ଆଜିର ଅନୁଚିନ୍ତା

ତାରିଖ : ୧୭-୦୪-୨୦୨୧

?ଧର୍ମ ମଣିଷର ଜୀବନ ମଧ୍ୟରେ ନ ରହିଲେ, ଆଚରଣର ମଧ୍ୟରେ ନ ରହିଲେ, ଧର୍ମସଂଘ ଥିବା ସତ୍ତ୍ୱେବି ଧର୍ମ ଲୋପ ପାଏ !
?ସମସ୍ତ ମଣିଷଙ୍କୁ ମିଶାଇ ଜଣେ ମଣିଷ, ସମସ୍ତ ଜୀବନ ମିଶାଇ ଗୋଟିଏ ଜୀବନ, ସମସ୍ତ ସତ୍ତା ମିଶାଇ ଗୋଟିଏ ସତ୍ତା, ତେଣୁ କାହାରି କ୍ଷତି କରିବା ମାନେ ନିଜରହିଁ କ୍ଷତି କରିବା !
?ଯାହାର ଯେଉଁ ଦିଗରେ ଜନ୍ମଗତ ଝୁଙ୍କ ଥାଏ ସେ ତଦନୁଯାୟୀ ଅନୁଶୀଳନରେ ଅଭ୍ୟସ୍ତ ହୋଇ ଉଠେ କ୍ଷ ଅଭ୍ୟାସ ଫଳରେ ତାହା ଆହୁରି ବଢ଼ି ଉଠେ !
?ଗୁରୁ ହେବାକୁ ଚାହଁ ନାହିଁ, ଗୁରୁମୁଖ ହେବାକୁ ଚେଷ୍ଟା କର କ୍ଷ ଗୁରୁମୁଖହିଁ ଜୀବର ପ୍ରକୃତ ଉଦ୍ଧାର କର୍ତ୍ତା
?ଭାବନା-ଅନୁଯାୟୀ କର୍ମ ନିୟନ୍ତ୍ରିତ ହୁଏ କ୍ଷ ତେଣୁ, ଭାବନା ଯେପରି ସତ୍‍‌‌ପଥରେ ସୁଦୃଢ଼ ହୁଏ ତାହାର ଚେଷ୍ଟା କରିବା ଏକାନ୍ତହିଁ ଦରକାର !
?ସଂସ୍କାର ମାନେ ସମ୍ୟକ କରା ଅର୍ଥାତ୍‍‌‌ ମଙ୍କକ୍ଷଗ୍ଧଙ୍କକ୍ସର (ଅନୁଶୀଳନ ଓ ସଂସ୍କୃତି) କ୍ଷ ସେଥିରେ ଅନ୍ତର୍ନିହିତ ସମ୍ଭାବ୍ୟତା ବାସ୍ତବରେ ପ୍ରସ୍ଫୁଟିତ ହୁଏ କ୍ଷ ତେଣୁ, ସଂସ୍କାର-ଗ୍ରହଣକୁ କୁହନ୍ତି ଦ୍ୱିତୀୟ ଜନ୍ମ !
ଆଜିର ନୀତିବାଣୀ
?କିଏ କ’ଣ କରୁଛି? କ’ଣ ପାଇଁ କରୁଛି? କାହିଁକି କରୁଛି? ଏ ସବୁ ଯେତେ କମ ଜାଣିବ ଜୀବନରେ ସେତେ ଭଲରେ ରହିବ !
?ତୁମେ ଆଜି ଯାହା କରୁଛ ତାହାର ଫଳ ତୁମକୁ କାଲି ପ୍ରାପ୍ତ ହେବ ଏବଂ ଏବେ ଯାହା ତୁମ ଭାଗ୍ୟରେ ଅଛି.. ତାହା ପୂର୍ବରୁ କରା ଯାଇଥିବା କର୍ମର ଫଳ !
?ବୟସର ସାଥିରେ କେଵେବି ମ୍ୟାଚ୍ୟୁରେଟି ଆସେନା, ମ୍ୟାଚ୍ୟୁରେଟି ଆସେ ଜୀବନର କଠିନ ବାସ୍ତବ ଅଭିଜ୍ଞତା ରୁ !
