ଆଜିର ରାଶିଫଳ

ଆଜିଜାଣିବା ଚଉଷଠୀଯୋଗିନୀ ମନ୍ଦିର ବିଷୟରେ...

0 247

୨୦୨୩ମସିହା ଅକ୍ଟୋବରମାସ ୯ତାରିଖ ସୋମବାର।ଉତ୍କଳମଣି ଗୋପବନ୍ଧୁଜୟନ୍ତୀ।ସୁର୍ଯ୍ୟୋଦୟ- ଘ୫/୪୨/୫୩ ,ସୂର୍ଯ୍ୟାସ୍ତ-ଘ୫/୨୫/୨୧ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ଦଶମୀ ଦିବା ଘ୧୨/୧୭ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୧୨/୧୭ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ଦିବାଘ୧୨/୧୭ମିପରେ ରାତ୍ରିଶେଷ ପର୍ଯ୍ୟନ୍ତଯାତ୍ରା ଶୁଭ।ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟଶ୍ରାଦ୍ଧ। ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- କଳମଶାଗଦିବା ଘ୧୨/୧୭ମିପରେ ଶିମ୍ବ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବାଘ୭/୧୧ମି ରୁ ଘ୮/୩୮ମି ମଧ୍ୟେ।କାଳରାତ୍ରି ରାତ୍ରିଘ୧୦/୧ମି ରୁ ଘ୧୧/୩୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃରୁ ଦିବାଘ୭/୨୦ମି ମଧ୍ୟେ, ଘ୮/୫୬ରୁ ଘ୧୧/୨୦ମି ମଧ୍ୟେ, ରାତ୍ରି ଘ୭/୪୬ମି ରୁ ୧୦/୫୮ମିମଧ୍ୟେ, ଘ୭/୪୭ମି ରୁ ଘ୯/୨୩ମିମଧ୍ୟେ, ଘ୨/୧୦ମି ରୁ ଘ୨/୫୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ସମ୍ବତ୍ସର ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା ରଜଶ୍ଚକ୍ରେ ବନ୍ଧ୍ୟା। ଘୃତକାଂସ୍ୟପାତ୍ର ରକ୍ତବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳଦାନ କରଣୀୟ।ଦିବା ଘ୧୨/୧୭ମିଗତେ ତିଥିଦୋଷହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ- ଦିବା ଘ୧୨/୧୭ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୯ନକ୍ଷତ୍ରେ ବାଣିଜ୍ୟ କରଣ।
ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳା ଦେଖାଦେବ। ସୁସମ୍ବାଦ ପାଇବେ। ଅଯଥା ବିବାଦରୁ ଦୂରେଇ ରହନ୍ତୁ। ଜୀବନସାଥୀ ସହ ସମୟ ଅତିବାହିତ କରିବାର ସୁଯୋଗ ପାଇବେ।
ବୃଷ- ଘରେ ଖୁସିର ପରିବେଶ ରହିବ। ଔଷଧ ବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌େବ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ସ୍କୁଲ୍‌ ଜୀବନର ସାଙ୍ଗ ସହିତ ବାର୍ତ୍ତାଳାପ ହେବ।
ମିଥୁନ- କିଛି ବିଶେଷ କାର୍ଯ୍ୟ କରିବା ଲାଗି ଦିନଟି ଭଲ। ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ସମାଜରେ ସୁନାମ ଆସିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ଜୀବନ ମଧୁର ରହିବ।
କର୍କଟ- ଆପଣଙ୍କୁ ଯାହା ଆବଶ୍ୟକ ଥିଲା ତାହା ପାଖଲୋକଙ୍କ ମାଧ୍ୟମରେ ପାଇଯିବେ। ଉପରିସ୍ଥ କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଆଶା ରଖିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।
ସିଂହ- ସକାରାତ୍ମକ ଭାବନା ବଜାୟ ରଖନ୍ତୁ। ବିବାଦରୁ ଦୂରରେ ରହନ୍ତୁ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଘରୋଇ କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
କନ୍ୟା- ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌େବ। ଜୀବନସାଥୀ ସହିତ ଭଲ ସମ୍ବନ୍ଧ ରହିବ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।
