ଆଜିର ରାଶିଫଳ

ଜୟନ୍ତୀ ମଙ୍ଗଳାକାଳୀ ଭଦ୍ରକାଳୀ କପାଳିନୀ....

0 197

୨୦୨୩ମସିହା ଅକ୍ଟୋବରମାସ ୮ତାରିଖ ରବିବାର ।
ସୁର୍ଯ୍ୟୋଦୟ- ଘ୫/୪୨/ ୩୭,ସୂର୍ଯ୍ୟାସ୍ତ-ଘ୫/୨୬/ ୧୧,ଆଶ୍ବିନମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି-ନବମୀ ଦିବାଘ୯/୪୯ମି ପର୍ଯ୍ୟନ୍ତତଦନ୍ତେ ଦଶମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ଘ୯ /୪୯ମି ପରେ ଉତ୍ତରଦିଗରେ।ରିକ୍ତାତିଥି, ବିଷ୍ଟିକରଣ ଦୋଷହେତୁ ଦିବାଘ୯/୪୯ମିପରେ ରାତ୍ରି ଘ୧୧/୩ମି ମଧ୍ୟେ ଯାତ୍ରାଶୁଭ।ଉତ୍ତରଦିଗ,ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ଲାଉ ଦିବା ଘ୯/୪୯ମି ପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-
ବାର ଓ କାଳବେଳା ଦିବା ଘ୧୦/୪୬ମି ରୁ ଘ୧/୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୬ମି ରୁ ଘ୨/୩୮ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୩୨ମି ରୁ ଘ୮/୫୬ମି ମଧ୍ୟେ, ଘ୧୨/୮ମି ରୁ ୩/୨୦ମି ମଧ୍ୟେ, ରାତ୍ରି ଘ୭/୪୭ମି ରୁ ଘ୯/୨୩ମି ମଧ୍ୟେ, ଘ୧୧/୪୭ମି ରୁ ଘ୧/୨୩ମି ମଧ୍ୟେ, ଘ୨/୧୨ ମି ରୁ ନିଶାନ୍ତ ଘ୫/ ୨୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ରାତ୍ରି ଘ୪/୮ମି ରୁ ଘ୪/୫୬ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ମୃତ ବ୍ୟକ୍ତିର ୧ପାଦ ବାରପୁଷ୍କର ଦୋଷ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୩/ ୯ମି ପରେ ସମ୍ବତ୍ସର ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା ରଜଶ୍ଚକ୍ରେ ବନ୍ଧ୍ୟା। ଘୃତକାଂସ୍ୟପାତ୍ର ଶୁକ୍ଳବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳ ଦାନ କରଣୀୟ। ଦିବା ଘ୯/୪୯ମି ପର୍ଯ୍ୟନ୍ତ ବାର ଓ ତିଥି ଦୋଷ ହେତୁ ଶିବଙ୍କଠାରେ ଜଳା ଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗରପୁଷ୍ପ ଅର୍ପଣ, ତାପରେ ବାରଦୋଷହେତୁ ଶିବଙ୍କଠାରେ ଜଳା ଭିଷେକ।ଶୁଭକର୍ମ- ଦିବା ଘ୯/୪୯ମି ପରେ ୮ ନକ୍ଷତ୍ରେ ଦେବତାଗଠନ,ନବଦୋଳା ଦ୍ୟାରୋହଣ, ହୋମାଦିସ୍ବସ୍ତ୍ୟୟନ,ନବଶଯ୍ୟାସନାଦ୍ବୁପଭୋଗ, ବୃକ୍ଷରୋପଣ,ନୌକାଚାଳନ ଓ ଯାତ୍ରା,ନାମକରଣ, ନିଷ୍କ୍ରାମଣ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ,ବାଣିଜ୍ୟକରଣ,ଅଳଙ୍କାର ଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ।