?ହୃଦୟ ହୀନ ମଣିଷ ପାଖେରେ ଉଦାଶ ହୁଅ ନାହିଁ, ସେମାନେ କେବଳ ସାନ୍ତ୍ୱନା ଦେବେ ହେଲେ ଭଲ ପାଇବେ ନାହିଁ !
?ବ୍ୟକ୍ତିଙ୍କର ବ୍ୟବହାର ଦେଖିବାର ଅଛି ଯଦି ତାଙ୍କୁ ସମ୍ମାନ ଦିଅନ୍ତୁ, ଆଉ ଗୁଣ ଦେଖିବାର ଅଛି ଯଦି ତାଙ୍କ ସହ କିଛି ସମୟ ଅତିବାହିତ କରନ୍ତୁ !
?ଲୋକେ କୁହନ୍ତି.. ଜୀବନରେ ଯେବେ ସୁଖ ଶାନ୍ତି ଭରିଯାଏ ତାକୁ ହିଁ ଜୀବନ ବୋଲି କୁହା ଯାଏ, କିନ୍ତୁ ପ୍ରକୃତରେ ଜୀବନ ତ ତାକୁ ହିଁ କୁହାଯାଏ ଯେବେ ଆପଣଙ୍କ ପାଇଁ ଅନ୍ୟର ଓଠରେ ହସ ଫୁଟି ଥାଏ !
ଆଜିର ସାଧୁବାଣୀ- ଚାଣକ୍ୟଙ୍କ ବାଣୀ :-
?ବ୍ୟକ୍ତି ସିଧାସାଧା ଏବଂ ସରଳ ହେବା ଉଚିତ ନୁହେଁ। କାରଣ ଜଙ୍ଗଲରେ ଯେଉଁ ବୃକ୍ଷ ସବୁଠାରୁ ସିଧା ଏବଂ ଚିକ୍କଣ ହୋଇଥାନ୍ତି, ସେମାନଙ୍କୁ କାଟିବାରେ ସମସ୍ୟା ଉପୁଜି ନ ଥାଏ। ଏଣୁ ତାଙ୍କୁ ପ୍ରଥମେ କାଟି ଦିଆଯାଇଥାଏ।
?ବିଶ୍ୱକୁ ଚଳାଇବା ପାଇଁ ଧନ ହିଁ ଏକମାତ୍ର ଶକ୍ତି। ଯାହା ପାଖରେ ଧନ ଥାଏ, ତାହାର ସମସ୍ତେ ବନ୍ଧୁ ପ୍ରିୟଜନ ହୋଇଥାନ୍ତି। ଧନୀ ହେବା କାରଣରୁ ବ୍ୟକ୍ତିଙ୍କୁ ସଚ୍ଚୋଟ ମଧ୍ୟ କୁହାଯାଏ। ଏପରିକି ଧନ ଥିବା ବ୍ୟକ୍ତି ମୁର୍ଖ ହୋଇଥିଲେ ହେଁ ତାଙ୍କୁ ଲୋକ ବୁଦ୍ଧିମାନ, ବିଦ୍ୱାନ ଏବଂ ଯୋଗ୍ୟ ବୋଲି ଲୋକେ କହିଥାନ୍ତି।
?କ୍ରୋଧ ମୃତ୍ୟୁକୁ ଡାକିଥାଏ। ଲୋଭ ଦୁଃଖକୁ ଡାକିଥାଏ। ଅପରପକ୍ଷେ ବିଦ୍ୟା କ୍ଷୀର ଦେଉଥିବା ଗାଇ ପରି ହୋଇଥାଏ। ଏହା ମନୁଷ୍ୟକୁ ସବୁ ବିପଦରୁ ରକ୍ଷା କରିଥାଏ। ଏଣୁ ନିଜ କର୍ମରୁ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରନ୍ତୁ। କାରଣ ସେଭଳି ବ୍ୟକ୍ତି ସୁରୁଖୁରୁରେ ଜୀବନ ଅତିବାହିତ କରିଥାଏ।
