ମାର୍ଚ୍ଚମାସ ୩୦ତାରିଖ ୨୦୨୫ମସିହା(ରବିବାର)
ଚୈତ୍ରମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ଦିବା ଘ୧୨/୪୬ ଗତେ ଦ୍ଵିତୀୟା,ନକ୍ଷତ୍ର- ରେବତୀ ଦିବା ଘ୦୫/୦୫ ଗତେ ଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୭/୦୭, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୪୮,ଯୋଗିନୀ ପୂର୍ବେ ଦିବା ଘ୧୨/୪୬ ଗତେ ଉତ୍ତରେ,ମେଷ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,
ଅଦ୍ୟ ମୃତେ ଏକପାଦ ଦିବା ଘ୧୨/୪୬ ଗତେ ଦ୍ଵିପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା – ଦିବା ଘ୧୦/୧୫ଗତେ ଘ୦୧/୧୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୨୧ମଧ୍ୟେ ଓ ରାତ୍ରି ଘ୦୬/୪୮ ଗତେ ଘ୦୯/୧୪ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।- ଦିବା ଘ୦୩/୨୦ଗତେ ଘ୦୪/୫୭ମଧ୍ୟେ,ଅଦ୍ୟ ପାଣିକଖାରୁ ଦିବା ଘ୧୨/୪୬ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ।
ମେଷ :-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀଅଟେ।ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ।ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ:-ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
ମିଥୁନ :-ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀ ମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
କର୍କଟ :-ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ।ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କସହିତ ସାକ୍ଷାତକରି ଆନନ୍ଦଲାଭ କରିବେ।ବିବାହୋତ୍ସୁକମାନଙ୍କପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକସ୍ୱାସ୍ଥ୍ୟ ଭଲ ରହିବ।
ସିଂହ:- ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳରହିବ।ଆପଣଙ୍କ ଆତ୍ମ ବିଶ୍ଵାସରେ ପ୍ରତ୍ୟେକକାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା :- ଆଜିର ଦିନ ବହୁତ ଶୁଭ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା :- ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂରରୁହନ୍ତୁ।ନୂଆସମ୍ବନ୍ଧ ଅନିଷ୍ଟକାରକ ହୋଇ ପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଚ୍ଛା :- ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।
ଧନୁ :- ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
ମକର:-ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
