ଆଜିର ରାଶିଫଳ

ଘରେ ଅଯଥା ଖର୍ଚ୍ଚ ହେଉଥିଲେ....

0 66

ଜୁନ୍ ମାସ ୨୧ତାରିଖ ୨୦୨୪ମସିହା(ଶୁକ୍ରବାର)
ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ପ୍ରାତଃ ଘ ୦୭/୩୧ଗତେ ପୂର୍ଣ୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୫ /୧୨/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୯,
ଯୋଗିନୀ ପଶ୍ଚିମେ ପ୍ରାତଃ ଘ ୦୭/୩୧ଗତେ ବାୟବ୍ୟେ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୮/ ୩୯ ଗତେ ଘ୧୧/୪୯ ମଧ୍ୟେ,ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି,ବିଶୁଦ୍ଧ ଅମୃତବେଳା- ଦିବା ଘ୧୧/୪୦ ଗତେ ଘ୦୨/ ୦୧ମଧ୍ୟେ ଓ ରାତ୍ରି ଘ୦୮/୫୦ ଗତେ ଘ୦୧/୩୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬ /୦୧ ଗତେ ଘ୧୦/୪୯ ମଧ୍ୟେ,ଅଦ୍ୟ ଆମିଷଭକ୍ଷଣ ନିଷେଧ।
ମେଷ-ପାରିବାରିକଜୀବନରେ ବୁଝାମଣାନେଇ ତିକ୍ତତା ଦେଖା ଦେଇପାରେ ।ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀହେବ । ବହୁଦିନରୁ ହଜିଯାଇଥିବା ବା ଚୋରି ଯାଇଥିବା ଜିନିଷର ହଠାତ୍‌ ଖୋଜଖବର ପାଇ ପାରନ୍ତି।
ବୃଷ-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।
ମିଥୁନ-ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱନେଇ ପ୍ରଶଂସିତ ହେବେ ।ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।
କର୍କଟ-ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି।ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।
ସିଂହ-ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ ।ସାମାଜିକସ୍ତରରେ ନିଜଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ।ଆଜି ବଜାର ସଉଦା କିଣିବାରେ ସତର୍କ ନହେଲେ ଠକାମିରେ ପାଇ ପାରନ୍ତି।କାରଣନଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ।
କନ୍ୟା-ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନଘଟିବ ସ୍ବାସ୍ଥ୍ୟସମସ୍ୟା ନେଇ ଚିନ୍ତିତ ହୋଇ ପାରନ୍ତି ।ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପଦେବେ ।ପାରିବାରିିକ ସମସ୍ୟାର ସମାଧାନ ଘଟିବ,ଏଦିଗରେ ଜଣେବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।
ତୁଳା-ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ।ବ୍ୟବସାୟ,ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ବିଛା-କର୍ମକ୍ଷେତ୍ରରେ ବିଭିନ୍ନପ୍ରକାର ଅପ୍ରୀତିକର ପରିସ୍ଥିତିସୃଷ୍ଟିର ଆଶଙ୍କା ରହିଛି ।ଆତ୍ମୀୟମାନେ ସମାଲୋଚନା କରିପାରନ୍ତି।ବହୁଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବା ସହ ବିଫଳ ହୋଇପାରନ୍ତି ।
