୨୦୨୨ ମସିହା ଅକ୍ଟୋବର ମାସ ୧୬ ତାରିଖ (ରବିବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ଷଷ୍ଠୀ ଦିବା ଘ୬/୩୩ ପର୍ୟ୍ଯନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୫/୧୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୯/୪୯ ,ମେଷରାଶିର ଘାତବାର ,କନ୍ୟାରାଶିର ଘାତଚନ୍ଦ୍ର ,ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନିମ୍ବ ଦିବା ଘ୬/୩୩ ଗତେ ତାଳ ଭକ୍ଷଣ ନିଷେଧ ।
ମେଷ-ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଆଜି ନୂଆ ଲୋକଙ୍କ ସହିତ ପରିଚୟ ହେବ। କଂପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ପ୍ରେମିକା ସହିତ ବାହାରକୁ ବୁଲି ଯାଇପାରନ୍ତି।
ବୃଷ-କୌଣସି ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ କଥା ଗମ୍ଭୀରତାର ସହ ଶୁଣନ୍ତୁ। ଅଫିସରେ କୌଣସି ନୂଆ ପରିଯୋଜନା ମିଳିପାରେ। ବୈବାହିକ ଜୀବନ ପାଇଁ ଦିନଟି ଭଲ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ମିଥୁନ-ଆପଣଙ୍କ ବ୍ୟବହାରରେ ଅନ୍ୟର ହୃଦୟ ଜିଣିବେ। କୌଣସି କାମରୁ ଆଜି ବଡ଼ ଫାଇଦା ହେବ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ସିଦ୍ଧି ପ୍ରାପ୍ତ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ।
କର୍କଟ-ଭାଗ୍ୟର ସହଯୋଗ ପାଇବେ। ମନ ମୁତାବକ ଫଳାଫଳ ମିଳିବା ହେତୁ ଖୁସି ରହିବେ। ପ୍ରଫେସରଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ବନ୍ଧୁଙ୍କ ସହିତ ସିନେମା ଦେଖିବା ଲାଗି ଯୋଜନା କରିବେ।
ସିଂହ-ସାବଧାନତାର ସହ କାମ କରନ୍ତୁ; ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଦୀର୍ଘ ଦିନର କୌଣସି ଆଶା ପୂରା ହେବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି। ଖାଦ୍ୟ ପାନୀୟର ମଜା ନେବେ।
କନ୍ୟା-ଅନ୍ୟମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ। ସାମାଜିକ ସମାରୋହରେ ସହଯୋଗ କରିବାର ସୁଯୋଗ ମିଳିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ତୁଳା-ଆପଣଙ୍କ ମହତ୍ତ୍ଵାକାଂକ୍ଷାକୁ ବଳ ମିଳିବ। ଆପଣଙ୍କ ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। ବ୍ୟବସାୟରେ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ।
ବିଛା-ମନରେ ଧାର୍ମିକ ଭାବନା ଉଦୟ ହେବ। ବାପାମାଆଙ୍କ ସେବା କରନ୍ତୁ; ଭଲ ଫଳ ପାଇବେ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। ଆଜି ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। କ୍ରିକେଟ୍ ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ।
