ଆଜିର ରାଶିଫଳ

ଭୁଲରେ ବି ସନ୍ଧ୍ୟାରେ କରନ୍ତୁ ନାହିଁ ଏହି କାମ.....

ଫେବୃଆରୀମାସ ୧୬ତାରିଖ ୨୦୨୫ମସିହା (ରବିବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ରାତ୍ର ଘ୦୨/୨୦ ଗତେ ପଞ୍ଚମୀ,ନକ୍ଷତ୍ର- ହସ୍ତା ରାତ୍ର ଘ୦୫/୧୭ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/ ୩୩,ଯୋଗିନୀ ନୈରୁତେ ରାତ୍ରି ଘ୦୨/୧୯ ଗତେ ଦକ୍ଷିଣେ,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୃଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୧୦/୩୩ଗତେ ଘ୦୧/୨୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୫ ଗତେ ଘ୧୦/୧୮ମଧ୍ୟେ ଓ ଘ୦୭/ ୨୦ଗତେ ଘ ୦୮/୫୭ ମଧ୍ୟ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୦୪ମଧ୍ୟେ ଓ ଘ୦୧/୩୦ଗତେ ଘ ୦୨/୧୮ମଧ୍ୟ,ଅଦ୍ୟ ମୂଳା ଭକ୍ଷଣ ନିଷେଧ।
ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମ କରିଲେ ଭଲ ହେବ।
ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।
ମିଥୁନ-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ।ନୂଆ ନିଯୁକ୍ତି ଯୋଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶା ଜନକ ଫଳପ୍ରାପ୍ତିହେବ।ମାଲିମକଦ୍ଦମା କୃତକାର୍ଯ୍ୟ ହେବେ।
କର୍କଟ -ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ।କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ।ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।
ସିଂହ -ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ସମୟ ଗୁଡିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।
କନ୍ୟା -ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।
ତୁଳା- ଅଚାନକ ଧନପ୍ରାପ୍ତିହେବ। ଦୂରଯାତ୍ରାରେ ସଫଳ ହେବେ।କାର୍ଯ୍ୟକ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ ସାମାଜିକକାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧିହେବ।ଯାତ୍ରାରେ ଭୋଗବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।
ବିଛା-ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।
ଧନୁ -ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗକରିବେ।କର୍ମକ୍ଷେତ୍ରରେ ଉନ୍ନତି କରି ପାରିବେ।ନ୍ୟାୟମାର୍ଗ ଓ ମିଷ୍ଟବଚନ ଯୋଗେ ପ୍ରବାସରେ ମଧ୍ୟ କେତେକକ୍ଷେତ୍ରରେ ଉନ୍ନତିକର ହେବ।
ମକର- ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରି ବହନରେ ଆଶାଜନକ ସଫଳତା ହାସଲ କରିବେ।ନିଜଚେଷ୍ଟାରେ କାର୍ଯ୍ୟରେ ସଫଳତାମିଳିବା ସହ ସନ୍ତାନସୁଖ ମିଳିବ।ଶାରୀରିକ ସୁସ୍ଥତା ଦେଖାଦେବ।
କୁମ୍ଭ -ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ।ପ୍ରତିଯୋଗିତାରେ ବିଜୟୀ ହେବେ।
ମୀନ-ଉଚ୍ଚପଦସ୍ଥବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ।ରାଜନୈତିକକ୍ଷେତ୍ରରେ ପୁରୁଣାସମସ୍ୟା ସମାଧାନ କରି ବିଜୟୀହେବେ।ବାସଗୃହ ଓ ଯାନବାହାନନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।ପାରିବାରିକସମ୍ପର୍କରେ ଉନ୍ନତି ହେବ।

