ଆଜିର ରାଶିଫଳ

କେଉଁ ରୁଦ୍ରାକ୍ଷ ଆପଣଙ୍କ ପାଇଁ ଉପଯୋଗୀ

0 126

ଜୁନ୍ ମାସ୦୨ତାରିଖ ୨୦୨୪ ମସିହା(ମଙ୍ଗଳବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି-ଦଶମୀ ପ୍ରା ଘ୦୫/୨୩ ଗତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/ ୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୧୮/୦୦,ଯୋଗିନୀ ଉତ୍ତରେ ପ୍ରା ଘ୦୫/୨୨ ଗତେ ଅଗ୍ନିକୋଣେ,
ଏକାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଅଦ୍ୟ ମୃତେ ଏକପାଦ ଦୋଷ ରାତ୍ରି ଘ୦୨/୫୫ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା – ଦିବା ଘ୧୦/୦୪ ଗତେଘ୦୧/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୬ଗତେ ଘ୦୯/୧୦ମଧ୍ୟେ ଓ ଘ୦୧/୨୧ଗତେ ଘ୦୧/୫୯ମଧ୍ୟେ ଓ ଘ୦୭/୫୫ ଗତେ ଘ୧୧/୦୮ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।-ଦିବା ଘ୦୩/୩୪ ଗତେ ଘ୦୫/୨୨ମଧ୍ୟେ,ଶିମ୍ବଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
ବୃଷ:-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
ମିଥୁନ:-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
କର୍କଟ:-ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ। ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
ସିଂହ:-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମାକାରବାର,ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି
କନ୍ୟା:-ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗକରିବାକୁ କଥାଦେଇଥିବା ବନ୍ଧୁ  ପରୋକ୍ଷରେେ ଓଲଟାକଥା କହି ଯୁକ୍ତିତର୍କର ଆଶୟ ନେଇପାରନ୍ତି।

ତୁଳା:-ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା:-ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।
ଧନୁ:-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
ମକର:-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
କୁମ୍ଭ:-ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
ମୀନ:-ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।