?ବୁଦ୍ଧିମାନ ବ୍ୟକ୍ତି ନିଜର ସମୟ ପଢ଼ିବା ଏବଂ ଧ୍ୟାନ କରିବାରେ ବିତାଇଥାଏ। ଏଭଳି ବ୍ୟକ୍ତିଙ୍କୁ ସକାଳେ ମହାଭାରତ, ଦିନରେ ଅନ୍ୟ କାର‌୍ୟ୍ୟକଳାପ ସମ୍ବନ୍ଧୀୟ ଏବଂ ରାତିରେ ଚୋରର ଗତିବିଧି ଉପରେ ପଢ଼ିବା ଆବଶ୍ୟକ।
?ଅନୁଶାସନରେ ରହୁ ନ ଥିବା ମଣିଷ ଦୁଃଖି ହୋଇଥାଏ। ଅନ୍ୟକୁ ମଧ୍ୟ ଦୁଃଖ ଦେଇଥାଏ। ଏଭଳି ବ୍ୟକ୍ତି ଯେଉଁ ସମାଜରେ ରହିଥାଏ, ସେଠାରେ ନିୟମକୁ ଭାଙ୍ଗି ଅନ୍ୟମାନଙ୍କ ପାଇଁ ଏବଂ ନିଜ ପାଇଁ ବିପଦ ଆଣିଥାଏ।
?ଚାଣକ୍ୟ କୁହନ୍ତି ଜଣେ ସ୍ତ୍ରୀ ପୁରୁଷମାନଙ୍କ ତୁଳନାରେ ଦୁଇଗୁଣା ଆହାର ଖାଇଥାଏ। ଏଣୁ ସେ ଚାରିଗୁଣ ଅଧିକ ବୁଦ୍ଧିମାନ ଏବଂ ଚାଲାକ ହୋଇଥାଏ। ଏପରିକି ପୁରୁଷଙ୍କଠାରୁ ଛଅଗୁଣା ସାହସୀ ହୋଇଥାଏ।
?ନିଜର ବ୍ୟକ୍ତିଗତ ଜୀବନର ରହସ୍ୟ ବିଷୟରେ କାହାକୁ କିଛି ଜଣାନ୍ତୁନାହିଁ। କାରଣ ଏହା ଆପଣଙ୍କୁ ବରବାଦ କରିପାରେ।
?ସବୁ ବନ୍ଧୁତା ପଛରେ କିଛି ନା କିଛି ସ୍ବାର୍ଥ ନିହିତ ରହିଥାଏ। ଏଣୁ ବିନା ସ୍ବାର୍ଥରେ କେହି ଆପଣଙ୍କୁ ବନ୍ଧୁ ବୋଲି ଭାବିବା ବୋକାମୀ ବୋଲି ଚାଣକ୍ୟ କହିଛନ୍ତି।
?ଶିକ୍ଷା ସବୁଠାରୁ ଭଲ ବନ୍ଧୁ। ଜଣେ ଶିକ୍ଷିତ ବ୍ୟକ୍ତି ସବୁ ସ୍ଥାନରେ ସମ୍ମାନ ହାସଲ କରିଥାଏ।
?ମୂଳରୁ କିଛି ଭାବିନେବା ଉଚିତ ନୁହେଁ। ସେହିଭଳି ଭବିଷ୍ୟକୁ ନେଇ ଚିନ୍ତିତ ହେବା ମଧ୍ୟ ଠିକ୍ ନୁହେଁ। ବିବେକ ଥିବା ବ୍ୟକ୍ତି ସର୍ବଦା ବର୍ତ୍ତମାନରେ ହିଁ ବଞ୍ଚନ୍ତି ବୋଲି ଚାଣକ୍ୟ କହିଛନ୍ତି।
ଆଜିର ଭକ୍ତିକଥା-ଶ୍ରୀମନ୍ଦିରରେ ରାମ-ଲକ୍ଷ୍ମଣ-ସୀତା ବେଶ :-
ଈଶ୍ୱରୀୟ ଲୀଳା ଖେଳା ଯେପରି ବିଚିତ୍ର, କବିଙ୍କର କଳ୍ପନା ବି ସେପରି ବିଚିତ୍ର। ବଳରାମ ଦାସଙ୍କ ‘ରାମାୟଣ’ ବା ‘ଦାଣ୍ଡି ରାମାୟଣ’ରେ ଅଛି ଏହାର ଏକ ସୁନ୍ଦର ଉଦାହରଣ।
