ମାର୍ଚ୍ଚମାସ ୧୧ତାରିଖ ୨୦୨୫ମସିହା (ମଙ୍ଗଳବାର)ଫାଲଗୁନ ମାସ- ଶୁକ୍ଳପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୦୮/୨୬ ଗତେ ତ୍ରୟୋଦଶୀ,ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୩/୦୫ ଗତେ ମଘା,ସୁର୍ୟୋଦୟ-ପ୍ରାତଃ ଘ୦୬/୦୩/୫୭,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୩୮,ଯୋଗିନୀ ନୈରୁତେ ଦିବା ଘ୦୮/୨୬ ଗତେ ଦକ୍ଷିଣେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଅଦ୍ୟ ମୃତେ ଦ୍ୱୀପାଦ ଓ ଦିବା ଘ୦୮/୨୬ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦୨/୫୫ ମଧ୍ୟେ,ବାରବେଳା – ଦିବା ଘ୦୭/୨୭ ଗତେ ଘ୦୮/୫୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୫୭ ଗତେ ଘ୧୦/୪୭ ମଧ୍ୟେ ଓ ଘ୦୩/୩୪ ଗତେ ଘ୦୫/୧୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି, ପୋଇ ଦିବା ଘ ୦୮/୨୬ ଗତେ ବାଇଗଣ ଭକ୍ଷଣ ନିଷେଧ।
ମେଷବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।
ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବେ ।
ମିଥୁନକର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।
କର୍କଟବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅନାଗ୍ରହୀ ହେବେ । ମହିଳାମାନ ଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ।
ସିଂହ ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟାବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହଯୋଗ କରିବେ । ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ । ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
ତୁଳାକର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍ରେ ଚାଲିବ ଓ ଆୟ ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ପ୍ରଶଂସିତ ହେବେ ।ମହିଳାମାନେ ଧାର୍ମିକ କାର୍ୟ୍ୟରେ ଆଗ୍ରହୀ ହେବେ।
ବିଛାମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
ଧନୁ ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
ମକରବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।
କୁମ୍ଭ ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।
ମୀନ ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।
ପ୍ରତ୍ୟେକଦିନ ସକାଳୁ ଖାଆନ୍ତୁ ତୁଳସୀପତ୍ର
ବ୍ଲଡ୍ ସୁଗାର ସହ ଦୂରହେବ ଏହି ସବୁ ରୋଗ……