ତୁଳା-ଯୋଜନା ତିଆରି ଏବଂ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବେ। କମ୍ ପରିଶ୍ରମରେ ଉପର ସ୍ତରକୁ ଉଠି ପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ତାଙ୍କ ଲାଗି ଦିନଟି ଭଲ ରହିବ।
ବିଛା- ଦୀର୍ଘଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ସଫଳତା ମାର୍ଗରେ କାହାକୁ ଆସିବାକୁ ଦିଅନ୍ତୁ ନାହିଁ। ଆର୍ଥିକ ମାମଲାରେ ସଫଳ ହୋଇପାରନ୍ତି। ଘରକୁ ବନ୍ଧୁ ଆସିବେ।
ଧନୁ-ଆର୍ଥିକ ଲାଭର ସମ୍ଭାବନା ରହିଛି। ପୂର୍ବ ଅପେକ୍ଷା ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କ ନେତୃତ୍ବ ନେବାର ଭୂମିକା ନିର୍ବାହ କରିପାରନ୍ତି। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
ମକର-ଘରେ ବଡ଼ମାନଙ୍କଠାରୁ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସାଥୀର ମନପସନ୍ଦ ଜିନିଷ ତିଆରି କରି ଖୁଆନ୍ତୁ।
କୁମ୍ଭ- ଓକିଲଙ୍କର ସମାଜରେ ଖ୍ୟାତି ବଢ଼ିବ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ଅଫିସ୍‌ରେ ଆପଣଙ୍କ କାମ ଦେଖି ସମସ୍ତେ ଖୁସି ହେବେ।
ମୀନ-ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। ସାଙ୍ଗମାନଙ୍କ ସହିତ ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।ଵିଶୁଦ୍ଧ ଜ୍ଞାନଦେହାୟ ତ୍ରିଵେଦୀ ଦିଵ୍ୟଚକ୍ଷୁଷେ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ଶରତର ଆଗମନସହ ଧରାପୃଷ୍ଠକୁ ମାଙ୍କ ଆଗମନର ବାର୍ତ୍ତା ନେଇଆସିଛି କାଶତଣ୍ଡି ।ଚଳଚଞ୍ଚଳ ହୋଇଉଠିଛି ସବୁଅଞ୍ଚଳ।ଆରମ୍ଭହୋଇଛି ଶାରଦୀୟପାର୍ବଣର ଅଦ୍ୟଅଧ୍ୟାୟ ଷୋଳପୂଜା। ଆଜିଜାଣିବା ଚଉଷଠୀଯୋଗିନୀ ମନ୍ଦିର ବିଷୟରେ…
ମହିଷାସୁରର ଅତ୍ୟାଚାରରେ ତ୍ରିଭୁବନ ପ୍ରକମ୍ପିତ ହେବା ସଙ୍ଗେ ସଙ୍ଗେ ଦେବତାମାନଙ୍କର ଆସନ ଟଳମଳ ହୋଇଥିଲା ।ସର୍ବଦେବଙ୍କର ଶକ୍ତି ବଳରେ ଦୁର୍ଗା ଆବିର୍ଭୂତା ହୋଇଥିଲେ ।ଦୁର୍ଗାଦେବୀ ମହିଁଷାସୁର ଅସୁର ସହିତ ଯୁଦ୍ଧକରିବା ଅବସରରେ ରକ୍ତବୀର୍ଯ୍ୟ ନାମକ ଏକ ପ୍ରତାପୀଦାନବର ରକ୍ତବିନ୍ଦୁମାନତଳେ (ମାଟିରେ) ପଡ଼ି ସେଥିରୁ ସହସ୍ରସହସ୍ର ଦାନବ ସୃଷ୍ଟିହୋଇ ଦୁର୍ଗାଙ୍କସହିତ ଯୁଦ୍ଧକରିଥିଲେ ।ଏହିସବୁ ଦାନବଙ୍କୁ ନିହତ କରିବାପାଇଁ ଦୁର୍ଗା ତାଙ୍କପ୍ରଖର ବିଶ୍ୱାସରୁ ଯୋଗିନୀମାନ ସୃଷ୍ଟିକରିଥିଲେ ।ସେହିଯୋଗିନୀମାନେରକ୍ତବୀର୍ଯ୍ୟ ଅସୁରର ଶରୀରରୁ ନିର୍ଗତହେଉଥିବା ରକ୍ତବିନ୍ଦୁକୁ ତଳେପକାଇ ନଦେଇପିଇଦେଲେ ।ଫଳରେ ଆଉ ଦାନବ ଗଣ ସୃଷ୍ଟିହେଲେନାହିଁ ।ତେଣୁ ଦୁର୍ଗା ରକ୍ତବୀର୍ଯ୍ୟସହିତ ସମସ୍ତଅସୁରଙ୍କୁ ନିହତକରିଥିଲେ।ଏହାଫଳରେ ଧରା ପୃଷ୍ଠରେ ଶାନ୍ତିପ୍ରତିଷ୍ଠା ହୋଇଥିଲା ।କାଳକ୍ରମେ ସେହି ଯୋଗିନୀମାନେ ବିଭିନ୍ନପୀଠରେ ପୂଜାପାଉଛନ୍ତି ।ସେହି ଯୋଗିନୀମାନଙ୍କମଧ୍ୟରୁ ହୀରାପୁରଠାରେ ଚଉଷଠିଯୋଗିନୀ ରୂପେ ପୂଜାପାଉଛନ୍ତି, ଯାହାକି ଆଜି ସେହି ଯୋଗିନୀପୀଠ ହୀରାପୁରରୂପେ ବିଦ୍ୟମାନ ।ହିନ୍ଦୁ ତନ୍ତ୍ରରେଚଉଷଠି ଯୋଗିନୀମାନଙ୍କର ଉତ୍ପତ୍ତି ସମ୍ପର୍କରେ ସ୍କନ୍ଧପୁରାଣ ଓ କାଳିକା ପୁରାଣରେ ଉଲ୍ଲେଖ ଅଛି । ସେହି ଆଠଟି ଆଦିଶକ୍ତି ହେଲେ – ଉଗ୍ରଚଣ୍ଡୀ, ଭଦ୍ରକାଳୀ, ଦୁର୍ଗା, ଉଗ୍ରତାରା, କୌଶିକା, କାଳୀ,ଶିବଦୂତୀ ଓ ଚଣ୍ଡିକା ।ହୀରାପୁର ଚଉଷଠି ଯୋଗିନୀ ପୀଠର ଅନତି ଦୂରରେ ପୁରାତନଉତ୍କଳର ରାଜଧାନୀ ଶିଶୁପାଳଗଡ଼ଅବସ୍ଥିତ ।

