରଙ୍ଗର ହୋଇଥାଏ। ଏଗୁଡିକ ସେମାନଙ୍କ ଅବସ୍ଥିତି ଅନୁସାରେ ଫଳାଫଳର ସୂଚନାଦିଅନ୍ତି।ଚିହ୍ନରଆକାର ବୃହତ୍ତରହେଲେ ନିର୍ଦ୍ଧିଷ୍ଟଫଳାଫଳର ବୃଦ୍ଧିଘଟିବା ସହ କ୍ଷୁଦ୍ରାକାରହେଲେ ଫଳାଫଳ କ୍ଷୀଣ ହୁଏ। ଗୋଲାକୃତିହେଲେ ଶୁଭ ଓ ତ୍ରିକୋଣା କୃତିହେଲେ ମିଶ୍ରିତଫଳ ମିଳେ।
ଶରିରର ବିଭିନ୍ନସ୍ଥାନରେ କଳାଯାଇ ଥିଲେ –
ମସ୍ତକର ତାଳୁ ଉପରେ – ମହାଜ୍ଞାନୀ।
ମଧ୍ୟ ଲଲାଟ – ସୌଭାଗ୍ୟ।
ଦକ୍ଷୀଣ ଲଲାଟ – ହଠାତ୍ ଧନୀ।
ବାମ ଲଲାଟ – ଦୁଶ୍ଚରିତ୍ର।
ଦକ୍ଷୀଣ ଚକ୍ଷୁ ପତାରେ – ଯଶସ୍ୱୀ।
ବାମ ଚକ୍ଷୁ ପତାରେ – କଷ୍ଟଦାୟକ।
ନାକ ଦଣ୍ଡରେ – ସୁଖୀ।
ନାକ ପୁଡାରେ – ମାର୍ଜିତ।
ମୁଖର ଦକ୍ଷୀଣ ପଟେ – ପ୍ରେମିକ,ବିଳାସୀ।
ମୁଖର ବାମ ପଟେ – ପ୍ରବାସୀ ଓ ଲମ୍ପଟ।
ମୁଖ ନିମ୍ନରେ – ଲୋଭୀ।
ଓଠ ତଳେ – ପ୍ରେମିକ।
ଗାଲର ଦକ୍ଷୀଣ – ନିରହକାଂରୀ।
ଗାଲର ବାମରେ – ପରିଶ୍ରମୀ ଓ ପରିତ୍ୟକ୍ତ।
ଗଳ ଦେଶରେ – ଆକସ୍ମିକ ଧନ ଲାଭ ଓ ପ୍ରତିଷ୍ଠା ଲାଭ।
କଣ୍ଠରେ – ବିହାହ ପରେ ସୌଭାଗ୍ୟ।
ଦକ୍ଷୀଣ ବାହୁ – ଭାଗ୍ୟବାନ।
ବାମ ବାହୁ – ହୀନ କର୍ମା।
ଉଭୟ ବାହୁ – କୂଳ ଶ୍ରେଷ୍ଠ।
ଦକ୍ଷୀଣ ବକ୍ଷ – ଦୁର୍ବିପାକରେ ସର୍ବସ୍ୱାନ୍ତ।
ବାମ ବକ୍ଷ – ଉଗ୍ର ପ୍ରକୃତି ଓ ଅଳସୁଆ।
ବକ୍ଷ ମଧ୍ୟେ – କାର୍ଯ୍ୟ ସିଦ୍ଧି।
ନଖ – ଦୁଃଖୀ।
କଳାଯାଇର ଲକ୍ଷଣ….
କରତଳେ – ଗୋଟିଏ ଚିହ୍ନ :- ରାଜା ତୁଲ୍ୟ ସମ୍ମାନ।
ଦୁଇଟିଚିହ୍ନ :- ଧନୀ।
ତିନୋଟିଚିହ୍ନ :- ରୋଗୀ।
ଅଧିକଚିହ୍ନ :- ବହୁ ସନ୍ତାନ।
ପିଠିରେ -ପରୋପକାରୀ।
କାଖରେ -ଭାବୁକ।
ପେଟରଦକ୍ଷୀଣରେ -ଭାଗ୍ୟବାନ ଓ ଦାନୀ।
ପେଟରବାମରେ -ଦରିଦ୍ର ଓ ରୋଗୀ।
ପାଦତଳେ – ଶିକ୍ଷିତ ଓ ବିଦେଶ ଯାତ୍ରା।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!