ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୩୦ତାରିଖ ବୁଧବାର। ଶ୍ରାବଣପୂର୍ଣ୍ଣିମା କୃତ୍ୟଂ, ଶ୍ରୀବଳଦେବଜନ୍ମ, ଗହ୍ମାପର୍ବ, ରାକ୍ଷୀବନ୍ଧନ, ଉପାକର୍ମ, ପଶୁ ବନ୍ଦାପନା, ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟଦାନ, ସଂସ୍କୃତ ଦିବସ।ବିବିଧ – ଶରଣ ସ୍ତ୍ରୀ, ତୈଳ ବର୍ଜନ, ହଳ ନିଷେଧ।ରକ୍ଷାବନ୍ଧନ ମନ୍ତ୍ରୋ ଯଥା “ଯେନୋବଦ୍ଧୋବଳିରାଜା ଦାନବେନ୍ଦ୍ରୋ ମହାସୁରଃ, ତେନତ୍ବାମପିବଧ୍ନାମି ରକ୍ଷମାଚ଼ରମାଚ଼ଳ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୪/୬ ,ସୂର୍ଯ୍ୟାସ୍ତ-ଘ୬/୦/୪୬ ,ଶ୍ରାବଣ ମାସ ,ଶୁଦ୍ଧ ଶୁକ୍ଳପକ୍ଷ ,ପଣ୍ଡିତ ବାସ ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୧/୨୨ମିପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।କରଣ- ବାଣିଜ୍ୟକରଣ ଦିବା ଘ୧୧/୨୨ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୯/୨୬ମି ପର‌୍ୟ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୧୧/୨୨ମି ପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ଶନିଯୁକ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, କର୍କଟ, କନ୍ୟା, ବିଛା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା ଘ୧୧/୨୨ମି ପରେ ମେଷ, ବୃଷ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ସିଂହରାଶିର ଦିବା ଘ୧୧/୨୨ମି ପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଏବଂ ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବିରି, ଦିବା ଘ୧୧/୧୨ମି ପରେ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୮/୪୦ମି ରୁ ଘ୧୦/୧୨ମିପର୍ଯ୍ୟନ୍ତ । ବାରବେଳା ଦିବା ଘ୧୧/୪୫ମି ରୁ ଘ୧/୧୮ମିପର୍ଯ୍ୟନ୍ତ ।କାଳରାତ୍ରି ରାତ୍ରି ଘ୨/୪୦ମି ରୁ ଘ୪/୮ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୁର୍ଯ୍ୟୋଦୟ ରୁ ଦିବା ଘ୭/୧୧ମି ମଧ୍ୟେ, ଘ୧୧/୫୯ମି ରୁ ଘ୧/୩୫ମି ମଧ୍ୟେ, ରାତ୍ରି ଘ୬/ ୪୫ମି ରୁ ଘ୯/୯ମି ମଧ୍ୟେ, ଘ୧/୫୭ମି ରୁ ରାତ୍ରିଶେଷ ଘ୫/୩୫ ମିପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ଦିବା ଘ୩/୫୯ମି ରୁ ୫/୩୫ମି ମଧ୍ୟେ, ରାତ୍ରି ଘ୯/୧୧ମି ରୁ ଘ୧୦/୪୭ମିପର୍ଯ୍ୟନ୍ତ ।ପୁଷ୍କର ଦୋଷ – ଅଦ୍ୟ ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାହିଁ।ଶୁଭ। ଦିବା ଘ୧୧/୨୨ମିପର୍ଯ୍ୟନ୍ତ ତିଥି ଦୋଷହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)।

