ଅଗଷ୍ଟମାସ ୦୨ତାରିଖ ୨୦୨୪ମସିହା(ଶୁକ୍ରବାର)ଶ୍ରାବଣମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶି ଦିବା ଘ ୦୩/୩୯ ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର- ଆର୍ଦ୍ରା ଦିବା ଘ୧୧/୫୩ ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୭/୨୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୦୪ ,ଯୋଗିନୀ ଦକ୍ଷିଣେ ଦିବା ଘ ୦୩/୩୯ ଗତେ ପଶ୍ଚିମେ ,ତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୮/୪୦ ଗତେ ଘ୧୧/୫୨ ମଧ୍ୟେ ,ମୃତେ ଦିବା ଘ୧୧/୫୩ ଗତେ ଏକପାଦପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୦୪ ମଧ୍ୟେ ଓ ଘ୦୭/୫୨ ଗତେ ଘ୦୮/୩୯ମଧ୍ୟେ ଓ ଘ୧୨/୪୦ ଗତେ ଘ୦୨/୧୬ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୧/୦୫ ଗତେ ଘ୧୧/୫୪ମଧ୍ୟେ ,ଅଦ୍ୟ ବାଇଗଣ ଦିବା ଘ ୦୩/୩୯ ଗତେ ବିରିଭକ୍ଷଣ ନିଷେଧ
ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ:-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି।
ମିଥୁନ:-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ।
କର୍କଟ:-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ଶିଳ୍ପ, ରପ୍ତାନି ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ସିଂହ:-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା:-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା:-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍ଖୋର ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା:-ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେନ।
ଧନୁ:-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
ମକର:-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ:-ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ:-ଆଜି ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।
ପ୍ରଭୁଶିବଙ୍କ ପୂଜାରେ କାହିଁକି ଅର୍ପଣହୁଏନି ତୁଳସୀ?
ହିନ୍ଦୁଧର୍ମରେ ସମସ୍ତଦେବାଦେବୀଙ୍କ ପୂଜାର ବିଶେଷମହତ୍ତ୍ୱ ରହିଛି ।ଶ୍ରଦ୍ଧାଳୁ ପୂଜାସମୟରେ ନିଜରଇଷ୍ଟଦେବଙ୍କୁ ତାଙ୍କ ମନପସନ୍ଦର ଜିନିଷ ଅର୍ପଣକରି ବିଧି ଅନୁଯାୟୀ ପୂଜା କରିଥାନ୍ତି ।କିନ୍ତୁ ବର୍ତ୍ତମାନ ଶ୍ରାବଣମାସ ଯୋଗୁଁ ସବୁ ଶିବମନ୍ଦିରରେ ଅଧିକ ଭିଡ଼ଦେଖାଯାଉଛି ।ତେବେ ଆପଣ ଜାଣିଛନ୍ତିକି, ଭଗବାନଶିବଙ୍କ ପୂଜାରେ ପବିତ୍ର ତୁଳସୀପତ୍ର ଲାଗି ହୋଇନଥାଏ ।ହିନ୍ଦୁ ଧର୍ମାବଲମ୍ବୀମାନେ ସମସ୍ତ ଦେବାଦେବୀଙ୍କୁ ଧାର୍ମିକ ମାନ୍ୟତାଅନୁସାରେ, ଇଷ୍ଟଦେବଙ୍କ ପସନ୍ଦର ସବୁ ଜିନିଷ ଅର୍ପଣ କରିଥାନ୍ତି ।ଧାର୍ମିକମାନ୍ୟତା ଅନୁସାରେ, ଭଗବାନଶିବଙ୍କୁ ଜଳ, କେଶର, ଚିନି, କ୍ଷୀର,ଦହି,ଘିଅ,ଚନ୍ଦନ ଇତ୍ୟାଦିରେ ଅଭିଷେକ କରାଯାଇଥାଏ । କିନ୍ତୁ ବାବାଭୋଳାନାଥଙ୍କୁ ବେଲପତ୍ର ଖୁବ ପସନ୍ଦହୋଇଥାଏ ।ସେଥିପାଇଁ ପ୍ରତ୍ୟେକ ଶିବରାତ୍ରୀରେ ଭୋଳାଶଙ୍କରଙ୍କୁ ଏହି ବେଲପତ୍ର ଅର୍ପଣ କରାଯାଏ । କିନ୍ତୁ ତୁଳସୀ ଅର୍ପଣ କରାଯାଏନାହିଁ । ଅନେକଲୋକେ ଏ ସମ୍ପର୍କରେ ଅଜଣା ରହିଥିବେ ।ତେବେ ଏହାର ପ୍ରକୃତକାରଣ ପୁରାଣ ସହ ଜଡ଼ିତରହିଛି ।
କୁହାଯାଏ, ଏକଦା ଜଳନ୍ଧରନାମକ ଏକ ରାକ୍ଷସ ନିଜ ଅତ୍ୟାଚାରରେ ଆତଙ୍କ ସୃଷ୍ଟି କରିଥିଲା । ଜଳନ୍ଧର ନିଜପତ୍ନୀ ବୃନ୍ଦାଙ୍କ ଉପରେ ମଧ୍ୟ ଅତ୍ୟାଚାର କରୁଥିଲା । ଏହାଦେଖି ଭଗବାନଶିବ କ୍ରୋଧିତହୋଇ ଜଳନ୍ଧରକୁ ଶିକ୍ଷା ଦେବାପାଇଁ ବିଷ୍ଣୁ ଭଗବାନଙ୍କୁ କହିଥିଲେ । କିନ୍ତୁ ବୃନ୍ଦାଙ୍କ ପତିବ୍ରତା ଏଥିରେ ବାଧା ହୋଇଥିଲା । ତେଣୁ ଭଗବାନବିଷ୍ଣୁ ଜଳନ୍ଧର ରୂପ ଧାରଣକରି ବୃନ୍ଦାଙ୍କ ଧର୍ମଭଙ୍ଗ କରିଦେଲେ । କୁହାଯାଏ ଯେ, ପୂର୍ବ ଜନ୍ମରେ ତୁଳସୀଙ୍କନାମ ଥିଲା ବୃନ୍ଦା ଏବଂ ଶିବଙ୍କ ଅଂଶଥିଲା ଜଳନ୍ଧର । କୁକର୍ମଯୋଗୁଁ ଜଳନ୍ଧରକୁ ରାକ୍ଷସକୂଳରେ ଜନ୍ମ ନେବାକୁ ପଡ଼ିଥିଲା । ନିଜପତ୍ନୀଙ୍କ ପତିବ୍ରତା ଯୋଗୁଁ ଜୀବିତଥିବା ଅସୁରରାଜ ଜଳନ୍ଧରକୁ ନିଜଶକ୍ତି ଏବଂ ବୀରତାଉପରେ ଖୁବଗର୍ବ ଓ ଅହଙ୍କାର ଥିଲା ।
ଭଗବାନଶିବ ଏବଂ ବିଷ୍ଣୁଙ୍କ ଏହିଯୋଜନା ବିଷୟରେ ଜାଣିପରିଥିଲେ ପତ୍ନୀବୃନ୍ଦା । ତେଣୁ ବୃନ୍ଦାଙ୍କ ପତିବ୍ରତାଧର୍ମକୁ ଭାଙ୍ଗିଦେବାପରେ ସେ ଭଗବାନବିଷ୍ଣୁଙ୍କୁ ଅଭିଶାପଦେଇଥିଲେ ।ତେବେ ଏହି ଅଭିଶାପପରେ ଭଗବାନବିଷ୍ଣୁ ବୃନ୍ଦାଙ୍କ ସମସ୍ତସତ୍ୟ କହିଥିଲେ ।ରାକ୍ଷସପତିଙ୍କ କବଳରୁ ରକ୍ଷାକରୁଥିବା ବୃନ୍ଦାଙ୍କୁ କହିଥିଲେ ଭଗବାନବିଷ୍ଣୁ । ଏହାପରେ ଭଗବାନବିଷ୍ଣୁଙ୍କ ଅଭିଶାପପାଇଁ ବୃନ୍ଦାକାଠରେ ପରିଣତହୋଇଗଲେ ।ତେବେ ଭଗବାନଙ୍କ ଏହି ଅଭିଶାପଯୋଗୁଁ ତୁଳସୀ ଆଜିପର୍ୟ୍ୟନ୍ତ ଅଭିଶପ୍ତ ଜୀବନକାଟୁଛନ୍ତି । ତେଣୁ ଆଜି ବି ଭଗବାନଶିବଙ୍କ ପୂଜାରେ ତୁଳସୀ ଅର୍ପଣ କରାଯାଏନାହିଁ । ତୁଳସୀପରିବର୍ତ୍ତେ ଭଗବାନଶିବଙ୍କୁ କେତକୀଫୁଲ, ନଡ଼ିଆପାଣି, କଳାରାଶି, ସିନ୍ଦର ଏବଂ ହଳଦୀ ଇତ୍ୟାଦି ଅର୍ପଣ କରାଯାଏ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!