ଆଜିର ରାଶିଫଳ

ଗଙ୍ଗାରେ କାହିଁକି ଅସ୍ଥି ବିସର୍ଜନ କରାଯାଇଥାଏ ?

ଅଗଷ୍ଟମାସ୨୮ତାରିଖ ୨୦୨୪ ମସିହା(ବୁଧବାର) ଭାଦ୍ରବ ମାସ- କୃଷ୍ଣପକ୍ଷ,ତିଥି- ଦଶମୀ ରାତ୍ରି ଘ ୦୧/୩୧ ଗତେ ଏକାଦଶୀ,ନକ୍ଷତ୍ର- ମୃଗଶିରା ଦିବା ଘ୦୪/୪୬ ଗତେ ଆର୍ଦ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୨/ ୪୨,ଯୋଗିନୀ ଉତ୍ତରେ ରାତ୍ରି ଘ୦୧/୩୧ଗତେ ଅଗ୍ନି କୋଣେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କର୍କଟରାଶିର ଘାତବାର,କନ୍ୟାରାଶିର ଘାତଚନ୍ଦ୍ର,
କାଳବେଳା -ଦିବା ଘ୦୮/୦୪ ଗତେ ଘ୧୦/୧୪ ମଧ୍ୟେ,ବାରବେଳା – ଦିବା ଘ୧୧/୪୬ ଗତେ ଘ୦୧/୨୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୧୦ ଗତେ ଘ୦୮/୦୩ ମଧ୍ୟେ ଓ ରାତ୍ରି ଘ୦୬/୪୬ ଗତେ ଘ୦୯/୧୦ ମଧ୍ୟେ ଓ ଘ୦୧/୫୦ ଗତେ ଘ୦୪/୪୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୫୮ ଗତେ ଘ୦୫/୩୫ ମଧ୍ୟେ,କଳମଶାଗ ଭକ୍ଷଣ ନିଷେଧ।
ମେଷ:-ଆଜି ବନ୍ଧୁଙ୍କସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ।ବକେୟା ଅର୍ଥଲାଭ,ଶାରୀରିକ ସୁସ୍ଥତା, ବନ୍ଧୁଙ୍କପରାମର୍ଶ କାମକୁ ଆସିବ।ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତାମିଳିବ।ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥାକହି ବିବାଦଭିତରକୁ ପଶିଯାଇ ପାରନ୍ତି।
ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ:-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତିମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ:-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ ।ସରକାରୀସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭଖବର ଶୁଣି ଖୁସି ହେବେ।
ସିଂହ:-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା:-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବ ନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା:-ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ:-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର:-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳକରିବାର ମଉକା ପାଇପାରିବେ।
କୁମ୍ଭ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟାଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାରସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ:-ଆଜିର ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମା ରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାର ରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ।କଳା,ପ୍ରଶାସନ ଓ ରାଜ ନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

