ଅଗଷ୍ଟମାସ ୨୬ତାରିଖ ୨୦୨୪ମସିହା(ସୋମବାର)ଭାଦ୍ରବମାସ- କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ରାତ୍ରିଘ ୦୨/୨୮ଗତେ ନବମୀ ,ନକ୍ଷତ୍ର- କୃତ୍ତିକା ଦିବା ଘ୦୪/୪୬ଗତେ ରୋହିଣୀ ,ଅଦ୍ୟ ଶ୍ରୀକୃଷ୍ଣଜନ୍ମାଷ୍ଟମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୦୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୧୨ ,ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୨/୨୮ଗତେ ପୂର୍ବେ ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,କାଳବେଳା -ଦିବା ଘ୦୭/୦୭ ଗତେ ଘ୦୮/୪୦ମଧ୍ୟେ ,ବାରବେଳା – ଦିବା ଘ୦୨/୫୪ ଗତେ ଘ୦୪/୨୮ମଧ୍ୟେ ,ଅଦ୍ୟ ମୃତେ ଦିବା ଘ ୦୪/୪୬ ମଧ୍ୟେ ଏକପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତ ବେଳା-ଦିବାଘ୦୭/୦୬ମଧ୍ୟେ ଓ ଘ୧୦/୨୦ଗତେ ଘ୧୨/୪୭ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୨୯ ଗତେ ଘ୦୪/୪୭ ମଧ୍ୟେ ,ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ।
କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟଚ… ନନ୍ଦ ଗୋପ କୁମାରାୟ ଗୋବିନ୍ଦାୟ ନମୋ ନମଃ..
ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।
ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।
ମିଥୁନ-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
କର୍କଟ–ଆଜିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
ସିଂହ– ଆଜିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ୟ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।
କନ୍ୟା– ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
ତୁଳା–ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
ବିଛା–ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।
ଧନୁ– ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
ମକର– ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ୟୟ ଯୋଗ ରହିଛି।
କୁମ୍ଭ–ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।
ମୀନ–ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ୟ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ କଣ ଅର୍ପଣ କଲେ ସେ ପ୍ରସନ୍ନ ହୁଅନ୍ତି….