ଆଦିକବି ସାରଳା ଦାସ ଯେପରି ବ୍ୟାସଦେବକୃତ ‘ମହାଭାରତ’ର ବହୁ ଚରିତ୍ରଙ୍କୁ ଓଡ଼ିଶା ଆଣିଛନ୍ତି ଏବଂ ଓଡ଼ିଆ କରି ଦେଇଛନ୍ତି, ବଳରାମ ଦାସ ସେହିପରି ଆଦିକବି ବାଲ୍ମୀକିଙ୍କ ‘ରାମାୟଣ’ର ଚରିତ୍ରଙ୍କୁ ମଧ୍ୟ ଓଡ଼ିଶା ଆଣିଛନ୍ତି ଏବଂ ଓଡ଼ିଶାର ଆରାଧ୍ୟ ଦେବତାଙ୍କ ସହ ସମନ୍ୱିତ କରିଦେଇଛନ୍ତି। ରାମ, ଲକ୍ଷ୍ମଣ ଓ ସୀତାଙ୍କର ବନବାସ ବେଳର କଥା। ‘ଦାଣ୍ଡି ରାମାୟଣ’ ଅନୁସାରେ, ସେତେବେଳେ ସେମାନେ ଓଡ଼ିଶା ଆସି କୋଣାର୍କରେ, ଚନ୍ଦ୍ରଭାଗା ନଦୀର ସାଗର ସଙ୍ଗମଠାରେ ‘କୋଣାଖି ଚଣ୍ଡୀ’ଙ୍କୁ ପୂଜା କରିଛନ୍ତି। ଶ୍ରୀରାମ ସେହି ଚଣ୍ଡୀଙ୍କୁ ଉତ୍ତରମୁଖ କରି ବସାଇ ତାଙ୍କର ନାମ ରଖିଛନ୍ତି ‘ଶ୍ରୀରାମଚଣ୍ଡୀ’। ତାହାପରେ ତିନିହେଁ ଉତ୍ତରମୁଖ ହୋଇ ଯାଇ ପୁଣ୍ୟସଲିଳା ପ୍ରାଚୀ ନଦୀରେ ସ୍ନାନ କରିଛନ୍ତି। ସେମାନେ ସ୍ନାନ କରିଥିବା ଘାଟର ନାମ ହୋଇଛି ‘ରାମଘାଟ’। ତାହା ପରେ ଅନ୍ୟାନ୍ୟ ତୀର୍ଥ ଦେଇ ସେମାନେ ଆସି ପହଞ୍ଚିଛନ୍ତି ଦକ୍ଷିଣ ବାରାଣସୀ ଭାବରେ ଖ୍ୟାତ ବିଶ୍ୱନାଥ (ଶ୍ରୀଲିଙ୍ଗରାଜ)ଙ୍କଠାରେ ଏବଂ ବିନ୍ଦୁସାଗରରେ ସ୍ନାନକରି ସେଠାରେ ରାତ୍ରିଯାପନ କରିଛନ୍ତି। ସେମାନେ ରହିଥିବା ମଠ ହୋଇଛି ‘ସୀତାମଠ’। ତା’ପରେ ସେଠାରୁ ଦକ୍ଷିଣମୁଖ ହୋଇ ସେମାନେ ଯାଇଛନ୍ତି ‘ନୀଳଗିରି’ ବା ପୁରୀ। ସେଠାରେ ‘ଦକ୍ଷିଣ ମହୋଦଧି’ (ସମୁଦ୍ର)ରେ ସ୍ନାନ କରିବା ପରେ, ଶ୍ରୀମନ୍ଦିରରେ ଶ୍ରୀଦାରୁବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି। ବଳରାମ ଦାସ ଏ ପ୍ରସଙ୍ଗରେ କହିଛନ୍ତି :-“ଦକ୍ଷିଣ ମଉଦଧିରେ ସ୍ନାହାନ ରାମ ଦାରୁବ୍ରହ୍ମ ରୂପେ ଯାଇଣ ଦେଖିଲେ।