ମେଷ:-ଯେଉଁ କାମ ହାତକୁ ନେବେ ସେଥିରେ ସଫଳ ହେବେ। ବଡ଼ ଭାଇଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରିୟତମଙ୍କୁ ମନର କଥା କହିବେ।
ବୃଷ:-ଠିନ ପରିସ୍ଥିତିରେ ସଂଯମର ସହ କାମ କରନ୍ତୁ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପରିବାର ଲୋକଙ୍କ ସ୍ବାସ୍ଥ୍ୟ ନେଇ ସତର୍କ ରହନ୍ତୁ।
ମିଥୁନ:-ଆପଣଙ୍କର କଳାତ୍ମକ କ୍ଷମତାର ବିକାଶ ହେବ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀଙ୍କ ଠାରୁ କୌଣସି ଭଲ ସୂଚନା ପାଇବେ।
କର୍କଟ:-ଆର୍ଥିକ ଚିନ୍ତାର ସମାଧାନ ବାହାରିବ। ଦୈନନ୍ଦିନ କାର‌୍ୟ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହେବ। ବନ୍ଧୁଙ୍କ ପକ୍ଷରୁ କୌଣସି ଖୁସି ଖବର ମିଳିବ।
ସିଂହ:-କ୍ୟାରିୟରରେ ଉନ୍ନତି ଲାଗି ଭଲ ଦିନଟିଏ। କୌଣସି କାମରେ ଘର ଲୋକଙ୍କ ସାହାଯ୍ୟ ପାଇବେ। କାରବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।
କନ୍ୟା:-ବହୁଦିନରୁ ଯାହା ତଲାସରେ ଥିଲେ ତାହା ଆପଣଙ୍କୁ ଅଚାନକ ହାସଲ ହେବ। ବଡ଼ କଂପାନି ସହିତ ଯୋଡ଼ି ହେବାର ମଉକା ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।
ତୁଳା:-ଘର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବାର ଅବସର ପାଇବେ। ଧାର୍ମିକ କାର‌୍ୟ୍ୟରେ ରୁଚି ବଢ଼ିବ। ଚାକିରିଜୀବୀଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି।
ବିଛା:-କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁନାହିଁ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ଧନୁ:-ଆପଣଙ୍କ ମନ ଧର୍ମକାର‌୍ୟ୍ୟରେ ଅଧିକ ଲାଗି ରହିବ। ଆର୍ଥିକ ଯୋଜନାରେ ସଫଳ ରହିବେ। ଘର ଲୋକଙ୍କର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ମକର:-ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। କୌଣସି ବନ୍ଧୁ ଆପଣଙ୍କ ସହିତ ଅଧିକ ଘନିଷ୍ଠ ହେବେ।
କୁମ୍ଭ:-ଚାକିରିଜୀବୀଙ୍କୁ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ମିଳିବ। ବଡ଼ ଡିଲ୍ ଭାବିଚିନ୍ତି କରନ୍ତୁ। ପାରିବାରିକ ଜୀବନରେ ମହତ୍ତ୍ବପୂର୍ଣ୍ଣ କାମ ପୂରା ହେବ।