ହିନ୍ଦୁପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକବର୍ଷ ଭାଦ୍ରବମାସ, କୃଷ୍ଣପକ୍ଷର ଅଷ୍ଟମୀତିଥିରେ ଭଗବାନଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀପର୍ବ ପାଳନ କରାଯାଇଥାଏ । ମାନ୍ୟତାଅନୁସାରେ ଭାଦ୍ରବମାସ ଅଷ୍ଟମୀତିଥିର ରୋହିଣୀନକ୍ଷତ୍ରରେ ଅର୍ଧରାତ୍ରିରେ ଭଗବାନଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା । ଏହିଦିନ ଭଗବାନ ଶ୍ରୀକୃଷ୍ନଙ୍କୁ ବିଧିବିଧାନଅନୁସାରେ ପୂଜାର୍ଚନା କରାଯାଇଥାଏ ଏବଂ ବ୍ରତ ରଖାଯାଇଥାଏ । କୃଷ୍ଣ ଜନ୍ମାଷ୍ଟମୀକୁ ଗୋକୁଳାଷ୍ଟମୀ,କୃଷ୍ନାଷ୍ଟମୀ,ଅଷ୍ଟମୀରୋହିଣୀ,ଶ୍ରୀକୃଷ୍ଣଜୟନ୍ତୀ ବୋଲି ମଧ୍ୟ କୁହାଯାଇ ଥାଏ ।
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କେବେ-ଅଷ୍ଟମୀତିଥି ଅଗଷ୍ଟ୨୬ତାରିଖର ସକାଳ୩ଟା୩୯ମିନିଟରେ ଆରମ୍ଭ ହେଉଛି ଏବଂ ଅଗଷ୍ଟ୨୭ରାତ୍ରି୨ଟା୧୯ମିନିଟରେ ସମାପ୍ତି ହେଉଛି । ଚଳିତବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀପର୍ବ ଅଗଷ୍ଟ ୨୬ତାରିଖ ସୋମବାରରେ ପାଳନ ହେବ ।
ଜନ୍ମାଷ୍ଟମୀଦିନ ରୋହିଣୀନକ୍ଷତ୍ର –ରୋହିଣୀନକ୍ଷତ୍ର ଅଗଷ୍ଟ୨୬ତାରିଖ ଦ୍ବିପ୍ରହର୩ଟା ୫୫ମିନିଟରୁ ଆରମ୍ଭହୋଇ ଅଗଷ୍ଟ୨୭ତାରିଖ ଦ୍ବିପ୍ରହର୩ଟା ୩୮ମିନିଟରେ ସମାପ୍ତ ହେବ ।
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପୂଜନମୁହୂର୍ତ୍ତ –ଚଳିତବର୍ଷ ଭଗବାନଶ୍ରୀକୃଷ୍ଣଙ୍କ୫୨୫୧ତମଜନ୍ମଉତ୍ସବ ପାଳିତହେବ, କୃଷ୍ଣଜନ୍ମାଷ୍ଟମୀର ପୂଜାପାଇଁ ଶୁଭମୁହୂର୍ତ୍ତ ଦିନ୧୨ଟାରୁ ଆରମ୍ଭ ହେଉଛି ।
ବ୍ରତପାଳନ ପାଇଁ ଶୁଭସମୟ –ଧର୍ମଶାସ୍ତ୍ରଅନୁସାରେ ଜନ୍ମାଷ୍ଟମୀରେ ବ୍ରତ କରିବାଦ୍ୱାରା ଜୀବନର ସମସ୍ତବାଧାବିଘ୍ନ ଦୂରହୋଇଥାଏ । ତେଣୁ ଏହିଦିନ ଆପଣ ୨୬ତାରିଖ ଦ୍ବିପ୍ରହର୧୨ଟା ସମୟ ରେ ବ୍ରତ ରଖିପାରିବେ । କିନ୍ତୁ ବାଙ୍କେବିହାରୀ ବୃନ୍ଦାବନରେ ଶ୍ରୀକୃଷ୍ଣଜନ୍ମାଷ୍ଟମୀଉତ୍ସବ ୨୭ ତାରିଖରେ ପାଳନ ହେବ ।
ଜନ୍ମାଷ୍ଟମୀ ଅର୍ପଣକରନ୍ତୁ ୪ଟି ଜିନିଷ….ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀତିଥି ଆସିବାମାତ୍ରକେ ସାରାପୃଥିବୀ ଅପେକ୍ଷାକରିଥାଏ ଭଗବାନ ବିଷ୍ଣୁଙ୍କର ସେହି ଦିବ୍ୟରୂପକୁ ସ୍ୱାଗତ କରିବା ପାଇଁ ,ତାହାହେଉଛି ଦ୍ୱାପରଯୁଗର ଶ୍ରୀକୃଷ୍ଣଙ୍କ ରୂପ । ରୋହିଣୀନକ୍ଷତ୍ରରେ ଭଗବାନ ବିରାଜମାନ କରିଥିଲେ ଦ୍ୱାପରଯୁଗରେ ଧରାପୃଷ୍ଠକୁ । ବର୍ତମାନ ପ୍ରାୟଭାରତର ସମସ୍ତସ୍ଥାନରେ ଜନ୍ମାଷ୍ଟମୀର ପ୍ରସ୍ତୁତପର୍ବ ଆରମ୍ଭ ହୋଇସାରିଛି । ବିଶେଷଭାବରେ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ତାଙ୍କର ପ୍ରିୟବସ୍ତୁ ଅର୍ପଣ କରାଯାଇଥାଏ । ଯାହାଦ୍ୱାରା ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ ହୋଇଥାଏ ।
