ଆଜିର ନୀତିବାଣୀ
➡️ଯାହାଙ୍କର ମନ ଲୋଭଦ୍ୱାରା କଳୁଷିତ ନୁହେଁ, ଦ୍ୱେଷଦ୍ୱାରା ଆକ୍ରାନ୍ତ ନୁହେଁ ଏବଂ ଯିଏ ନିର୍ବିକାର – ସେ ସଦା ଜାଗ୍ରତ ଓ ନିର୍ଭୟ !!
➡️ହିଂସା, ଚୌର୍ଯ୍ୟ, ଯୌନଲିପ୍ସା, ମିଥ୍ୟା କଥନ, ଅପବାଦ, କର୍କଶ କଥା, ଅସଂଯତ ଆଳାପ, ଲୋଭ, ବିଦ୍ୱେଷ ଓ ଅନ୍ଧ ବିଶ୍ୱାସ- ଏସବୁ ଅଶୁଭ ମାର୍ଗ । ଏଣୁ ଏଥିରୁ ମନକୁ ନିବୃତ ରଖ !!
➡️ଜୀବନର ଯାତ୍ରାପଥରେ ମହତର କିମ୍ବା ସମାସ୍କନ୍ଧଙ୍କ ସାହଚର୍ଯ୍ୟ ଲୋଡିପାର । ଦୃଢ ସଂକଳ୍ପରେ ଏକାକୀ ବରଂ ସତ୍ୟର ସନ୍ଧାନରେ ଅଗ୍ରସର ହୁଅ । ହେଲେ କଦାପି ନିର୍ବୋଧର ସହଗାମୀ ହୁଅନାହିଁ !
➡️ଯେଉଁ ଅଜ୍ଞ ବ୍ୟକ୍ତି ନିଜ ଜ୍ଞାନର ସୀମିତତା ହୃଦୟଙ୍ଗମ କରି ପାରନ୍ତି, ତାଙ୍କୁ ଅନ୍ତତଃ ତଥାବିଧି ଜ୍ଞାନୀ କୁହାଯାଇପାରେ । ମାତ୍ର ଅଜ୍ଞ ହୋଇ ସୁଦ୍ଧା ଯିଏ ନିଜକୁ ଜ୍ଞାନୀ ମନେକରେ ସେ ହିଁ ପ୍ରକୃତ ନିର୍ବୋଧ !!
ଆଜିର ଅନୁଚିନ୍ତା
🦋ପରିଶ୍ରମର ଫଳ କେବେ ବି ବ୍ୟର୍ଥ ଯାଏନା, ଫଳ ହୁଏତ ଜିତିବାରେ ମିଳିପାରେ ନଚେତ୍ ଜିତିବାର ରାସ୍ତା ଦେଖାଇ ଥାଏ । ବାସ୍ ଖାଲି ନିର୍ଭୁଲ ଭାବରେ ଚୟନ କରିବା ଆମ ଉପରେ ନିର୍ଭର କରେ ।
🦋ଜୀବନର ପାଞ୍ଚୋଟି ମନ୍ତ୍ର :-ଦର୍ପଣ – ମିଛ କହିବାକୁ ଦିଏନାହିଁ ।●ଜ୍ଞାନ – ଭୟଭିତ ହେବାକୁ ଦିଏନାହିଁ ●ସତ୍ୟ – ଦୁର୍ବଳ ହେବାକୁ ଦିଏନାହିଁ ●ପ୍ରେମ – ଇର୍ଷା କରିବାକୁ ଦିଏନାହିଁ ●ବିଶ୍ବାସ – ଦୁଃଖୀ ହେବାକୁ ଦିଏନାହିଁ ।
🦋ଯେତେବେଳେ ଅଧିକ ହସୁଥିବା ଓ କହୁଥିବା ବ୍ୟକ୍ତି ଯଦି ଚୁପ୍ ହୋଇଯାଏ ତ ବୁଝିନେବ ସେ ମଣିଷ ଭିତରୁ ଭାଙ୍ଗି ଯାଇଛି ।
🦋ମନେ ରଖନ୍ତୁ ସବୁ ପ୍ରକାର ଦାନଠାରୁ ବିଦ୍ଯାଦାନ ଦେବା ହେଉଛି ସବୁଠାରୁ ଶ୍ରେଷ୍ଠ ଦାନ ଅଟେ ।
➡️ପ୍ରକୃତ ସମ୍ପର୍କ ଗୋଟିଏ ସୁନ୍ଦର ବହି ଭଳି ହୋଇଥାଏ । ଯେପରି ବହି ଯେତେବି ପୁରୁଣା ହେଉ ନା କାହିଁକି ତାର ଶବ୍ଦ କେବେବି ବଦଳି ନ ଥାଏ , ଠିକ ସେହିପରି ସମ୍ପର୍କ ମଧ୍ୟ କେବେବି ବଦଳି ନଥାଏ !!
