ଫେବୃଆରୀମାସ ୨୨ତାରିଖ ୨୦୨୫ମସିହା (ଶନିବାର)ଫାଲଗୁନ ମାସ- କୃଷ୍ଣପକ୍ଷ,ତିଥି- ନବମୀ ଦିବା ଘ୦୧/୩୭ ଗତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୬/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୩୨,ଯୋଗିନୀ ପୂର୍ବେ ଦିବା ଘ୦୧/୩୭ଗତେ ଉତ୍ତରେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ନବମୀର ଏକୋଦିଷ୍ଟ ଓ ଦଶମୀର ପାର୍ବଣଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଅଦ୍ୟ ମୁତେ ଏକ ପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୭/୪୦ମଧ୍ୟେ ଓ ଦିବା ଘ୦୪/୨୩ଗତେ ଘ୦୫/୫୧ ମଧ୍ୟେ,ବାରବେଳା – ଦିବା ଘ୦୧/୩୨ ଗତେ ଘ୦୨/୫୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୧୦/୧୪ ଗତେ ଘ୦୧/୨୬ ମଧ୍ୟେ ଓ ରାତ୍ରି ଘ୦୮/୧୨ଗତେ ଘ୧୦ /୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ଲାଉ ଦିବା ଘ୦୧/୩୭ ଗତେ କଳମ ଭକ୍ଷଣ ନିଷେଧ।
ମେଷ :-ଆଜି ଦିନଟି ନିଜର କ୍ୟାରିୟର ସୁଧାରପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ।ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କ ଭାବନା ରଚନାତ୍ମକରହିବ।ସମ୍ମାନିତ ଲୋକ ଙ୍କଠାରୁ ସମ୍ମାନପାଇବେ। ବ୍ୟବସାୟ ରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ।ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିପାରନ୍ତି।
ମିଥୁନ:-ଆଜି ନିଜର ନୂଆବିଚାର ଆର୍ଥିକଉନ୍ନତି ଲାଗି ଲାଭଦାୟକ ରହିବ।ବ୍ୟବସାୟରେ ଜୀବନ ସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସିଖବର ମିଳିବ।ପ୍ରେମବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ।ସାହସିକ ଫଇସଲାରେ ସଫଳତା ମିଳିବ।ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ।ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:- ଆଜି ଆପଣ କୌଣସି ନିଷ୍ପତି ତରବରିଆଭାବେ କଲେ କ୍ଷତିରେ ପଡିପାରନ୍ତି।ସନ୍ତାନଙ୍କ ପକ୍ଷରୁ ଭଲ ଖବରପାଇବେ।ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ।ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା:-ଆଜିଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ।ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ।ମିତ୍ରଙ୍କର ପୂରାସହଯୋଗ ପାଇବେ।ହଠାତ୍ ଧନପ୍ରାପ୍ତି ଯୋଗ ରହିଛି।ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ ।ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ।ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚାରେ ରହିବ।ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:-ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି।ଧର୍ମସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚିବଢ଼ିବ।ସ୍ଥଗିତଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ।ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ।ଧନସ˚ପତ୍ତି ବୃଦ୍ଧି ହେବ।ରାଜନୀତିରେ ଆଧିପତ୍ୟ ବଢ଼ିବ।ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀଙ୍କ ଆରାଧନା ରେ ମନରେ ସକାରାତ୍ମକଶକ୍ତି ସ˚ଚାରହେବ।ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ।ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ।ଦାମ୍ପତ୍ୟଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତଫଳ ପ୍ରଦାନ କରିବ।ବଡ଼ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତିକରି ପାରନ୍ତି।ଭାବିଚିନ୍ତି ଖର୍ଚ୍ଚନକଲେ ଅସୁବିଧାରେ ପଡ଼ିପାରନ୍ତି।କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ିପାରେ ।
ଜାଗରରେ କେଉଁ ସମୟରେ ପୂଜାକରିବା ଠିକ୍….
