୨୦୨୨ ମସିହା ଅକ୍ଟୋବର ମାସ ୧୩ ତାରିଖ (ଗୁରୁବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ଚର୍ତୁଥୀ ରାତ୍ରି ଘ୨/୫୨ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୩/୩୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୨/୧୩ ,ତୁଳା ଓ କୁମ୍ଭରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ଚତୁର୍ଥୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ମୂଳା ଭକ୍ଷଣ ନିଷେଧ ।
ମେଷ-ପ୍ରତ୍ୟେକକ୍ଷେତ୍ରରେ ଆପଣ ନିଜକୁ ଠିକ୍ଭାବେ ଆଡ୍ଜଷ୍ଟ କରି ଚଳାଇ ନେଇ ପାରିବେନାହିଁ । ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ। ପ୍ରଶାସନିକସ୍ତରରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟକରିବେ। କୃଷି, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବୃଷ-କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯନତ୍ କରିବେ। ଅଫିସ୍ କାମର ଚାପ ପ୍ରଭାବରୁ ଟେନସନ୍ କିଛି ମାତ୍ରାରେ ଲାଗିରହିବ । ପରିବାର କ୍ଷେତ୍ରରେ ଏମିତି କେତେକ କଥା ରହିଛି, ଯାହାକୁ କି କହିପାରିବେ ନାହିଁ । ଏଣୁ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ମାନସିକ ଅଶାନ୍ତିର କାରଣ ହେବ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।
ମିଥୁନ-ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେକରିବେ । ଯେଉଁ କାମଟିକୁ ଆଜିଯାଏ ଆପଣ କରି ପାରୁନଥିଲେ ଆଜି ମଧ୍ୟାହ୍ନ ପରେ ତାହା ସୁବିଧାରେ ହୋଇଯିବ । ମାତ୍ର ଘରର ବାରଣ ମାନି କାମ କଲେ ଅବଶ୍ୟ ଉପକୃତ ହେବେ। ଅଫିସରେ ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ।
କର୍କଟ-ଆଜି ଆପଣ ପ୍ରତିବନ୍ଧକର ସାମ୍ନା କରି, ପରିସ୍ଥିତି ସହ ଲଢେଇ କରି କାମ ହାସଲ କରିପାରିବେ। ଗତକାଲି ଠାରୁ ଆଜି ଯାହା କରିବା ପାଇଁ ଚିନ୍ତା କରିଥିଲେ ସେହି କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ। କେତେକ କ୍ଷେତ୍ରରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ସିଂହ-ପରିବାରର କିଛି ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ପାଇଁ ଦିନଟି ବହୁତ ଭଲ । ଉଚ୍ଚ ପଦାଧିକାରୀଙ୍କ କ୍ରୋଧରୁ କିଛିଟା ହଇରାଣ ହୋଇପାରନ୍ତି। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ।