ଧନୁ-ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି।ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକଭାବରେ ଉଚ୍ଚସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି ।ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।
ମକର-ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରି ପାରନ୍ତି ।ପାଖପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ।ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।
କୁମ୍ଭ-ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷପର୍ଯ୍ୟାୟକୁ ଯିବାପୂର୍ବରୁ କୌଣସି ଅଘଟଣ ଘଟିପାରେ।ଘରୋଇକଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାପୂର୍ବରୁ ପରିବାରସହ ଆଲୋଚନା କଲେ ଭଲହେବ।ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
ମୀନ-କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗପ୍ରତି ମନବଳିବ ଏବଂ ସାହିତ୍ୟ,ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେବନ୍ଧୁ ସାହାଯ୍ୟ କରିବେ।

ଘରେ ଅଯଥା ଖର୍ଚ୍ଚ ହେଉଥିଲେ…
୧–ମଳିନ ପଡିଯାଇଥିବା ଆଇନା କିମ୍ବା ଭାଙ୍ଗିଯାଇଥିବା ଆଇନା ଘରେ ରଖିବା ଉଚିତନୁହେଁ ଏହାଦ୍ଵାରା ଅଶୁଭ ହୋଇଥାଏ ।
୨–ଘର ଦିନ ବାରଟାପୂର୍ବରୁ ପୋଛାମାରିବା ଉଚିତ ଏବଂ ଗୁରୁବାରଦିନ ଘର କେବେ ପୋଛାମାରିବା ଉଚିତନୁହେଁ ଏହା ଅଶୁଭ ହୋଇଥାଏ ।
୩ –ଘରର ଐଶାନ୍ୟକୋଣରେ ଠାକୁର ଘର କରିବା ଉଚିତ ଏବଂ ଏକ କାଚପାତ୍ରରେ ଗୋଟା ଅରୁଆଚାଉଳ ରଖିଲେ ଶୁଭ ହୋଇଥାଏ ।
୪–ଘରେ ଯଦି କୌଣସି ପୂଜା ହୋଇଥାଏ ତେବେ ପୂଜା ସାରିବାପରେ ପୂଜାହୋଇଥିବା କଳସର ପାଣିକୁ ଘରେଛିଞ୍ଚିଲେ ମଙ୍ଗଳ ହୋଇଥାଏ ।
୫–ସନ୍ଧ୍ୟାବେଳେ ଦୀପ ଜାଳିଲା ବେଳେ ଦୁଇଟି ଦୀପ ଲାଗିବା ଉଚିତ ଗୋଟିଏ ତେଲର ଦୀପ ଏବଂ ଆଉ ଗୋଟିଏ ଘିଅ ଦୀପ ଏହା ଶୁଭ ହୋଇଥାଏ ।
୬–ଘରେ ଅଯଥାଖର୍ଚ ହେଉଥିଲେ ଗୋଟିଏ ତମ୍ଭାପଇସା ଓ ହଳଦିଆରଙ୍ଗର କଉଡିନେଇ ଲାଲକପଡାରେ ବାନ୍ଧି ଠାକୁରଘରେ ରଖିବାଉଚିତ ।
୭ – ଠାକୁରଘରେ ଦୀପ ଜାଳିଲାବେଳେ ଦୀପରୁଦୀପ ଲଗାଇବା ଉଚିତନୁହେଁ କି ଦୀପରୁ ଧୂପକାଠି ଜଳାଇବା ଉଚିତନୁହେଁ ଏହା ଅଶୁଭ ହୋଇଥାଏ ।
୮–ସ୍ତ୍ରୀଲୋକ ଘରର ଦୁଆରମୁହଁକୁ ଲାଗିକରି ଖାଇବା ଉଚିତ ନୁହେଁ କାରଣ ଏହା ଦରିଦ୍ରତା ବୃଦ୍ଧି ହବାର କାରଣ ହୋଇଥାଏ ।