🐏ମେଷ👉ଆଜି ଆପଣଙ୍କଦିନ ଆତ୍ମବିଶ୍ୱାସରେ ଭରିରହିବ,ପୁଜାପାଠରେ ଆପଣଙ୍କ ଅଧିକାମନ ଲାଗିବ, ଆପଣ ନିଜମନକୁ ଶାନ୍ତରଖିକରି ବିବାଦକୁ ସମାଧାନକରିବାରେ ପ୍ରୟାସ କରିବେ ।ବେପାର ସହ ଯୋଡି ହୋଇଥିବାବ୍ୟକ୍ତିଙ୍କୁ ନିଜକ୍ଷେତ୍ରରେ ଧନଲାଭ ମିଳିବାର ଯୋଗହେଉଛି,ଦୈନିକକାର୍ଯ୍ୟରେ ସଫଳତା ମିଳିବାର ନଜରଆସୁଛି, ଜୀବନସାଥୀଙ୍କସହ ଆପଣଙ୍କସଂବନ୍ଧ ମଧୁରହେବ ,ପରିବାର ଲୋକଙ୍କ ସହ ନିଜହୃଦୟର କଥା ସେୟାର୍ କରିବେ, ରୋଜ ଗାରରଦିଗରେ କରାଯାଇଥିବାପ୍ରୟାସ ସଫଳହେବ, ଆଜିଆପଣଙ୍କ ସବୁମନୋକାମନା ପୁରାହେବାର ସଂମ୍ଭାବନା ଅଛି ।
🐮ବୃଷ👉ଆଜି ଆପଣଙ୍କ ଦିନ ଖୁସିରେ ଭରପୁର୍ ରହିବ । କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସିଖବର ଶୁଣିବାକୁ ମିଳିପାରେ । ଯାହାଦ୍ୱାରା ଘରର ମାହୋଲ୍ ଭଲ ରହିବ । ଧନ ପ୍ରାପ୍ତିର ନୁଆ ସ୍ରୋତ ମିଳିବ, ଏହି ରାଶିର ବିଦ୍ୟାର୍ଥୀଙ୍କୁ ମନ ପୁରା ପାଠପଢାରେ ଲାଗିବ । କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ରେଜଲ୍ଟ ମିଳିବ । ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆଜିର ଦିନ ଭଲ ରହିବ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । ଆଜି ମନପସନ୍ଦର ଭୋଜନ ଆନନ୍ଦ ନେଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ହେବ । ବହୁତ ଦିନରୁ ଅଟକିଥିବା ପଇସା ଫେରିପାରିବେ ।
👩‍❤️‍👨ମିଥୁନ👉ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର୍ ଆସୁଛି ।ଆପଣ ନିଜସବୁ ଅଧୁରାକାମ ପୁରା କରିପାରିବେ ।ବନ୍ଧୁଙ୍କ ପୁରାସହଯୋଗ ମିଳିପାରିବ । ଅଫିସ୍ ରେ ମାନସମ୍ମାନ ପ୍ରାପ୍ତିହେବ ।ବଡ ଅଧିକାରୀ ଙ୍କ କୃପାଦୃଷ୍ଟି ରହିବ ,ଆଜି ଆପଣସାମ୍ନାରେ ଆସୁଥିବା ସବୁ ଚ୍ୟାଲେଞ୍ଜକୁ ଆରାମରେମୁକାବଲାକରିପାରିବେ   । କିଛି ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବାସମୟରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।