➡️ଜୀବନରେ କାହା ଉପରେ ଅତ୍ୟଧୃକ ନିର୍ଭରଶୀଳ ହୋଇପଡ଼ନ୍ତୁ ନାହିଁ , କାହିଁକିନା ପ୍ରତ୍ୟେକ ମଣିଷ ସମୟ ସହ ତାଳ ଦେଇ ଦିନେ ବଦଳି ଯାଇଥାନ୍ତି !!
➡️ଆମେ ଯାହାର ବି ବିରୋଧ କରିବା ଚଳିବ କ୍ଷମା କରାଯାଇ ପାରିବ . କିନ୍ତୁ ଗୁରୁଙ୍କ ବିରୁଦ୍ଧାଚରଣ କରିବା ଅର୍ଥ ନିଜର ବିନାଶକୁ ଡାକିବା ସହ ସମାନ କାହିଁକିନା ଗୁରୁଙ୍କୁ ନ ମଣିବ ନର ଗୁରୁ ଯେ ସାକ୍ଷାତ ଈଶ୍ବର !!
➡️”ପୃଥିବୀରେ ସବୁଠାରୁ ବଡ଼ ଅଳିଆଗଦା ହେଉଛି ମଣିଷର ମନ , ଯଦି ଏହା ପରିଷ୍କାର ରୁହନ୍ତା ତେବେ ପୁରା ଜୀବନଟା ସୁନ୍ଦର ହୋଇପାରନ୍ତା !!
ଆଜିର ସୁବିଚାର
➡️କର୍ମ ଛୋଟ ହେଉ ବା ବଡ଼ ନିଜ “କର୍ମ” କୁ ସମ୍ମାନ ଦିଅନ୍ତୁ । କର୍ମକୁ ସମ୍ମାନ ଦେବା ଯାହା “ଇଶ୍ବର” ଙ୍କୁ ସମ୍ମାନ କରିବା ସହ ସମାନ ହୋଇଥାଏ । ସେଥୁ ପାଇଁ ତ “କର୍ମ” ହିଁ ଭଗବାନ ବୋଲି କୁହଯାଏ !!
➡️ଚାରୋଟି କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ :-୧ -ପୁରୁଣା ବସ୍ତ୍ର୨- ଗରିବ ସାଙ୍ଗ” ୩ ସାଧାରଣ ଜୀବନ୪-ବୟସ୍କ ବାପା ମା
➡️ବିଶ୍ବାସ କରିବେ ଯଦି ଭଗବାନଙ୍କ ଉପରେ କରନ୍ତୁ ଠିକ ମଣିଷ ଆଉ ଠିକ ସମୟ ଭଗବାନ ହିଁ ଦେଖାନ୍ତି !!
➡️ତେଲ ମାରି କାହା ପାଖରେ ଭଲ ହେବା ଅପକ୍ଷା କଥା କହି ଖରାପ ହେବା ଅନେକ ଭଲ🙏🏾ହରେକୃଷ୍ଣ🙏🏾ଶୁଭ ସକାଳ,ଆଜି ମଙ୍ଗଳବାର ପ୍ରଭୁ ଶ୍ରୀକୃଷ୍ଣ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏🏾ପ୍ରଭୁ ଶ୍ରୀକୃଷ୍ଣ 🙏🏾ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା🙏🏾