ଅଗଷ୍ଟମାସ ୦୫ତାରିଖ ୨୦୨୪ମସିହା(ସୋମବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି-ପ୍ରତିପଦ ସନ୍ଧ୍ୟା ଘ ୦୬/୦୯ ଗତେ ଦ୍ଵିତୀୟା ,ନକ୍ଷତ୍ର- ଅଶ୍ଳେଷା ଦିବା ଘ୦୪/୧୧ଗତେ ମଘା ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୧୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୧୪ ,ଯୋଗିନୀ ପୂର୍ବେ ସନ୍ଧ୍ୟା ଘ ୦୬/୦୯ଗତେ ଉତ୍ତରେ ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କର୍କଟ ଓମକର ରାଶିରଘାତାଚନ୍ଦ୍ର ,ମିଥୁନରାଶିର ଘାତବାର ,କାଳବେଳା –ଦିବା ଘ୦୭/୦୪ ଗତେ ଘ୦୮/୪୦ ମଧ୍ୟେ ,ବାରବେଳା – ଦିବା ଘ୦୩/୩୩ ଗତେ ଘ୦୪/୪୦ମଧ୍ୟେ ,ମୃତେ ସନ୍ଧ୍ୟା ଘ୦୬/୦୯ଗତେ ଏକପାଦପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୫ ମଧ୍ୟେ ଓ ଘ୧୦/୧୬ ଗତେ ଘ୧୨/୪୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ପାଣିକଖାରୁ ସନ୍ଧ୍ୟା ଘ୦୬/୧୦ଗତେ ବାଇଗଣଭକ୍ଷଣ ନିଷେଧା
ମେଷ:-ଆଜି ଦିନଟି ନିଜର କ୍ୟାରିୟର ସୁଧାରପାଇଁ ଭଲହେବ।କୌଣସି ଅନୁବନ୍ଧପାଇଁ ଭଲସୁଯୋଗ ମିଳିବ।ପାରିବାରିକକାର୍ୟ୍ୟରେ ପରିବାରର ସବୁସଦସ୍ୟଙ୍କ ସହଯୋଗ ପାଇବେ।ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାରଲାଗି ଦିନଟି ଭଲ।
କର୍କଟ: –ଆଜି ଦିନଟି ଆପଣଙ୍କଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସିନିଷ୍ପତି ତରବରିଆଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କପକ୍ଷରୁ ଭଲଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା: –ଆଜି ଦିନଟି ଆପଣଙ୍କଲାଗି ଠିକ୍ଠାକ୍ ରହିବ। ସାମାଜିକ ଓ ରାଜନୈତିକକାର୍ୟ୍ୟରେ ସମୟ କଟିବ। ମିତ୍ରଙ୍କର ପୂରାସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକଜୀବନ ସୁଖମୟ ହେବ।
ତୁଳା:-ଆଜିଦିନଟି ଆପଣଙ୍କପାଇଁ ସବୁ ଦୃଷ୍ଟିରୁ ଭଲରହିବ ।ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକକାମରେ ଆଜି ଆପଣଙ୍କରନାମ ଚର୍ଚ୍ଚାରେ ରହିବ।ବ୍ୟବସାୟରେ ନୂଆକୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କଉପରେ ବହୁତ ଭରସା କରିବେ।
ଧନୁ:-ଆପଣ ଅନ୍ୟମାନଙ୍କ ଭାବନାପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି।ଧର୍ମ ସମ୍ବନ୍ଧିତପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ୟ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜକାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧିଲାଗି ଦିନଟି ବିଶେଷଶୁଭ। ଧନସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତିସ˚ଚାର ହେବ। ପ୍ରସ୍ତୁତ କରିଥିବାଯୋଜନା ଅନୁସାରେ କାମକରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତଫଳ ପ୍ରଦାନ କରିବ। ବଡ଼ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟକଚେରି ମାମଲାରେ ଚିନ୍ତା ବଢ଼ି ପାରେ ।
ଶ୍ରାବଣ ସୋମବାରରେ କେମିତି ମିଳେ ଭୋଳାବାବାଙ୍କ କରୁଣା?
ଶ୍ରାବଣ ସୋମବାରରେ ଭଗବାନ ଶିବଙ୍କପୂଜା -ଆରାଧନା ଏବଂ ବ୍ରତ କରିବାଦ୍ୱାରା ଅନେକଲାଭ ମିଳିଥାଏ ।ଶ୍ରାବଣ ସୋମବାରର ବ୍ରତ ଏବଂ ପୂଜାକରିଲେ ସୁଖ,ସୌଭାଗ୍ୟ,ଧନ ମିଳେ ।ଏହାସହ ସବୁକଷ୍ଟ ଦୂର ହୋଇଯାଏ ।ଏଥିଯୋଗୁଁ ଶିବଭକ୍ତମାନେ ଶ୍ରାବଣ ସୋମବାରରେ ମହାଦେବଙ୍କୁ ବିଶେଷ ପୂଜାଅର୍ଚ୍ଚନା କରିଥାନ୍ତି ।କୁହାଯାଏଯେ, ଶ୍ରାବଣ ସୋମବାରରେ କିଛି ଉପାୟ କରିବାଦ୍ୱାରା ମନପସନ୍ଦର ବର ମିଳିଥାଏ ।ଶ୍ରାବଣ ସୋମବାରରେ କରନ୍ତୁ ଏହି ଉପାୟ….