🦀କର୍କଟ👉 ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବ । ପରିବାର ଲୋକଙ୍କ ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ । ବନ୍ଧୁଙ୍କସହ କେଉଁଠିକୁ ପିକନିକ୍ ରେ ଯିବାର ଯୋଜନା ହୋଇପାରେ, ଏହି ରାଶିର ବିଦ୍ୟାର୍ଥୀଙ୍କୁ କଠିନ ବିଷୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, ଆପଣଙ୍କ ପଢାରେ ମନ ଭଟକିପାରେ ।ଜୀବନସାଥୀଙ୍କ ସହ ଉତଥାନପତନ ସ୍ଥିତି ରହିଛି, ଯାହାରକାରଣରୁ ଆପଣଚିନ୍ତିତ ହୋଇ ପାରନ୍ତି ।ଅଫିସ୍ କାମରେ ଅଧିକାପ୍ରେସର୍ ହେବା କାରଣରୁ ଆପଣ ଚିନ୍ତିତରହିବେ ,ଆପଣ ସବୁକାର୍ଯ୍ୟ କୁ ସମୟରେ ପୁରା କରିବାରେ ଚେଷ୍ଟା କରିବେ ।
🦁ସିଂହ👉ଆଜି ଆପଣଙ୍କ ମଧ୍ୟରେ ଉତ୍ସାହ ର୍ନଜର ଆସୁଛି, ଆପଣ ସବୁକାର୍ଯ୍ୟ ନିଜ ପରିଶ୍ରମ ବଳରେ କରିବେ, କିଛି ପୁରୁଣା ବନ୍ଧୁଙ୍କ ସକ୍ଷାତ ହୋଇପାରେ, ଯାହା ଦ୍ୱାରା ପୁରୁଣା ସ୍ମୃତି ଉଜାଗର ହେବ, ବାହାନ କିଣିବାରେ ମନ ବଳାଇବେ।ଆପଣଙ୍କୁ ଜରୁରୀ କାମରେ ପରିବାର ର ପୁରା ସହଯୋଗ ମିଳୀପାରେ।
🙎‍♀️କନ୍ୟା👉ଆଜି କାରୋବାର ରେ ଯୋଡି ହୋଇଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଦିନଟି ଭଲଅଛି, ଅଫିସ ସହକର୍ମୀ ଆପଣଙ୍କୁ ପୁରା ସହଯୋଗ କରିବେ, ଆପଣ ନିଜକୁ ଉର୍ଜାବାନ ଅନୁଭବ୍ ରିବେ, ଆପଣ ସବୁ ଜରୁରୀକାମ କୁ ପୁରା କରି ପରିବାର ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ, ଆପଣଙ୍କୁ ପରିଶ୍ରମର ଫଳ ମିଳିବ, ଆପଣଙ୍କ ବିଚାର ସକରାତ୍ମ ରହିବ।
⚖️ତୁଳା👉ଆଜି ଆପଣ ନିଜ ପରିଶ୍ରମ ରୁ ଧନ ଲାଭ କରି ପାରିବେ, ସନ୍ତାନ ଙ୍କ ସହ ସମୟ କଟାଇ ଆପଣ ଖୁସି ଅନୁଭବ କରିବେ, ଆପଣ ନିଜ ପରିବାର ର ଦାୟିତ୍ୱ କୁ ଭଲଢଙ୍ଗ ରେ ନିଭାଇବେ, ମାନସିକ ଚିନ୍ତା ଦୁରର୍ହେବ, ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜରେ ପଢିବାକୁ ଚାହୁଁଥିଲେ ତେବେ ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟି ପ୍ଲାନ୍କ କରିବାର ମନବଳାଇ ପାରନ୍ତି, ଅବିବାହିତ ବ୍ୟକ୍ତି ଙ୍କୁ ବିବାହ ର୍ପ୍ରସ୍ତାବ ମିଳିବ।
🦂ବିଛା👉ଆଜି ଆପଣଙ୍କ ଦିନ ଉତଥାନପତନ ଭରାରହିବ, କେଉଁ ଖାସ ବନ୍ଧୁ ଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣ ରୁ ମନ ବହୁତ ଚିନ୍ତିତ ରହିବ, ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ର୍ଅଛି, ନହେଲେ ବଡ୍ ଅଧିକାରୀଙ୍କ ଠାରୁ ଆପଣ କିଛି ଶୁଣିପାରନ୍ତି, ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କରେ ମଧୁରତା ଆସିବ।ଆପଣ କିଛି ନୁଆ କରିବାର ଭାବିପାରନ୍ତି, ଏଥିରେ ଆପଣଙ୍କୁ ସଫଳତା ମିଲିବ, କେଉଁ ଅନୁଭବିବ୍ୟକ୍ତିଙ୍କ ସହ୍ ଶାକ୍ଷାତ ହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକ ରହିବ।