ନୀଳଗିରି ସୁନ୍ଦର ଅନନ୍ତ ମୂରତି ତ୍ରିବିଧ ସ୍ୱରୂପ ଯେ ଦେଖିଲେ ସୀତାପତି।।ଏହା ପରର ଘଟଣା ଅତ୍ୟନ୍ତ ତାତ୍ପର‌୍ୟ୍ୟପୂର୍ଣ୍ଣ। କବିଙ୍କ ବର୍ଣ୍ଣନା ଅନୁସାରେ- ଶ୍ରୀରାମ ଯାଇ ଶ୍ରୀଜଗନ୍ନାଥଙ୍କ ଆଗରେ ଏବଂ ଲକ୍ଷ୍ମଣ ଶ୍ରୀବଳଭଦ୍ରଙ୍କ ଛାମୁରେ ଉଭା ହୋଇଛନ୍ତି। ସୀତା ଯାଇ ଉଭା ହୋଇଛନ୍ତି ଦେବୀ ସୁଭଦ୍ରାଙ୍କ ସମ୍ମୁଖରେ। ସେହି ତିନି ଦେବତା- ଅର୍ଥାତ୍ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ହିଁ ଏହି ତିନି ମାନବ ଦେହ ଘେନି ଜାତ ହୋଇଛନ୍ତି। ଏ ପ୍ରସଙ୍ଗରେ ଶ୍ରୀରାମଙ୍କର ଭାବନାର ବର୍ଣ୍ଣନା କରି କବି କହିଛନ୍ତି :-
“ଶ୍ରୀରାମ ବିଚାରନ୍ତି ମୁଇଂ ସେ ଜଗନ୍ନାଥ ସୀତା ସୁଭଦ୍ରା ଯେ ଅଟଇ ଯଥାର୍ଥ। ଲକ୍ଷ୍ମଣ ବଳଭଦ୍ର ୟେକଇ ଦେହ ହୋନ୍ତି ଏସନ ବିଚାରି ତହୁଂ ଚଳିଯାନ୍ତି।”ଏଣୁ ଏଥିରେ କବି ବଳରାମ ଦାସ ଶ୍ରୀଜଗନ୍ନାଥଙ୍କ ସହିତ ଶ୍ରୀରାମଙ୍କୁ, ଶ୍ରୀବଳଭଦ୍ରଙ୍କ ସହିତ ଲକ୍ଷ୍ମଣଙ୍କୁ ଏବଂ ଦେବୀ ସୁଭଦ୍ରାଙ୍କ ସହିତ ସୀତାଙ୍କୁ ସମନ୍ୱିତ କରିଦେଇଛନ୍ତି। ଲକ୍ଷ୍ମଣ ସାନଭାଇ ହେଲେ ମଧ୍ୟ ହୋଇଛନ୍ତି ବଡ଼ଭାଇ ବଳଭଦ୍ର ଏବଂ ଶ୍ରୀରାମ ବଡ଼ଭାଇ ହେଲେ ମଧ୍ୟ ହୋଇଛନ୍ତି ସାନଭାଇ ଶ୍ରୀଜଗନ୍ନାଥ। ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିରରେ ହେଉଥିବା ପାରମ୍ପରିକ ‘ରଘୁନାଥ ବେଶ’ରେ ମଧ୍ୟ ଏହି ଭାବଧାରା ପରିଲକ୍ଷିତ ହୋଇଥାଏ। ସେହି ବେଶରେ ଶ୍ରୀଜଗନ୍ନାଥ ଶ୍ରୀରାମ ହେବାବେଳେ, ଶ୍ରୀବଳଭଦ୍ର ଲକ୍ଷ୍ମଣ ଏବଂ ଦେବୀ ସୁଭଦ୍ରା ସୀତା ହୋଇଥାନ୍ତି।
ଆଜିର ସୁଵିଚାର
