ଧନ୍ନନ୍ତରୀ ଜୟନ୍ତୀ ଓ ନରକ ଚତୁର୍ଦ୍ଦଶୀ,୨୦୨୨ ମସିହା ଅକ୍ଟୋବର ମାସ ୨୩ ତାରିଖ (ରବିବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ତ୍ରୟୋଦଶୀ ସଂ ଘ୬/୧୧ ପର୍ୟ୍ଯନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୭/୫୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୫/୦୧ ,ମେଷରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବାଇଗଣ ସନ୍ଧ୍ୟା ଘ୬/୧୧ ଗତେ ବିରି ଭକ୍ଷଣ ନିଷେଧ ।
ମେଷ-କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସୁସ୍ଥ ଓ ନିରାମୟ ରହିବେ ।
ବୃଷ-ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ ।କାର୍ଯ୍ୟ ସହଜ ସୁଲଭ ହେବ । କୁଳ ଉଦ୍ଧାରକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଯଶସ୍ୱୀ ହେବେ । ପରିବାର ପ୍ରତି ସ୍ନେହ ଭାବ ରହିବ ।
ମିଥୁନ-ପରିସ୍ଥିତିର ଭାରସାମ୍ୟ ରକ୍ଷା କରିବାକୁ ମିଥ୍ୟାଳାପ କରିବାକୁ ପଡିପାରେ । କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି । ଭ୍ରମଣରୁ ସୁଫଳ ମିଳିବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସ-ବ୍ୟସନରେ କଟାଇ ପାରନ୍ତି ।
କର୍କଟ-ଖଳ ଲୋକଙ୍କ କଥାରେ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍ ଧାରଣା ପୋଷଣ କରିବ । ପାରିବାରିକ ଅଶାନ୍ତି ଦେଖାଦେଇ ପାରେ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡିବ ।
ସିଂହ-କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ଏଜେନ୍ଶିପ, ସାମ୍ବାଦିକତାରୁ ଖୁସି ରହିବେ ।ଅନ୍ୟମନସ୍କ ହେଲେ କ୍ଷତିଗ୍ରସ୍ତ ହେବେ । ମିତ୍ର ଲାଭର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ ।
କନ୍ୟା-ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ବଢିଯାଇପାରେ । ଅଭାବ ଦୂର ହେବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । କେବଳ ସାମାନ୍ୟ ଚକ୍ଷୁପୀଡା ଅନୁଭବ କରିବେ ।
ତୁଳା-ସକାଳୁ ବନ୍ଧୁଙ୍କ ନିକଟରୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ ।କାର୍ଯ୍ୟ କରିବାକୁ ହେଲେ ପୂର୍ବରୁ ପରାମର୍ଶ ଗ୍ରହଣ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।
ବିଛା-ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି ।କଳହ ଠାରୁ ଦୂରେଇ ରହିବାକୁ ପଡିବ । ଉଦାର ପ୍ରକୃତିର ହେବେ । ଦାମ ଧର୍ମକୁ ଆପଣେଇ ନେବେ । ସୁଖ ଭୋଗୀ ହେବେ ।
ଧନୁ-ଆର୍ଥିକ ଅନଟନ ଲାଗି ରହିବା କାରଣରୁ ସାମୟିକ ମାନସିକ ଅସ୍ଥିରତା ଦେଖା ଦେବ ।କାର୍ଯ୍ୟ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ଥଣ୍ଡା କଫରେ ସାମାନ୍ୟ ପୀଡା ଅନୁଭବ କରିବେ ।