🏹ଧନୁ👉ଆଜି ବନ୍ଧୁ ଙ୍କ ସହ ମିଶିକରି ଫିଲ୍ମ ଦେଖିବାର ପ୍ଲାନ୍କରି ପାରନ୍ତି, କାର୍ଯ୍ୟରେ ଜୀବନ ସାଥୀଙ୍କ ସହଯୋଗ ପ୍ରାପ୍ତିହେବ, ଯାହାଦ୍ୱାରା ଆପଣଙ୍କ ମନକୁ ଖୁସିମିଳିବ, ଏହି ରାଶିର ବ୍ୟକ୍ତି ଯିଏକି ସରକାରୀ ଚାକିରି କରୁଛନ୍ତି ତାଙ୍କୁ ପ୍ରମୋଶନ ମିଳିବାର ପ୍ରବଳ ଯୋଗଅଛି, ଶିକ୍ଷାକ୍ଷେତ୍ର ରେ ଯୋଡି ହୋଇଥିବା ବିଦ୍ୟାର୍ଥୀଙ୍କ ମନ ପାଠ ପଢାରେ ଲାଗିବ।ଆର୍ଥିକ ସ୍ଥିତି ମଜବୁତ୍ ହିବ, ଆୟ ର ଜରିଆ ବଢିବ, ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ।
🐊ମକର👉ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିଥିବାର ନଜରଆସୁଛି କାରୋବାର ରେ ଧନଲାଭ ହେବାର ଯୋଗ ଅଛି, ଆଜି ଆପଣ ନିଜ ପରିବାର ସଦସ୍ୟଙ୍କ ସହ ଖୁସିର ମୁହୁର୍ତ୍ତ ଅତିବାହିତ କରିବେ, ଆଧ୍ୟାତ୍ମିକ ପ୍ରତି ଆପଣଙ୍କ ରୁଚି ବଢିବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲରହିବ, ଚାକିରି କ୍ଷେତ୍ରରେ ସହଯୋଗି ସାହାଯ୍ୟ କରିବେ, ଅକସ୍ମାତ ଦୁର ସହର ଯାତ୍ରା କରି ପାରନ୍ତି,, ଦାମ୍ପତ୍ୟ ଜୀବନ ରେ ମଧୁରତା ଆସିବ।
🏺କୁମ୍ଭ👉ଆଜି ଆପଣଙ୍କ ଦିନ ଉତ୍ତମ ରହିବ, ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟକ୍ଷେତ୍ରରେ ଆଶାନୁସାରେ ସଫଳତା ମିଲିବ, ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଳିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ଆଜି ଅଫିସ୍ କାମରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦରହିବ,ସ୍ୱାସ୍ଥ୍ୟ ଭଲ ଉନ୍ନତ ରହିବ।ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।
🐟ମୀନ👉ଆଜି ଆପଣଙ୍କ ଦିନ ଭଲ ରହିବ, ବନ୍ଧୁଙ୍କ ସହ ମିଶିକରି ନୁଆ କାମର ଆରମ୍ଭ କରିବେ, ସନ୍ତାନଙ୍କ କ୍ୟାରିୟର ଭଲ ଦିଗରେ ନେବାପାଇଁ ଅନୁଭବୀ ବ୍ୟକ୍ତିଙ୍କ ଉପଦେଶ ନେଇପାରନ୍ତି, ସରକାରୀ ଚାକିରିକରୁଥିବା ଲୋକଙ୍କୁ ବଡ ଅଧିକାରୀଙ୍କ ପ୍ରଶଂସାମିଳିବ,ଯଦି ଆପଣ ପୁର୍ବରୁ କେଉଁଟିପଇସା ନିବେଶକରିଛନ୍ତି ତେବେ ଭଲ ଫାଇଦା ପାଇପାରିବେ, ପ୍ରେମଜୀବନରେ ଚାଲି ଆସୁଥିବା ଅସୁବିଧାଗୁଡିକ ଦୁରହୋଇଯିବ,ବହୁତ ଜଲଦି ଆପଣଙ୍କ ପ୍ରେମବିବାହ ହୋଇପାରେ, ଅସହାୟଲୋକଙ୍କୁ ସାହାଯ୍ୟକରିବାର ମଉକାମିଳିବ !!ଜୟଜଗନ୍ନାଥ,ଜୟସୋମନାଥ,ଜୟ ମା ଯୋଗମାୟା!!

