ଆଜିର ରାଶିଫଳ

ଗୁରୁଦକ୍ଷିଣା ପାଇଁ ଆଙ୍ଗୁଠି କାଟିଥିଲେ ଏକଲବ୍ୟ

0 109

ସେପ୍ଟେମ୍ବରମାସ ୦୫ତାରିଖ ୨୦୨୪ମସିହା(ଗୁରୁବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ଦ୍ଵିତୀୟା ଦିବାଘ୧୨/୧୬ଗତେ ତୃତୀୟା ,ନକ୍ଷତ୍ର- ଉତ୍ତରା ଫା ଦିବା ଘ୦୬/୫୬ଗତେ ହସ୍ତା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୨୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୧୦ ,ଯୋଗିନୀ ଉତ୍ତରେ ଦିବା ଘ୧୨/୧୬ଗତେ ଅଗ୍ନିକୋଣେ ,ଦ୍ଵିତୀୟା ର ଏକୋଦିଷ୍ଟ ଓ ତୃତୀୟା ପାର୍ବଣଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର ,ମୃତେ ଦ୍ଵୀପାଦଦୋଷ ଓ ଦିବା ଘ୦୬/୫୫ଗତେ ଘ୧୨/୧୬ମଧ୍ୟେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୦୨/୪୮ଗତେ ଘ୦୫/୫୩ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୧/୪୦ ଗତେ ଘ୦୨/୪୭ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୧୩ ମଧ୍ୟେ ଓ ଘ୧୦/୨୪ଗତେ ଘ୧୨/୪୮ମଧ୍ୟେ ,ଅଦ୍ୟ ବୋଇତିକଖାରୁ ଦିବା ଘ୧୨/୧୬ଗତେ ପୋଟଳଭକ୍ଷଣ ନିଷେଧ।
ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ୟ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।
ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।
ମିଥୁନ-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ନୂଆ ନିଯୁକ୍ତି ଯୋଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମା କୃତକାର୍ୟ୍ୟ ହେବେ।
କର୍କଟ –ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।
ସିଂହ –ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କାର୍ୟ୍ୟ ପୁରଣରେ ବିଳମ୍ବ ହେବ। ସମୟ ଗୁଡିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।
କନ୍ୟା -ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।
ତୁଳା- ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। କାର୍ୟ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ସାମାଜିକ କାର୍ୟ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।
ବିଛା-ଧାର୍ମିକ କାର୍ୟ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।
ଧନୁ –ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ।
ମକର- ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ନିଜ ଚେଷ୍ଟାରେ କାର୍ୟ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ।
କୁମ୍ଭ –ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପ୍ରତିଯୋଗିତାରେ ବିଜୟୀ ହେବେ।
ମୀନ-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ।

 ଗୁରୁଦିବସ: ଗୁରୁଦକ୍ଷିଣା ପାଇଁ ଆଙ୍ଗୁଠି କାଟିଥିଲେ ଏକଲବ୍ୟ, ଗୁରୁଭକ୍ତିର ଅନନ୍ୟ କାହାଣୀ…..
ପୂର୍ବତନପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ସେପ୍ଟେମ୍ବର୫ଜନ୍ମଦିନ ଅବସରରେ ପ୍ରତିବର୍ଷ ଗୁରୁଦିବସ ପାଳନ କରାଯାଏ। ଭାରତବର୍ଷରେ କାହିଁ କେତେକାଳରୁ ଗୁରୁଶିଷ୍ୟ ପରମ୍ପରା ରହିଆସିଛି ।ଆମ ଜୀବନରେ ଗୁରୁଙ୍କ କେତେମହତ୍ତ୍ୱ ରହିଛି ତାହା ବେଶ୍‌ ସମସ୍ତଙ୍କୁ ଜଣା । ଜନ୍ମଦାତ୍ରୀ ମାପ୍ରତ୍ୟେକ ପିଲାର ପ୍ରଥମ ଗୁରୁ ହୋଇଥିବା ବେଳେ ଅଜ୍ଞାନର ଅନ୍ଧକାରକୁ ଦୂର କରି ଆଲୋକ ଦେଇଥାନ୍ତି ଶିକ୍ଷୟିତ୍ରୀ ଓ ଶିକ୍ଷକ ।ପ୍ରତି ମୁହୂର୍ତ୍ତରେ ଜୀବନରେ ଆସୁଥିବା ଝଡ଼ଝଞ୍ଜାକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ଆମକୁ ସେମାନେ ପ୍ରସ୍ତୁତ କରିଥାନ୍ତି । ଯେତେବେଳେ ଗୁରୁ ଶିଷ୍ୟଙ୍କ କଥା ଆଲୋଚନା ହୁଏ ସେତେବେଳେ ଗୁରୁ ଦ୍ରୋଣାଚାର୍ୟ୍ୟ ଓ ଏକଲବ୍ୟଙ୍କ କଥା ମନକୁ ଆସେ । ସେମାନଙ୍କର କାହାଣୀ ଏକ ରୋଚକ ହୋଇ ରହିଛି । କିପରି ସେ ଗୁରୁ ଦ୍ରୋଣଙ୍କୁ ଗୁରୁ ଦକ୍ଷିଣାରେ ନିଜ ଆଙ୍ଗୁଠିକୁ କାଟି ଦେଇଥିଲେ ସେ କାହାଣୀ ଆଜି ବି ସମସ୍ତଙ୍କ ମନେ ରହିଛି।