ମକର-ସମ୍ପର୍କୀୟମାନେ ସମ୍ମୁଖରେ ଭଲ ଭଲ କଥା କହି ପରୋକ୍ଷ ଶତ୍ରୁତା କରିବା ଯୋଗୁଁ ବିଚଳିତ ବୋଧ କରିବେ ।ଧନଲାଭର ସୁଯୋଗ ଅଛି । ସ୍ୱାଧୀନ କିଛି ନ କରି ଅନ୍ୟର ସହାୟତା ନେଇ ପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ମିତ୍ର ସୁଖ ମିଳିବ ।
କୁମ୍ଭ-ଆଜି ଆକସ୍ମିକ ଭାବରେ ଦୂର ଯାତ୍ରା କରିବାକୁ ବାଧ୍ୟ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ସାମାନ୍ୟ ଅଧିକ ହେବ । ବନ୍ଧୁ ଓ ସରକାରୀ ସହାୟତା ମିଳିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ ।
ମୀନ-ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟପାଲଟ ହୋଇ ଯାଇପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ଚେଷ୍ଟିତ ହେବେ । ନେତ୍ର ପୀଡା ଉପୁଜି ପାରେ । ମଧୁରଭାଷୀ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ ।
ନିତୀବାଣୀ-ଘରଠୁ କବାଟ ଛୋଟ,କବାଟଠୁ ତାଲା ଛୋଟ,ତାଲାଠୁ ଚାବି ଛୋଟ,ହେଲେ ସେହି ଛୋଟ ତାଲାରେ ପୁରା ଘରର କବାଟ ଖୋଲି ହୁଏ।ସେହିପରି ଛୋଟ ଛୋଟ ସୁବିଚାର ଜୀବନରେ ବଡ ବଡ ପରିବର୍ତ୍ତନ ଆଣିଥାଏ।
ବାସ୍ତୁଟିପ୍ପଣୀ-କେଉଁ ସବୁଗଛ ଘର ବାଡ଼ିରେ ଲଗାନ୍ତୁ ଓ ଏହାଦ୍ବାରା ଘରେ କୈାଣସି ନରାକାତ୍ମକଶକ୍ତି ପ୍ରବେଶ କରି ପାରେନାହିଁ ।
ଅଁଳାଗଛ:-ଘରର ବଗିଚାରେ ଅଁଳାଗଛ ଲଗାଇବାଦ୍ବାରା ସୁଖ ବଜାୟରହିଥାଏ ଶାସ୍ତ୍ର ଅନୁସାରେ ,ଯେଉଁ ଘରର ଅଗଣାରେ ଅଁଳାଗଛ ରହିଥାଏ,ସେଠାକାରଲୋକ କମ୍ ରୋଗରେ ପଡ଼ିଥାଆନ୍ତି। ଅଁଳାଗଛ ଲଗାଇବାବେଳେ ଦିଗ ପ୍ରତି ଧ୍ୟାନଦିଅନ୍ତୁ। ବାସ୍ତୁଅନୁସାରେ ଅଁଳା ଘରର ପୂର୍ବଦିଗରେ ଲଗାଇବା ଉଚିତ୍। ଏହାଦ୍ବାରା ଆପଣଙ୍କ ଜୀବନରେ ସବୁବେଳେ ସୁଖ ବଜାୟରହିବ।
ନଡ଼ିଆଗଛ:-ବାସ୍ତୁଅନୁସାରେ ଯେଉଁଘରର ଅଗଣାରେ ନଡ଼ିଆଗଛ ଲଗାଯାଇଥାଏ ସେଠାରେ ରହୁଥିବାଲୋକଙ୍କୁ ସମାଜରେ ସବୁବେଳେ ମାନସମ୍ମାନ ଏବଂ ଆଦର ମିଳିଥାଏ। ଏହିଘରର ଲୋକେ ଯେଉଁ କାମ ନୂଆକରି ଆରମ୍ଭ କରିଥାନ୍ତି ତାଙ୍କୁ ସେହିକାମରେ ପ୍ରତିଷ୍ଠା ମିଳିବ।
କଦଳୀଗଛ:-ଶାସ୍ତ୍ରଅନୁସାରେ କଦଳୀଗଛ ପିଲାଙ୍କ ପାଇଁ ଶୁଭହୋଇଥାଏ। କଦଳୀଗଛ ତଳେବସି ପାଠ ପଢ଼ିବା ଦ୍ବାରା ପିଲାଙ୍କ ଜ୍ଞାନ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ ।
ନିମଗଛ- ସୁଖସୁବିଧା ସହ ଘରଲୋକଙ୍କୁ ଖରାପ ଦୃଷ୍ଟିଠୁ ମଧ୍ୟ ବଞ୍ଚାଇବାର କାମ କରିଥାଏ। ଅଁଳାଗଛ ଭଳି ନିମ ଗଛ ଯେଉଁ ଘରେ ରହିଥାଏ ସେଠାରେ ଲୋକ କମ୍ ରୋଗରେ ପଡ଼ିଥାନ୍ତି।
ଓସ୍ତଗଛ- ଘରେ ଆପଣାଛାଏଁ ଉଠିବା ଶୁଭସଙ୍କେତ ହୋଇନଥାଏ। କିନ୍ତୁ ଯଦି ଆପଣ ଏହାକୁ ନିଜ ହାତରେ ଲଗାଇବେ ଏବଂ ଏହାର ଯତ୍ନ ନେବାସହ ନିୟମିତ ପୂଜା କରିବେ ତେବେ ଏହା ଆପଣଙ୍କ ପାଇଁ ଫଳଦାୟକ ରହିବ। ଓସ୍ତଗଛ ଘରେ ଲଗାଇବାଦ୍ବାରା ଜୀବନରେ ଧନଦୌଲତର ଅଭାବରହିନଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!