ଆଜି ଜାଣିବା କେତେମୁଖି ରୁଦ୍ରାକ୍ଷର କେଉଁସବୁ ଗୁଣ ଆଉ କେଉଁରୁଦ୍ରାକ୍ଷ ଆପଣଙ୍କ ପାଇଁ ଉପଯୋଗୀ;-
ସନାତନଧର୍ମରେ ରୁଦ୍ରାକ୍ଷର ବିଶେଷ ମହତ୍ୱ ରହିଛି ।ରୁଦ୍ରାକ୍ଷ ଗୋଟିଏ ଏପରି ବରଦାନ ଯାହା ପ୍ରକୃତିପକ୍ଷରୁ ଏହି ମଣିଷସମାଜକୁ ମିଳିଛି ଯାହାଦ୍ୱାରା ଅର୍ଥ,କାମ ,କ୍ରୋଧ,ମୋହ ସବୁକିଛି ପ୍ରାପ୍ତିହୋଇଥାଏ ।ଶାସ୍ତ୍ରରେ ବର୍ଣନାହୋଇଛିଯେ , ରୁଦ୍ରାକ୍ଷ ଭଗବାନଶିବଙ୍କ ନେତ୍ରରୁ ଖସି ଥିବା ଜଳବୁନ୍ଦାରୁ ପ୍ରସ୍ତୁତହୋଇଛି ।ଯେଉଁମାନେ ରୁଦ୍ରାକ୍ଷ ଧାରଣ କରିଥାଆନ୍ତି ସେମାନଙ୍କ ଉପରେ ଭଗବାନଶିବଙ୍କର ଆଶୀର୍ବାଦ ରହିଥାଏା ରୁଦ୍ରାକ୍ଷ ଧାରଣ କରିଥିବାବ୍ୟକ୍ତିଙ୍କ ନିକଟକୁ ନକାରାତ୍ମକଶକ୍ତି ଆସିନଥାଏ ।
ଏକମୁଖୀରୁଦ୍ରାକ୍ଷ –ଏହା ଗୋଟିଏ ଦୁର୍ଲଭରୁଦ୍ରାକ୍ଷ ଅଟେ ।ଏହାବିଷୟରେ କୁହାଯାଏଯେ , ସମସ୍ତ ସିଦ୍ଧିପ୍ରାପ୍ତି ହୋଇଥା. ଏକମୁଖୀରୁଦ୍ରାକ୍ଷ ଧାରଣ କରିଥିବାବ୍ୟକ୍ତି ସମସ୍ତ ଇନ୍ଦ୍ରିୟମାନଙ୍କ ଉପରେ ବିଜୟଲାଭ କରିଥାଏ ।
ଦୁଇମୁଖୀରୁଦ୍ରାକ୍ଷ –ଏହା ଅର୍ଧନାରୀଶ୍ୱର ରୁଦ୍ରାକ୍ଷ ଅଟେ ।ଏହାକୁ ଧାରଣକରିଥିବା ବ୍ୟକ୍ତି ମାତାପାର୍ବତୀ ଓ ମହାଦେବଙ୍କ ଆଶୀର୍ବାଦପ୍ରାପ୍ତ କରିଥାଏା ବୈବାହିକଜୀବନରେ ଆନନ୍ଦ ଓ ସୁଖପ୍ରାପ୍ତ କରିବାପାଇଁ ଏହି ରୁଦ୍ରାକ୍ଷ ଧାରଣ କରନ୍ତୁ ।
ତିନିମୁଖୀରୁଦ୍ରାକ୍ଷ –ତିନିମୁଖୀରୁଦ୍ରାକ୍ଷ ସାକ୍ଷାତ ଅଗ୍ନିଶମ ଉତପ୍ତଅଟେ ।ଏହାକୁ ଧାରଣକଲେ ଅଗ୍ନିଦେବ ପ୍ରସନ୍ନ ହୋଇଥାଆନ୍ତି ।ଏହାକୁ ଧାରଣ କଲେ ଶକ୍ତି ବୃଦ୍ଧିହୋଇଥାଏ ।ଏହା ପୂର୍ବଜନ୍ମର ସମସ୍ତପାପରୁ ମୁକ୍ତି ଦେଇଥାଏ ।
ଚାରିମୁଖୀରୁଦ୍ରାକ୍ଷ –ଏହି ରୁଦ୍ରାକ୍ଷ ସମ୍ପୂର୍ଣ ବ୍ରହ୍ମସ୍ୱରୂପ ଅଟୋ ଏହାକୁ ଧାରଣକଲେ ବ୍ରହ୍ମାଙ୍କଆଶୀର୍ବାଦ ସର୍ବଦା ପ୍ରାପ୍ତହୋଇଥାଏ ।ଏହି ରୁଦ୍ରାକ୍ଷ ବୁଧଙ୍କ ପ୍ରତୀକ ଅଟେ ।ଏହାଦ୍ୱାରା ଲେଖନଶକ୍ତି ଓ ବାକଶକ୍ତି ବୃଦ୍ଧି ହୋଇଥାଏ ।