୯–ଠାକୁରଘରେ କାଳୀ ,ଶନି, ଭୈରବ ଓ ନଟରାଜଙ୍କ ଫଟ ବା ମୂର୍ତିରଖିବା ଉଚିତନୁହେଁ ।
୧୦–ରୁଟି କରିସାରିବାପରେ ରୁଟିକେବେ ଗଣିବା ଉଚିତନୁହେଁ ଏବଂ ହଟକେସକେବେ ଖାଲିରଖିବା ଉଚିତନୁହେଁ ଏହା ଅଶୁଭ ହୋଇଥାଏ ।
୧୧ –ବିବାହିତ ସ୍ତ୍ରୀଲୋକମାନେ ନିଜରକାଜଲ ,ବିନ୍ଦି ,ସିନ୍ଦୁର ,ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧାଇବା ଉଚିତନୁହେଁ,ଏହା ଅଶୁଭ ହୋଇଥାଏ ।
୧୨–ତିନୋଟି ଗୁରୁବାରଦିନ ପାଞ୍ଚକିଲୋ ଅଟାରେ ଏକକିଲୋ ଗୁଡମିଶାଇ ରୁଟି ତିଆରିକରି ଗାଇକୁ ଖୁଆଇଲେ ଦରିଦ୍ରତା ଦୂର ହୋଇଥାଏ ଏବଂ ଧନପ୍ରାପ୍ତି ହୋଇଥାଏ ।
୧୩ –ଶନିବାରଦିନ କଳା କୁକୁରକୁ ରୁଟିରେ ସୋରିଷତେଲ ମାରି ଖୁଆଇଲେ ଧନ ଲାଭରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଥାଏ
୧୪–ପ୍ରତି ଗୁରୁବାରଦିନ ଓସ୍ତଗଛରେ ଜଳଦାନ କରିବାଦ୍ଵାରା ଏବଂ ମଥାରେ କେଶରତିଳକ ଲଗାଇବାଦ୍ଵାରା ଧନପ୍ରାପ୍ତି ହୋଇଥାଏ ।
୧୫–ଘରର ମୁଖ୍ୟଦ୍ଵାରରେ ରଙ୍ଗୋଲି କରିବାଦ୍ଵାରା ଏବଂ ଫୁଲରେ ସଜାଇବାଦ୍ଵାରା ସକାରାତ୍ମକଶକ୍ତି ବୃଦ୍ଧି ହୋଇଥାଏ ଓ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
୧୬ –ଘରର ମୁଖ୍ୟଦ୍ଵାରରେ ସ୍ଵସ୍ତିକଚିହ୍ନ କିମ୍ବା ତ୍ରିଶୂଳଚିହ୍ନ ଲଗାଇବାଦ୍ଵାରା ବହୁତଶୁଭ ହୋଇଥାଏ ଏବଂ ଘରେ ସୁଖସୌଭାଗ୍ୟ ବୃଦ୍ଧି ହୋଇଥାଏ ।
୧୭–ଘରର ମୁଖ୍ୟଦ୍ଵାର ସାମ୍ନାରେ ଜୋତା ଚପଲରଖିବା ଅନୁଚିତ । ଏହାଦ୍ଵାରା ଅଶୁଭତ୍ଵ ଦେଖାଦେଇଥାଏ ।
୧୮–ଘର ପୋଛାଲଗାଇବା ସମୟରେ ପାଣିରେ ଅଳ୍ପଲୁଣପକାଇ ପୋଛା ଲଗାଇବାଦ୍ଵାରା ଶୁଭତ୍ଵ ବୃଦ୍ଧି ହୋଇଥାଏ ।
୧୯–ଘରେ ବେକାରପଡିଥିବା ଜିନିଷ ରଖିବା ଉଚିତନୁହେଁ କିମ୍ବା ବନ୍ଦ ହୋଇପଡିଥିବା ବିଦୁ୍ୟତଉପକରଣ ରଖିବାଦ୍ଵାରା ନକରାତ୍ମକଶକ୍ତି ବୃଦ୍ଧି ହୋଇଥାଏ ।
୨୦–ଯଦି ଘରେ ଶୁକ୍ରବାରଦିନ ଶ୍ରୀସ୍ତୋତ୍ର କିମ୍ବା ଲକ୍ଷ୍ମୀସ୍ତୋତ୍ର ପାଠ କରାଯାଏ ତେବେ ଗୃହରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ।
୨୧–ବାସ୍ତୁଶାସ୍ତ୍ର ଅନୁସାରେ ଶୁକ୍ରବାରଦିନ ସକାଳୁ ଧଳାବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଅର୍ପଣ କରିବାଦ୍ବାରା ଲକ୍ଷ୍ମୀଙ୍କକୃପା ଲାଭ ହୋଇଥାଏ ।
୨୨–ଶୁକ୍ରବାରଦିନ ଗୋଟିଏ ପଦ୍ମଫୁଲ ଆଣି ଘରେ ପଇସାରଖୁଥିବା ସ୍ଥାନରେ ରଖିବାଉଚିତ ଏହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।
୨୩–ଅଷ୍ଟମୀଦିନ ସନ୍ଧ୍ୟାସମୟରେ ଘରର ଐଶାନ୍ୟକୋଣରେ ଘିଅଦୀପରେ କେଶରପକାଇ ଜଳିବାଦ୍ଵାରା ଧନପ୍ରାପ୍ତିର ଯୋଗସୃଷ୍ଟି ହୋଇଥାଏ ।!!ଜୟଜଗନ୍ନାଥ ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.