ପ୍ରାଚୀନକାଳରେ ବିଦ୍ୟାର୍ଥୀଙ୍କୁ ଶିକ୍ଷାଗ୍ରହଣ କରିବାପାଇଁ ଗୁରୁଙ୍କ ସହ ଆଶ୍ରମରେ ରହିବାକୁ ପଡ଼ୁଥିଲା ।ସେହିସମୟରେ ବ୍ରାହ୍ମଣ ଓ କ୍ଷତ୍ରିୟଙ୍କଛଡ଼ା ଆଉକାହାକୁ ଶିକ୍ଷା ଦିଆଯାଉନଥିଲା।ଏକଦା ଶୃଙ୍ଗବେରପୁରରେ ନିଷାଦରାଜ ହିରଣ୍ୟଧନୁଙ୍କରାଣୀ ସୁଲେଖା ଏକ ପୁତ୍ର ସନ୍ତାନକୁ ଜନ୍ମଦେଇଥିଲେ। ଏହାପରେ ତାଙ୍କର ନାମକରଣ କରାଯାଇ ଅଭିଦ୍ୟୁମ୍ନ ନାମିତ କରାଯାଇଥିଲା। ଛୋଟବେଳେ ତାଙ୍କୁ ଅଭୟବୋଲି ସମସ୍ତେଡାକୁଥିଲେ ।ଯେତେବେଳେ ସେ ଶିକ୍ଷାଲାଭ କରିବା ପାଇଁ ଗୁରୁକୁଳଆସିଥିଲେ ସେତେବେଳେ ଅସ୍ତ୍ରଶସ୍ତ୍ରବିଦ୍ୟାରେ ତାଙ୍କରନିଷ୍ଠା ଓ ଏକାଗ୍ରତାକୁଦେଖି ଗୁରୁ ଏକଲବ୍ୟନାମରେ ସମ୍ବୋଧିତକରିଥିଲେ ।ଏହାପରେ ଧନୁର୍ବିଦ୍ୟାରେ ଉଚ୍ଚଶିକ୍ଷାପାଇଁ ଏକଲବ୍ୟ ଗୁରୁଦ୍ରୋଣଙ୍କ ପାଖକୁ ଯିବାପାଇଁ ନିଷ୍ପତ୍ତିନେଇଥିଲେ ହେଲେ ସେକେବଳ ବ୍ରାହ୍ମଣ ଓ କ୍ଷତ୍ରିୟଙ୍କୁ ଶିକ୍ଷାଦାନ କରୁଥିଲେ । କିନ୍ତୁ ଏକଲବ୍ୟ ଏହାଜାଣି ମଧ୍ୟ ଧନୁର୍ବିଦ୍ୟା ଶିକ୍ଷାଲାଭ କରିବାପାଇଁ ଗୁରୁଦ୍ରୋଣଙ୍କୁ ନିଜକଳାରେ ପ୍ରଭାବିତ କରିବାକୁ ଯାଇଥିଲେ ।ହେଲେ ଏଭଳିକିଛି ହୋଇ ନ ଥିଲା ବରଂ ଦ୍ରୋଣତାଙ୍କୁ ଅପମାନିତକରି ଆଶ୍ରମରୁ ବାହାରକରିଦେଇଥିଲେ । ଏହାପରେ ଜଙ୍ଗଲରେ ସେ ଦ୍ରୋଣଙ୍କ ପ୍ରତିମାରଖି ଧନୁର୍ବିଦ୍ୟାଅଭ୍ୟାସ କରି ନିଜଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ ।ଦିନେ ଦ୍ରୋଣାଚାର୍ୟ୍ୟ ଜଙ୍ଗଲରେ ବୁଲୁଥିବା ସମୟରେ ଏକଲବ୍ୟଙ୍କ ଧନୁର୍ବିଦ୍ୟାରେ ପାରଙ୍ଗମଦେଖି ତାଙ୍କ ଗୁରୁଙ୍କ ବିଷୟରେ ଜାଣିବାକୁ ଜିଜ୍ଞାସା କରିଥିଲେ ।ହେଲେ ପ୍ରତିମାରେ ନିଜଛବିକୁ ଦେଖି ଏକଲବ୍ୟଙ୍କୁ ସେ ଗୁରୁଦକ୍ଷିଣା ମାଗିଥିଲେ ।ତାଙ୍କୁ ଦେବାପାଇଁ ଏକଲବ୍ୟଙ୍କ ପାଖରେ କିଛି ନଥିବାରୁ ଦ୍ରୋଣ ତାଙ୍କର ଆଙ୍ଗୁଠି ଦେବାକୁ କହିଥିଲେ ।କାରଣ ପୂର୍ବରୁ ଅର୍ଜୁନଙ୍କୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କରିବାକୁ ଦେଇଥିବା ପ୍ରତିଶ୍ରୁତି ତାଙ୍କର ମିଥ୍ୟାରେ ପାଲଟି ଯାଇଥାନ୍ତା ।ତେବେ ଏକଲବ୍ୟମଧ୍ୟ ନିଜଆଙ୍ଗୁଠିକାଟି ଗୁରୁଙ୍କୁ ସମର୍ପି ଦେଇଥିଲେ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.