ଆଜିର ରାଶିଫଳ

ଦେବତା ଆରାଧନା ବିଘ୍ନ-୩୨ ପ୍ରକାର ସେବା ଅପରାଧ

ସେପ୍ଟେମ୍ବରମାସ ୦୩ତାରିଖ ୨୦୨୪ମସିହା(ମଙ୍ଗଳବାର)ଭାଦ୍ରବ ମାସ- କୃଷ୍ଣପକ୍ଷ ,ତିଥି- ଅମାବାସ୍ୟା ଦିବା ଘ୦୭/୨୮ଗତେ ପ୍ରତିପଦ ,ନକ୍ଷତ୍ର- ପୂର୍ବା ଫା ଶେଷରାତ୍ରି ଘ୦୫/୩୨ ଗତେ ଉତ୍ତରା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୫/୫୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୫୨ ,ଯୋଗିନୀ ଐଶାନ୍ୟେ ଦିବା ଘ୦୭/୨୮ଗତେ ପୂର୍ବେ ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର ,ମକର ରାଶି ର ଘାତବାର ,ମୃତେ ଏକପାଦ ପୁଷ୍କର ଦୋଷ ,କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୦ ମଧ୍ୟେ ,ବାରବେଳା – ଦିବା ଘ୦୭/୦୮ ଗତେ ଘ୦୮/୪୧ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୪୮ ଗତେ ଘ୧୦/୨୪ ମଧ୍ୟେ ଓ ଘ୧୨/୪୮ ଗତେ ଘ୦୧/୨୬ ମଧ୍ୟେ ଓ ଘ୦୩/୧୧ ଗତେ ଘ୦୪/୪୬ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ
ମେଷ:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।
ବୃଷ:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।
ମିଥୁନ:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ୟ୍ୟ ସହଜରେ ସମ୍ପନ୍ନ । ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।
କର୍କଟ:-ଆଜି ସନ୍ତାନଙ୍କର କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ।
ସିଂହ:-ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲ କରି ପାରିବେ। ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ନଷ୍ଟକରିପାରେ। ନୂତନ ନିଯୁକ୍ତି , ସ୍ଥାନାନ୍ତର ସକାଶେ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିର କାର୍ୟ୍ୟ ସମ୍ପାଦିତ ହେବ। ବ୍ୟବସାୟ, ଜମିଜମାର ବକେୟା କାର୍ୟ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ ।
କନ୍ୟା:-ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେଇ ଖୁସି ମନେଇବେ।
ତୁଳା:-ଆଜି ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କଳହର ହୋଇପାରେ। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ୟ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଦୀର୍ଘଦିନରୁ ରହିଆସିଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା:-ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
ଧନୁ:-ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।
ମକର:-ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
କୁମ୍ଭ:-ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ୟ୍ୟହାନି, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ।
ମୀନ:-ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ।ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।