ଗଙ୍ଗାରେ କାହିଁକି ଅସ୍ଥି ବିସର୍ଜନ କରାଯାଇଥାଏ ?
ଏହି ପୃଥିବୀ ଉପରେ ଯେଉଁ ପ୍ରାଣୀ ଜନ୍ମ ନେଇଛି ତାହାର ମୃତ୍ୟୁ ସୁନିଶ୍ଚିତ ଅଟେ । କାରଣ ଏହା ହିଁ ପ୍ରକୃତିର ନିୟମ ଅଟେ । ଗରୁଡ ପୁରାଣ ଅନୁସାରେ, ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁର ସମୟ ନିକଟତର ହୋଇଯାଏ ତେବେ ଯମରାଜ ସେହି ବ୍ୟକ୍ତିକୁ କିଛି ସଂକେତ ଦେଇଥାନ୍ତି । ଭଲ କାମ କରିଥିବା ଲୋକମାନଙ୍କୁ ମରିବା ସମୟରେ ଏକ ଦିବ୍ୟ ଆଲୋକ ଦୃଶ୍ୟମାନ ହୋଇଥାଏ ଓ ସେହି ସମୟରେ ସେହି ବ୍ୟକ୍ତିକୁ ମୃତ୍ୟୁର କୌଣସି ବି ଭୟ ଲାଗେ ନାହିଁ ।ହେଲେ ପାପୀ ଲୋକଙ୍କୁ ମୃତ୍ୟୁର ଏକ ଭୟ ରହିଥାଏ ।
କହିବାକୁ ଗଲେ ଯେଉଁ ବ୍ୟକ୍ତି ମୃତ୍ୟୁ ଲୋକକୁ ଯିବାର ଥାଏ ଶେଷ ସମୟରେ ସେ କିଛି ବି କହିପାରେ ନାହିଁ । କାରଣ ସେହି ସମୟରେ ବ୍ୟକ୍ତିର ମୁହଁରୁ ଆବାଜ ବାହାରି ନ ଥାଏ । ଶରୀର ବି ଅଚଳ ପଡିଯାଏ । ସେହି ବ୍ୟକ୍ତିର କୌଣସି ବି ଇନ୍ଦ୍ରିୟ କାମ କରେ ନାହିଁ । ଏହିଭଳି ଗୋଟିଏ ବ୍ୟକ୍ତି ବିଭିନ୍ନ ପ୍ରକାରର ଯନ୍ତ୍ରଣାର ସମ୍ମୁଖୀନ ହୋଇଥାଏ । ତେବେ ବନ୍ଧୁଗଣ ମୃତ୍ୟୁ ପରେ ବ୍ୟକ୍ତିର ଅନ୍ତିମ ସଂସ୍କାର କରାଯାଏ ଓ ଅନ୍ତିମ ସଂସ୍କାର ପରେ ବହୁତ ଲୋକ ମୃତ ବ୍ୟକ୍ତିର ଅସ୍ଥିକୁ ଗଙ୍ଗା ନଦୀରେ ବିସର୍ଜନ କରାଇଥାନ୍ତି ।
କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଗଙ୍ଗାରେ ଅସ୍ଥି ବିସର୍ଜନ କରିବା ପରେ ଏହା କେଉଁଠାକୁ ଯାଇଥାଏ ? ଆଜି ଆମେ ଆପଣଙ୍କୁ ଏହି ସମ୍ପର୍କରେ କହିବୁ । ଆପଣମାନେ ଏହା ଶୁଣିଥିବେ କି ସମସ୍ତେ ନିଜର ପାପକୁ ଧୋଇବା ପାଇଁ ଗଙ୍ଗା ସ୍ନାନ କରିଥାନ୍ତି । ଏହା ସହିତ ଗଙ୍ଗା ନଦୀରେ ସବୁଦିନ ହଜାର ହଜାର ଲୋକମାନଙ୍କ ଅସ୍ଥି ବି ବିସର୍ଜନ କରାଯାଏ । ଏତେ ଅସ୍ଥି ବିସର୍ଜନ କରିବା ସତ୍ତ୍ୱେ ବି ଏହି ନଦୀକୁ ପବିତ୍ର ଗଙ୍ଗା ନଦୀ କୁହାଯାଏ ।
.ସନାତନ ଧର୍ମ ଅନୁସାରେ ବ୍ୟକ୍ତିର ଅସ୍ଥି ଗଙ୍ଗାରେ ଏଥିପାଇଁ ବିସର୍ଜନ କରାଯାଏ ଯାହା ଦ୍ଵାରା ମୃତ୍ୟୁ ପରେ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳିବ । ଏହା ଛଡା ଅନ୍ତିମ ସଂସ୍କାର ପରେ ଅସ୍ତି ଗଙ୍ଗାରେ ଏଥିପାଇଁ ବିସର୍ଜନ କରାଯାଇଥାଏ । ଯାହା ଦ୍ଵାରା ମୃତ ବ୍ୟକ୍ତି ଜଣକ ସମସ୍ତ ପାପରୁ ମୁକ୍ତି ପାଇ ପାରିବ । କିନ୍ତୁ ଆପଣ ଜାଣିଛନ୍ତି କି ଅସ୍ଥି ବିସର୍ଜନ ହେବା ପରେ ଏହା କେଉଁଠିକୁ ଯାଇଥାଏ ?
ଏହାର ଉତ୍ତର ପ୍ରାୟତଃ ଲୋକମାନେ ଜାଣି ନଥିବେ । ତେବେ ଏଠାରେ କହିବା ପାଇଁ ଚାହୁଁଛୁ କି, ଅସ୍ତି ଗୁଡିକ ବିସର୍ଜନ ହେବା ପରେ ଏହା ସିଧା ବିଷ୍ଣୁଙ୍କ ଚରଣ ମାନେ ‘ବୈକୁଣ୍ଠ’କୁ ଯାଇଥାଏ । ଅନ୍ୟ ପଟେ ବୈଜ୍ଞାନିକମାନଙ୍କ ମତ ଅନୁସାରେ, ପାଣିରେ ‘ମର୍କରି’ ଥାଏ ଯାହା ଅସ୍ଥିରେ ଥିବା କ୍ୟାଲସିୟମ ଓ ଫସଫରସକୁ ପାଣିରେ ମିଶ୍ରଣ କରିଦିଏ । ଏହି କାରଣରୁ ଏହି ପାଣି ଜୀବ ଜନ୍ତୁଙ୍କ ପାଇଁ ଆହୁରି ବି ପୌଷ୍ଟିକ ହୋଇଯାଏ !!ଜୟଜଗନ୍ନାଥ, ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.