ଆଜିର ରାଶିଫଳ

ଚୈତ୍ରପୂର୍ଣିମା,ହିଙ୍ଗୁଳାଯାତ୍ରା,୧୨-୪-୨୦୨୫(ଶନିବାର)ମୀନ ଦି୩୦ନ, ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ଦ୬୦ ନିଶାନ୍ତ,ହସ୍ତା ଦ୩୨।୪୪ ରାଘ୬।୪୧,କନ୍ଯାଚନ୍ଦ୍ର ଦ୬୦ ନିଶାନ୍ତ ।ଯୋଗିନୀ ବାୟବ୍ୟେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୬।୪୧ ଗତେ ସ୍ୱାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା, ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବଫାଃ ହସ୍ତା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ବୃଷ ରାଶିର ଘାତଚନ୍ଦ୍ର । ବୃଷ ସିଂହ କନ୍ୟା ରାଶିର ଘାତବାର।ଦିବା ଘ୭ ।୬ ମଧ୍ୟେ ଘ୪ ।୨୯ ଗତେ ଘ୬।୨ ମଧ୍ୟେ କାଳବେଳା । ଘ୧।୨୦ ଗତେ ଘ୨।୫୪ ମଧ୍ୟେ ବାରବେଳା,ରାତ୍ରି ଘ୭ ।୨୮ ମଧ୍ୟେ ଘ୪।୫ ଗତେ ଘ୨।୫୪ ମଧ୍ୟେ କାଳରାତ୍ରି ।ମୃତେ ପାଦଦୋଷ । ଫଳଂ କୃଷିହାନି । ଭୂମିଦାନ ।ପୂର୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ସ୍ତ୍ରୀ ତୈଳ ବର୍ଜନ । ମତ୍ସ୍ୟ ମାଂସ ଭକ୍ଷଣ ନିଷେଧ । ଅଦ୍ୟ ଚୈତ୍ର ପୂର୍ଣ୍ଣିମା କୃତ୍ୟ ।(ଅମୃତ)- ଦିବା ଘ୯ ।୩୨ ଗତେ ଘ୧୨।୪୪ ମଧ୍ୟେ ରାତ୍ରି ଘ୮।୨୬ ଗତେ ଘ୧୦ ।୫୦ ମଧ୍ୟେ ଘ୧୨ ।୨୬ ଗତେ ଘ୨ ।୨ ମଧ୍ୟେ ଘ୨ ।୫୦ ଗତେ ଘ୪ ।୨୬ ମଧ୍ୟେ ।(ମାହେନ୍ଦ୍ର)– ନାସ୍ତି ।
ମେଷ:- ନିଜର ବିଚାରକୁ ନିର୍ଭୀକ ଭାବେ ବ୍ୟକ୍ତ କରନ୍ତୁ। ଧୀରେ କୁହନ୍ତୁ, କିନ୍ତୁ ସ୍ପଷ୍ଟ ରୂପେ କୁହନ୍ତୁ। ଘରର କୌଣସି ନୂଆ ଦାୟିତ୍ବ ସମ୍ଭାଳିବେ। ବକେୟା ଅର୍ଥ ପାଇବେ।
ବୃଷ:- ଘରେ ସନ୍ତୁଷ୍ଟି ଭରା ଦିନଟିଏ ଅତିବାହିତ କରିବେ। ସ୍ବାଦିଷ୍ଠ ଭୋଜନ କରିବେ। ବ୍ୟବସାୟ କାମରେ ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ।
ମିଥୁନ:- ସୃଜନଶୀଳ କାର୍ଯ୍ୟରେ ମନ ଲାଗିବ। କୌଣସି ମଞ୍ଚରେ ଅଭିନୟ ପାଇଁ ସୁଯୋଗ ପାଇବେ। ପ୍ରେମିକାଙ୍କୁ ମନର କଥା କହିବେ। ଆଶାଠୁଁ ଅଧିକ ଲାଭ ପାଇବେ।
କର୍କଟ:- ପୂର୍ବ ମନୋକାମନା ପୂରଣ ହେବ। ମହିଳାମାନଙ୍କ ଲାଗି ଦିନଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ। କ୍ୟାରିୟର ସମ୍ବନ୍ଧରେ ନୂଆ ସୁଯୋଗ ପାଇବେ।
ସିଂହ:- କାମ, ପରିବାର ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସରକାରୀ ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ସୁସମ୍ବାଦ ପାଇବେ।
କନ୍ୟା:- ଶାନ୍ତ ରହି ନିଜର ପ୍ରାଥମିକତା ଚୟନ କରନ୍ତୁ। ନିଜର ବ୍ୟବହାରରେ ଟିକେ ବିନମ୍ରତା ରଖନ୍ତୁ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ।
ତୁଳା:- ଆର୍ଥିକ ସ୍ଥିତି ଅନୁଯାୟୀ ଭବିଷ୍ୟତ ପାଇଁ ଯୋଜନା କରନ୍ତୁ। ଅନ୍ୟ ରାଜ୍ୟରେ ବେପାର ବିସ୍ତାର କରିବା ଲାଗି ପ୍ରୟାସ କରିବେ। ସମ୍ବନ୍ଧରେ ମଧୁରତା ବଜାୟ ରହିବ।
ବିଛା:-ଖୋଦକୁ ସୁସ୍ଥ ଅନୁଭବ କରିବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର କରିବେ। ବିଦେଶରେ ଚାକିରି କରିବାକୁ ଇଚ୍ଛୁକ ବ୍ୟକ୍ତି କିଛି ଦିନ ଧୈର୍ଯ୍ୟ ଧରି ରୁହନ୍ତୁ।
ଧନୁ:-ଧାର୍ମିକ କାର୍ଯ୍ୟରେ ଧ୍ୟାନ ଲାଗି ରହିବ। ବେପାର ବୃଦ୍ଧି ଲାଗି କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ। ପିତାମାତା ଆପଣଙ୍କ ପରିଶ୍ରମରେ ଖୁସି ରହିବେ।
ମକର:-ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ଘର ପାଇଁ କୌଣସି ପ୍ଲାଷ୍ଟିକ ଜିନିଷ କିଣିବେ।
କୁମ୍ଭ:- ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
ମୀନ:-ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିବେ। ଆପଣଙ୍କ କାମର ପ୍ରଶଂସା ହୋଇପାରେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ।
!! ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

 

- Advertisement -

Leave A Reply

Your email address will not be published.