ମୀନ:-ଯେଉଁ କାମ ହାତକୁ ନେବେ ସେଥିରେ ସଫଳ ହେବେ। ବଡ଼ ଭାଇଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ରାକ୍ଷୀ ବାନ୍ଧିବେ କେଉଁଦିନ- ୩୦ ନାଁ ୩୧ତାରିଖ-ଏବେବି ଲୋକଙ୍କମନରେ ରହିଛି କିଛିଦ୍ୱନ୍ଦ୍ୱ । କେଉଁଦିନ ବାନ୍ଧିବେରାକ୍ଷୀ ସେନେଇ ପ୍ରଶ୍ନ ଉଠୁଛି । ତେବେ ଜ୍ୟୋତିର୍ବିତଙ୍କ କହିବାଅନୁସାରେ , ପାଞ୍ଜିସମ୍ମତରେ ଏହିଉତ୍ସବ ପାଳନକରାଯିବ । ପାଞ୍ଜିଅନୁସାରେ ରାକ୍ଷୀ ବା ଗହ୍ମାପୂର୍ଣ୍ଣିମା ୩୦ତାରିଖ ବୁଧବାରସକାଳ୧୦ଟା ୫୯ରୁ ,ଅଗଷ୍ଟ୩୧ତାରିଖଗୁରୁବାର ,ସକାଳ୭ଟା୫ମିନିଟ ଯାଏଁ ରହିଛି । ଏହିଶୁଭବେଳା ମଧ୍ୟରେ ରାକ୍ଷୀବନ୍ଧନ ହୋଇପାରିବ । ଏନେଇ କିଛିଦ୍ୱନ୍ଦ୍ୱ ନାହିଁବୋଲି ଜ୍ୟୋତିର୍ବିତମାନେ ମତଦେଇଛନ୍ତି । ପାଞ୍ଜିରେ ମଧ୍ୟ ଏହିସମୟ ଉଲ୍ଲେଖ ରହିଛି ।ଚଳିତବର୍ଷ ୩୦ତାରିଖ ବୁଧବାରଦିନ ଘ ୧୧ା୨୨ମିପରେ ପୂର୍ଣ୍ଣିମାଆସୁଛି କିନ୍ତୁ ଆମରପୂର୍ଣ୍ଣିମାଭୋଗ ହେଉଛି ୩୧ତାରିଖ ଗୁରୁବାରଦିନ ।ଏହି ନ୍ୟାୟରେ ୩୧ତାରିଖ ଗୁରୁବାରଦିନ ସୂର୍ଯ୍ୟୋଦୟ  କାଳରେ ପୂର୍ଣ୍ଣିମାତିଥି ଭୋଗ ହେଉଛି ।ଜଗନ୍ନାଥମନ୍ଦିରକୁ କେନ୍ଦ୍ରକରି ଓଡିଶାର ସଂସ୍କୃତି ପରମ୍ପରା ଐତିହ ଏବଂ ନୀତି ନିୟମ ପୂଜା ଆଦି ପାଳନ କରଯାଇଥାଏ । ଯେହେତୁ ଜଗନ୍ନାଥମହାପ୍ରଭୁଙ୍କ ନିକଟରେ ୩୧ତାରିଖ ଗୁରୁବାରଦିନ ରକ୍ଷାବନ୍ଧନନୀତି ପାଳିତ ହେବ ।

ରାକ୍ଷୀପୂର୍ଣ୍ଣିମା:-ଭଦ୍ରା କିଏ, ଭଦ୍ରାକାଳକ’ଣ? କାହିଁକି ଏହିସମୟରେ ରାକ୍ଷୀବାନ୍ଧିବା ନିଷେଧ? ରାକ୍ଷୀ ବାନ୍ଧିବାପରମ୍ପରା ବହୁ ପ୍ରାଚୀନକାଳରୁ ରହିଆସିଛି । ସେହିପରି ରାକ୍ଷୀପୂର୍ଣ୍ଣିମାର ଅନ୍ୟନାମ ଗହ୍ମାପୂର୍ଣ୍ଣିମା । ଯାହାକୁ ହଳମୂଷଳଧାରୀ ଭଗବାନଙ୍କ ବଳଭଦ୍ରଙ୍କଜନ୍ମତିଥି ଭାବେ ଗ୍ରହଣ କରାଯାଏ । ତେଣୁ ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ବିଶେଷଜ୍ଞଙ୍କ ମତରେ, ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଶୁଭ ହେବ ନାହିଁ । ତେବେ, ଭଦ୍ରା କିଏ, ଭଦ୍ରାକାଳ କ’ଣ ? କାହିଁକି ଏହି ସମୟରେ ରାକ୍ଷୀ ବାନ୍ଧିବା ନିଷେଧ ?
ଭଦ୍ରାକିଏ ? ଭଦ୍ରାକାଳକ’ଣ ?ପୁରାଣ ଅନୁଯାୟୀ ଭଦ୍ରା ଶନିଦେବଙ୍କ ଭଉଣୀ ଏବଂ ସୂର‌୍ୟ୍ୟ ଭଗବାନଙ୍କ ଝିଅ। ତାଙ୍କ ପ୍ରକୃତି ମଧ୍ୟ ତାଙ୍କ ଭାଇ ଶନିଙ୍କ ପରି କଠୋର ବୋଲି ବିବେଚନା କରାଯାଏ । ଭଦ୍ରାଙ୍କ ପ୍ରକୃତି ବୁଝିବା ପାଇଁ ବ୍ରହ୍ମଦେବ ତାଙ୍କୁ ସମୟ ଗଣନାରେ ଏକ ବିଶେଷ ସ୍ଥାନ ଦେଇଛନ୍ତି । ହିନ୍ଦୁ କ୍ୟାଲେଣ୍ଡରକୁ ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଉଛି ତିଥି, ବାର, ଯୋଗ, ନକ୍ଷତ୍ର ଏବଂ କରଣ । ଏଥିରେ ୧୧ଟି କରଣ ରହିଥାଏ, ସେଥିମଧ୍ୟରୁ ସପ୍ତମ କରଣ ବିଷ୍ଣୁଙ୍କ ନାମ ଭଦ୍ରା ।
କାହିଁକି ଭଦ୍ରାକଳରେ ରାକ୍ଷୀ ବନ୍ଧା ଯାଏ ନାହିଁ ?ଭଦ୍ରାକାଳରେ ଯାତ୍ରା, ଶୁଭ କାମ ଇତ୍ୟାଦି ନିଶେଦ୍ଧ । ରକ୍ଷା ବନ୍ଧନକୁ ଏକ ଶୁଭ କାର‌୍ୟ୍ୟ ଭାବରେ ବିବେଚନା କରାଯାଏ । ଏହି କାରଣରୁ ରାକ୍ଷୀ ଭଦ୍ରାକାଳରେ ବନ୍ଧା ଯାଇ ନଥାଏ । କାରଣ ବିଶ୍ୱାସ କରାଯାଏ ଯେ, ଲଙ୍କାଅଧିପତି ରାବଣଙ୍କୁ ତାଙ୍କଭଉଣୀ ଶୃପଣେଖା ଏହି ଭଦ୍ରାକାଳରେ ରାକ୍ଷୀବାନ୍ଧିଥିଲେ । ଯାହାପରେ ରାବଣର ସର୍ବନାଶ ହୋଇଥିଲା ।
ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁସାରେ, ରାକ୍ଷୀପୂର୍ଣ୍ଣିମା ପର୍ବ ଶ୍ରାବଣମାସର ପୂର୍ଣ୍ଣିମାତିଥି ଏବଂ ଅପରାହ୍ନରେ ପାଳନକରିବା ଶୁଭହୋଇଥାଏ । କିନ୍ତୁ ଏହିକଥାର ଧ୍ୟାନରଖିବା ମଧ୍ୟ ବହୁତଜରୁରୀ, କାରଣ ଏହିସମୟରେ ଭଦ୍ରାକାଳ ନଥିବାଆବଶ୍ୟକ । ଯଦି ରାକ୍ଷୀପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି, ତେବେ ସେହିସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ ।ଚଳିତବର୍ଷ ରାକ୍ଷୀଙ୍କୁନେଇ ଅନେକଙ୍କମନରେ ଦ୍ବନ୍ଦ୍ବ ରହିଛି। କେହିକେହି ୩୦ତାରିଖରେ ରାକ୍ଷୀବାନ୍ଧିବାକୁ ଶୁଭ ଭାବୁଥିବାବେଳେ କେହିକେହି ୩୧ତାରିଖରେ ରାକ୍ଷୀବାନ୍ଧିବା ଉଚିତ ବୋଲି କହୁଛନ୍ତି !! ରାକ୍ଷୀବାନ୍ଧିବା ପୂର୍ବରୁ ଭଦ୍ରାକାଳ ଓ ରାହୁକାଳ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ । ଶାସ୍ତ୍ରଅନୁସାରେ ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଶୁଭ ନୁହେଁ । ମାନ୍ୟତା ରହିଛି କି ଭଦ୍ରାକାଳରେ କୌଣସି ଶୁଭକାର୍ଯ୍ୟ  ସଫଳ ହୁଏନାହିଁ । ଭଦ୍ରାରେ ରାକ୍ଷୀ ନବାନ୍ଧିବାକୁନେଇ ଏକକଥା ପ୍ରଚଳିତ ଅଛି ।
ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁସାରେ, ରାକ୍ଷୀପୂର୍ଣ୍ଣିମାପର୍ବ ଶ୍ରାବଣମାସର ପୂର୍ଣ୍ଣିମାତିଥି ଏବଂ ଅପରାହ୍ନରେ ପାଳନ କରିବା ଶୁଭହୋଇଥାଏ । କିନ୍ତୁ ଏହିକଥାର ଧ୍ୟାନରଖିବା ମଧ୍ୟ ବହୁତଜରୁରୀ, କାରଣ ଏହିସମୟରେ ଭଦ୍ରା କାଳନଥିବା ଆବଶ୍ୟକ । ଯଦି ରାକ୍ଷୀପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି, ତେବେ ସେହିସମୟରେ ରାକ୍ଷୀବାନ୍ଧିବା ଅଶୁଭ ହୋଇଥାଏ । ହିନ୍ଦୁପାଞ୍ଜି ଗଣନାଅନୁସାରେ ଚଳିତବର୍ଷ ଅଗଷ୍ଟ୩୦ତାରିଖରେ ଶ୍ରାବଣର ପୂର୍ଣ୍ଣିମାତିଥି ସହିତ ଭଦ୍ରାକାଳ ମଧ୍ୟ ଆରମ୍ଭ ହୋଇଯାଉଛି । ୩୦ଅଗଷ୍ଟ ରାତି୯.୦୨ମିନିଟ ପର୍ୟ୍ୟନ୍ତ ଏହି ଭଦ୍ରାକାଳ ରହିବ । ଶାସ୍ତ୍ରଅନୁସାରେ ୩୦ଅଗଷ୍ଟରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯିବନାହିଁ । ରାକ୍ଷୀ ସବୁବେଳେ ସଠିକ ସମୟ ଏବଂ ଠିକମୁହୂର୍ତ୍ତରେ ବାନ୍ଧିବା ଶୁଭହୋଇଥାଏ । ତେବେ ରାକ୍ଷୀବାନ୍ଧିବାପାଇଁ ଶ୍ରାବଣର ମଧ୍ୟାହ୍ନସମୟ ସବୁଠାରୁ ଉଚିତ୍ ହୋଇଥାଏ ବା ଶୁଭବୋଲି କୁହାଯାଏ । କିନ୍ତୁ ଏହିବର୍ଷ ଭଦ୍ରାକାଳ ରହୁଥିବାରୁ ଏହି ଦିନସାରା ଶୁଭସମୟ ନାହିଁ, ତେଣୁ ରାତି୯.୦୨ମିନିଟପରେ ଭାଈଙ୍କହାତରେ ଭଉଣୀମାନେ ରାକ୍ଷୀବାନ୍ଧି ପାରିବେ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.