ବାଧାବିଘ୍ନ ଦୂରକରିବାର ଉପାୟ:-ଯଦି ଆପଣ ବାରମ୍ବାର ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି କିମ୍ବା ଆପଣଙ୍କ କାର୍ୟ୍ୟ ରେ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି, ତେବେ ସୋମବାର ଶ୍ରାବଣଦିନରେ ଆପଣ ଏହାର ପ୍ରତିକାରକରିବା ଉଚିତ୍ ।ଏଥିପାଇଁ ଏକ ତମ୍ବାହାଣ୍ଡିରେ ବିଶୁଦ୍ଧଜଳନେଇ ସେଥିରେ ଲାଲଚନ୍ଦନ ମିଶାନ୍ତୁ ।ତାପରେ ବେଲଗଛରଚେରରେ ଏହିଜଳ ଅର୍ପଣକରନ୍ତୁ ।ଏହା କରିବାଦ୍ୱାରା,ଆପଣଙ୍କକାର୍ୟ୍ୟରେ ଆସୁଥିବା ବାଧା ଦୂରହେବ ଏବଂ ଆପଣଙ୍କୁ ସଫଳତା ମିଳିଥାଏ ।
କଷ୍ଟ ଦୂରେଇବାର ଉପାୟ:-ଯଦି ଆପଣଙ୍କଜୀବନ ଯନ୍ତ୍ରଣା ଏବଂ ଦୁଃଖରେପରିପୂର୍ଣ୍ଣ, ତେବେ ଶ୍ରାବଣର ସୋମବାରଦିନ ବେଲପତ୍ର ଉପରେ ଚନ୍ଦନରଟିକା ଲଗାନ୍ତୁ, ଏହାପରେ ପତ୍ରଉପରେ ଭଙ୍ଗାଚାଉଳ ରଖନ୍ତୁ ଏବଂ ତାପରେ ଶିବଲିଙ୍ଗଉପରେ ଚଢାଇଦିଅନ୍ତୁ ।ବିଶ୍ୱାସ କରାଯାଏ ଯେ, ଏହି ଉପାୟ କରିବାଦ୍ୱାରା ଭୋଳାନାଥ ଶୀଘ୍ର ଖୁସିହୁଅନ୍ତି ଏବଂ ସମସ୍ତ ଅସୁବିଧା ଦୂରକରନ୍ତି ।
ସଫଳାତର ମାର୍ଗ:-ଯେତେବେଳେ ବି ମନ୍ଦିରର ଶିବଲିଙ୍ଗ ଉପରେ ଜଳ ଅର୍ପଣକରାଯାଏ, ତାପରେ ହାଣ୍ଡିରେ କିଛିପାଣି ସଞ୍ଚୟ କରନ୍ତୁ ଏବଂ ଘରକୁ ଆଣନ୍ତୁ ।ଘରକୁ କେବେ ବି ଖାଲିହାଣ୍ଡି ଆଣନ୍ତୁନାହିଁ ।ଏହା କରିବାଦ୍ୱାରା ଆପଣଙ୍କ ସଫଳତା ଦିନକୁଦିନ ବୃଦ୍ଧିପାଇବ ।ଏହାସହିତ ଘରେ ସମୃଦ୍ଧତା ଏବଂ ଧନ ବୃଦ୍ଧିପାଇବ ।
ଭାଗ୍ୟ ଚମକାଇବାର ଉପାୟ:-ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନକରୁନାହିଁ, ତେବେ ଶ୍ରାବଣସୋମବାରରେ ଶିବଲିଙ୍ଗଉପରେ ପାଣି ଚଢାନ୍ତୁ ।ଏହାସହିତ ନନ୍ଦିରେ ମଧ୍ୟ ପାଣିଚଢାନ୍ତୁ ଏବଂ ଏହାପରେ ନନ୍ଦୀର ପଛପାଦ ସ୍ପର୍ଶକରନ୍ତୁ ।ଏହା କରିବାଦ୍ୱାରା ଭାଗ୍ୟ ଆପଣଙ୍କୁ ସମର୍ଥନ କରିବା!!ଜୟଜଗନ୍ନାଥ, ଜୟ ସୋମନାଥ,ଜୟମାଯୋଗମାୟା!!