ଆଜିର ରାଶିଫଳ

0 225

ଡିସେମ୍ବରମାସ ୨୮ତାରିଖ ୨୦୨୨ ମସିହା(ବୁଧବାର)ପୌଷମାସ-ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୯/୨୦ ଗତେ ସପ୍ତମୀ ,ନକ୍ଷତ୍ର- ଶତଭିଶା.ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୫୭ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ନିମ୍ବ ଭକ୍ଷଣ ନିଷେଧ ।
ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘସମୟଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣକଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷପର୍ଯ୍ୟାୟରେ ପକାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ-ଆଜି ଆପଣଙ୍କର ମାନସିକସ୍ବାସ୍ଥ୍ୟ କେତେକାଂଶରେ ଭଲ ରହିନପାରେ। ଅଭାବନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣକ୍ଷେତ୍ରରେ ଅସୁବିଧା ମନେକରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁଯାଇ ନିଜେହଇରାଣରେ ପଡିପାରନ୍ତି। ପଡୋଶୀଙ୍କକଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି।
ମିଥୁନ-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗିପଡିଥିବା ସ୍ବାସ୍ଥ୍ୟରେ ଉନ୍ନତିଘଟିପାରେ। ସହକର୍ମୀଙ୍କକାର୍ଯ୍ୟାବଳୀ ଓ ଅଫିସ୍ର ପ୍ରତ୍ୟେକଘଟଣାକୁ ସନ୍ଦେହଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ବନ୍ଧୁଙ୍କପ୍ରତିଶ୍ରୁତିଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତହୋଇ ମରିଚିକାପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।
ସିଂହ-ନିକଟଅତୀତରେ ସୃଷ୍ଟିହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେକରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟାଅଭିଯୋଗ ସକାଶେ ଅନ୍ୟଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟବୃଦ୍ଧିଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା-ପାରିବାରିକସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟହୋଇ ଆଲୋଚନାକାଳରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଶେଷସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନରୋଗରପୀଡା ଅନୁଭବକରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା-ଆନୁଷ୍ଠାନିକକାମରେ ସାଙ୍ଗଠନିକକାର୍ଯ୍ୟରେ ନେତୃତ୍ୱନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ। ପ୍ରତ୍ୟେକକ୍ଷେତ୍ରରେ ଜିଦ୍ଖୋର ମନୋଭାବ ତ୍ୟାଗକଲେ କେତେକାଂଶରେ ଉପକୃତହୋଇପାରନ୍ତି। ପ୍ରତ୍ୟୁଷଯାତ୍ରା ସମୟରେ ଯାନ୍ତ୍ରିକତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା-ସାଧାରଣକଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟିହୋଇପାରେ। ସଭାସମିତିରେ ଆଲୋଚନାଦ୍ୱାରା ସମସ୍ୟାର ସରଳସମାଧାନ ହୋଇପାରିବ। ପାରିବାରିକ ସମସ୍ୟାର ସରଳସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟରହିବ। ଗତକାଲିଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷକରିପାରିବେ।
ଧନୁ-ସାମାନ୍ୟ ଶାରୀରିକଅସୁସ୍ଥି ଅନୁଭବ କରିବାସହ ପ୍ରିୟଜନଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍ ବୁଝାମଣାହେତୁ ସ୍ତ୍ରୀଙ୍କସହ ମତପାର୍ଥକ୍ୟ ଦେଖାଦେଇପାରେ। ଆଜିର ପ୍ରତ୍ୟୁଷଯାତ୍ରାରେ ସଫଳତା ମିଳିବ। ବିବାଦୀୟପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
ମକର-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣକରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତକାମକୁ ପୂରାଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକକ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମକରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ-ସରଳଭାବରେ କୌଣସିକଥାକୁ ଗ୍ରହଣ ନକରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦକ୍ରମେ ଜଟିଳହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ-ଆଜିର ନିଜଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରେ ଆଜି ତରବରିଆପଦକ୍ଷେପନେବା ଠିକ୍ ହେବନାହିଁ। ଅସମର୍ଥିତସୂତ୍ରରୁ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାରସମ୍ମୁଖୀନ ହୋଇପାରନ୍ତି। ପାରିବାରିକଅଶାନ୍ତି ଦେଖାଦେଇପାରେ!!

!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

- Advertisement -

Leave A Reply

Your email address will not be published.