ସେହିପରି ମହାଭାଗବତ ପୁରାଣରେ ଉଲ୍ଲେଖଅଛିଯେ, କାଳୀରହୁଥିବା ଏକ ପ୍ରଶସ୍ତସ୍ଥାନକୁ ବେଳେବେଳେ ଶିବ ବୁଲିଆସୁଥିଲେ ।ସେହିପ୍ରଶସ୍ତସ୍ଥଳୀର ୪ଦିଗରେ ୪ଟିଦ୍ୱାର ଥିଲା ଓ ଏହାକୁ ୬୪ଯୋଗିନୀ ଓ ଭୈରବୀ ମାନେ ଜଗୁଥିଲେ ।କିମ୍ବଦନ୍ତୀଅନୁସାରେ ଦୁର୍ଗା ଦାନବସଂହାର ନିମନ୍ତେ ୬୪ଟିରୂପ ନେଇଥାନ୍ତି ।ଯୁଦ୍ଧପରେ ଯୋଗିନୀମାନେ ଦୁର୍ଗାଙ୍କୁ ଏହିମନ୍ଦିର ତିଆରି କରିବାପାଇଁ ଅନୁରୋଧ କରିଥିଲେ।
ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣେ
ସର୍ବ ସାର୍ତ୍ତ ହରେ ଦେବୀ ନାରାୟଣୀ ନମସ୍ତୁତେ॥
ଵିଶୁଦ୍ଧ ଜ୍ଞାନଦେହାୟ ତ୍ରିଵେଦୀ ଦିଵ୍ୟଚକ୍ଷୁଷେ ।
ଶ୍ରେୟଃ ପ୍ରାପ୍ତି ନିମିତ୍ତାୟ ନମଃ ସୋମାର୍ଥ ଧାରିଣେ ॥
ଅର୍ଥାତ୍
ବିଶୁଦ୍ଧଜ୍ଞାନ ଯାହାରଶରୀର, ତିନୋଟିବେଦ ଯାହାର ଦିବ୍ୟନେତ୍ର ।ଯେ କଲ୍ୟାଣପ୍ରାପ୍ତିର କାରଣ ଏବଂ ନିଜ ମସ୍ତକଉପରେ ଯେ ଅର୍ଦ୍ଧଚନ୍ଦ୍ର ଧାରଣ କରିଛନ୍ତି।ସେହିଭଗବାନ ଶିବଙ୍କୁ ମୋର କୋଟିକୋଟି ନମସ୍କାର ।

 

 

Leave A Reply

Your email address will not be published.