ଅଗଷ୍ଟମାସ ୨୦ ତାରିଖ ୨୦୨୪ ମସିହା(ମଙ୍ଗଳବାର) ,ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୮/୫୫ ଗତେ ଦ୍ଵିତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୫/୩୨ /୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮ /୩୪,ଯୋଗିନୀ ପୂର୍ବେ ରାତ୍ରି ଘ୦୮/୫୫ ଗତେ ଉତ୍ତରେ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମକର ରାଶିର ଘାତବାର,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,କାଳବେଳା -ଦିବା ଘ୦୭/୦୭ ଗତେ ଘ୦୮/୪୨ ମଧ୍ୟେ,ବାରବେଳା – ଦିବା ଘ୦୧/୧୯ ଗତେ ଘ୦୨/୫୪ ମଧ୍ୟେ,ଅଦ୍ୟ ମୃତେ ଏକପାଦଦୋଷ ଓ ରାତ୍ରି ଘ ୦୮/୫୫ ଗତେ ଦ୍ଵୀପାଦ ପୁଷ୍କର ଦୋଷ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୪୩ ଗତେ ଘ୧୦/୩୦ ମଧ୍ୟେ ଓ ଘ୧୨ /୪୩ ଗତେ ଘ୦୧/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ପାଣିକଖାରୁଭକ୍ଷଣ ନିଷେଧ।
ମେଷ👉ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ👉ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
ମିଥୁନ👉ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
କର୍କଟ👉ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ👉ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା👉ଆଜିର ଦିନ ବହୁତ ଶୁଭ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା👉ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଚ୍ଛା👉ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।
ଧନୁ👉 ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
ମକର👉ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
କୁମ୍ଭ👉ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ👉ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।
ଆମ ସମସ୍ତଙ୍କ ମଧ୍ୟରୁ କେତେକଲୋକ ଯଷ୍ଟି ଖାଇଥିବେ ଏବଂ ବହୁତଲୋକ ମଧ୍ୟ ଖାଇନଥିବେ, ତେବେ ଯଦି ଆପଣ ଏହାକୁ ଖାଉନାହାନ୍ତି ତେବେ ଆମେ ଆପଣଙ୍କୁ କହିବୁ ଯେ ଆପଣଙ୍କୁ ଏହାକୁ ଖାଇବା ଆରମ୍ଭକରିବା ଉଚିତ ।ଆପଣଙ୍କୁ ଏହାଜାଣି ଆଶ୍ଚର୍ୟ୍ୟ ଲାଗିବଯେ ଯଷ୍ଟି କାସ, ଥଣ୍ଡା,ବାନ୍ତି ଓ ପିତ ବନ୍ଦ କରିଥାଏ ।ଯଷ୍ଟି କୌଣସିପ୍ରକାର ଘାପାଇଁ ବହୁତ ଲାଭକାରୀ ହୋଇଥାଏ, ଖରାପ ଜିନିଷଖାଇଲେ ପେଟରେ ହେଉ ଥିବା ସମସ୍ୟାକୁ ଯଷ୍ଟି ଦୂର କରିଥାଏ ।ଆସନ୍ତୁଜାଣିବା ଯଷ୍ଟି ଖାଇବାର ଲାଭଗୁଡିକ ବିଷୟରେ:-
ଥଣ୍ଡାକାସ:-ଆପଣଙ୍କୁ କହିବାକୁ ଚାହୁଞ୍ଚୁ ଯେ ଯଷ୍ଟିଦ୍ଵାରା ଥଣ୍ଡାକାସ ଏବଂ ଛାତି ରେ କଫ ଭଳି ସମସ୍ୟା ସମାପ୍ତ ହୋଇ ଥାଏ ।
ପେଟରେଏସିଡ:-ଯଦି ଆପଣଙ୍କ ବେକରେ ପୋଡାଜଳା ଲାଗିଛି ବା ବେକ ଫୁଲି ଯାଇଛି ତେବେ ଆପଣ ଯଷ୍ଟି ପାଟିରେରଖି ରସ ନିଅନ୍ତୁ ଏହାଦ୍ଵାରା ଆପଣଙ୍କ ବେକ ସମସ୍ୟା ଏବଂ ରସ ଦ୍ଵାରା ପେଟ ଏସିଡ ସମସ୍ୟା ମଧ୍ୟ ଦୂର ହୋଇ ଥାଏ ।
ଘା:-ପେଟରେ ତିଆରି ହାଉଥିବା ଏସିଡକୁ ଯଷ୍ଟି ସମାପ୍ତ କରିଥାଏ, ଏହାସହ ଅଲ୍ସର ଭଳି ପେଟରୋଗ ମଧ୍ୟ ଦୂର ହୋଇ ଥାଏ । ପେଟ ଘାପାଇଁ ସବୁଠାରୁ ସଫଳ ଔଷଧ ଯଷ୍ଟି ହୋଇ ଥାଏ, ଯଷ୍ଟି ସେବନ ବହୁତ ସମୟ ଧରି କରିବା ଉଚିତ ନୁହ ।
ପୁରୁଷଦୁର୍ବଳତା:-ସବୁଦିନ ଯଷ୍ଟିଖାଇଲେ ଶାରୀରିକଦୁର୍ବଳତା ନଷ୍ଟ ହୋଇଥାଏ,୧୦ଗ୍ରାମଯଷ୍ଟି ପାଉଡର,ଘିଅ ଏବଂ ମହୁସବୁ ମିଶାଇ ଖାଇଲେ ଏବଂ ଏହାସହ ଗରମଖିରରେ ମିଶିରିପକାଇ ପିଳେ ପୁରୁଷ ଦୁର୍ବଳତା ଏବଂ ଅନ୍ୟ କେତେକ ରୋଗ କିଛି ଦିନ ମଧ୍ୟରେ ନଷ୍ଟ ହୋଇ ଥାଏ ।
ପୋଡାଜଳା:-ଯଷ୍ଟି ଓ ନାଲି ଚନ୍ଦନବାଟି ଶରୀରଉପରେ ଲଗେଇଲେ ପୋଡାଜଳା କମିଥାଏ, ଯଷ୍ଟି ଦ୍ଵାରା ବହୁତ ପ୍ରକାର ଲାଭ ହୋଇଥାଏ ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!