ଭୁଲରେ ବି ସନ୍ଧ୍ୟାରେ କରନ୍ତୁ ନାହିଁ ଏହି କାମ…..
ନିଜ ଜୀବନକୁ ସୂଚାରୁ ରୂପେ ଚଲାଇବାପାଇଁ ବା ଜୀବନକୁ ହସ ଖୁସିରେ ଭରିବାପାଇଁ କିଛି ନୀତି ନିୟମର ଧ୍ୟାନରଖିବା ନିହାତି ଜରୁରୀ ହୋଇଥାଏ ।ଆମ ହିନ୍ଦୁ ଧର୍ମରେ ନୀତିନିୟମ ଅନୁଯାୟୀ ହିଁ ଜୀବନ ଆଧାରିତ ।ନୀତିନିୟମର ପାଳନ ନକରିବାର କିଛି କୁପ୍ରଭାବ ଆମ ଜୀବନଉପରେ ପଡିଥାଏ । ଯାହା ଆମେ ଜାଣି ପାରିନଥାଉ ।
ତେବେ ଆଜି ଜାଣିବା ସନ୍ଧ୍ୟା ସମୟରେ କେଉଁକାର୍ଯ୍ୟ କରିବା ସମ୍ପୂର୍ଣଭାବରେ ନିଷେଧ ଅଟେ ।
ପ୍ରଥମ:-ସନ୍ଧ୍ୟାସମୟରେ କେବେ ମଧ୍ୟ ଭୋଜନକରିବା ଉଚିତ ହୋଇନଥାଏ । ଯଦି ଆପଣ ନମାନି ଭୋଜନ କରନ୍ତି ତେବେ ଭୋଜନ କରୁଥିବାବ୍ୟକ୍ତିଙ୍କର ବହୁତବଡ ଅନିଷ୍ଟ ହୋଇଥାଏ ।ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାସହ ଆର୍ଥିକସଙ୍କଟ ମଧ୍ୟ ଦେଖା ଦେଇଥାଏ ।
ଦିତୀୟ:-ଧ୍ୟାନ ରଖିବେ ସନ୍ଧ୍ୟା ସମୟରେ ଝାଡୁକରିବା ଉଚିତ ହୋଇନଥାଏ ।ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କଘରୁ ମାତା ଲକ୍ଷ୍ମୀ ଦୂରେଇଯାଇଥାନ୍ତି ।ତେଣୁ ଆପଣ ସନ୍ଧ୍ୟାପୂର୍ବରୁ ଏହି ସବୁ କାର୍ଯ୍ୟ ସାରିଦେବା ଉଚିତ ।
ତୃତୀୟ:-ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ସମୟରେ ,ଦେବାଦେବୀମାନେ ଧରାବତରଣ କରିଥାନ୍ତି ।ଏହି ସମୟରେ ତାଙ୍କ ଆଳତି ହୋଇଥାଏ । ତେଣୁ କେବେ ଭୁଲରେ ମଧ୍ୟ ଏହି ସମୟରେ ଶାରୀରିକସମ୍ବନ୍ଧ ରଖନ୍ତୁ ନାହିଁ ।ନଚେତ ଭଗବାନ ଆପଣଙ୍କ ଘର ଉପରେ କୋପଦୃଷ୍ଟି ରଖିଥାନ୍ତି । ଏଥିପାଇଁ ଘରେ ସବୁବେଳେ ଦାରିଦ୍ରତା ଲାଗିରହିଥାଏ ।
ଚତୁର୍ଥ:- ସନ୍ଧ୍ୟାସମୟରେ ଶୋଇବା ଅନୁଚିତ ।ଏହାକୁ ବହୁତ ବଡଅଶୁଭ ମନାଯାଇଥାଏ ।ପୂଜା ଅର୍ଚନା କରିବାସମୟରେ ଯଦି ଶୋଇ ରହିବେ ତେବେ ନର୍କଯନ୍ତ୍ରଣାର ଭାଗୀହେବେ ।ସନ୍ଧ୍ୟାସମୟରେ ଶୋଇ ରହିଲେ ଅନେକପ୍ରକାରର ରୋଗବ୍ୟାଧି ଦେଖା ଦେଇଥାଏ ।
ପେଟରୋଗ ସହ ଶରୀରରେ ଚର୍ବି ବଢିବାର ଆଶଙ୍କା ରହିଥାଏ ।ତେଣୁ ଏହିସବୁ କଥାକୁ ଧ୍ୟାନରେ ରଖି କେବେ ମଧ୍ୟ ସନ୍ଧ୍ୟା ସମୟରେ ସୁଅନ୍ତୁ ନାହିଁ ।
ପଞ୍ଚମ:-ସନ୍ଧ୍ୟାସମୟରେ ଚଉରା ମୂଳରେ ଦୀପଟିଏ ନିଶ୍ଚୟ ଜାଳନ୍ତୁ । ଏହା ଘରର ପରିବେଶକୁ ଶୁଭ ରଖିଥାଏ ଏବଂ ଘରକୁ ସୁଖ ଶାନ୍ତିର ଆଗମନ ହୋଇଥାଏ । ସନ୍ଧ୍ୟା ସମୟରେ ମାତା ବୃନ୍ଦାବତୀଙ୍କୁ ଛୁଇଁବା ଅନୁଚିତ ।ଏହାକୁ ବହୁତ ବଡପାପ ବୋଲି ଶାସ୍ତ୍ରରେ ବିବେଚିତ କରାଯାଇଛି ।କେବେ ମଧ୍ୟ ସନ୍ଧ୍ୟା ସମୟରେ ଚଉରାମୂଳରେ ଜଳ ଅର୍ପଣ କରିବେ ନାହିଁ।।
!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.