ଦେବତା ଆରାଧନା ବିଘ୍ନ-୩୨ ପ୍ରକାର ସେବା ଅପରାଧ
୧) ଯାନବାହନ ଆଦିରେ ଚଢ଼ି ଅଥବା ପାଦୁକାପିନ୍ଧି ମନ୍ଦିରଭିତରକୁ ଯିବା ।
୨) ଦର୍ଶନକରିବା ସମୟରେ ଶ୍ରୀବିଗ୍ରହଙ୍କୁ ପ୍ରଣାମ ନକରିବା ।
୩) ରଥଯାତ୍ରା, ଜନ୍ମାଷ୍ଟମୀ ଉତ୍ସବ ପାଳନ ନକରିବା ଅଥବା ସେ ସମୟରେ ଠାକୁରଙ୍କୁ ଦର୍ଶନ ନ କରିବା ।
୪) ଅଶୌଚ ଅବସ୍ଥାରେ ଦେବଦର୍ଶନ କରିବା ।
୫) ଗୋଟିଏ ହାତରେ ପ୍ରଣାମ କରିବା ।
୬) ଠାକୁରଙ୍କ ସମୁଖରେ ଗୋଡଲମ୍ବାଇ ବସିବା ।
୭) ପ୍ରତିଥର ପରିକ୍ରମା ପରେ କିଛି କ୍ଷଣ ଠାକୁରଙ୍କ ସମ୍ମୁଖରେ ଠିଆ ନ ରହି ଅବିରତ ପରିକ୍ରମା କରିବା ।
୮) ଠାକୁରଙ୍କ ସମ୍ମୁଖରେ ଦୁଇ ଆଣ୍ଠୁକୁ ବାହୁ ଯୁଗଳରେ ଛନ୍ଦି ବସିବା ।
୯) ଠାକୁରଙ୍କ ସମ୍ମୁଖରେ ଶୋଇବା ।
୧୦) ଠାକୁରଙ୍କ ସମ୍ମୁଖରେ ଖାଇବା ।
୧୧) ଠାକୁରଙ୍କ ସମ୍ମୁଖରେ ମିଛ କହିବା ।
୧୨) ଠାକୁରଙ୍କ ସମ୍ମୁଖରେ ଉଚ୍ଚ ସ୍ବରରେ କଥାବାର୍ତ୍ତା ହେବା ।
୧୩) ଠାକୁରଙ୍କ ସମ୍ମୁଖରେ ବାର୍ତ୍ତାଳାପ କରିବା ।
୧୪) ଠାକୁରଙ୍କ ସମ୍ମୁଖରେ ଚିତ୍କାର କରିବା
୧୫) ଠାକୁରଙ୍କ ସମ୍ମୁଖରେ କଳହ କରିବା ।
୧୬) ଠାକୁରଙ୍କ ସମ୍ମୁଖରେ କାହାରିକୁ କଷ୍ଟ ଦେବା ।
୧୭) ଠାକୁରଙ୍କ ସମ୍ମୁଖରେ କାହାରିକି ଅନୁଗ୍ରହ କରିବା ।
୧୮) ଠାକୁରଙ୍କ ସମ୍ମୁଖରେ ନିଷ୍ଟୁର ବାକ୍ୟ କହିବା ।
୨୦) ଠାକୁରଙ୍କ ସମ୍ମୁଖରେ ନିଜ ଦେହକୁ କମ୍ବଳ ଦ୍ବାରା ଆବୃତ କରି ରଖିବା ।
୨୧) ଠାକୁରଙ୍କ ସମ୍ମୁଖରେ ଅନ୍ୟକୁ ସ୍ତୁତି କରିବା ।
୨୨) ଠାକୁରଙ୍କ ସମ୍ମୁଖରେ ଅଶ୍ଳୀଳଶବ୍ଦ ଉଚାରଣ କରିବା ।
୨୩) ଠାକୁରଙ୍କ ସମ୍ମୁଖରେ ଅଧୋବାୟୁ ତ୍ୟାଗ କରିବା ।
୨୪) ସାମର୍ଥ୍ୟଥାଇ ମଧ୍ୟ ସାଧାରଣ ଉପଚାରଦ୍ବାରା ବା କାମଚଳା ଭାବରେ ଠାକୁରଙ୍କ ପୂଜା କରିବା ।
୨୫) ଠାକୁରଙ୍କୁ ଅର୍ପଣନକରି ଖାଦ୍ୟପେୟ ଗ୍ରହଣ କରିବା ।
୨୬) ଋତୁ ଅନୁସାରେ ହେଉଥିବାଫଳ ଠାକୁରଙ୍କୁ ସର୍ବପ୍ରଥମେ ନିବେଦିତ ନକରିବା ।
୨୭) କୌଣସି ପନିପରିବା ବା ଫଳ କିଛି ଅଂଶ କାଟି ରଖି ଅବଶିଷ୍ଟ ଅଂଶକୁ ଠାକୁରଙ୍କ ରୋଷେଇ ପାଇଁ ଦେବା ।
୨୮) ଠାକୁରଙ୍କ ଆଡକୁ ପଛକରି ବସିବା ।
୨୯) ଠାକୁରଙ୍କ ସମ୍ମୁଖରେ ଅନ୍ୟକାହାକୁ ପ୍ରଣାମ କରିବା ।
୩୦) ଗୁରୁଦେବଙ୍କୁ ଅଭ୍ୟର୍ଥନା ଓ ସ୍ତୁତି ନକରିବା ।
୩୧) ନିଜ ମୁଖରେ ନିଜକୁ ପ୍ରଶଂସା କରିବା
୩୨) କୌଣସି ଦେବତାଙ୍କୁ ନିନ୍ଦାକରିବା ।ଏହା ପଦ୍ମପୁରାଣ ପାତାଳଖଣ୍ଡ ଶ୍ଲୋକ ୩୬ – ୪୪ ଉଲ୍ଲେଖ ରହିଛି!!ଜୟଜଗନ୍ନାଥ, ଜୟସୋମନାଥ, ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.