କୁମ୍ଭ :-ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନହେବ।ମହିଳାମାନଙ୍କର ସୌନ୍ଦର୍ଯ୍ୟପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ :-ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମଅଟେ।ଆପଣଙ୍କ ସୃଜନାତ୍ମକ ଶକ୍ତି ଗୁଡ଼ିକରେ ବୃଦ୍ଧି ହେବ।ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତାକାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।
ଶନିଦେବଙ୍କର ମୀନରାଶିକୁ ସଂଚାର
ତା୨୯/୩/୨୦୨୫ ଶନିବାର ରାତ୍ରି ଘ୯।୪୦ (ଦ୩୯।୪୯ଲିତା) ସମୟେ ,ଶନିଦେବ ପୂର୍ବଭାଦ୍ର ନକ୍ଷତ୍ର ମୀନ ରାଶିକୁ ସଂଚାର କରିବେ।ଶନି ଗୋଚରେ ଶୁଦ୍ଧି- ବୃଷ ମିଥୁନ ତୁଳା ଓ ମକର ରାଶିଙ୍କର ଶୁଭ । ଅନ୍ୟ ରାଶିଙ୍କର ଅଶୁଭ।
ଶନିଚଳନ ସମୟେ ଚନ୍ଦ୍ର ଶୁଭାଶୁଭ୍ର-ଯାଦୃଶେ ନୈତିବାକ୍ୟାଃ-ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର ଓ ମୀନ ରାଶିଙ୍କର ପକ୍ଷେ ଶୁଭପ୍ରଦ ।ଏଣୁ ବୃଷ ମିଥୁନ ତୁଳା ମକର ରାଶିଙ୍କର ଅତ୍ୟନ୍ତ ଶୁଭ ।
ମେଷ ସିଂହ ଧନୁ କୁମ୍ଭ ଓ ମୀନ ରାଶିଙ୍କ ପକ୍ଷେ ଅତ୍ୟନ୍ତ ଅଶୁଭ । ଏମାନଙ୍କ ପକ୍ଷରେ ନିରାକରଣ ଆବଶ୍ୟକ ।ଶନି ଚଳନେ ବର୍ଷବିଚାର-ଶନି ସଂଚାର ନକ୍ଷତ୍ର ପୂର୍ବଭାଦ୍ର (୨୫) ନକ୍ଷତ୍ର କର୍ତ୍ତାର ଜନ୍ମନକ୍ଷତ୍ର ଓ ରାଶିସଂଖ୍ୟା ଏକତ୍ର ମିଶାଇ ୮ ଦ୍ଵାରା ଭାଗକରି ଶେଷାଙ୍କରୁ ବର୍ଣ୍ଣଫଳ ଜାଣିବ ଯଥା – ଶେଷାଙ୍କ ୧–ନୀଳଫଳ-ଅର୍ଥନାଶ, ୨ କୃଷ୍ଣଫଳ-ଦେହପୀଡ଼ା, ୩ ପିଙ୍ଗଳ -ଅର୍ଥଲାଭ, ୪ ଲୌହ-ସର୍ବସୁଖ, ୫ ତାମ୍ର-ଧର୍ମଲାଭ, ୬-ଧୂମ୍ର-ରାଜପୂଜା, ୭ ପାଷାଣଫଳ-ମୃତ୍ୟୁପୀଡ଼ା, ୮ ଶୂନ୍ୟ ମରକତ- ଶୋକ ଦାୟକ ।
ଶନି ଗୋଚରରେ ଶୁଭାଶୁଭ- ମେଷ ରାଶିଙ୍କ ପକ୍ଷେ ଅନର୍ଥ ଓ ଅନିଷ୍ଟ, ବୃଷରାଶିଙ୍କ ପକ୍ଷେ ରାଜସମ୍ମାନ ପ୍ରାପ୍ତି,ମିଥୁନ ରାଶିଙ୍କପକ୍ଷେ ରୋଗରୁ ମୁକ୍ତି, ଶାନ୍ତିପ୍ରଦ,କର୍କଟରାଶିଙ୍କ ପକ୍ଷେ ବ୍ୟର୍ଥ ଭ୍ରମଣବ୍ୟୟ ବୃଦ୍ଧି,ସିଂହ ରାଶି ପକ୍ଷେ ୮ମ ଶନି ମୃତ୍ୟୁବତ୍ ପୀଡ଼ା ଅପବାଦ ବୃଦ୍ଧି,କନ୍ୟାରାଶି ପକ୍ଷେ ଅନିଷ୍ଟ ଅପମାନ କ୍ଷୟକ୍ଷତି, ତୁଳାରାଶିଙ୍କ ପକ୍ଷେ ଅର୍ଥଲାଭ ଶତୃକ୍ଷୟ,ବିଛାରାଶି ପକ୍ଷେ ସନ୍ତାନପ୍ରତି ବିପଦ, ଧନୁରାଶିଙ୍କ ପକ୍ଷେ ଶତୃବୃଦ୍ଧି,ମକରରାଶି ପକ୍ଷେ ଶତୃହାନି,କୁମ୍ଭରାଶିଙ୍କ ପକ୍ଷେ ମୃତ୍ଯୁବତ୍ ପୀଡ଼ା,ମୀନରାଶିଙ୍କ ପକ୍ଷେ ଧନହାନୀ,ମନସ୍ତାପ ଶାରିରୀକ ପୀଡ଼ା ।
ଅଶୁଭ ନିରାକରଣ ପାଇଁ-ବାଡ଼ିଅଁଳା ମୂଳକୁ ଅଷ୍ଟଧାତୁ ଡେଉଁରିଆ କିମ୍ବା ଲୌହ,ଷ୍ଟିଲ ଡେଉଁରିଆରେ ଅଭିମନ୍ତ୍ରିତ କରି ପୁରୁଷମାନେ ଦକ୍ଷିଣ ହସ୍ତେ ଏବଂ ନାରୀମାନେ ବାମହସ୍ତେ ଧାରଣକଲେ ଶୁଭଫଳପ୍ରାପ୍ତି ।
ପ୍ରତ୍ୟହ ହନୁମାନଚାଳିଶା ପାଠ କରିବା ଆବଶ୍ୟକ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!