ଆଜିର ରାଶିଫଳ

0 62

୨୦୨୪ମସିହା ଜୁଲାଇମାସ ୨୨ତାରିଖ ସୋମବାର ।ଶ୍ରାବଣ ବ୍ରତାରମ୍ଭ, ବୋଲବମ୍ କାଉଡ଼ିଭକ୍ତଙ୍କ ଜଳାଭିଷେକଯାତ୍ରା।ସୁର୍ଯ୍ୟୋଦୟ- ଘ୫/୨୨/୨୮ ,ସୂର୍ଯ୍ୟାସ୍ତ- ଘ୬/୨୩/୨୪ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ପ୍ରତିପଦ୍ ଦିବା ଘ୧/୨୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ରାତ୍ରି ଘ୧୧/୧୩ମିପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର।ପ୍ରୀତିଯୋଗ ରାତ୍ରି ଘ୭/୨୦ମି ପର୍ଯ୍ୟନ୍ତ ତଦନ୍ତେ ଆୟୁଷ୍ମାନଯୋଗ । କରଣ- କୌଳବକରଣ ଦିବା ଘ୧/୨୮ମି ପର୍ଯ୍ୟନ୍ତ ତଦନ୍ତେ ତୈଚିଳକରଣ ରାତ୍ରି ଘ୧୨/୪ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୧/୨୮ମି ପରେ ଉତ୍ତର ଦିଗରେ। ପାପସପ୍ତ ଓ ତିଥି ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ, କର୍କଟ,ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ସିଂହ ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୧/୧୩ମି ପରେ ୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଏବଂ ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଦିବା ଘ୧/୨୮ମିପରେ ବୋଇତାଳୁଭକ୍ଷଣ ନିଷେଧ।ଅଶୁଭ ବେଳା— (କାଳବେଳା) ଦିବା ଘ୭/୦ମି ରୁ ଘ୮/୩୭ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୩/୭ମି ରୁ ଘ୪/୪୪ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧୦/୩୦ମି ରୁ ଘ୧୧/୫୩ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୦ମି ମଧ୍ୟେ, ଘ୧୦/୧୩ମି ରୁ ୧୨/୩୭ମି ମଧ୍ୟେ, ରାତ୍ରି ଘ୭/୧୦ମି ରୁ ଘ୯/୩୪ମି ମଧ୍ୟେ, ଘ୧୧/୫୮ମି ରୁ ଘ୩/୧୦ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ଦିବା ଘ୩/୧ମି ରୁ ଘ୪/୩୭ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ଦିବା ଘ୧/୨୮ମି ପରେ ୧ ପାଦ ତିଥି ପୁଷ୍କର ଦୋଷ। ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଫଳଂ ସ୍ତ୍ରୀବିଧବା। ଶାନ୍ତି କରଣୀୟ। ରାତ୍ରି ଘ୧୧/୧୩ମି ପରେ ସର୍ବ ସମ୍ପନ୍ନା (ଶୁଭ)।ଶୁଭକର୍ମ- ନାହିଁ।
🐏ମେଷ-ଆଜି ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ ।ପିଲାମାନେ ଆଜି ଆପଣଙ୍କ ଘରୋଇକାର୍ଯ୍ୟ ସାରିବାରେ ସହଯୋଗଦେବେ ।ସମ୍ଭାଳିକି ବନ୍ଧୁମାନଙ୍କ ସହିତ କଥାହୁଅନ୍ତୁ,କାରଣ ଆଜିଦିନରେ ବନ୍ଧୁତାହଜେଇ ବସିବାର ସମ୍ଭାବନାଅଛି ।ବୟସ୍କବ୍ୟକ୍ତିମାନେ ସେମାଙ୍କର ପୁରୁଣାସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ ।ଆପଣଙ୍କୁ ନିଜର ଜୀବନସାଥୀଙ୍କର ଶକ୍ତ ଓ କଡ଼ାରୂପ ଦେଖିବାକୁ ମିଳିବ, ଯାହାକାରଣରୁ ଆପଣ ଅସହଜତା ଅନୁଭବ କରିବେ।
