ମାର୍ଚ୍ଚମାସ ୨୦ତାରିଖ ୨୦୨୫ ମସିହା(ଗୁରୁ ବାର)ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ରାତ୍ରି ଘ୦୩/୦୩ଗତେ ସପ୍ତମୀ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୧୨/୨୭ ଗତେ ଜ୍ୟେଷ୍ଠା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୪/୩୮,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୩/୦୩ଗତେ ବାୟବ୍ୟେ,ତୁଳା ଓ କୁମ୍ଭରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ରାତ୍ରି ଘ୦୩/୦୩ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା – ଦିବା ଘ୦୨/୫୫ ଗତେ ଘ୦୫/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୨/୦୭ଗତେ ଘ୦୨/୫୫ ମଧ୍ୟେ, ବିଶୁଦ୍ଧମାହେନ୍ଦ୍ରବେଳ।-ଦିବାଘ ୦ ୭/୨୮ମଧ୍ୟେ ଓ ଘ୧୦/୪୦ ଗତେଘ୦୧/୦ ୫ମଧ୍ୟେ,ନିମ୍ବ ଭକ୍ଷଣ ନିଷେଧ।
ମେଷ:-ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ।ପୂଜାର୍ଚନା ପାଇଁ ଅନୁକୁଳ ରହିବ।ଆପଣଙ୍କ ଯୋଜନା କୁ କାର୍ଯ୍ୟରୂପ ଦେବାଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ।ବିଦେଶ ଯିବାଲୋକ ଶୁଭ ଖବର ପାଇବେ।
ବୃଷ:-ଆଜି ନିଜେ ଜୀବନରେ କିଛି କରିବାପାଇଁ ମନରେ ନୂଆନୂଆ ଚିନ୍ତା ଉତ୍ପନ୍ନହେବ।ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ।ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବକରିବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ।ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତହେବ। ଖାଦ୍ୟ ପାନୀୟପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କଲାଗି ସବୁ ଦୃଷ୍ଟିରୁ ଭଲ।ଆପଣଙ୍କ ଜୀବନରେ କିଛି ନୂଆପରିବର୍ତ୍ତନ ଆସିବ। ବିଦେଶରେ ଚାକିରିପାଇଁ ପ୍ରୟାସ କରୁଥିବାବ୍ୟକ୍ତିଙ୍କୁ ଶୁଭସ˚କେତ ମିଳିପାରେ।ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି।ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ।ଆୟ ବୃଦ୍ଧିହେବ।ବନ୍ଧୁ ବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ।ସ୍ବାଦିଷ୍ଠ ଖାଦ୍ୟଭୋଜନ କରିବେ। ସ୍ବାସ୍ଥ୍ୟପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ।ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବଦେବେ।ନୂଆନୂଆ ଲୋକଙ୍କସହିତ ଯୋଗାଯୋଗ ହେବ।କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକକାର୍ଯ୍ୟରେ ମହତ୍ତ୍ବ ପୂର୍ଣ୍ଣ ଭୂମିକା ନିର୍ବାହକରିବେ।ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ।ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି।ବାହନ କିଣିବାଲାଗି ମନ ବଳିବ।
ବିଛା:-ଆଜି କୌଣସିକାର୍ଯ୍ୟକୁ ନୂଆକରି ମୂଳରୁ ଆରମ୍ଭକରିବେ।ରାଜନୀତି କ୍ଷେତ୍ରରେଥିବା ବ୍ୟକ୍ତିଙ୍କୁ ଲାଭମିଳିବ।ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ।ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।
ଧନୁ:-ଆର୍ଥିକଲାଭ ପାଇଁ ଭଲ ଦିନଟିଏ।କୌଣସି କାମରୁ ଯଥେଷ୍ଟ ଲାଭପାଇବେ।ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାଲାଗି ବଜାରକୁ ଯିବେ।ସନ୍ଧ୍ୟାରେ ବନ୍ଧୁଙ୍କସହିତ ହସଖୁସିରେ ସମୟ କଟିବ।
ମକର:-ପରିବାରରେ ଏକତା ଓ ପ୍ରେମବଢ଼ିବ।ସ୍ଥଗିତଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ।ଆର୍ଥିକସ୍ଥିତି ପୂର୍ବଅପେକ୍ଷା ମଜଭୁତ ହେବ।ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।
କୁମ୍ଭ:-ପିତାଙ୍କ କହିବାମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ।ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ଡିଲ୍ କରିବେ।ପଇସାକୁ ନେଇ କାହାରିସହିତ ବିବାଦ ହୋଇପାରେ।ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ:-ଆଧୢାତ୍ମିକଭାବନାରେ ସମୟ ବିତିବ।ବିଭିନ୍ନ କ୍ଷେତ୍ରରେ ଜ୍ଞାନଅର୍ଜନ କରିବାକୁ ପ୍ରୟାସ କରିବେ।କଳା ସାହିତ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ।ଚାକିରି ସମ୍ବନ୍ଧୀୟ ଖୁସିଖବର ମିଳିବ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!
ଆଜିର ରାଶିଫଳ
Prev Post
Next Post