 ମଙ୍ଗଳାକାଳୀ ଭଦ୍ରକାଳୀ କପାଳିନୀ
ଦୁର୍ଗାକ୍ଷମା ଶିବାଧାତ୍ରୀ ସ୍ବାହାସ୍ବଧା ନମୋସ୍ତୁତେ ।।
ଓଂ ଜୟତ୍ଵଂଦେଵି ଚାମୁଂଡେ ଜୟଭୂତାପହାରିଣି।
ଜୟ ସର୍ଵ ଗତେଦେଵି କାଳରାତ୍ରି ନମୋଽସ୍ତୁତେ॥
ଅର୍ଥାତ୍
ଜୟନ୍ତୀ ମଙ୍ଗଳାକାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗାକ୍ଷମା ଶିବାଧାତ୍ରୀ ସ୍ବାହା ଓ ସ୍ବଧା ,ଏହିସବୁ ନାମରେ ତୁମେ ପ୍ରସିଦ୍ଧ।ହେଜଗଦମ୍ବେ ତୁମ୍ଭଙ୍କୁମୋର ନମସ୍କାର।ହେଦେବୀଚାମୁଣ୍ଡେ ତୁମ୍ଭର ଜୟହେଉ।ସବୁପ୍ରାଣୀମାନଙ୍କ ଦୁଃଖ ହରଣକରୁଥିବା ଓ ସମସ୍ତଙ୍କଠାରେ ବ୍ୟାପ୍ତରହୁଥିବା ହେଦେବୀ ତୁମ୍ଭର ଜୟହେଉ।ହେକାଳରାତ୍ରି ତୁମ୍ଭଙ୍କୁ ମୋର କୋଟିକୋଟି ନମସ୍କାର ।

!! ଶ୍ରୀ ଦେବୀସପ୍ତସତୀ !!
ଚୈତ୍ରବଂଶରେ ସୁରଥନାମକ ଜଣେରାଜା ପୃଥିବୀକୁ ଶାସନକରୁଥିଲେ ।ସେ ତାଙ୍କପ୍ରଜାଙ୍କୁ ପୁତ୍ରତୁଲ୍ୟ ପାଳନକରୁଥିବା ସମୟରେ ବିଧ୍ୱଂସନାମକ ଜଣେ ରାଜା ତାଙ୍କସହିତ ଶତ୍ରୁତାକଲେ ।ରାଜା ସୁରଥଙ୍କସହିତ ତାଙ୍କର ଯୁଦ୍ଧହେଲା ।ଶତ୍ରୁମାନଙ୍କସଂଖ୍ୟା କମ୍ ଥିଲେମଧ୍ୟ ରାଜାସୁରଥ ଦୁର୍ଭାଗ୍ୟବଶତଃ ଶତ୍ରୁଙ୍କଠାରୁ ପରାସ୍ତ ହେଲେ ।କୌଶଳକ୍ରମେ ରାଜାସୁରଥ ଶତ୍ରୁଙ୍କକବଳରୁ ଖସିଆସି ରାଜଧାନୀରେ ଦେଖିଲେଯେ, ଆତ୍ମୀୟମାନେ କୋଷାଗାର ଏବଂ ସୈନ୍ୟବାହିନୀକୁ ନଷ୍ଟକରୁଛନ୍ତି ।ଏହିପରିଭାବେ ରାଜ୍ୟ ନଷ୍ଟ ହୋଇ ଯିବାରୁ, ରାଜାସୁରଥ ଉପାୟଶୂନ୍ୟହୋଇ ଅଶ୍ୱଚଢ଼ି ଜଙ୍ଗଲକୁ ପଳାଇଗଲେ ।