🐮ବୃଷ-ବନ୍ଧୁ ବାନ୍ଧବମାନଙ୍କଠୁ ସହଯୋଗ ମିଳିବ ଓ ମନରବୋଝ ହାଲୁକାହେବ ।ଆପଣ ଓ ଆପଣଙ୍କରପ୍ରିୟଜନ ଅଧିକ ସମୟ ଏକାଠିକାଟିଲେ ବୁଝିବାଶକ୍ତି ବଢିବ । ଆଜି ଆପଣଙ୍କର କୌଣସିବନ୍ଧୁ ଆପଣଙ୍କ ଘରକୁଆସି ଆପଣଙ୍କ ସହିତ ସମୟ କାଟିପାରେ ।ଜୀବନସାଥୀ ସହିତ ଆଜିଦିନ ଅନ୍ୟଦିନ ଅପେକ୍ଷା ଭଲ ରହିବ । ଆଜି ଆପଣଙ୍କୁ ଆପଣଙ୍କପ୍ରେମୀ ଦୁରେଇଗଲା ପରି ଲାଗିପାରେ ।
👩❤️👨ମିଥୁନ-ନିଜର ନକରାତ୍ମକ ଚିନ୍ତାଧାରା ଯୋଗୁଁ ଆପଣପ୍ରଗତି କରି ପାରୁନାହାନ୍ତି । ଏହି କଥାକୁ ବୁଝିବା ପାଇଁ ଏହା ଉତ୍ତମସମୟ କି ଆପଣଙ୍କର ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଭାବନା ଶକ୍ତିରଅନ୍ତ କରି ଦେଇଛି । ବିଦେଶରେ ରହୁଥିବା କୌଣସି ବନ୍ଧୁବାନ୍ଧବଠୁ ମିଳିଥିବା ଉପହାର ଆପଣଙ୍କୁ ଖୁସି ଦେଇପାରେ । ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଜିତି ନବ ।
🦀କର୍କଟ-ପାଠପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତାପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । କ୍ୟାରିୟର ପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ , ଯେତିକି ଖେଳଖୁଦ ।ସେଥିପାଇଁ ମାତା-ପିତାଙ୍କୁ ଖୁସିରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ । ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି | ତେଣୁ ତାଙ୍କସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ।
🦁ସିଂହ-ଆପଣ କୌଣସି ଦାନଧର୍ମ କାର୍ଯ୍ୟରେ ସହଭାଗିତା ନେଇ କରିପାରନ୍ତି,ଯାହାଦ୍ୱାରା ଆପଣଙ୍କୁ ମାନସିକସନ୍ତୋଷ ମିଳିବ ।ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ସକ୍ଷମ ।କେବେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
🙎♀️କନ୍ୟା-ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ।ଏହିଁ କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇପାରିବେ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ ।ଆପଣଙ୍କୁ ଖୁସି କରିବାପାଇଁ ଆପଣଙ୍କ ଜୀବନସାଥୀ ବହୁତ ଚେଷ୍ଟାକରିବେ।ଆପଣଙ୍କ ଦେଶବିଷୟରେ କିଛି ନୂଆ ତଥ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
⚖️ତୁଳା-ଆଜି ଆପଣଙ୍କର ବହୁତକାମ ରହିବ ଓ ଆପଣ କୌଣସିପ୍ରକାରେ ସବୁ ସମ୍ଭାଳିନେବେ ।ଆଜିଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ ଚିଠିଲେଖିବା ଓ ପୁରୁଣାଲୋକଙ୍କ ସହ ଯୋଗାଯୋଗକରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ । ଆହୁରିମଧ୍ୟ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନକରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।
🦂ବିଛା-ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟରଚାପ ଅଧିକ ଥିବା ବେଳେ ଭଲ ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।
