ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୩ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ଘ୫/୫୨/୧୪,ସୂର୍ଯ୍ୟାସ୍ତ- ଘ୫/୮/୧୮, କାର୍ତ୍ତିକମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି- ଷଷ୍ଠୀ ରାତ୍ରି ଘ୧୦/୪୭ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୧୦/୪୭ମି ପରେ ବାୟବ୍ୟ କୋଣରେ। ଅଗନ୍ତବ୍ୟ ତିଥି , ବିଷ୍ଟିକରଣ, ଗ୍ରହଣ ସପ୍ତାହ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ରାତ୍ରି ଘ୧/୫୦ମି ମଧ୍ୟେ କନ୍ୟା ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ ରାତ୍ରି ଘ୧୦/୪୭ମିପରେ ତାଳଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ ନିଷେଧ।
ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୪୨ମି ରୁ ଘ୧୧/୩୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୮/୧୮ମି ରୁ ଘ୯/୫୪ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୬/୪୨ ମି ମଧ୍ୟେ, ଘ୭/୩୦ମି ରୁ ଘ୯/ ୫୪ମି ମଧ୍ୟେ, ଘ୧୨/୧୮ମି ରୁ ଘ୩/୩୦ମି ମଧ୍ୟେ, ଘ୪/୧୮ମି ରୁ ସୂର୍ଯ୍ୟାସ୍ତ ଘ୫/୮ମି ମଧ୍ୟେ, ସନ୍ଧ୍ୟା ଘ୫/୫୫ମି ରୁ ରାତ୍ରି ଘ୯/୭ମି ମଧ୍ୟେ, ଘ୧୧/୩୧ମି ରୁ ଘ୨/୪୩ମି ମଧ୍ୟେ, ଘ୩/୩୧ ମି ରୁ ନିଶାନ୍ତ ଘ୫/୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ନାହିଁ।
ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ପ୍ରାତଃ ଘ୬/୧୬ମି ପରେ ୧ ପାଦ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳସୁବର୍ଣ୍ଣ ଦାନ। ରାତ୍ରି ଘ୧୦ /୪୭ମି ପରେ ୨ ପାଦ ନକ୍ଷତ୍ର ଓ ତିଥି ପୁଷ୍କର ଦୋଷ। ଫଳଂ ଗୋପଶୁ ସମ୍ପଦ ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ତିଳ ସୁବର୍ଣ୍ଣ ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ ।
ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା। ପ୍ରାତଃ ଘ୬/୧୬ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ଘୃତପୂର୍ଣ୍ଣ ତାମ୍ରପାତ୍ର ରକ୍ତବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳ ଗୁଡ଼ ଦାନ କରଣୀୟ। ପ୍ରାତଃ ଘ୬/୧୬ମି ପରେ ବନ୍ଧ୍ୟା। ରାତ୍ରି ଘ୧୦/ ୪୭ମି ପର୍ଯ୍ୟନ୍ତ ତିଥି ଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ- ପ୍ରାତଃ ଘ୬/୧୬ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୭ ନକ୍ଷତ୍ରେ ଦେବତା ଗଠନ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ନବବସ୍ତ୍ର ପରିଧାନ, ନୌକା ଗଠନ, ନାମକରଣ, ନିଷ୍କ୍ରାମଣ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ଅଳଙ୍କାର ଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନିଷେକ।
🐏ମେଷ👉ଆଜି କୋର୍ଟ- କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମସମୟରେ ଅଧିକଲାଭ ପାଇବା ବିଚାରରେ ଆପଣ ଫସି ନଯାଆନ୍ତୁ,ଧ୍ୟାନରଖିବେ।ନୂଆ କାର୍ଯ୍ୟରପ୍ରାରମ୍ଭ ଆଜି କରି ପାରିବେ।
🐮ବୃଷ👉ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳପାଇବେ ।
👩‍❤️‍👨ମିଥୁନ👉ଆଜିର ଦିନ ଲାଭଦାୟୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳି ପାରେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁବାକୁ ପଡ଼ିପାରେ।
🦀କର୍କଟ👉ଆଜି ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।
🦁ସିଂହ👉ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତି ଗୁଡ଼ିକରୁ ଦୂରରେରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।
🙎‍♀️କନ୍ୟା👉ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
⚖️ତୁଳା👉ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନରଯୋଗ ଅଛି।
🦂ବିଛା👉ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟ ଗୁଡ଼ିକରେ ସଫଳତାପ୍ରାପ୍ତ କରିପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟ ରେ ସଫଳତା ପ୍ରାପ୍ତ ହେବ।
🏹ଧନୁ👉ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ଆବଶ୍ୟକ। ନିରର୍ଥକ ବାଦ- ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
🐊ମକର👉ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
🏺କୁମ୍ଭ👉ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତ ହେବ।
🐟ମୀନ👉ଦିନ ଶୁଭଫଳ ଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାହୋଇପାରେ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.