ଆଜିର ରାଶିଫଳ

୨୦୨୪ମସିହା ଜୁଲାଇମାସ ୧୬ତାରିଖ ମଙ୍ଗଳବାର ।ଦକ୍ଷିଣାୟନ କର୍କଟସଂକ୍ରାନ୍ତି, ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା, ଅଶୁଦ୍ଧକାଳ ଆରମ୍ଭ।ବିବିଧ- ସ୍ତ୍ରୀ ତୈଳ ବର୍ଜନ,ହଳନିଷେଧ,ସୂର୍ଯ୍ୟୋଦୟରୁ ଦିବା ଘ୧୨/୩୬ମିମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳଃ, ଦିବାଘ୧୨/୩୬ମି ରୁ ,ଋତୁ- ବର୍ଷାଋତୁର (ପ୍ରଥମମାସ)ସୂର୍ଯ୍ୟ- ଦକ୍ଷିଣାୟନ ,ସୁର୍ଯ୍ୟୋଦୟ-ଘ୫/୨୦/୧୧ ,ସୂର୍ଯ୍ୟାସ୍ତ-ଘ୬/୨୪/୪୯ ,ଆଷାଢ଼ମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ଦଶମୀ ରାତ୍ରି ଘ୮/୩୪ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ବିଶାଖାନକ୍ଷତ୍ର ରାତ୍ରି ଘ୩/୦ମିପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ରାତ୍ରି ଘ୮/୩୪ମି ପରେ ଆଗ୍ନେୟକୋଣରେ।ସଂକ୍ରମଣଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୮/୩୩ମି ପରେ ବୃଷ, ମିଥୁନ, କର୍କଟ,କନ୍ୟା,ତୁଳା,ବିଛା,ମକର, କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ଘାତଚନ୍ଦ୍ର ନାହିଁ।
ଘାତବାର–ମକରରାଶିର ଘାତବାର।ତାରାଶୁଦ୍ଧି- ୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୩/୦ମି ପରେ ୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ  ରାତ୍ରି ଘ୮/୩୪ମି ପରେ ଶିମ୍ବଭକ୍ଷଣ ନିଷେଧ।ଅଶୁଭବେଳା—(ବାରବେଳା) ଦିବା ଘ୭/୦ମି ରୁ ଘ୮/୩୮ମି ପର୍ଯ୍ୟନ୍ତ।(କାଳବେଳା) ଦିବା ଘ୧/୩୦ମି ରୁ ଘ୩/୮ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୭/୪୬ମି ରୁ ଘ୯/୮ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ ବେଳା)ଦିବା ଘ୭/୪୪ମି ରୁ ଘ୧୦/୮ମି ମଧ୍ୟେ, ଘ୧୨/୩୨ମି ରୁ ଘ୨/୮ମି ମଧ୍ୟେ, ଘ୨/୫୬ମି ରୁ ଘ୪/୩୨ମି ମଧ୍ୟେ, ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୭/୧୩ମି ମଧ୍ୟେ, ଘ୯/୩୭ମି ରୁ ଘ୧୨/୧ମି ମଧ୍ୟେ, ଘ୨/୨୫ମି ରୁ ଘ୪/୧ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ନାହିଁ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୨ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ। ଭୂମି ଓ ତିଳସୁବର୍ଣ୍ଣ ଦାନ। ରାତ୍ରି ଘ୩/୦ମି ପରେ ୧ ପାଦ ବାର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ ମତାନ୍ତରେ (ବିପୁତ୍ରା) ଶାନ୍ତି କରଣୀୟ। ରାତ୍ରି ଘ୩/୦ମି ପରେ ପୁତ୍ରିଣୀ। ଶୁଭକର୍ମ- ନିଷେଧ ।
🐏ମେଷ👉ଆଜି ଦିନଟି ମଧ୍ୟମ ଧରଣର ରହିବ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ବାହ୍ୟ ଆଡମ୍ଵର ଦେଖାଇ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ।
🐮ବୃଷ👉ଆଜି ଦିନଟିର ପ୍ରଥମ ଭାଗରେ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ଅଜେୟ ପ୍ରତିଦ୍ୱନ୍ଦୀ ଭାବରେ ପ୍ରତିଷ୍ଠିତ କରାଇବ । ଏପରିକି ସାମାଜିକ ଜୀବନରେ ଉଚ୍ଚ ପ୍ରତିଷ୍ଠାର ଅଧିକାରୀ ହୋଇପାରିବେ । ମଧ୍ୟାହ୍ନ ପରେ ପରିସ୍ଥିତି ଭିନ୍ନ ହୋଇପାରେ ।
