୨୦୨୨ ମସିହା ଜୁନ ମାସ ୨୫ ତାରିଖ (ଶନିବାର)ଆଷାଢ଼ ମାସ -କୃଷ୍ଣପକ୍ଷ,ତିଥି-ଦ୍ଵାଦଶୀ ରାତ୍ରି ଘ୧/୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୫/ ୧୨/୫୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୨୪/୨୧,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର,ବିଛା ରାଶିର ଘାତ ଚନ୍ଦ୍ର,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ପୋଇ ଭକ୍ଷଣ ନିଷେଧ।
🐏ମେଷ👉 ପରିସ୍ଥିତିକୁ ଆୟତ୍ତାଧୀନ କରିପାରନ୍ତି। ଦୁଶ୍ଚିନ୍ତା ଦୂର ହେବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିବେ। ବ୍ୟବ ସାୟରୁ ପ୍ରଚୁର ଧନଲାଭ ହେବ।
🐮ବୃଷ👉ଅନ୍ୟକୁ ସାହାଯ୍ୟ କରି ଅପଦସ୍ତ ହୋଇପାରନ୍ତି। କଳହଠାରୁ ଦୂରେଇ ରହିବେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। କୃଷି ଉପ ରେ ଧ୍ୟାନ ଦେବେ। ବୁଦ୍ଧିମାନ୍ ହେବେ।
👩❤️👨ମିଥୁନ👉ଲୋକ ସଂପର୍କ ବୃଦ୍ଧି ହୋଇପାରେ। ଦୃଢ଼ ମନୋବଳ ନେଇ କାର୍ଯ୍ୟରେ ଆଗେଇବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇ ପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହେବେ। ପ୍ରେମୀ ଓ ସାହସୀ ହୋଇପାରନ୍ତି।
🦀କର୍କଟ👉ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତି ପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ଏକ ପତ୍ନୀ ବ୍ରତ ଆଚରଣ କରିବେ। ମିତ୍ର ସୁଖ ଲାଭ କରିବେ। ଧନାଗମ ହେବ।
🦁ସିଂହ👉ମାଲିମୋକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି। ବଳ ଶାଳୀ ହେବେ। ଐଶ୍ବର୍ଯ୍ୟ ଯୁକ୍ତ ହୋଇପାରନ୍ତି। ଅଦାଲତି ମାମ ଲାରେ ବିଜୟୀ ହେବେ। ମିଷ୍ଟାନ୍ନ ଭୋଜନରେ ଅପ୍ୟାୟିତ ହେବେ । ନୂଆବନ୍ଧୁ ଜୁଟିବେ। ଚକ୍ଷୁପୀଡ଼ା ଭୋଗ କରିପାରନ୍ତି।
🙎♀️କନ୍ୟା👉ଭ୍ରାତୃ ଜଞ୍ଜାଳରେ ବ୍ୟସ୍ତ ରହିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା-କଫ ଜନିତ ପୀଡ଼ା ଭୋଗ କରିପାର ନ୍ତି। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ସାହସୀ ହେବେ। ଜ୍ଞାନ ଗରିମା ବୃଦ୍ଧି ହୋଇପାରେ।
⚖️ତୁଳା👉ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବ ନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି।
🦂ବିଛା👉କର୍ମ ସଂସ୍ଥାନରେ ଯୋଗ ଦେଇ ଖୁସି ହୋଇପାର ନ୍ତି। ଆତ୍ମସନ୍ତୋଷ ଲାଭ କରି ବେ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାର ନ୍ତି। ବ୍ୟବସାୟ ଲାଭଜନକ ହେବ।