କନ୍ୟା-ବିଷମ ପରିସ୍ଥିତିରେ ବନ୍ଧୁଙ୍କଠାରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହୋଇପାରେ। ଅବଶ୍ୟ ଅନ୍ୟମାନଙ୍କ ସକାଶେ ଦୀର୍ଘଦିନ ହେଲା ଯେଉଁ କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇଥିଲେ, ତାହା ଅକ୍ଳେଶରେ ହୋଇଯିବ । ସାଙ୍ଗସାଥୀଙ୍କ ସହ ଭ୍ରମଣ ସୁଯୋଗ ଜୁଟିବ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ।
ତୁଳା-ଆଜି ହାତ ଖାଲି ରହିବ ନାହିଁ। ବିଭିନ୍ନ ଦିଗରୁ ରୋଜଗାର କରିବାରେ ସମର୍ଥ ହେବେ। କିନ୍ତୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟରେ ପ୍ରଶଂସିତ ହେବେ । କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ ସମସ୍ୟା ପ୍ରାୟତଃ ଆଗକୁ ବଢିପାରିବ ନାହିଁ ।
ବିଛା-ଅଯଥା ଭୟ, ଆଶଙ୍କା ମଧ୍ୟରେ ଦିନଟିକୁ କଟାଇବେ। ସ୍ବାସ୍ଥ୍ୟଗତ କେତେକ ସମସ୍ୟା ମନକୁ ନିରୁତ୍ସାହିତ କରିବ । ଯାହାଙ୍କଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ, ତାହା ନ ପାଇ ମନ ଭଲ ରହିବ ନାହିଁ। ଭୁଲ୍ ବୁଝାମଣାବଶତଃ ସାଧାରଣ କଥାରେ ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।
ଧନୁ-ପାରିବାରିକ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତିକୁ ଆଖିଆଗରେ ରଖି କାମକଲେ କୌଣସି ଅସୁବିଧା ହେବ ନାହିଁ। ଯେକୌଣସି କ୍ଷେତ୍ରରେ ମଧ୍ୟ ତରବରନହୋଇ ଭାବଚିନ୍ତି କାମ କରିବା ଭଲହେବ। ଅଫିସରଙ୍କ ସମ୍ମୁଖରେ ନିଜ ମନରଭାବକୁ ପ୍ରକାଶ କରିବାରେ ପଛେଇଯିବେ। ରୋଗପୀଡ଼ା ଭୋଗକରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ।
ମକର-ଗତକାଲିଠାରୁ ପରୋକ୍ଷଶତ୍ରୁତା, ଧାର କରଜ, ପିଲାମାନଙ୍କ ସ୍ବାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଯେତେ ଭଲକଥା କୁହନ୍ତୁ କିମ୍ବା କରନ୍ତୁ, ନିଜ ସହ ଆଦୌ ପଡୁନଥିବା ଲୋକମାନେ ନିନ୍ଦାରଟନା କରିବେ। ସାଧାରଣକଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟିହୋଇପାରେ । ଅନ୍ୟମାନଙ୍କ ଘରୋଇ କଥାରେ ମୁଣ୍ଡ ପୂରାନ୍ତୁନାହିଁ ।
କୁମ୍ଭ-ଦିନଟିରେ ମାନ୍ଦା ବେପାର, ବନ୍ଧୁଙ୍କଶତ୍ରୁତା, ପୁଅଝିଅଙ୍କ ବାହାଘର ସମସ୍ୟା ନେଇ ବ୍ୟସ୍ତରହିବେ। ତଥାପି ନୂତନବନ୍ଧୁ ପ୍ରସ୍ତାବ ସ୍ଥିରୀକୃତହେବା ଦିଗରେ ଜଣେ ପୂର୍ବବନ୍ଧୁ କିଛିଖବର ନେଇଆସିବେ। କର୍ମକ୍ଷେତ୍ରରେ ଅଭାବନୀୟ ସ୍ଥିତିରୁ ସହସାମୁକ୍ତି ମିଳିବ। ବହୁତଦିନର ନୂଆଯୋଜନାଟିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ
ମୀନ-ପାରିବାରିକ ସ୍ଥିରତା ଓ କର୍ମକ୍ଷେତ୍ରର ସ୍ଥିତି ଅକ୍ଷୁଣ୍ଣ ରହିଥିଲେହେଁ ଗୋଟିଏ ସମସ୍ୟା ଶେଷ ହେଉହେଉ ଅନ୍ୟ ଏକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ମନ୍ଦନୁହେଁ । କିନ୍ତୁ ବ୍ୟବସାୟ, ପରିବହନ, ନିର୍ମାଣକ୍ଷେତ୍ରରେ ସମସ୍ୟା ଲାଗିରହିବ । ରାଜନୈତିକଚାପର ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ସଭାସମିତିରେ ସଫଳତା ହାସଲକରିବେ ।