ହିନ୍ଦୁଧର୍ମରେ ଫାଲଗୁନମାସର ବିଶେଷ ମହତ୍ତ୍ୱ ରହିଛି । ଏହିମାସରେ ଭଗବାନଶିବଙ୍କୁ ପୂଜା କରିବାର ପରମ୍ପରା ରହିଛି ।ଫାଲଗୁନମାସରେ ଭଗବାନ ଶିବଙ୍କ ପୂଜା କରିବାଦ୍ୱାରା ଭାଗ୍ୟରେ ଉନ୍ନତି ହେବା ସହ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।ବୈଦିକ ପଞ୍ଚାଙ୍ଗ ଅନୁଯାୟୀ, ପ୍ରତିବର୍ଷ ଫାଲ୍ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଳନ କରାଯାଏ। ଏହି ତିଥିରେ ଶିବ ଏବଂ ଶକ୍ତିର ସଂଗମ ହୋଇଥିଲା । ଜ୍ୟୋତିର୍ବିଦ୍ଙ୍କ ଗଣନା ଅନୁସାରେ, ଚଳିତବର୍ଷ ମାହାଶିବରାତ୍ରିରେ ଭଦ୍ରକାଳ ହେବ।ମାନ୍ୟତା ରହିଛି ଯେ, ଭଦ୍ରକାଳ ସମୟରେ ପୂଜା, କୌଣସି ପ୍ରକାରର ସଂସ୍କାର ତଥା ଗୃହପ୍ରବେଶ ଭଳି ଶୁଭ କିମ୍ବା ମାଙ୍ଗଳିକକାର୍ଯ୍ୟ କରିବା ଅନୁଚିତ୍ । ଏପରିସ୍ଥିତିରେ ମହାଶିବରାତ୍ରିରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ପୂଜା କରିବାର ସଠିକ୍ ସମୟ କଣ ଆସନ୍ତୁ ଜାଣିବା…
ଜ୍ୟୋତିର୍ବିଦ୍ଙ୍କ ଗଣନା ଅନୁସାରେ, ଫାଲ୍ଗୁନମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀତିଥି ଫେବୃୟାରୀ୨୬ ତାରିଖ ସକାଳ ୧୧ଟା୦୮ରୁ ଆରମ୍ଭ ହୋଇ ପରଦିନ ଅର୍ଥାତ ଫେବୃୟାରୀ ୨୭ତାରିଖ ସକାଳ ୮ଟା ୫୪ରେ ଏହି ପବିତ୍ରତିଥି ଶେଷ ହେବ । ଏଥର ମହାଶିବରାତ୍ରିରେ ଅନେକ ଶୁଭସଂଯୋଗ ହେଉଥିଲେ ମଧ୍ୟ ଦୀର୍ଘ ୧୧ଘଣ୍ଟା ପାଇଁ ଭଦ୍ରକାଳର ସମୟ ମଧ୍ୟ ରହିବ । ଏହି ଭଦ୍ରକାଳ ସମୟରେ କୌଣସି ଶୁଭକାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ ।
ମହାଶିବରାତ୍ରିରେ ପୂଜା କରିବାର ଶୁଭସମୟ-ଜ୍ୟୋତିର୍ବିଦ୍ଙ୍କ ଅନୁଯାୟୀ, ପବିତ୍ର ମହାଶିବରାତ୍ରିରେ ଭଦ୍ରକାଳର ସମୟ ଫେବୃୟାରୀ ୨୬ତାରିଖ ସକାଳ ୧୧ଟା ୦୮ରୁ ଆରମ୍ଭ କରି ରାତି ୧୦ଟା ୦୫ ପର୍ଯ୍ୟନ୍ତ ରହିବ । ମହାଶିବରାତ୍ରିରେ ଚତୁର୍ଦ୍ଦଶୀତିଥି ଆରମ୍ଭ ହେବାସହ ହିଁ ଭଦ୍ରକାଳର ସମୟ ମଧ୍ୟ ଆରମ୍ଭ ହେବ । ଅର୍ଥାତ ଏହିଦିନ ପାଖାପାଖି ୧୧ଘଣ୍ଟା ପର୍ଯ୍ୟନ୍ତ ଭଦ୍ରକାଳ ରହିବ । ଶାସ୍ତ୍ରଅନୁସାରେ ଏହି ସମୟ ଅବଧି ମଧ୍ୟରେ କୌଣସି ଶୁଭକାର୍ଯ୍ୟ କରିବା ଅନୁଚିତ୍ ।ଏପରିସ୍ଥିତିରେ ମହାଶିବରାତ୍ରି ଦିନ ଯେକୌଣସି ସମୟରେ ଭଗବାନଶିବଙ୍କୁ ପୂଜାର୍ଚ୍ଚନା କରିହେବ । କିନ୍ତୁ ପୂଜା କରିବାର ଶୁଭସମୟ ସନ୍ଧ୍ୟା ୬ଟା ୧୯ରୁ ଆରମ୍ଭ କରି ରାତି ୯ଟା ୨୬ ପର୍ଯ୍ୟନ୍ତ ରହିବ ।
!!ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା!!