🏹ଧନୁ👉କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସତ୍କାର୍ଯ୍ୟରେ ବ୍ୟୟ କରି ପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସ ରେ ଅତିବାହିତ କରିପାରନ୍ତି। ସୁଖ- ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ସାହସୀ ଓ ବିଦ୍ବାନ୍ ହେବେ।
🐊ମକର👉 ଭାଇ-ଭାଇ ମାନଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିପାରେ। ସୁଖ ମିଳିବ। କଷ୍ଟସାଧ୍ୟ ହେବ। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭି ମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କ ରହିବେ।
🏺କୁମ୍ଭ👉କର୍ମକ୍ଷେତ୍ରରେ ସର୍ବଦା ପ୍ରସନ୍ନ ରହିବେ। ବନ୍ଧୁ ସହଯୋଗ ପାଇ ଖୁସି ହୋଇ ପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହେବେ। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।
🐟ମୀନ👉ଅଧିକ ଦାୟିତ୍ବ ବହନ କରିବେ। ନିରବ ଭାବ ପ୍ରଦର୍ଶନ କରିପାରନ୍ତି। ଭାଇ ମାନଙ୍କ ମଧ୍ୟରେ ଶ୍ରଦ୍ଧାଭାବ ରହିବ। ସୁସ୍ଥ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ।
!!କଥା ଜ୍ଞାନର ପରିଚୟ ଦିଏ କାମ ମଣିଷ ଯୋଗ୍ୟତାର ପରି ଚୟ ଦିଏ ବ୍ୟବହାର ମଣିଷର ବଂଶର ପରିଚୟ ଦିଏ lଦୁଇଟି ଗୁଣ ଜୀବନରେ ବହୁତ କାମରେ ଆସେ.. ପ୍ରଥମ-” ନୀରବ ରହି ବା” କାରଣ ନୀରବତା ଠାରୁ ବଡ଼ ଉତ୍ତର ସଂସାରେ ନାହିଁ ଆଉ ଦିତୀୟ ଟି ହେଲା-“କ୍ଷମା କରିବା” କାରଣ କ୍ଷମାକରିବା ଲୋକଠୁ ବଡ ହୃଦୟବାନ ଏ ସଂସାରରେ କେହି ନାହିଁ lକାହା ଉପରେ ଅତ୍ୟାଧିକ ଭରଷା କରିବା ମୂର୍ଖାମି କାରଣ ଅନ୍ଧାର ରେ ନିଜ ଛାଇ ବି ସାଥୀରେ ରହେନାହିଁ l
ନିଜ ଭୁଲ୍ ପାଇଁ ଅନୁତପ୍ତ ହୁଅନ୍ତୁ କିନ୍ତୁ ସବୁ ଭୁଲ୍ ପାଇଁ ଲଜ୍ଜିତ ହୁଅନ୍ତୁ ନାହିଁ । କାରଣ ତାହା ଆତ୍ମଶିକ୍ଷଣର ସବୁଠାରୁ ଉତ୍ତମ ମାଧ୍ୟମ ହୋଇଥାଏ । ଜୀବନର ସେଇ କିଛି ଭୁଲ୍ ଆମକୁ ଦୁନିଆ ର ବାସ୍ତବତା ବିଷୟରେ ବହୁତ କିଛି ଶିଖେଇ ଦେଇଥାଏ !!
-ବାସ୍ତୁ ଟିପ୍ପଣୀ-
ଘରେ କେଉଁ ଜାଗା ରେ ଘଣ୍ଟା ରହିଲେ କି ଫଳ ମିଳେ….
ଘଣ୍ଟା ଆମକୁ ନିରନ୍ତର ଚାଲିବାର ସଂଦେଶ ଦେଇଥାଏ ,ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ବନ୍ଦ ଥିବା ଘଣ୍ଟାକୁ ଘରେ ଲଗାଇ ରଖିବାକୁ ଅଶୁଭ ବୋଲି ମନାଯାଇଥାଏ । ଯଦି ଆପଣଙ୍କ ଘରେ ବନ୍ଦ ଘଣ୍ଟା ଅଛି , ତେବେ ଆପଣ ଏହାକୁ ଅତି ଶୀଘ୍ର ବାହାର କରିଦିଅନ୍ତୁ ଏବଂ ସେହି ସ୍ଥାନରେ ଚାଲୁଥିବା ଘଣ୍ଟାକୁ ଲଗାନ୍ତୁ । ବନ୍ଦ୍ ଘଣ୍ଟା ଘରେ ନକାରାତ୍ମକ ଉର୍ଜାକୁ ବଢାଇଥାଏ , ସେଥିପାଇଁ ସବୁ ବେଳେ ଚାଲୁଥିବା ଘଣ୍ଟାକୁ ହିଁ ଘରେ ଲଗାନ୍ତୁ । ଘଡି ବା ଘଣ୍ଟା କୁ ସବୁବେଳେ ଘରର ଉତ୍ତର ଦିଗରେ ଲଗାନ୍ତୁ , ଏବଂ ଭୁଲରେ ମଧ୍ୟ କେବେ ହେଲେ ମଧ୍ୟ ଘଣ୍ଟା କୁ ଘରର ଦକ୍ଷିଣ ଦିଗରେ ଲଗା ନ୍ତୁ ନାହିଁ । ଦକ୍ଷିଣ ଦିଗକୁ ଜମ ରାଜଙ୍କ ଦିଗ ବୋଲି କୁହାଯାଇ ଥାଏ । ତେଣୁ ବାସ୍ତୁ ଶାସ୍ତ୍ର ମତ ରେ ଗୃହରେ କେବେ ହେଲେ ମଧ୍ୟ ଦକ୍ଷିଣ ଦିଗରେ ଘଣ୍ଟା ଲଗା ଇବା ଭଲ ହୋଇ ନଥାଏ । ଦକ୍ଷି ଣ ଦିଗରେ ଲଗାଯାଇଥିବା ଘଣ୍ଟା ପରିବାରର ସଦସ୍ୟ ମାନଙ୍କର ଆୟୁ ଏବଂ ସ୍ୱାସ୍ଥ୍ୟ ପାଇଁ ଅଶୁଭ ହୋଇଥାଏ । କେବେ ହେଲେ ମଧ୍ୟ ଆପଣମାନେ ଆପଣଙ୍କର ଗୃହର ମୁଖ୍ୟ ଦ୍ଵାରରେ କିମ୍ବା ମୁଖ୍ୟ ଦ୍ଵାର କବାଟରେ ଘଣ୍ଟା ଲଗାନ୍ତୁ ନାହିଁ , ଏହା ହେବ ଦ୍ଵାରା ଘରେ ଅଶାନ୍ତି ଏବଂ ଅଭାବ ଦେଖାଯାଇଥାଏ ଏବଂ କଥା କଥାରେ ଝଗଡ଼ା ହୋଇଥାଏ ।
ଯଦି ଆପଣଙ୍କ ଘରେ ଅଶାନ୍ତି ବା ଝଗଡ଼ା ଲାଗି ରହିଛି ତେବେ ଆପଣମାନେ ଥରେ ଦେଖିନିଅନ୍ତୁ କି ଆପଣମାନେ ଆପଣଙ୍କ ଘରେ ଥିବା କବାଟ ଉପରେ ବା କବାଟରେ ଘଣ୍ଟା ଲଗାଇ ନାହାନ୍ତି ତ! । ଘଣ୍ଟା କୁ ସର୍ବଦା ସଫା ରଖିବାକୁ ଚେଷ୍ଟା କରନ୍ତୁ। ଭାଙ୍ଗି ଥିବା କିମ୍ବା କାମ କରୁନଥିବା ଘଣ୍ଟାର ବ୍ୟବହାର କରନ୍ତୁ ନାହିଁ । ଧ୍ୟାନ ରଖିବେ ଯେପରି ଘଣ୍ଟା ଠିକ୍ ସମୟରେ ଚାଲୁଥିବା ଏବଂ ଆପଣ ଯଦି ଚାହିଁବେ ଘଣ୍ଟାକୁ କିଛି ମିନିଟ୍ ଆଗୁଆ ରଖିପାରି ବେ, ଏହାଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଘଣ୍ଟାରୁ ସକାରାତ୍ମ କ ପ୍ରଭାବ ବୃଦ୍ଧି କରିବା ପାଇଁ ଆପଣ ମଧୁର ସଙ୍ଗୀତ ବାଜୁଥି ବା ଘଣ୍ଟାକୁ ଘରେ ଲଗାଇ ପାରି ବେ , ଏହା ସକାରାତ୍ମକ ଉର୍ଜାର ସଞ୍ଚାର କରିଥାଏ ,ଏହା ପ୍ରତି ମୁହୂର୍ତ୍ତରେ ଆକର୍ଷିତ କରିଥାଏ ଏବଂ ଜୀବନରେ ନୂଆ ଅବସର ପାଇବାରେ ସାହାଯ୍ୟ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ହଲରେ ପେଣ୍ଡୁଲମ୍ ଥିବା ଘଣ୍ଟା ଲଗାଇଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।ଏହା ସକାରାତ୍ମକ ଉର୍ଜାର ସଞ୍ଚାର କରିଥାଏ । ପେଣ୍ଡୁଲମ୍ ଘଣ୍ଟା ମନୁଷ୍ୟର ଖରା ପ ସମୟକୁ ଦୁର କରି ସଫଳ ତା ଆଣିଥାଏ । ଏହାକୁ ଡ୍ରଇଂ ରୁମରେ ମଧ୍ୟ ଲଗାଇ ପାରିବେ । ଗୃହରେ ଗୋଲ୍ ଘଣ୍ଟା ବା ଅଣ୍ଡା କାର ଘଣ୍ଟା ଲଗାଇଲେ ଏହା ଶୁଭଫଳ ଦେଇଥାଏ । ଏହା ସହ ଘଣ୍ଟାକୁ କେବେ ହେଲେ ମଧ୍ୟ ଆପଣଙ୍କ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ , ଏହା ଅଶୁଭ ଫଳ ଦେଇଥାଏ!!ଜୟ ଜଗନ୍ନାଥ, ଜୟସୋମନାଥ,ଜୟ ମା ଯୋଗମାୟା!!
ଆଜିର ରାଶିଫଳ
Prev Post
Next Post