ବର୍ତ୍ତମାନ ସମୟରେ ସମସ୍ତଲୋକେ ଚାହିଁଥାନ୍ତିଯେ, ସେମାନେ କିପରି ସୁସ୍ଥରହିବେ ।ହେଲେ ଆଜିକାଲିର ବିଭିନ୍ନ ପ୍ରକାରର ଅସୁବିଧାପାଇଁ ଲୋକେ ବହୁତ କିଛିସମସ୍ୟାରେ ସମ୍ମୁଖୀନହେଉଛନ୍ତି ।କାହିଁକିନା ବର୍ତ୍ତମାନ୍ ବହୁତକିଛି ରୋଗ ହେଉଛି ।ଯାହା ଅତିଶୀଘ୍ର ଛାଡୁନାହିଁ ଏବଂ ରୋଗୀକୁ ଧୀରେଧୀରେ ମାରିବିଦଉଛି ।ଆପଣ ଯଦି ଲାଇଫ୍ ଷ୍ଟାଇଲକୁ ପରିବର୍ତ୍ତନ କରିବାପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତଭାବରେ କିଛି ନା କିଛି କାମକରନ୍ତୁ, ଯାହାଦ୍ବାରା ଆପଣଙ୍କସ୍ୱାସ୍ଥ୍ୟ ଭଲରହିବ ।ସବୁଦିନ ଆପଣଙ୍କୁ ମର୍ଣ୍ଣିଂୱାକ୍ ଯିବାକୁପଡିବ ଏବଂ ଘରର ସମସ୍ତକାର୍ୟ୍ୟ ମଧ୍ୟକରିବେ ।ଯାହାଦ୍ବାରା ଆପଣଙ୍କ ଶରୀର ଫିଟ୍ ରହିବ ।ଏଥିସହ ଆପଣ ପୁଷ୍ଟିକର ଜାତୀୟଖାଦ୍ୟ ଖାଇବାମଧ୍ୟ ଅଭ୍ୟାସକରନ୍ତୁ ।ଆପଣମାନେ ଜାଣିଥିବେଯେ ବର୍ତ୍ତମାନ ବହୁତକିଛି ରୋଗହେଉଛି ।ଏହି ରୋଗକୁ ଦୂର କିପରିକରିବେ ଆଜି ଆପଣଙ୍କୁକହିବୁ ।ତେବେ ଆସନ୍ତୁଜାଣିବା କଣ ଖାଇବାଦ୍ବାରା ବହୁତକିଛି ସମସ୍ୟାଦୂରହେବାକୁ ଲାଗିବ ।
ପ୍ରଥମେ ଆପଣଙ୍କୁ କହିବୁ ଯେ ତୁଳସୀପତ୍ର ଖାଇବାଦ୍ବାରା ବହୁତକିଛି ସମସ୍ୟା ଦୂରହୋଇଥାଏ ।ଏଥିସହ ତୁଳସୀ ପତ୍ରରେ ଭିଟାମିନ୍ ସି’ଜିଙ୍କ୍ ଏବଂ ଆଇରନ୍ ଭଳି ପ୍ରଚୁରପରିମାଣର ପୋଷକତତ୍ତ୍ବ ମିଳିଥାଏ ।ଏହାସହିତ ଆପଣଙ୍କୁ ମନେରଖିବା ଉଚିତଯେ ତୁଳସୀପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ମାଇକ୍ରୋବାଏଲ୍ ଗୁଣ ମଧ୍ୟ ରହିଛି ।ଆୟୁର୍ବେଦଅନୁସାରେ ତୁଳସୀପତ୍ରକୁ ଔଷଧଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ।ତୁଳସୀପତ୍ରକୁ ଖାଇବାରେ ଆମକୁ କେଉଁପ୍ରକାରର ଲାଭମିଳିବ ତାହା ଆସନ୍ତୁ ଜାଣିବା ।
ରୋଗ ପ୍ରତିରୋଧକଶକ୍ତି ବଢ଼ାନ୍ତୁ :-ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତରେ ତୁଳସୀପତ୍ର ଚୋବାଇ ଆପଣଙ୍କର ରୋଗ ପ୍ରତିରୋଧକଶକ୍ତିକୁ ବହୁତପରିମାଣରେ ସୁଦୃଢକରିପାରିବେ ।ଯଦି ଆପଣ ବାରମ୍ବାର ଅସୁସ୍ଥ ରହୁଛନ୍ତି, ତେବେ ଆପଣ ଦୈନନ୍ଦିନ ଖାଦ୍ୟଯୋଜନାରେ ତୁଳସୀପତ୍ରକୁ ସାମିଲକରିବା ଉଚିତ୍ ।କାଶ ଏବଂ ଥଣ୍ଡାରୁ ମୁକ୍ତି ପାଇବାପାଇଁ ହେଲେ ମଧ୍ୟ ତୁଳସୀପତ୍ର ଖାଆନ୍ତୁ ।
ଅନ୍ତନଳୀ ସ୍ୱାସ୍ଥ୍ୟପାଇଁ ଲାଭଦାୟକ :-ଯଦି ଆପଣ ନିୟମିତ ତୁଳସୀପତ୍ର ଚୋବାଇଖାଆନ୍ତି ତେବେ ଆପଣ ଆପଣଙ୍କର ଅନ୍ତନଳୀସ୍ୱାସ୍ଥ୍ୟରେ ଉନ୍ନତିଆଣିପାରିବେ ।ଫାଇବର ଭରପୂର ତୁଳସୀପତ୍ର କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ଭଳି ପେଟସମସ୍ୟାରୁ ମଧ୍ୟ ମୁକ୍ତିମିଳିପାରିବ ।ସଠିକ୍ ଫଳାଫଳ ପାଇବାପାଇଁ ଆପଣଙ୍କୁ ଖାଲିପେଟରେ ତୁଳସୀପତ୍ର ଖାଇବାକୁ ହେବ ।
ବ୍ଲଡ୍ ଶୁଗାର ନିୟନ୍ତ୍ରଣକରନ୍ତୁ :-ତୁଳସୀପତ୍ରକୁ ଖାଇବାଦ୍ବାରା ବ୍ଳଡ୍ ଶୁଗାରସ୍ତର ବହୁପରିମାଣରେ ନିୟନ୍ତ୍ରଣ ରହିପାରିବ ।ତୁଳସୀପତ୍ର ସାହାଯ୍ୟରେ ପାଟିଦୁର୍ଗନ୍ଧ ସମସ୍ୟାରୁ ମଧ୍ୟ ମୁକ୍ତିମିଳିପାରିବ ।ତୁଳସୀପତ୍ର ଆପଣଙ୍କ ଶାରୀରିକସ୍ୱାସ୍ଥ୍ୟ ସହିତ ମାନସିକସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକହେବ ।ତୁଳସୀପତ୍ରରେ ମିଳୁଥିବା ସମସ୍ତ ଉପାଦାନଗୁଡିକ ଚାପ କମାଇବାରେ ମଧ୍ୟ ପ୍ରଭାବଶାଳୀହୋଇଥାଏ ।ତୁଳସୀପତ୍ର ଆପଣଙ୍କ ସାମଗ୍ରିକସ୍ୱାସ୍ଥ୍ୟର ଉନ୍ନତିପାଇଁ ସହାୟକ ହୋଇପାରେ ।ଯଦି ଆପଣ ସବୁସମୟରେ ଫିଟ୍ ରହିବାପାଇଁ ଚାହୁଁଛନ୍ତି ତେବେ ସବୁଦିନ ତୁଳସୀ ପତ୍ର ଖାଇବା ଅଭ୍ୟାସ୍ କରନ୍ତୁ ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!