ନିତୀବାଣୀ-ନିଜକୁ ଦର୍ପଣଭଳି ତିଆରି କରିବାର ଅଛି,କାରଣ ଦର୍ପଣ ସାମନାକୁ ଯଦି ଖରାପ ମଣିଷ ଆସେ , ସେ ତାକୁ ସଠିକ୍ କରିଦେଇଥାଏ। ଆଉ ଯଦି ଭଲମଣିଷ ଆସେ ତାର ଭଲଗୁଣକୁ ବୃଦ୍ଧି କରିଦେଇଥାଏ।
ବାସ୍ତୁଟିପ୍ପଣୀ-ବିବାହରେ ବାଧା କିମ୍ବା କର୍ମରେ ଅସଫଳ ହୋଇଥିଲେ କୁଣ୍ଡଳୀରେ ରହିଛି ଗୁରୁ ଦୋଷ, କେମିତି କରନ୍ତୁ ଦୂର ।
ଜ୍ୟୋତିଷଶାସ୍ତ୍ର ଅନୁସାରେ ବୃହସ୍ପତିଗ୍ରହଙ୍କୁ ଦେବଗୁରୁ କୁହାଯାଏ। ଯଦି କାହାକୁଣ୍ଡଳୀରେ ଦେବଗୁରୁ ମଜବୁତ ସ୍ଥିତିରେ ରହିଥାନ୍ତି, ତେବେ ତାରଜୀବନ ସବୁବେଳେ ଖୁସିରହିଥାଏ ଏବଂ ବ୍ୟକ୍ତିର ଭାଗ୍ୟ ଚମକିଥାଏ। ସେହିବ୍ୟକ୍ତି କୌଣସିବ୍ୟକ୍ତିଙ୍କୁ ନିଜଜ୍ଞାନ ବଳରେ ହରାଇପାରେ। ଏହିଲୋକ ବହୁତ ସଫଳତାହାସଲ କରନ୍ତି।ଜୀବନରେ କେବେ ବି ଧନଏବଂସୁଖ ସମୃଦ୍ଧି କମ୍ ହୋଇନଥାଏ। କିନ୍ତୁ ଯେତେବେଳ ଗୁରୁ ଦୁର୍ବଳ ସ୍ଥିତିରେ ରହିଥାଏ, ସେତେବେଳେ ଜୀବନରେ ଆର୍ଥିକସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଭାଗ୍ୟ ସାଥ ଦେଇନଥାଏ, ବୈବାହିକଜୀବନରେ ଝଡ ଆସିଥାଏ। ତେବେ ଆସନ୍ତୁ ଜାଣିବା କେମିତି ଏହାକୁ ମଜବୁତ କରିବେ-
କୁଣ୍ଡଳୀରେ ଥିବା ଗୁରୁଦୋଷ ପ୍ରଭାବକୁ ଦୂରକରିବାର ଉପାୟ :- ଯଦି ଆପଣଙ୍କ କୁଣ୍ଡଳୀରେ ଗୁରୁଦୋଷ ରହିଥାଏ, ତେବେ ଏହାର ପ୍ରଭାବକୁ କମ୍ କରିବା ପାଇଁ ଗୁରୁବାରଦିନ ପାଣିରେ ଦୁଇଚାମଚ ହଳଦୀପାଉଡର ପକାଇ ସ୍ନାନ କରନ୍ତୁ। ଏହାପରେ ଓଁନମୋଭଗବତେବାସୁଦେବାୟନମଃ ମନ୍ତ୍ର ଜାପକରନ୍ତୁ। ମଥାରେ କେସରରତିଳକ ଲଗାନ୍ତୁ। କଦଳୀଗଛ ମୂଳେ ଜଳ ଚଢାନ୍ତୁ ଏବଂ ଦୀପଧୂପରେ ଆରତୀ କରନ୍ତୁ।
ନିୟମିତଭାବେ ପ୍ରତିଦିନ ସକାଳସନ୍ଧ୍ୟାରେ ସ୍ନାନାଦି କରିବାଦ୍ୱାରା ୧୦୮ଥର ଗାୟତ୍ରୀମନ୍ତ୍ର ଜପ କରନ୍ତୁ। ଏହାଦ୍ୱାରା ଗୁରୁ ମଜବୁତ ସ୍ଥିତିରେ ରହିବା ସହିତ ସୂର୍ୟ୍ୟ ମଧ୍ୟ ମଜବୁତ ସ୍ଥିତିରେ ରହିଥାନ୍ତି।
ହିନ୍ଦୁଧର୍ମରେ ଗାୟତ୍ରୀମନ୍ତ୍ରକୁ ଶକ୍ତିଶାଳୀମନ୍ତ୍ର ବୋଲି କୁହାଯାଏ। ଦେବଗୁରୁବୃହସ୍ପତିଙ୍କ କୃପା ପାଇବାପାଇଁ ବ୍ୟକ୍ତି ପ୍ରତିଦିନ ହଳଦିଆରଙ୍ଗର ମାଳାରେ ଓଁ ହ୍ରିଂ ହ୍ରଂ ଶ୍ରୀ ଶ୍ରୀ ଲକ୍ଷ୍ମୀବାସୁଦେବାୟନମଃ ମନ୍ତ୍ର ଜପକରନ୍ତୁ। ଯଦି ପ୍ରତିଦିନ କରିବା ସମ୍ଭବ ହେଉନାହିଁ, ତେବେ ଗୁରୁବାରଦିନ ନିଶ୍ଚିତ କରନ୍ତୁ।
ଗୁରୁବାରଦିନ କୌଣସିମନ୍ଦିରକୁ ଯାଇ କୌଣସିଜରୁରୀ ପିଲାକୁ ବହି ଦାନକରନ୍ତୁ। ଗରିବଙ୍କୁ ଚଣାଡାଲି ଦାନକରିବା ମଧ୍ୟ ଶୁଭ ହୋଇଥାଏ।ଯଦି କୁଣ୍ଡଳୀରେ ଗୁରୁ ଦୋଷ ରହିଥାଏ, ତେବେ ଗୁରୁବାରଦିନ ସକାଳୁ ଜଲଦିଉଠି ସ୍ନାନକରି ଭଗବାନବିଷ୍ଣୁଙ୍କ ପୂଜା ଅର୍ଚନା କରିବା ଉଚିତ। ଏହହାଦ୍ୱାରା ଗୁରୁଦୋଷ ପ୍ରଭାବ କମ୍ ହୋଇଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!