ଅଗଷ୍ଟମାସ୨୩ତାରିଖ୨୦୨୪ମସିହା(ଶୁକ୍ରବାର)ଭାଦ୍ରବମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଥୀଡିବାଘ୧୦/୫୧ଗତେପଞ୍ଚମୀ,ନକ୍ଷତ୍ର- ରେବତୀ ରାତ୍ରି ଘ୦୮/୪୧ଗତେଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୧୫,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୨୨ ,ଯୋଗିନୀ ନୈରୁତେ ଦିବା ଘ୧୦/୫୧ ଗତେ ଦକ୍ଷିଣେ ,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଚତୁର୍ଥୀର ଏକୋଦିଷ୍ଟଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,ଧନୁରାଶିର ଘାତଚନ୍ଦ୍ର ,କାଳବେଳା ଓ ବାରବେଳା – ଦିବା ଘ୦୮/୪୧ ଗତେ ଘ୧୧/୫୦ ମଧ୍ୟେ ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୮ମଧ୍ୟେ ଓ ଘ୧୨/୪୫ଗତେ ଘ୦୨/୧୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୫୧ ଗତେ ଘ୧୧/୪୦ ମଧ୍ୟେ ,ଅଦ୍ୟ ମୂଳା ଦିବା ଘ୧୦/୫୧ଗତେ ବେଲ ଭକ୍ଷଣ ନିଷେଧ
ମେଷ:-ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ୟ୍ୟ କରିପାରନ୍ତି। କାର୍ୟ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:-ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣ କିଛି ଖାସ୍ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
କନ୍ୟା:-ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ୟ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ତୁଳା:-ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।
ଧନୁ:-ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:-ସାମାଜିକ କାର୍ୟ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସିେର ସମୟ କଟିବ।
ମୀନ:-ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
ବର୍ଷାଦିନେ ହାତ-ଗୋଡ଼ ଯନ୍ତ୍ରଣା ହେଉଥିଲେ କଣକରିବେ…….
ବର୍ଷା ଓ ଶୀତଦିନରେ ହାତ ଏବଂ ଗୋଡ଼ରେ ଯନ୍ତ୍ରଣା ବଢିଯାଇଥାଏ।କମ୍ ବୟସରଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହିସମସ୍ୟା ଦେଖିବାକୁମିଳୁଛି। ଏହାର ମୁଖ୍ୟକାରଣ ହେଉଛି ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ।ଏହି ଦୁଇଉପାଦାନରୁ ଅଭାବରୁ ଗଣ୍ଠିଯନ୍ତ୍ରଣ ସାଙ୍ଗକୁ ହାତ ଓ ଗୋଡ଼ରେଦରଜ ହୋଇଥାଏ। ତେବେ କେଉଁଖାଦ୍ୟ ଖାଇବାଦ୍ୱାରା ଏହିସମସ୍ୟାକୁ ଦୂରକରିପାରିବେ, ଜାଣନ୍ତୁ…
ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ଭରପୂର ଖାଦ୍ୟ
କ୍ଷୀର ଏବଂ ଅନ୍ୟାନ୍ୟ ଦୁଗ୍ଧଜାତଦ୍ରବ୍ୟ-ଶରୀରକୁ ସୁସ୍ଥ ରଖିବାପାଇଁ କ୍ଷୀର ସର୍ବୋତ୍ତମ। କ୍ଷୀରରେ କ୍ୟାଲସିୟମ ଏବଂ ଭିଟାମିନ୍ ଡି ପ୍ରଚୁର ପରିମାଣରେ ମିଳିଥାଏ। ଗାଈକ୍ଷୀରରେ ଭିଟାମିନ୍ ଡି ଭରପୂରମାତ୍ରାରେ ଥାଏ।
ଫଳ ଏବଂ କମଳା-କମଳାରୁ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ମିଳିଥାଏ। ଦୈନିକ ଗୋଟିଏ କିମ୍ବା ଦୁଇଟିକମଳା ଖାଇବାଦ୍ୱାରା ହାତଗୋଡ ଯନ୍ତ୍ରଣା ଦୂରହୋଇପାରିବ। ଏହାବ୍ୟତୀତ ଅନ୍ୟାନ୍ୟଫଳ ଜୁସ୍ ମଧ୍ୟ ପିଇପାରିବେ।
ସବୁଜ ପତ୍ରଯୁକ୍ତ ପନିପରିବା-ଫାଷ୍ଟ୍ ଫୁଡ୍ ଏବଂ ଅନ୍ୟାନ୍ୟ ପ୍ରୋସେସ୍ଡ ଫୁଡକ୍ ବାଦ୍ ଦେଇ ଡାଏଟରେ ସବୁଜପତ୍ରଯୁକ୍ତ ପନିପରିବାକୁ ଅନ୍ତର୍ଭୁକ୍ତ କରନ୍ତୁ।ଏହା ଶରୀରକୁ କ୍ୟାଲସିୟମ, ଆଇରନ୍ ଏବଂ ଭିଟାମିନ୍ ଡି ଭଳି ଅତ୍ୟାବଶ୍ୟକ ପୋଷକତତ୍ତ୍ୱ ଯୋଗାଇଥାଏ।ଅସ୍ଥିଯନ୍ତ୍ରଣାର ସମସ୍ୟା ଏବଂ ଶରୀରକୁ ସୁସ୍ଥରଖିବାରେ ମଧ୍ୟ ସାହାଯ୍ୟକରିଥାଏ ସବୁଜପତ୍ରଯୁକ୍ତ ପନିପରିବା।ସୋୟାବିନ୍-ବିଶେଷକରି ଶାକାହାରୀବ୍ୟକ୍ତିଙ୍କର କ୍ୟାଲସିୟମ ଅଭାବଦେଖାଯାଏ। ସେମାନଙ୍କପାଇଁ ସୋୟାବିନକୁ ସର୍ବୋତ୍ତମଭାବେ ବିବେଚନା କରାଯାଏ।ଏଥିରୁ ଭିଟାମିନ୍ ଡି ମଧ୍ୟ ଭରପୂର ପରିମାଣରେ ମିଳିଥାଏ। ଏହାବ୍ୟତୀତ ଡ୍ରାଏଫ୍ରୁଟ୍ସ ଏବଂ ସିଡ୍ସ ମଧ୍ୟ ଖାଇପାରିବେ।
ଅଣ୍ଡା- ଅଣ୍ଡାହେଉଛି ପ୍ରୋଟିନରଗନ୍ତାଘର।ଏହାବ୍ୟତୀତ ଭିଟାମିନ୍ ବି୧୨, କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ମଧ୍ୟ ଅଣ୍ଡାରୁ ମିଳିଥାଏ। ଅଣ୍ଡା ସାମଗ୍ରିକ ସ୍ୱାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ।ପ୍ରତ୍ୟେହ ଗୋଟିଏ କିମ୍ବା ଦୁଇଟିଅଣ୍ଡା ଖାଇବାଦ୍ୱାରା କ୍ୟାଲସିୟମ ଏବଂ ଭିଟାମିନ୍ ଡିର ଅଭାବ ଦୂର ହୋଇପାରିବ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!