✍️ଜୀବ ରୂପକ ପିତାର ଦୁଇଟି କନ୍ୟା ପ୍ରବୃତ୍ତି ଆଉ ନିବୃତ୍ତି ଯେଉଁ ଦୁଇଜଣ କେବେ ଏକତ୍ର ବାସ କରିବା ସମ୍ଭବ ନୁହେଁ କ୍ଷ ଏକାଠି ରହିଲେ ଦୁଇଜଣ ଯାକ ଦୁଃଖୀ ହୋଇଯାଆନ୍ତି, ନିବୃତ୍ତି ର ସୁଖ ପ୍ରବୃତ୍ତିର ମାନସିକ ତ୍ୟାଗରେ ଥାଏ, ଶରୀର ଯେ ପର‌୍ୟ୍ୟନ୍ତ ନିଜ ଶକ୍ତି ଓ ସାମର୍ଥ୍ୟ ଉପରେ ନିର୍ଭରଶୀଳ, ପ୍ରବୃତ୍ତିକୁ ବିବେକପୂର୍ବକ ତ୍ୟାଗ କରିବା ଉଚିତ କ୍ଷ ପ୍ରଭୁଙ୍କ ସେବା ତ ବଡ଼ ପ୍ରବୃତ୍ତି, ଏହା ନିବୃତ୍ତି ନୁହେଁ, କିନ୍ତୁ ବିବେକ ପୂର୍ବକ ନିଜ ମନକୁ ଅତୀତରୁ ନିବୃତ କରି ଅର୍ଥାତ ସଂସାରରୁ କାଢିଆଣି ପ୍ରଭୁଙ୍କର ସେବାରେ ଲଗାଇବା ହିଁ ପ୍ରବୃତ୍ତି ଯାହା ଗୋଟେ ପକ୍ଷରେ ନିବୃତ୍ତି ତ ଅନ୍ୟ ପକ୍ଷରେ ପ୍ରବୃତ୍ତି ହୋଇଥାଏ କ୍ଷ ଭଗବାନ ଶ୍ରୀକୃଷ୍ଣ ଆମକୁ ସଂସାର ତ୍ୟାଗ ପାଇଁ ଶିକ୍ଷା ଦେଇ ନାହାଁନ୍ତି ବରଂ ସଂସାର ଭିତରେ ରହି ସଂସାର ଧର୍ମ ପାଳନ ପୂର୍ବକ କର୍ମକୁ ପ୍ରାଧାନ୍ୟ ଦେଇଛନ୍ତି, ଅତୀତରୁ ନିବୃତ ରହି ସଂସାରରେ ପ୍ରବୃତ୍ତ ହେବାକୁ ଶିକ୍ଷା ଦେଇଛନ୍ତି ✍️

ବିଶ୍ବାସ ଗୋଟିଏ ଏପରି ଶବ୍ଦ, ଯାହା ଅତି ସହଜରେ କାହା ଉପରେ ଆସେନି, ଆଉ ଯଦି ଥରେ ଆସେ, ତେବେ କେବେବି ଯାଏନି, ଯଦି ଥରେ ଚାଲିଯାଏ ତେବେ ସେ ମଣିଷ ବଞ୍ଚି ଥିଲେ ବି ମରିବା ସହିତ ସମାନ ହୋଇଯାଏ । ତେଣୁ ସବୁବଳେ ସଚେତନ ରହିବେ ଯେପରି କାହାର ବିଶ୍ବାସ ଭାଙ୍ଗି ଦେବେ ନାହିଁ ।
ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖଭାଗ୍ଭବେତ୍ ॥
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
ଆଜିର ଦିନଟି ଆପଣଙ୍କର ଶୁଭମୟ ଓ ମଙ୍ଗଳମୟ ହେଉ !ଜୟ ଜଗନ୍ନାଥ ‼️ ହରିଓମ୍ ସୁପ୍ରଭାତମ୍ ‼️

 

 

 

- Advertisement -

Leave A Reply

Your email address will not be published.