ପଞ୍ଚମୁଖୀରୁଦ୍ରାକ୍ଷ –ଏହି ରୁଦ୍ରାକ୍ଷ ସାକ୍ଷାତ ଶିବଙ୍କରୂପ ଏହି ରୁଦ୍ରାକ୍ଷ ଧାରଣ କରିବାଦ୍ୱାରା ବୃହସ୍ପତିଙ୍କ ଅଶୁଭଫଳ ସମାପ୍ତ ହୋଇଥାଏ । ଜ୍ଞାନ ଓ ଆଧ୍ୟାତ୍ମିକବିକାଶ ପାଇଁ ଏହି ରୁଦ୍ରାକ୍ଷ ଧାରଣ କରିବା ଉଚିତା
ଷଡ଼ମୁଖୀରୁଦ୍ରାକ୍ଷ –ରୁଦ୍ରାକ୍ଷ ଷଡ଼ମୁଖ କାର୍ତ୍ତିକେୟଙ୍କ ରୂପ ଅଟେ । ଏହାକୁ ଧାରଣ କରିବାଦ୍ୱାରା ଭୟରୁ ମୁକ୍ତି ମିଳିଥାଏ ଓ ଆରୋଗ୍ୟପ୍ରାପ୍ତି ହୋଇଥାଏ । ତାସହିତ ବଳ ଓ ବୀର୍ଯ୍ୟରବୃଦ୍ଧି ହୋଇଥାଏ ।ଶତ୍ରୁମାନଙ୍କର ନାଶ ହୋଇଥାଏ ।
ସପ୍ଟମୁଖୀରୁଦ୍ରାକ୍ଷ –ଏହାକୁ ଧାରଣାକଲେ ମତାଲକ୍ଷ୍ମୀଙ୍କ ଆଶୀର୍ବାଦପ୍ରାପ୍ତ ହୋଇଥାଏ ।ସମାଜରେ ମାନସମ୍ମାନ ପ୍ରାପ୍ତହୋଇଥାଏ ।ସାନି ମହାଦାସାରୁ ମୁକ୍ତି ମିଳିଥାଏ ।
ଅଷ୍ଟମୂଖୀରୁଦ୍ରାକ୍ଷ –ଏହି ରୁଦ୍ରାକ୍ଷ ମାଗଙ୍ଗାଙ୍କର ଖୁବ ପ୍ରିୟଅଟେ ।ଏହାକୁ ଧାରଣାକଲେ ସମସ୍ତ ପାପରୁ ତ୍ରାହି ମିଳିଥାଏ ।ଏହା ରାହୂଙ୍କ ପ୍ରତୀକ ଅଟେ । ତେଣୁ ଏହାକୁ ଧାରଣକଲେ ରହୂଙ୍କ ଅଶୁଭକୋପରୁ ରକ୍ଷା ପାଇଁ ହୁଏ ।
ନବମୁଖୀରୁଦ୍ରାକ୍ଷ –ଏହା ନବଶକ୍ତିର ପ୍ରତୀକ ଅଟେ ।ଏହାକୁ ଧାରଣ କଲେ ମାଦୁର୍ଗା ପ୍ରସନ୍ନ ହୋଇଥାଆନ୍ତି ।ତାସହିତ ଯମରାଜ ଓ ମୃତ୍ୟୁ ଭୟ ଦୂର ହୋଇଥାଏ । ଏହା କେତୁଙ୍କରୂପ ହୋଇଥିବାରୁ କେତୁଙ୍କ ଅଶୁଭପ୍ରଭାବରୁ ରକ୍ଷା ପାଇହୁଏ ।
ଦ୍ୱାଦଶ ଓ ଚତୁର୍ଦଶ ମୁଖୀରୁଦ୍ରାକ୍ଷ –ଏହି ଦୁଇରୁଦ୍ରାକ୍ଷ ଭଗବାନଶିବଙ୍କ ପ୍ରତୀକ ଅଟନ୍ତି ।ଏହାକୁ ଧାରଣକଲେ ଘରେ ଆର୍ଥିକସଙ୍କଟ ରୁହେନାହିଁ । ସୁଖଶାନ୍ତି ବାସକରିଥାଏ ।ଏହାକୁନେଇ ବିଶେଷଭାବରେ ଘରେ ଧର୍ମକର୍ମ କାର୍ଯ୍ୟ ହୋଇଥାଏ ।ଏହାକୁ ଧାରଣ କରିଥିବାବ୍ୟକ୍ତି ଶାନ୍ତିରେ ଦିନ ବିତାଇଥାଆନ୍ତି !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.