ମାର୍ଚ୍ଚମାସ ୨୫ତାରିଖ ୨୦୨୫ମସିହା(ମଙ୍ଗଳବାର)ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ରାତ୍ରି ଘ୦୪/୧୧ ଗତେ ଦ୍ଵାଦଶୀ,ନକ୍ଷତ୍ର- ଶ୍ରାବଣ। ରାତ୍ରି ଘ୦୪/୪୯ ଗତେ ଧନିଷ୍ଟା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୪୭,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୨୫,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୪/୧୧ ଗତେ ନୈରୁତେ,ସିଂହରାଶିର ଘାତଚନ୍ଦ୍ର,ମକର ରାଶର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,
ଅଦ୍ୟ ମୃତେ ଏକପାଦ ଓ ରାତ୍ରି ଘ୦୪/୧୧ ଗତେ ଦ୍ଵୀପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୧/୨୪ ଗତେ ଘ୦୨/୫୬ ମଧ୍ୟେ,ବାରବେଳା – ଦିବା ଘ୦୭/୨୦ ଗତେ ଘ୦୮/୫୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୫୧ ଗତେ ଘ୧୦/୩୭ ମଧ୍ୟେ ଓ ଘ୦୩/୨୪ ଗତେ ଘ୦୫/୦୦ ମଧ୍ୟେ ଓ ରାତ୍ରି ଘ୦୬/୪୬ ଗତେ ଘ୦୯/୧୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଶିମ୍ବ ଭକ୍ଷଣ ନିଷେଧ।
ମେଷ:- ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାରକାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବାପାଇଁ ଚ଼େଷ୍ଟାକରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି ।ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ ।ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟାକରନ୍ତୁ ।ନିଜ ବନ୍ଧୁ ଏବଂ ପରିବାରରେ ଭଲବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
ମିଥୁନ:- ପୂର୍ବରୁ ବିରୁଦ୍ଧରେଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେରହିବ ।ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ ।ଶତ୍ରୁ ଅପସରି ଯିବେ ।କିନ୍ତୁ ଆପଣ ନିଜ କ୍ରୋଧଉପରେ ଅକ୍ତିଆର ରଖିବାକୁ ହେବ ।ଏବେ ଖୁସିର ସମୟଆସିଗଲାଣି ।
କର୍କଟ:- କିଛି ବ୍ୟକ୍ତିଗତସମସ୍ୟା ଆପଣଙ୍କୁ କୌଣସିବ୍ୟସ୍ତତାରେ ପକାଇଦେବ ।ଏହିସମସ୍ୟା ଆପଣଙ୍କ କାର୍ୟ୍ୟରେ ବାଧାସୃଷ୍ଟିକରିବ ।ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ:-ଆଜି ଆପଣ ନିତିଦିନ କାର୍ୟ୍ୟକ୍ରମରେ କିଛିନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ୟ୍ୟକରନ୍ତୁ ଯାହା ଆପଣଙ୍କର ବହୁତଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା:- ଅବାଞ୍ଛିତଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟକରିବେ ।ଯଦି ଆପଣଙ୍କୁ ଆପଣଙ୍କ କାର୍ୟ୍ୟରେ କୌଣସି ପ୍ରକାରରସମସ୍ୟା ଦେଖାଯାଏ ତାହେଲେ ନିଜଅଧିକାରୀଙ୍କୁ ନିଶ୍ଚିତଜଣାନ୍ତୁ ।ତାଙ୍କୁ କାର୍ୟ୍ୟାଳୟର ପରିବେଶଟିକୁ ଭଲ କରିବାକଥା କୁହନ୍ତୁ ।
ତୁଳା:- ଆଜି ବ୍ୟୟବୃଦ୍ଧି ହେଲେହେଁ ଆପଣଙ୍କର ପରିବାରଲୋକଙ୍କ ପାଇଁ ଖୁସିରଦିନ ଅଟେ କାରଣ ଆପଣ ଆଜି ସେମାନଙ୍କସହିତ ସମୟ କଟାଇବେ ।ପରିବାରର ସମସ୍ତେ ଏକହେବାର ଏବେ ସମୟଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା:- ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇରୁହନ୍ତୁ ।କୌଣସି ବେକାରକାର୍ୟ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତାଧାରା ବଜାୟରଖନ୍ତୁ ।ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁନାହିଁ ।
ଧନୁ:- ଆଜି ଶାରୀରିକ କଷ୍ଟସହ ଆପଣ ନିଜକୁ କୁସଙ୍ଗରେପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ ।ଏବେ ଆପଣ ସତର୍କହୋଇଚାଲନ୍ତୁ ,କାରଣ ମଣିଷ ତାର ସଂଗତିରୁ ହିଁ ଜଣାଯାଏ ।କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
ମକର:- ଆଜିରଦିନ ଆୟବର୍ଦ୍ଧକ ସହ ନୂଆବନ୍ଧୁ କରିବାର ଦିନଅଟେ ।ସେମାନଙ୍କ ଅନୁଷ୍ଠାନରେ ଭାଗନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟିକରନ୍ତୁ ।ଆପଣ କିଛି ନୂଆ ବନ୍ଧୁ କରିପାରିବେ ।କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗରଦ୍ୱାର ଖୋଲି ପାରେ ।
କୁମ୍ଭ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ ।ଏଥିପାଇଁ ଆପଣ ନିରାଶହୋଇପଡ଼ିପାରେ ।ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗରହିଛି ।
ମୀନ:- ଆଜି ଆପଣ କୌଣସି ସାମାଜିକସମାରୋହ ପରେ ନିଜଘରକୁ ସଜାଡିବାରେ ଲାଗିଯିବେ ।ଘରକୁ ଠିକ୍ ଠାକ୍ କରନ୍ତୁ ।କିଛି ଆରାମ ମଧ୍ୟକରନ୍ତୁ ।ଆପଣ ସମାରୋହର ଖୁବ୍ ମଜ୍ଜାନିଅନ୍ତୁ ।କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟଆଜି !! ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!
ଆଜିର ରାଶିଫଳ
Prev Post