ଫେବୃଆରୀମାସ ୨୪ତାରିଖ ୨୦୨୫ମସିହା(ସୋମବାର)ଫାଲଗୁନମାସ- କୃଷ୍ଣପକ୍ଷ ,ତିଥି- ଏକାଦଶୀ ଦିବାଘ୦୨/୧୦ଗତେ ଦ୍ୱାଦଶୀ,ନକ୍ଷତ୍ର- ପୂର୍ବାଷାଢ଼।ରାତ୍ରିଘ୦୮/୦୧ଗତେ ଉତ୍ତରାଷାଢ଼।ସୁର୍ୟୋଦୟ-ପ୍ରାତଃଘ୦୬/୧୪/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୨୨ ,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୧୦ ଗତେ ନୈରୁତେ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ଦ୍ୱାଦଶୀର ପାର୍ବଣଶ୍ରାଦ୍ଧ ,ମିଥୁନରାଶିର ଘାତବାର ,ଅଦ୍ୟ ମୃତେ ଦିବାଘ୦୨/୧୦ଗତେ ଏକପାଦ ଓ ରାତ୍ରି ଘ୦୮/୦୧ଗତେ ଦ୍ଵିପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୭/୩୮ ଗତେ ଘ୦୯/୦୫ ମଧ୍ୟେ ,ବାରବେଳା – ଦିବା ଘ୦୭/୩୮ଗତେ ଘ୦୪/୨୫ମଧ୍ୟେ ,ବିଶୁଦ୍ଧଅମୃତବେଳା- ଦିବା ଘ୦୭/୩୭ ମଧ୍ୟେ ଓ ଘ୧୧/୦୦ ଗତେ ଘ୦୧/୨୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୪୮ଗତେ ଘ୦୫/୨୫ ମଧ୍ୟେ ,ଅଦ୍ୟ ଶିମ୍ବ ଦିବା ଘ୦୨/୧୦ ଗତେ ପୋଇ ଭକ୍ଷଣ ନିଷେଧ ।
ମେଷ;-ଆଜିର ଅସମ୍ପୂର୍ଣ୍ଣକାମକୁ ସମ୍ପୂର୍ଣ୍ଣକରିବେ ।ଯିବାଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାଭଲ ।ହାତକୁ ନେଇଥିବାବ୍ୟବସାୟ ଓ ବାଣିଜ୍ୟକ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ , ଶତ୍ରୁତା କରିଥିବା ଲୋକଠାରୁ ଦୂରେଇ ରୁହନ୍ତୁ।
ବୃଷ:-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧରହିବ।ବୌଦ୍ଧିକଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ।ବିଦ୍ୟାର୍ଥିମାନଙ୍କପାଇଁ ଭଲସମୟ ଅଟେ।ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ।ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟଖରାପ ହେବାର ଆଶଂକା ଅଛି।
ମିଥୁନ:-ସମସ୍ତକାର୍ଯ୍ୟରେ ଆପଣଦ୍ୱନ୍ଦ୍ୱ ଅନୁଭବ କରିବେ।ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ:-କାର୍ଯ୍ୟସଫଳପାଇଁ ଆଜିରଦିନ ଭଲ ରହିବ।ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ।ଲଘୁଯାତ୍ରାର ଯୋଗ ଅଛି।ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦରସମ୍ମାନ ମିଳିବ।ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ:-ଦୂରରେ ବାସକରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ।ପରିବାରରେ ସୁଖ-ଶାନ୍ତି ରହିବ।ଉତ୍ତମଭୋଜନର ପ୍ରାପ୍ତିହେବ।ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳାମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା:-ଆଜି ଆପଣ ସୌହାର୍ଦପୂର୍ଣ୍ଣସମ୍ବନ୍ଧ ବିକସିତକରି ନିଜରକାମ କାଢ଼ିପାରିବେ।ବ୍ୟବସାୟ ଦୃଷ୍ଟିରେ ଆଜିରଦିନ ଲାଭଦାୟକ ପ୍ରମାଣିତହେବ।ଆପଣଙ୍କସ୍ଵାସ୍ଥ୍ୟ ଭଲରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତିହେବ।ଧନଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା:-ଆଜି ଆପଣ ଅନ୍ୟବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି।ପରୋପକାର ବଦଳରେ ଉପକାର ମିଳିପାରେ।ଆୟ ଅପେକ୍ଷା ଖର୍ଚ୍ଚରମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତିଭଙ୍ଗ କରିବ।ଆଧ୍ୟାତ୍ମିକବଚନ କିମ୍ବା ଈଶ୍ଵରଙ୍କର ନାମସ୍ମରଣ ଶାନ୍ତି ଦେବ।
ବିଚ୍ଛା :-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ।ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭସମାଚାର ମିଳିବ। ମାଙ୍ଗଳିକକାର୍ଯ୍ୟ ହେବ। ବିବାହପାଇଁ ସଂଯୋଗ ବନିବ।ଚାକିରି ଧନ୍ଦାରେ ଭଲଅବସର ଆସିବ।ଆୟରେ ବୃଦ୍ଧି ହେବ।ମହିଳା ମିତ୍ରମାନଙ୍କଠାରୁ ଲାଭହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କକାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।ପରୋପକାର ଭାବନା ଆଜି ବଲବତ୍ତର ରହିବ।ଆମୋଦ-ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ।ଗୃହସ୍ଥଜୀବନରେ ଆନନ୍ଦବ୍ୟାପ୍ତି ରହିବ।
ମକର:-ଆପଣଙ୍କ ଆଜିରଦିନ ମିଶ୍ରଫଳଦାୟକ ପ୍ରମାଣିତ ହେବ।ବୌଦ୍ଧିକକାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆବିଚାରଧାରା ଉଦ୍ରେକହେବ।ତଥାପି ମଧ୍ୟ ମନରକୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ:-ନକାରାତ୍ମକବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ।ଏହି ସମୟ ମାନସିକଉଦ୍ଵେଗ ଏବଂ କ୍ରୋଧରଭାବନା ଅନୁଭବ କରିପାରନ୍ତି।ବାଣୀଉପରେ ନିୟନ୍ତ୍ରଣ ନରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ାହେବାର ଆଶଂକା ଅଛି। ସ୍ଵାସ୍ଥ୍ୟଖରାପ ହୋଇପାରେ ।
ମୀନ:-ଆଜିରଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମସମୟ ଅଟେ।ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟଜୀବନରେ ନିକଟତା ଅନୁଭବ ହେବ।ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକଜୀବନରେ ପ୍ରସିଦ୍ଧିମିଳିବ।ଉତ୍ତମ ବୈବାହିକ ସୁଖପ୍ରାପ୍ତି ହେବ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!