ଅଗଷ୍ଟମାସ ୨୯ତାରିଖ ୨୦୨୪ ମସିହା(ଗୁରୁବାର) ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି-ଏକାଦଶୀ ରାତ୍ରିଘ ୦୧/୪୮ଗତେ ଦ୍ୱାଦଶୀ,ନକ୍ଷତ୍ର- ଆର୍ଦ୍ରା ଦିବା ଘ୦୫/୩୩ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧ /୫୨,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୧/୪୮ ଗତେ ନୈରୁତେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ତୁଳା ଓ କୁମ୍ଭରାଶିର ଘାତବାର,କନ୍ୟାରାଶିର ଘାତଚନ୍ଦ୍ର,କାଳବେଳା ଓ ବାରବେଳା – ଦିବା ଘ୦୨/୫୨ଗତେ ଘ୦୫/୫୮ମଧ୍ୟେ,ମୃତେ ଦିବା ଘ୦୫/୩୩ ଗତେ ଏକ ପାଦ ଓ ରାତ୍ରି ଘ ୦୧/୪୮ ଗତେ ଦ୍ଵିପାଦ ପୁଷ୍କର ଦୋଷ,ବିଶୁଦ୍ଧ ଅମୃତ ବେଳା-ରାତ୍ରି ଘ୦୧/୧୦ଗତେ ଘ୦୩/୩୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୧୧ମଧ୍ୟେ ଓ ଘ୧୦/ ୨୩ଗତେ ଘ୧୨/୪୭ ମଧ୍ୟେ,ଅଦ୍ୟ ଶିମ୍ବଭକ୍ଷଣ ନିଷେଧ।
ମେଷ:-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।
ବୃଷ:-ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।
ମିଥୁନ:-ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।
କର୍କଟ:-ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।
ସିଂହ:-ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ।ଭାଇବନ୍ଧୁ ଏବଂ ପଡ଼ୋଶୀ ମାନଙ୍କସହିତ ଖୂବ ଭଲସମ୍ବନ୍ଧ ରହିବ।ଆର୍ଥିକଲାଭ ମଧ୍ୟ ହେବ।
କନ୍ୟା:-ଆପଣଙ୍କ ଅନିୟନ୍ତ୍ରିତବାଣୀ କାହା ସହିତ ମନମାଳିନ୍ୟ କରାଇପାରେ।ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।
ତୁଳା:-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।
ବିଛା:-ଆଜିରଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ।ସ୍ଵାସ୍ଥ୍ୟଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀହେବ।କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ।ଅଧିକଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।
ଧନୁ:-ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।
ମକର:-ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି- ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତାମିଳିବ।ଗୃହସ୍ଥ ଜୀବନରେ ଆନନ୍ଦ ରହିବ।ଧନପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।
କୁମ୍ଭ:-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନ ମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।
ମୀନ:-ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ।ଅଚାନକ ଧନ ଲାଭହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳି କିରି ରୁହନ୍ତୁ।
ବାସ୍ତୁଶାସ୍ତ୍ରଅନୁଯାୟୀ ଉତ୍ତରଦିଗର ବାସ୍ତୁମହତ୍ତ୍ୱ…..
ବାସ୍ତୁଶାସ୍ତ୍ରଅନୁଯାୟୀ, ପ୍ରତିଦିଗର କିଛି ନା କିଛି ନିଜସ୍ବ ମହତ୍ତ୍ୱରହିଛି।ବିଶେଷକରି ଉତ୍ତରଦିଗକୁ ସବୁଠୁ ଶୁଭବୋଲି ବିବେଚନା କରାଯାଏ; କାରଣ ଏହିଦିଗରେ ଧନରଦେବତା କୁବେର ବାସକରିଥାନ୍ତି।ତେଣୁ ଏହିଦିଗରେ କଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
ଉତ୍ତରଦିଗର ପ୍ରଭୁ କୁହାଯାଉଥିବା କୁବେରଙ୍କରଫଟୋ ହେଉ ଅଥବା ପ୍ରତୀମାକୁ ଏହି ଦିଗରେ ରଖିବା ଅନେକ ଶୁଭଫଳ ଦେଇଥାଏ।ତାସହିତ ବାସ୍ତୁଦୋଷକୁ ମଧ୍ୟ ଏହା ଆପେଆପେ ଠିକ୍ କରିଦିଏ।
ତୁଳସୀଗଛର ଧାର୍ମିକ ମହତ୍ତ୍ୱ ଯଥେଷ୍ଟ ଥିବାରୁ ଏହାକୁ ଉତ୍ତରଦିଗରେ ଲଗାଇବା ଅତ୍ୟନ୍ତଶୁଭ ହୋଇଥାଏ।ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି କୁହାଯାଏ।
ମନିପ୍ଲାଣ୍ଟର ବି ବାସ୍ତୁ ମହତ୍ତ୍ୱ ଖୁବ୍ ରହିଛି। ଯଦି ଏହିଗଛକୁ ଘରର ଉତ୍ତରଦିଗରେ ଲଗାଯାଏ; ତାହେଲେ ଆର୍ଥିକଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଉତ୍ତରଦିଗରେ ଦର୍ପଣଲଗାଇବା ବାସ୍ତୁଅନୁଯାୟୀ ଶୁଭହୋଇଥାଏ। କାରଣ ଏହା ଘରମଧ୍ୟକୁ କୌଣସି ନକାରାତ୍ମକଊର୍ଜା ପ୍ରବେଶକରିବାକୁ ଦିଏ ନାହିଁ। ଆବଶ୍ୟକପଡ଼ିଲେ ଏହିଦିଗରେ ରୋଷେଇଘର କରି ବି ଘରକୁ ବାସ୍ତୁଦୋଷ ମୁକ୍ତ କରିହେବ। ଯଦ୍ଦ୍ବାରା ଘରେ କେବେ ବି ଅନ୍ନର ଅଭାବ ଦେଖାଯିବନାହିଁ। ଘରର ମୁଖ୍ୟଦ୍ୱାର ବି ଉତ୍ତରଦିଗରେ ରହିବା ଶୁଭଫଳ ପ୍ରଦାନ କରିଥାଏ। !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!