ଯେପରିକି ଶ୍ରୀକୃଷ୍ଣଙ୍କୁ ଖୁବପ୍ରିୟଅଟେ ମୟୁରଚନ୍ଦ୍ରିକା । ସେସର୍ବଦା ନିଜମସ୍ତକରେ ଏହାକୁ ଧାରଣ କରି ଥାଆନ୍ତି । ତେଣୁ ଜନ୍ମାଷ୍ଟମୀରେ ସ୍ୱର୍କୃଷ୍ଣଙ୍କୁ ମୟୁରଚନ୍ଦ୍ରିକା ଅର୍ପଣ କରିବାଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।ତୁଳସୀମଞ୍ଜରୀ ମଧ୍ୟ ଶ୍ରୀକୃଷ୍ଣଙ୍କର ଖୁବପ୍ରିୟ ଅଟେ ,ତେଣୁ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ତୁଳସୀ ମଞ୍ଜରୀ ବା ତୁଳସୀଫୁଲ ଦେବାଦ୍ୱାରା ଘରର ବାତାବରଣରେ ଶୁଦ୍ଧତା ଆସିଥାଏ ଏବଂ ଜୀବନ ସୁଖମୟ ହୋଇଥାଏ ।ଜନ୍ମାଷ୍ଟମୀଦିନ ସକାଳସମୟରେ ନିହାତି କୃଷ୍ଣଙ୍କନିକଟରେ ଲହୁଣୀ ଓ ମିଶ୍ରି ପ୍ରସାଦଭାବରେ ଅର୍ପଣ କରନ୍ତୁ, ଏହାଦ୍ୱାରା ଶ୍ରୀକୃଷ୍ଣଙ୍କ କୃପା ପରିବାର ଉପରେ ସର୍ବଦା ରହିଥାଏ ।ଯେତେବେଳେ ଶ୍ରୀକୃଷ୍ନଙ୍କୁ ଜନ୍ମାଷ୍ଟମୀରେ ତିଳକ ଲଗାଉଛନ୍ତି ସେଥିରେ ସାମାନ୍ୟ ହଳଦୀ ନିହାତି ମିଶାଇ ନିଅନ୍ତୁ ଏବଂ ଚଳିତଥର ଜନ୍ମାଷ୍ଟମୀରେ ଶ୍ରୀକୃଷ୍ନଙ୍କୁ ହଳଦିଆରଙ୍ଗର ବସ୍ତ୍ର ପିନ୍ଧାନ୍ତୁ । ଏପରି କରିବାଦ୍ୱାରା ସନ୍ତାନମାନଙ୍କର ଜୀବନରେ ସୁଖସମୃଦ୍ଧିର ବାସ ହୋଇଥାଏ ।
ଆଣ୍ଠୁଆ ଗୋପାଳଙ୍କୁ ଅର୍ପଣକରନ୍ତୁ ନୈବେଦ୍ୟ….
ଆଣ୍ଠୁଆଗୋପାଳଙ୍କୁ ପୂଜା କରିବାଦ୍ୱାରା ଘରକୁ ସୁଖସମୃଦ୍ଧିର ଆଗମନ ହୋଇଥାଏ । ଜନ୍ମାଷ୍ଟମୀ ରେ ବିଶେଷଭାବରେ ଶ୍ରୀକୃଷ୍ଣଙ୍କ ପ୍ରିୟବସ୍ତୁ ତାଙ୍କୁ ଅର୍ପଣ କରାଯାଇଥାଏ ।ଭଗବାନଶ୍ରୀକୃଷ୍ନଙ୍କ ପ୍ରିୟ ଅଟେ ଲହୁଣୀ ଓ ମିଶ୍ରି ଅଟେ, ତେଣୁ ଆଣ୍ଠୁଆଗୋପାଳଙ୍କୁ ମିଶ୍ରି ଓ ଲହୁଣୀ ଅର୍ପଣ କରାଯାଏ । ଏବଂ ଏହି ପ୍ରସାଦରେ ତୁଳସୀ ନିହାତି ସାମିଲ ରହିବା ଜରୁରୀ ।ଜନ୍ମାଷ୍ଟମୀଦିନ ଭଗବାନଶ୍ରୀକୃଷ୍ଣ ଙ୍କୁ ଅଟାରପଂଜିରୀ ପ୍ରସ୍ତୁତକରି ପ୍ରସାଦଭାବରେ ଅର୍ପଣ କରନ୍ତୁ । ଏଥିରେ ତୁଳସୀମିଶାଇ ଅର୍ପଣ କରନ୍ତୁ ।ଶ୍ରୀକୃଷ୍ଣଙ୍କର ସବୁଠୁ ପ୍ରିୟ ପଞ୍ଚାମୃତଅଟେ,ଜନ୍ମାଷ୍ଟମୀଦିନ ପଞ୍ଚାମୃତରେ ଶ୍ରୀକୃଷ୍ଣଙ୍କର ଅଭିଷେକ କରନ୍ତୁ । ଏହିଦିନ ପଞ୍ଚାମୃତ ପ୍ରସାଦଭାବରେ ମଧ୍ୟ ଅର୍ପଣ କରନ୍ତୁ ।ଜନ୍ମାଷ୍ଟମୀରେ ଯେ କୌଣସିଶସ୍ୟ ଯେପରିକି ବାଜରା ,ଶାଗୁ ,ଗହମ କିମ୍ବା ଜୋରେ ପ୍ରସ୍ତୁତକ୍ଷୀରି ଅର୍ପଣ କରନ୍ତୁ ,ଜନ୍ମାଷ୍ଟମୀରେ ତୁଳସୀମାଳ ଶ୍ରୀକୃଷ୍ଣଙ୍କୁ ନିହାତି ଅର୍ପଣକରନ୍ତୁ,ଏହାଦ୍ୱାରା ଘରର ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!