ଆଜିର ରାଶିଫଳ

ମାର୍ଚ୍ଚମାସ ୨୬ତାରିଖ ୨୦୨୫ମସିହା(ବୁଧବାର)ଚୈତ୍ରମାସ- କୃଷ୍ଣପକ୍ଷ ,ତିଥି-ଦ୍ଵାଦଶୀ ରାତ୍ରି ଘ୦୨/୦୧ ଗତେ ତ୍ରୟୋଦଶୀ ,ନକ୍ଷତ୍ର- ଧନିଷ୍ଟା ରାତ୍ରିଘ୦୩/୨୧ଗତେ ସତଭିଷା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୦/୪୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୩୫ ,ଯୋଗିନୀ ନୈରୁତେ ରାତ୍ରି ଘ ୦୨/୦୧ ଗତେ ଦକ୍ଷିଣେ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,କର୍କଟରାଶିରଘାତବାର ,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ରାତ୍ରି ଘ୦୪/୧୧ମଧେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୮/୪୮ଗତେ ଘ୧୦/୨୦ ମଧ୍ୟେ ,ବାରବେଳା – ଦିବାଘ୧୧/୫୦ଗତେଘ୦୧/୨୧ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୩ ମଧ୍ୟେ ଓ ଘ୦୧/୧୦ଗତେ ଘ୦୧/୪୫ମଧ୍ୟେ ଓ ରାତ୍ରିଘ୦୬/୪୫ ଗତେ ଘ୦୯/୦୮ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୦ଗତେ ଘ୦୫/୪୭ମଧ୍ୟେ ଓ ରାତ୍ରି ଘ୦୯/୧୦ଗତେ ଘ୧୦/୪୫ମଧ୍ୟେ ,ଅଦ୍ୟ ପୋଇଭକ୍ଷଣ ନିଷେଧ
ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ ।ନୈରାଶ୍ୟରଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ।ଅଫିସରେ କୌଣସି ବିଷୟନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇ ପାରେ।ଆଲୋଚନା,ଆନୁଷ୍ଠାନିକକାମରେଦ୍ୱନ୍ଦ୍ୱ ଦୂର ହୋଇପାରେ।
ବୃଷ-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକଦ୍ୱନ୍ଦ୍ୱର ଅବସାନଘଟିବ ।ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭକରି ଖୁସିରହିବେ ।ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନକ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
ମିଥୁନ-ଆଜି ଧନ ଓକାର୍ୟ୍ୟହାନୀ ହୋଇପାରେ।ସତର୍କତାର ସହ ମାପିଚୁପିକହୁଥିଲେ ମଧ୍ୟ କିଛି ନାକିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ।ଜମିଜମା, କଚେରିମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତହେବେ ।ସନ୍ତାନଙ୍କ ବିଷୟ ଚିନ୍ତାକରି ମନ ଭଲ ଲାଗିନପାରେ।
କର୍କଟ-ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥାକହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣକରିପାରନ୍ତି।ଜମିଜମାକାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
ସିଂହ-ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବାକାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁନାହିଁ ।ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।
କନ୍ୟା-ଆଜି ଯେଉଁ କାମରେ ହାତଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ୟ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରାକରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେପଡି ଅଯଥାଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନମଧ୍ୟ ଆନନ୍ଦିତରହିବ।
ତୁଳା-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ୟ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା-ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ୟ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି।ସେବା ଓ ପରୋପକାରହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।
ଧନୁ-ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତସମ୍ଭାବନା ରହିଛି।ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବାପାଇଁ ଚେଷ୍ଟାକରି କେତେକାଂଶରେ ଉପକୃତ ହେବେ।ଦୀର୍ଘଦିନର ମଉଳି ଯାଇଥିବାଆଶା ପୁଣି ଉଜ୍ଜୀବିତ ହେବ।
ମକର-ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ।କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧିପାଇବାର ଆଶାରହିଛି ।ଫେରନ୍ତାବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କମଧ୍ୟସ୍ଥତାରେ ଫଇସଲା ହୋଇଯିବ।
କୁମ୍ଭ-ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲହେବ।ଜଣେବନ୍ଧୁଙ୍କ ସାହାଯ୍ୟକୁ ଭୁଲିପାରିବେ ନାହିଁ। ଘରସାଜସଜ୍ଜାରେ, ଆନୁଷ୍ଠାନିକକାମରେ ବ୍ୟସ୍ତରହିପାରନ୍ତି। ଆର୍ଥିକ ଦିଗ ଭଲରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।
ମୀନ-ବାଣିଜ୍ୟ,ରାଜନୀତି ଓ ପ୍ରଶାସନକ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକକର୍ମରେ ଶୁଭଫଳ ପାଇବେ।କିନ୍ତୁ ପାରିବାରିକଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟିହେବାର ସମ୍ଭାବନାରହିଛି।ଯେତେ ଭଲକାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।!!ଜୟଜଗନ୍ନାଥ, ଜୟସୋମନାଥ, ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.