🏹ଧନୁ-ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ ।ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି ।ସେ ଯାହା ବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ ।
🐊ମକର-ଆପଣ ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକରଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି ।ଜୀବନସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।
🏺କୁମ୍ଭ-ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ।ଦୃଢ ବିଶ୍ୱାସ ଓ ଠିକସିଦ୍ଧାନ୍ତ ଆପଣଙ୍କୁ ସବୁକାର୍ଯ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ ।
🐟ମୀନ-ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି ।

ବାହାର ଲୋକଙ୍କ ଘରକୁ ଯିବା ପୂର୍ବରୁ ଏହି ସବୁ କଥା ଉପରେ ଦିଅନ୍ତୁ ଧ୍ୟାନ,ବଢିବ ସମ୍ମାନ…
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥାନ୍ତି ଓ ନିୟମ ଗୁଡିକ ଅନୁସରଣ ମଧ୍ୟ କରନ୍ତି । ଆଚାର୍ଯ୍ୟ ଚାଣକ୍ୟ ଇତିହାସର ପୂଷ୍ଠାରେ ସବୁଠୁ ବୁଦ୍ଧିମାନ ବ୍ୟକ୍ତି ଭାବେ ଜଣାଶୁଣା । ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ନୀତି ବିଷୟରେ ଲେଖିଛନ୍ତି। ଚାଣକ୍ୟଙ୍କ ନୀତିଗୁଡିକ ଅନୁସରଣ କଲେ ଜଣେ ସମ୍ମାନଜନକ ଓ ସୁଖମୟ ଜୀବନ ବିତାଇପାରିବ ।ଆଜି ଆମେ ଚାଣକ୍ୟଙ୍କ ନୀତିରେ ଉଲ୍ଲେଖ କରାଯାଇଥିବା ନିୟମ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ ଅନ୍ୟ ବା ବାହାର ଲୋକଙ୍କ ଘରକୁ ଯିବା ପୂର୍ବରୁ ବିଭିନ୍ନ ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍ । ତେବେ ଆସନ୍ତୁ ଜାଣିବା କ’ଣ ସେହି ନିୟମ….
ଚାଣକ୍ୟଙ୍କ ନୀତି ଅନୁସାରେ ଯଦି ଆପଣ ବିନା କୌଣସି କାମ କିମ୍ବା କୈଣସି ଉଦେଶ୍ୟରେ ଅନ୍ୟ ଘରକୁ ଯାଉଛନ୍ତି ତାହେଲେ ଆପଣ ଅପମାନିତ ହୋଇପାରନ୍ତି । ଯଦି ତୁମର ଆବଶ୍ୟକତା ନାହିଁ ତାହେଲେ ଅନ୍ୟ ଲୋକ ଘରକୁ ଯିବାର କିଛି ଆବଶ୍ୟକତା ନାହିଁ ।
ଅପମାନରୁ କିଭଳି ବଞ୍ଚିବେ:-ଚାଣକ୍ୟଙ୍କ ନୀତି ଅନୁସାରେ ଯଦି ଆପଣ କୌଣସି କାମ କିମ୍ବା କୈଣସି ଉଦେଶ୍ୟରେ ଅନ୍ୟ ଘରକୁ ଯାଉଛନ୍ତି ତାହେଲେ ଆପଣ ଅପମାନିତ ହୋଇପାରନ୍ତି । ଯଦି ତୁମର ଆବଶ୍ୟକତା ନାହିଁ ତାହେଲେ ଅନ୍ୟ ଲୋକ ଘରକୁ ଯିବା ଠିକ୍ ନୁହେଁ।
ଘରକୁ ନଡାକିଲେ ଯାଆନ୍ତୁ ନାହିଁ:-ଚାଣକ୍ୟଙ୍କ ନୀତି ଅନୁଯାୟୀ ଯଦି ତୁମ ସମ୍ମୁଖରେ ଥିବା ବ୍ୟକ୍ତି ତାଙ୍କ ଘରକୁ ନିମନ୍ତ୍ରଣ କରୁ ନାହାନ୍ତି ତାହେଲେ ସେଠାକୁ ଯିବା ଉଚିତ୍ ନୁହେଁ ଓ ଆପଣ ସେମାନଙ୍କ ଘରେ ମଧ୍ୟ ରହିବା ଉଚିତ୍ ନୁହେଁ ।
କେଉଁମାନେ ଖୁସିରେ ରୁହନ୍ତି ନାହିଁ:-ଚାଣକ୍ୟଙ୍କ ନୀତି ଅନୁଯାୟୀ, ଅନ୍ୟ ଜଣଙ୍କ ଘରେ ରହୁଥିବା ବ୍ୟକ୍ତି କଦାପି ଖୁସି ହୋଇପାରିବ ନାହିଁ ଏହିପରି ଲୋକଙ୍କୁ ସବୁବେଳେ ନିଜ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.