ଧନୁ-ଆପଣ ନିଜର ଇଚ୍ଛା ପୂରା କରିବା ଲାଗି ଚେଷ୍ଟା କରିବେ। ଧନର ଆଗମନ ହେବ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗଦେବା ପାଇଁ ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବା ଲାଗି ପ୍ରତିଦିନ ପ୍ରାତଃ ଭ୍ରମଣ ଓ ଯୋଗ କରନ୍ତୁ।
ମକର-ଆପଣଙ୍କ ଊର୍ଜାର ସ୍ତର ବଢ଼ିବ। ଫୋନ୍ରେ ନିକଟ ସଂପର୍କୀୟଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ। ବ୍ୟବସାୟ ବୃଦ୍ଧି ଲାଗି ଉପାୟ ଫଳପ୍ରଦ ହେବ। ଆପଣଙ୍କ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।
କୁମ୍ଭ-ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ପ୍ରେମର ଆବେଦନ ଲାଗି ଶୁଭ ସମୟ।
ମୀନ-ଦିନଟି ସକାରାତ୍ମକ ରହିବ। ବ୍ୟବସାୟର ସଉଦା ପାଇଁ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଆପଣଙ୍କ ଚେଷ୍ଟା ସଫଳ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। କ୍ରିକେଟ୍ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ।
ନିତୀବାଣୀ-ବିଶ୍ୱାସ କାଚଗ୍ଲାସ ପରି । ଥରେଭାଙ୍ଗିଗଲେ,ଏହା ଆଉ ସମାନ ଆଗଭଳି କେବେହେଲେ ହେବନାହିଁ।
ବାସ୍ତୁ ଟିପ୍ପଣୀ-କରଜ ଏବଂ ଋଣରୁ ମୁକ୍ତି ପାଇବାକୁ ଚାଁହୁଚନ୍ତି କି । କରନ୍ତୁ ଏହି ୩ଟିବାସ୍ତୁଉପାୟ-…
ଆଜି ଆମେ ଆପଣଙ୍କୁ କହିବୁ କିପରି କରଜରୁ ମୁକ୍ତିପାଇବେ ଓ ଧନଲାଭ କରିପାରିବୋ ବେଳେବେଳେ ଆମେ ଏପରି ସ୍ଥିତିରେ ପହଂଚିଥାଉ ଯେ ଯାହାଦ୍ୱାରା ଆମକୁ ଅଧିକ ଧନର ଆବଶ୍ୟକତା ପଡିଥାଏ । ସେହି ସମୟରେ ଆମକୁ ଆମ ପରିବାର ଏବଂ ମିତ୍ରଙ୍କଠାରୁ କିଛି ଧନର ଆବଶ୍ୟକତା କରିଥାଉ ଏବଂ ଉଦ୍ଧାର ନେଇଥାଉ ମାତ୍ର ତାହା ଆମକୁ ସଠିକ ସମୟରେ ଫେରାଇବାକୁ ପଡିଥାଏ । ଏହି ସମସ୍ୟାରୁ କିପରି ମୁକ୍ତିପାଇବା ଜାଣିବା ।ସେହି ଉପାୟ କରିବାଦ୍ୱାରା ଆପଣଙ୍କର କରଜରୁ ମୁକ୍ତି ପାଇପାରିବେ । ଆସନ୍ତୁଜାଣିବା ସେହି ଉପାୟବିଷୟରେ –
ପ୍ରଥମଉପାୟ- ଆପଣ ବୁଧବାରଦିନ ସ୍ନାନ କରିସାରିବା ପରେ ଭଗବାନଗଣେଶଙ୍କ ଠାରେ ପୂଜାକରନ୍ତୁ ଏବଂ ଋଣ ରୁ କେମିତି ମୁକ୍ତିପାଇବେ ପ୍ରାଥନାକରନ୍ତୁ ଏବଂ ମୋଦକଭୋଗ କରନ୍ତୁ ତାସହ ପୂଜାକରିବା ସମୟରେ ଦୁବପତ୍ର ଏବଂ ଫୁଲ ଅର୍ପଣ କରନ୍ତୁ ।ଏପରି କରିବାଦ୍ୱାରା ଧନଜନିତ ସମସ୍ୟା ଆପଣଙ୍କର ଦୂରହୋଇଯିବା
ଦ୍ୱିତୀୟଉପାୟ-ଦୁଇଟି ମଙ୍ଗଳବାରରେ ବଜରଙ୍ଗବଲିଙ୍କୁ ବସ୍ତ୍ର ଚଢାନ୍ତୁ ଏବଂ ହନୁମାନଙ୍କ ଚରଣରୁ ସିନ୍ଦୁର ନେଇ ମଥାରେ ଲଗାନ୍ତୁ । ଏହାସହିତ ନିୟମିତ ହନୁମାନଚାଳିଶା ପଠନକରନ୍ତୁ । ଏହାଦ୍ୱାରା ଋଣରୁ ଶୀଘ୍ର ମୁକ୍ତି ପାଇବୋ
ତୃତୀୟଉପାୟ-ଏହି ଉପାୟ ମଙ୍ଗଳାବାର ହେବ । ଆପଣ ମଙ୍ଗଳବାର ଶିବମନ୍ଦିରଯାଇ ଶିବଲିଙ୍ଗଉପରେ ମସୁର ଡାଲି ଚଢାନ୍ତୁ ଓ ତାସହ ଓଁନମଃଶିବାୟ ମନ୍ତ୍ରଟିର ଅଧିକରୁ ଅଧିକ ଜପକରନ୍ତୁ । ଏପରି କରିବାଦ୍ୱାରା ଆପଣଙ୍କୁ ଶୀଘ୍ର ହିଁ ଋଣରୁ ମୁକ୍ତି ପ୍ରାପ୍ତହେବ ।ଆଜିର ଦିନଟି ମଙ୍ଗଳମୟ ହେଉ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
ଆଜିର ରାଶିଫଳ
Prev Post
Next Post