👩❤️👨ମିଥୁନ👉ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ । ଆପଣ ନିଜର ଖର୍ଚ୍ଚର ସମୀକ୍ଷା କରନ୍ତୁ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ଦିନଟି ଶୁଭଦାୟକ। ସନ୍ଧ୍ୟାରେ କିଛି ଭଲ ଖବର ପାଇବେ ।
🦀କର୍କଟ👉ବାହାରକୁ ଯିବା କିମ୍ୱା ପିକ୍‌ନିକ୍‌ରେ ଯିବା ଆପଣଙ୍କ ପାଇଁ ଦିନ ଭଲ ଆଡକୁ ନେଇପାରେ । ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆଣିବ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ କିନ୍ତୁ ସେଥିରେ ବହୁ ଭାବରେ ପ୍ରଭାବିତ ହେବେ ନାହିଁ।
🦁ସିଂହ👉କୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ । କିଛି କହିବା ପୁର୍ବରୁ ଦୁଇଥର ଭାବନ୍ତୁ । କାହା ସହିତ ବିଶେଷ ଭାବରେ ସଂପର୍କୀୟ ଏବଂ ପଡୋଶୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ସାବଧାନ ରୁହନ୍ତୁ।
🙎♀️କନ୍ୟା👉ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଭାବରେ ଆରାମଦାୟକ ହେବ । ଆପଣ ମାନସିକ ଏବଂ ଶାରିରୀକ ଭାବରେ ଶାନ୍ତ ରହିବେ । ବ୍ୟକ୍ତିଗତ ଏବଂ ପେଶାଗତ ଦୃଷ୍ଟିକୋଣରୁ ଅନୁକୂଳ ରହିବ । ତେବେ ଆପଣ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
⚖️ତୁଳା👉ଆପଣଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ସୁନ୍ଦର ଦିନ ଅପେକ୍ଷାରେ ରହିଛି । ଆପଣଙ୍କ ଘରକୁ ଅଧିକ ସୁନ୍ଦର, ଆକର୍ଷଣୀୟ କରିବା ପାଇଁ ଆପଣ ସକ୍ରିୟ ଭାବରେ ସଂପୃକ୍ତ ଅଛନ୍ତି । କାର୍ଯ୍ୟରେ ବରିଷ୍ଠ ଅଫିସର ଆପଣଙ୍କୁ ଆର୍ଥିକ ଲାଭ ଦେଇପାରନ୍ତି ।
🦂ବିଛା👉ଏହି ରାଶି ଆଜି ପାଇଁ ଭାଗ୍ୟଶାଳୀ ରହିବ । ଧର୍ମ ଯାତ୍ରା ଏବଂ ଆର୍ଥିକ ଲାଭ ଆପଣଙ୍କୁ ଦିନସାରା ପ୍ରାପ୍ତ ହେବ । ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଉପକାର ଆଣିବ।
🏹ଧନୁ👉ଆଜିର ସକାଳ ସବୁଦିନ ଭଳି ଆପଣଙ୍କ ପାଇଁ ଆନନ୍ଦମୟ ହେବ ନାହିଁ । ଆପଣଙ୍କର ଅସୁସ୍ଥତା ଏବଂ ସମ୍ବେଦନଶୀଳ ମନ ଆପଣଙ୍କୁ ହତାତର ଅନୁଭବ ଦେବ । ଗୀତ ଶୁଣି ମନ ଆନନ୍ଦ କରନ୍ତୁ । ସେହି ଖରାପ ଏବଂ ହତାସ ଭାବନା ଦୁରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର।
🐊ମକର👉 ଦିନଟି ଶୁଭଙ୍କର। ଆଜି ଦିନ ଆପଣ ପରିବାର, ପ୍ରିୟଜନ କିମ୍ୱା ବନ୍ଧୁଙ୍କ ସହିତ ବାହାରକୁ ଯିବା ସହିତ ଆରମ୍ଭ କରିପାରନ୍ତି । ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ଆର୍ଥିକ ସମସ୍ୟା ରହିପାରେ ।
🏺କୁମ୍ଭ👉ଆଜିର ଦିନ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ, ସମ୍ପଦ ଏବଂ ଖୁସୀ ଆଣିଦେବ । ଆପଣ ଆଜି ଅନ୍ତ୍ୟନ୍ତ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିପାରନ୍ତି ଏବଂ ଆପଣଙ୍କ ଇଚ୍ଛାରେ ପୋଷାକ ଏବଂ ଅନ୍ୟ ଆନୁସଙ୍ଗିକ ଜିନିଷ କ୍ରୟ କରିବାରେ ଖର୍ଚ୍ଚ କରିପାରନ୍ତି ।
🐟ମୀନ👉 ମୀନ ରାଶି ପାଇଁ ଏହି ଦିନ ମଧ୍ୟମ ଧରଣର ରହିବ । ବହୁ ସାଂସ୍କୃତିକ ଆକର୍ଷଣରୁ ଦୁରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଇଛି, ଯାହାକି ଆପଣଙ୍କ ମନକୁ ଟାଣିପାରେ । ବୌଦ୍ଧିକ ଆଲୋଚନାରୁ ଦୂରରେ ରହନ୍ତୁ ଯେହେତୁ ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ ।!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.