ଲକ୍ଷ୍ୟହୀନ ଭାବେ ଜଙ୍ଗଲରେ ଘୂରିବୁଲୁଥିବାସମୟରେ ମେଧାଋଷିଙ୍କଆଶ୍ରମରେ ଆଶ୍ରୟ ନେଲେ ।କିଛିଦିନ ରହିବାପରେ, ଆଶ୍ରମନିକଟରେ ବୁଲୁଥିବା ସମାଧିନାମକ ବୈଶ୍ୟକୁଭେଟିଲେ ।ତାଙ୍କରଆଗମନର କାରଣଥିଲା, ସେଜଣେ ଅତ୍ୟନ୍ତ ଧନଶାଳୀ ବୈଶ୍ୟ ।ଧନରତ୍ନରେ ଲୋଭକରି ପତ୍ନୀ ଓ ପୁତ୍ରମାନେ ତାଙ୍କୁ ଗୃହରୁ ବିତାଡିତ କରିଦେଲେ ।ଆତ୍ମୀୟସ୍ୱଜନ କେହି ମଧ୍ୟ ଏପରି ଅବସ୍ଥାରେ ସାହାଯ୍ୟ କଲେନାହିଁ ।ଅଗତ୍ୟା ଜଙ୍ଗଲକୁ ପଳାଇଆସିଲେ ।ରାଜାସୁରଥ ବୈଶ୍ୟ ସମାଧିଙ୍କପ୍ରତି ହୋଇଥିବାଅନ୍ୟାୟରେ ସମଦୁଃଖୀ ହୋଇ ତାଙ୍କୁ ମେଧାଋଷିଙ୍କ ଆଶ୍ରମକୁ ନେଇଗଲେ ।ଦେବୀଙ୍କମାହାତ୍ମ୍ୟ ମହର୍ଷିମେଧାଙ୍କଠାରୁ ଶୁଣିଲାପରେ ରାଜାସୁରଥ ଓ ବୈଶ୍ୟସମାଧି ଦେବୀଙ୍କ କୃପାଲାଭକରିବା ନିମିତ୍ତ ମନ ବଳାଇଲେ ।ଗଙ୍ଗାନଦୀକୂଳରେ ଦେବୀଙ୍କର ମୃଣ୍ମୟୀମୂର୍ତ୍ତି ତିଆରିକରି ଧୂପ,ଦୀପ,ଗନ୍ଧ,ପୁଷ୍ପଦେଇ ଅତ୍ୟନ୍ତ ନିଷ୍ଠାରସହିତ ଆରାଧନାକଲେ ।ସେଦୁହେଁ ଉପବାସରହି କେବେକେବେ ସ୍ୱଳ୍ପାହାର ଗ୍ରହଣକରି ମାଆଙ୍କ ପୂଜାକରୁଥିଲେ ।ଦେବୀଙ୍କୁ ସନ୍ତୁଷ୍ଟ କରିବାପାଇଁ ନିଜଦେହରରକ୍ତକୁ ଅର୍ପଣକରିବାକୁ ପଛାଉନଥିଲେ ।ଏହିପରି ଭାବେ ତିନିବର୍ଷଅତିବାହିତ ହୋଇଯିବାପରେ ଦେବୀ ସେଦୁହିଁଙ୍କପୂଜାରେ ସନ୍ତୁଷ୍ଟ ହୋଇ ଇପ୍‌ସିତବର ପ୍ରଦାନ କଲେ ।ଶ୍ରୀଦୁର୍ଗା ଶରଣମ୍

Leave A Reply

Your email address will not be published.